ପୁରୀ : ଶ୍ରୀମନ୍ଦିର ଧାଡି ଦର୍ଶନ ବ୍ୟବସ୍ଥାକୁ ନେଇ ତେଜିବାରେ ଲାଗିଛି ଅସନ୍ତୋଷ । ଏହାର ପ୍ରତିବାଦରେ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଅାଜି ପୁରୀ ବନ୍ଦ ଡାକରା ଦିଅାଯାଇଛି । ଏଥିସହ ସାମ୍ବାଦିକଙ୍କୁ ମାଡ, ରତ୍ନଭଣ୍ଡାର ଚାବି ହଜିବା, ବ୍ରହ୍ମବିଭ୍ରାଟ ରିପୋର୍ଟ ପ୍ରସଙ୍ଗରେ ମଧ୍ୟ ବିରୋଧ ପ୍ରଦର୍ଶନ କରାଯିବ ବୋଲି କହିଛି ଶ୍ରୀଜଗନ୍ନାଥ ସେନା । ବନ୍ଦକୁ ସଫଳ କରିବା ଲାଗି ଗତକାଲି ସେନା ପକ୍ଷରୁ ଏକ ଶୋଭାଯାତ୍ରା କରାଯାଇଥିଲା । ଭିକେ ପାଣ୍ଡିୟାନ, ପ୍ରଦୀପ୍ତ ମହାପାତ୍ର […]
ରାୟଗ଼ଡା: ଗୁଣପୁର ବ୍ଲକ୍ ଘନାନ୍ତ୍ରୀ ଅଞ୍ଚଳରେ ପାଳିତ ହୋଇଛି ଆଦିବାସୀଙ୍କ ନିଆରା ‘ମିରିଆ’ ପର୍ବ। ଅମଳ ପରେ ବିଭିନ୍ନ ଶସ୍ୟକୁ ପ୍ରଥମେ ଇଷ୍ଟଦେବଙ୍କୁ ଅର୍ପଣ କରିବା ପରେ ଘରେ ଘରେ ନୂଆ ଖାଇଛନ୍ତି ଲୋକେ। ଏହି ସମୟରେ ପିଲାଠୁ ବୟସ୍କ ସମସ୍ତେ ପାରମ୍ପରିକ ଆଦିବାସୀ ବାଦ୍ୟ ବଜାଇ ଗାଁ ଦାଣ୍ଡରେ ନାଚିଗାଇ ପର୍ବ ପାଳନ କରିଛନ୍ତି। ଏହି ପର୍ବ ବିଧି ଅନୁସାରେ, ଶୀତ ଋତୁର ଫସଲ କାନ୍ଦୁଲ, ଧାନ, ଶିମ୍ବ ଆଦି ଫସଲ ଅମଳ ପରେ ପ୍ରଥମେ […]
ଖୋର୍ଦ୍ଧା : ବେଗୁନିଅାରେ ସାଂସଦ ପ୍ରଶାନ୍ତ ନନ୍ଦଙ୍କ ପୁଅଙ୍କ ଗାଡିକୁ ବୋମାମାଡ ଘଟଣାରେ ଅାଜି ଖୋର୍ଦ୍ଧା ଏସ୍ପିଙ୍କୁ ସାକ୍ଷାତ କରିଛନ୍ତି ସାଂସଦଙ୍କ ପୁଅ ଋଷଭ ନନ୍ଦ। ବେଗୁନିଅା-ବୋଲଗଡ଼ ନିର୍ବାଚନମଣ୍ଡଳୀରେ ତାଙ୍କ ଲୋକପ୍ରିୟତା ବଢୁଥିବାରୁ ସେଥିରେ ଅସହିଷ୍ଣୁ ହୋଇ କିଛି ଲୋକ ଏଭଳି କାଣ୍ଡ ଭିଅାଇଥିବା ଅଭିଯୋଗ କରିଛନ୍ତି ଋଷଭ। ତାଙ୍କ ଗାଡି ଉପରେ ୧୦ରୁ ୧୨ ଜଣ ଲୋକ ସଂଘବଦ୍ଧ ଅାକ୍ରମଣ କରିବା ସହିତ ଗୁଳି ଫୁଟାଇଥିଲେ। ଏଥିରେ ତାଙ୍କ ଗାଡି ଚାଳକ ଅାହତ ମଧ୍ୟ ହୋଇଥିବା […]
ବଲାଙ୍ଗିର: ଛାତ୍ରଛାତ୍ରୀଙ୍କ ଶିକ୍ଷାର ବିକାଶ ଲାଗି ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ପ୍ରଶାସନିକ ସ୍ତରରେ ଉଦାସିନତା ଯୋଗୁ ଅନେକ ସ୍ଥାନରେ ଏହା ଫେଲ୍ ମାରୁଥିବା ନଜରକୁ ଆସିଛି। ବଲାଙ୍ଗିର ଜିଲ୍ଲା ତୁରେକୋଲା ବ୍ଲକ୍ ଝରଣି ଆଦର୍ଶ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ। ଏଠାରେ ଛାତ୍ରଛାତ୍ରୀଙ୍କ ଲାଗି ୨ ବର୍ଷ ପୂର୍ବେ ଆଦର୍ଶ ବିଦ୍ୟାଳୟ ସହ ହଷ୍ଟେଲ୍ ନିର୍ମାଣ ହୋଇଥିଲା। ସ୍କୁଲରେ ଶିକ୍ଷାଦାନ ଆରମ୍ଭ ହୋଇଥିଲେ ବି ଏଯାଏ ହଷ୍ଟେଲ ଖୋଲାଯାଇନି। ଦୂର […]
ଢେଙ୍କାନାଳ: ପରଜଙ୍ଗ ଅଞ୍ଚଳରେ ହାତୀ ଆତଙ୍କରେ ଆତଙ୍କିତ ଲୋକେ। ୫୦ରୁ ଅଧିକ ହାତୀ ଏହି ଅଞ୍ଚଳରେ ଉପଦ୍ରବ ଚଳାଇଛନ୍ତି। ହାତୀମାନେ ବ୍ୟାପକ ଧାନ ଫସଲ ନଷ୍ଟ କରିବା ସହ ଘର ଦ୍ୱାର ଭାଙ୍ଗୁଥିବା ଅଭିଯୋଗ ହୋଇଛି। କନ୍ଦରଶିଂଘା ପଞ୍ଚାୟତରେ ଘର ଭାଙ୍ଗିବା ସହ ଖାଦ୍ୟ ଶସ୍ୟ ନଷ୍ଟ କରିଛନ୍ତି ହାତୀପଲ। ମାସକ ଭିତରେ ହାତୀ ଆକ୍ରମଣରେ ୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୮ରୁ ଅଧିକ ଗୁରୁତର ହୋଇଛନ୍ତି। ହାତୀ ଆତଙ୍କରେ ଲୋକେ ଏତେ ଭୟଭୀତ ହୋଇଯାଇଛନ୍ତି ଯେ […]
ଭୁବନେଶ୍ୱର : କଂଗ୍ରେସ ଭବନରେ ଦାମ । ବିଜେଡିରୁ ବିତାଡିତ ବରିଷ୍ଠ ନେତା ଦାମୋଦର ରାଉତ କଂଗ୍ରେସର ସମ୍ବିଧାନ ବଞ୍ଚାଓ ସମ୍ମିଳନୀରେ ସାମିଲ ହେବାକୁ ନେଇ ରାଜ୍ୟ ରାଜନୀତିରେ ହଲଚଲ୍ । ଦାମ ବାବୁଙ୍କ ପରବର୍ତ୍ତୀ ପଦକ୍ଷେପ କଣ ହେବ ତାକୁ ନେଇ ବି ଅାରମ୍ଭ ହୋଇଛି କଳ୍ପନାଜଳ୍ପନା। ସେପଟେ କଂଗ୍ରେସର ମେଣ୍ଟ ଗଠନ ଯୋଜନାକୁ ବି ଏହି ସମ୍ମିଳନୀ ଖୋରାକ ଯୋଗାଇଛି। ଭୁବନେଶ୍ୱର କଂଗ୍ରେସ ଭବନରେ ଦଳ ପକ୍ଷରୁ ଅାଜି ସମ୍ବିଧାନ ବଞ୍ଚାଅ ସମ୍ମିଳନୀର ଅାୟୋଜନ […]
ଭୁବନେଶ୍ୱର:୨୦୧୧ ବହୁଚର୍ଚ୍ଚିତ ପିପିଲି ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଆଜି ରାୟ ପ୍ରକାଶ ପାଇଛି। ପ୍ରମାଣ ଅଭାବରୁ ଅଭିଯୁକ୍ତ ୨ ଭାଇ ସୁକାନ୍ତ ପ୍ରଧାନ ଓ ପ୍ରଶାନ୍ତ ପ୍ରଧାନଙ୍କୁ ନିର୍ଦ୍ଦୋଷ ଘୋଷଣା କରିଛନ୍ତି ଭୁବନେଶ୍ୱର ଅତିରିକ୍ତ ଜିଲ୍ଲା ଦୌରାଜଜ୍। ୨୦୧୧ରେ ପିପିଲିର ଜଣେ ଯୁବତୀ ଗଣଦୁଷ୍କର୍ମର ଶିକାର ହୋଇଥିଲେ। ଦୀର୍ଘଦିନ କୋମାରେ ରହିବା ପରେ ୨୦୧୨ ଜୁନ୍ ୨୧ ତାରିଖରେ କଟକ ବଡ଼ ମେଡ଼ିକାଲ୍ରେ ସେ ଆଖି ବୁଜିଥିଲେ। ଏହି ଘଟଣାରେ ଅଭିଯୁକ୍ତଙ୍କୁ କଠୋର ଶାସ୍ତି ଦାବିରେ […]
ଭୁବନେଶ୍ୱର : ନବୀନ ନିବାସ ଅାଗରେ ବିଜେପି ମହିଳା ମୋର୍ଚ୍ଚାର ନେତ୍ରୀଙ୍କୁ ଅସଦାଚରଣ ଅଭିଯୋଗ। ମହିଳା ମୋର୍ଚ୍ଚାର କର୍ମୀ ଓ ନେତ୍ରୀଙ୍କୁ ପୁଲିସ ରାଜମହଲ ଛକରେ ଅଟକାଇଥିବା ବେଳେ କିଛି ନେତ୍ରୀ ଅଲଗା ରାସ୍ତାରେ ଯାଇ ନବୀନ ନିବାସ ପାଖରେ ପହଁଞ୍ଚିଯାଇଥିଲେ। ତେବେ ସେଠାରେ ମୁତୟନ ପୁରଷ ପୁଲିସ ମହିଳା ନେତ୍ରୀଙ୍କୁ ଅଟକାଇବା ବାହାନାରେ ଅସଦାଚରଣ କରିଥିବା ଅଭିଯୋଗ କରିଛନ୍ତି। ବିଜେପି ରାଜ୍ୟ ସଂପାଦିକା ଲେଖାଶ୍ରୀ ସାମନ୍ତ ସିଂହାର ଦୁଇ ତିନୋଟି ଗ୍ରୁପରେ ଅାସିଥିବା ମାତ୍ର ହାତ […]
ମାହାଙ୍ଗା: ବହିଷ୍କାର ପରେ ମଇଦାନକୁ ଓହ୍ଲାଇଲେ ଦାମ । ସରକାରଙ୍କ ବିରୋଧରେ ଦୁର୍ନୀତିକୁ ଅସ୍ତ୍ର କରି ମାହାଙ୍ଗାରୁ ଦାମ ଅାରମ୍ଭ କରିଛନ୍ତି ତାଙ୍କ ଦ୍ୱିତୀୟ ଇନିଙ୍ଗସ। ଗାନ୍ଧୀ ଜୟନ୍ତୀ ପାଇଁ ନୃତାଙ୍ଗରେ ହୋଇଥିଲା ସାଧାରଣ ସଭା। ଅାଉ ଏହି ମଞ୍ଚରେ ପୂର୍ବରୁ ସରକାରଙ୍କ ଅାଡକୁ ଛା଼ଡିଥିବା ଦୁର୍ନୀତି ବାଣକୁ ଅଧିକ ଶାଣିତ କରିଥିଲେ ଦାମ। ଚାରାଘୋଟାଲକୁ ଚାପି ଦେବା ପାଇଁ ତାଙ୍କୁ କୋଟିଏ ଟଙ୍କା ଲାଞ୍ଚ ଯଚା ଯାଇଥିଲା ବୋଲି ବିସ୍ପୋରକ ତଥ୍ୟ ରଖିଛନ୍ତି। କହିଛନ୍ତି ଦୁର୍ନୀତି […]
ଭୁବନେଶ୍ୱର : ଭୁବନେଶ୍ୱର ରଘୁନାଥନଗର ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି। ଘଟଣାସ୍ଥଳରେ ୫ ପ୍ଲାଟୁନ ପୁଲିସ ଫୋର୍ସ ସହିତ ଓଡିଶା ସ୍ୱିଫ୍ଟ ଅାକ୍ସନ ଫୋର୍ସ ବି ମୁତୟନ କରାଯାଇଛି। ସୋମବାର ବିଳମ୍ବିତ ରାତିରେ ଖଣ୍ଡଗିରି ଥାନାର ରଘୁନାଥନଗର ଅଞ୍ଚଳରେ ବୋମାମାଡ଼ ହୋଇଥିଲା। ଏଥିରେ ଗୋଟିଏ ଘର କ୍ଷତିଗ୍ରସ୍ତ ହୋଇଛି। ବୋମା ଏତେ ଶକ୍ତିଶାଳୀ ଥିଲା ଯେ, ୨ଟି ବାଇକ୍ ଜଳି ଯାଇଛି। ବୋମାମାଡ଼ କରି କିଛି ଦୁର୍ବୃତ୍ତ ଫେରାର ହୋଇଯାଇଥିବା ବେଳେ ୨ ଜଣଙ୍କୁ ଅଟକାଇ ସ୍ଥାନୀୟ […]
ଭୁବନେଶ୍ୱର: ଆସନ୍ତାକାଲି ମୋଦିଙ୍କ ଓଡ଼ିଶା ଗସ୍ତ। ଏଥିପାଇଁ ପ୍ରସ୍ତୁତ ହେଉଛି ମଞ୍ଚ। ବରୁଣେଇ ପାହାଡ଼ ତଳେ ଗୈରିକମୟ ହେଲାଣି ଗୋଶାଳା ପଡ଼ିଆ। ଜନସମ୍ବାଦ ସମାବେଶରେ ମୋଦି କର୍ମୀଙ୍କୁ ୧୯ ପାଇଁ ପରିବର୍ତ୍ତନର ଆହ୍ୱାନ ଦେବେ। ଯେହେତୁ ତାଳଚେର ଓ ଝାରସୁଗୁଡ଼ାରେ ପିସି ପ୍ରସଙ୍ଗରେ ମୋଦି ନବୀନ ସରକାରଙ୍କୁ ସିଧା ଆଟାକ କରିଥିଲେ, ଏଥର ମଧ୍ୟ ଦୁର୍ନୀତି ପ୍ରସଙ୍ଗରେ ତାଙ୍କ ସ୍ୱର ଅଧିକ ଶାଣିତ ହୋଇପାରେ ବୋଲି କୁହାଯାଉଛି। ବିଜେପି ପ୍ରସ୍ତୁତ କରିଥିବା ରଣନୀତି ଅନୁସାରେ ପ୍ରତି ଦୁଇ […]
ଯାଜପୁର: ଗାଁକୁ ଯାତାୟତ ଲାଗି ରାସ୍ତାଟିଏ ନାହିଁ। ଗ୍ରାମବାସୀଙ୍କ ଦ୍ୱାରା ନିର୍ମାଣ ହୋଇଥିବା ବାଉଁଶପୋଲ ଏକମାତ୍ର ସାହା ଭରସା। ଯାଜପୁର ଜିଲ୍ଲା ବରୀ ବ୍ଲକ କଳାଖଣ୍ଡ ଗାଁରେ ଦୀର୍ଘବର୍ଷ ହେବ ଏହି ସମସ୍ୟା ଲାଗି ରହିଛି। ପୋଲ ନଥିବାରୁ ବିପଦସଂକୁଳ ଅବସ୍ଥାରେ ଲୋକେ ଡଙ୍ଗା ସାହାରାରେ ବ୍ରାହ୍ମଣୀ ନଦୀ ପାର ହେଉଛନ୍ତି। ପଞ୍ଚାୟତର ୧୦ଟି ଗ୍ରାମର ଲୋକେ ବାଉଁଶପୋଲ ଉପରେ ଯାତାୟତ କଲାବେଳେ ଦୁର୍ଘଟଣା ବି ଘଟିଥିବା ଅଭିଯୋଗ ହୋଇଛି। ବର୍ଷା ଚାରିମାସ ଗ୍ରାମବାସୀ ଏକ ପ୍ରକାର […]
ଗଜପତି: ବାତ୍ୟା ତିତ୍ଲିକୁ ୨ ମାସରୁ ଅଧିକ ସମୟ ପୂରିଲାଣି, ହେଲେ ଗଜପତି ଜିଲ୍ଲାର ଚାଷୀଙ୍କୁ କ୍ଷତିପୂରଣ ମିଳିନଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ଆଣିଛନ୍ତି ଆର ଉଦୟଗିରିର ଅଗ୍ରଣୀ ଚାଷୀ ଜଗନ୍ନାଥ ଦଳେଇ। ତିତ୍ଲି ବାତ୍ୟା ଓ ବନ୍ୟାରେ ତାଙ୍କର ଲକ୍ଷାଧିକ ଟଙ୍କାର ଛତୁଚାଷ ସମେତ ପରିବା ଚାଷ ଉଜୁଡ଼ି ଯାଇଥିଲା। ହେଲେ ବାତ୍ୟା ପରେ କ୍ଷୟକ୍ଷତିର ଆକଳନ ଲାଗି ତାଙ୍କ ନିକଟକୁ କେହି ଆସିନଥିବା ସେ ଅଭିଯୋଗ କରିଛନ୍ତି। ଅନ୍ୟପଟେ ସମସ୍ତ ରିପୋର୍ଟ ଜିଲ୍ଲା […]
ମୟୂରଭଞ୍ଜ : ମୟୂରଭଞ୍ଜ ଉଦଳା ବନାଞ୍ଚଳ ଅନ୍ତର୍ଗତ ବଣିଅାବସା ଗାଁର ଜଣେ ବ୍ୟକ୍ତିଙ୍କ ବାଡ଼ିରୁ ଉଦ୍ଧାର ହୋଇଛି ୮ ଫୁଟ ଲମ୍ବର ଏକ ଅଜଗର। ଅଜଗରଟି ଗାଁର ଦଶରଥ ହେମ୍ବ୍ରମଙ୍କ ଘର କୁକୁଡ଼ା ଭାଡ଼ିରେ ପଶିବା ସହ ଗୋଟିଏ କୁକୁଡ଼ାକୁ ମଧ୍ୟ ଗିଳିଦେଇଥିଲା। ଅଜଗରକୁ ଦେଖି ଘର ଲୋକେ ଉଦଳା ବନବିଭାଗକୁ ଖବର ଦେଇଥିଲେ। ବନବିଭାଗ କର୍ମଚାରୀ ଏବଂ ସ୍ନେକ ହେଲ୍ପ ଲାଇନର ସଦସ୍ୟମାନେ ଘଟଣାସ୍ଥଳରେ ପହଞ୍ଚି ସାପଟିକୁ ଉଦ୍ଧାର କରିଥିଲେ। ବନ ବିଭାଗ କର୍ମଚାରୀମାନେ ସାପଟିକୁ […]
ଭୁବନେଶ୍ୱର : ଅାଜିଠାରୁ ଅାରମ୍ଭ ହେବ ରାଜ୍ୟ ସରକାରଙ୍କ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା। ଜାତୀୟ ଖାଦ୍ୟ ସୁରକ୍ଷା ଅାଇନରୁ ବାଦ୍ ପଡିଥିବା ୧୮ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ଏହି ଯୋଜନାରେ ସାମିଲ କରାଯାଇଛି। ୯୦ ପ୍ରତିଶତ ଲକ୍ଷ୍ୟ ପୂରଣରେ ଗଞ୍ଜାମ ଜିଲ୍ଲା ପ୍ରଥମ ସ୍ଥାନରେ ଥିବା ବେଳେ, ଦ୍ୱିତୀୟ ସ୍ଥାନରେ ରହିଛି ବଲାଙ୍ଗିର ଜିଲ୍ଲା। ୧୪ ଟି ବ୍ଳକ ଓ ୫ଟି ମ୍ୟୁନସିପାଲିଟି-ଏନ୍.ଏ.ସିରେ ୯୬ ହଜାର ହିତାଧିକାରୀଙ୍କୁ ସାମିଲ କରାଯାଇଛି। ରାଜ୍ୟରେ ୩୧୪ ଟି ବ୍ଳକ […]
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ନବୀନ ନିବାସକୁ ଧସେଇ ପଶିବାକୁ ବିଜେପି ମହିଳା ମୋର୍ଚ୍ଚାର ଉଦ୍ୟମ ବେଳେ ନାକେଦମ ପୁଲିସ। ନବୀନ ନିବାସ ଅାଗରେ ମହିଳାଙ୍କୁ ଅଟକାଇ ପୁଲିସକୁ ନାକେଦମ ହେବାକୁ ପଡିଛି। ସେପଟେ ନବୀନ ନିବାସକୁ ଧସେଇ ପଶିବାକୁ ଜିଦ୍ରେ ଅଟଳ ରହିଛି ମହିଳା ମୋର୍ଚ୍ଚ। ମହିଳାମାନଙ୍କ ପ୍ରତି କୃଷିମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ବିବାଦୀୟ ମନ୍ତବ୍ୟର ଭାଇରାଲ୍ ଭିଡ଼ିଓ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ ପଚାରିବାକୁ କାଲି ନିଷ୍ପତ୍ତି ନେଇଥିଲା ମୋର୍ଚ୍ଚା ।
ଭଦ୍ରକ: ଧାମରା ଅବଦୁଲ କଲାମ ଦ୍ୱୀପରୁ ଦୂରଗାମୀ କ୍ଷେପଣାସ୍ତ୍ର ଅଗ୍ନି ୪ର ବ୍ୟବହାରିକ ପରୀକ୍ଷଣ ସଫଳ ହୋଇଛି। ଆଜି ସକାଳ ୮ଟା୩୦ରେ ଏହି ପରୀକ୍ଷଣ କରାଯାଇଥିଲା। ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଇ ପାରୁଥିବା ବାଲାଷ୍ଟିକ ମିଶାଇଲ ଅଗ୍ନୀ-୪ର ଲକ୍ଷ୍ୟଭେଦ କ୍ଷମତା ୪ ହଜାର କିଲୋମିଟର ପର୍ଯ୍ୟନ୍ତ ରହିଛି। ଏହାର ଲମ୍ବ ୨୦ ମିଟର୍, ଓଜନ ୧୭ଟନ୍ ରହିଛି। ଏହି କ୍ଷେପଣାସ୍ତ୍ରଟି ଏକ ଟନ୍ ଓଜନର ଉଭୟ ପାରମ୍ପରିକ ଓ ପରମାଣୁ ଯୁଦ୍ଧାସ୍ତ୍ର ବହନ କରିପାରିବାର କ୍ଷମତା ରହିଛି। […]
ଭୁବନେଶ୍ୱର : ବିଜେଡିର ଜନସଂପର୍କ ପଦଯାତ୍ରା ଶୁଭାରମ୍ଭ କରିବା ଅବସରରେ କେନ୍ଦ୍ରକୁ ଟାର୍ଗେଟ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ କହିଛନ୍ତି ଯେ, ବିଜେପିର ଇସ୍ତାହାରରେ ଓଡ଼ିଶାକୁ ସ୍ୱତନ୍ତ୍ର ପାହ୍ୟା ମାନ୍ୟତା ଥିଲା। ଅାଜି ବି ବିଜେପିର ପ୍ରତିଶ୍ରୁତିକୁ ରାଜ୍ୟବାସୀ ଅପେକ୍ଷା କରିଛନ୍ତି । ବିଜେପିକୁ ଫମ୍ପା ମାଠିଅା ସହ ତୁଳନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ। ସେ ଅାହୁରି ମଧ୍ୟ କହିଛନ୍ତି ଯେ, ପ୍ରତିଶ୍ରୁତି ପାଳନ କିଏ କରୁଛି, କିଏ କରୁନି ଲୋକେ ଜାଣିଛନ୍ତି। ଅାମେ ଦେଇଥିବା […]
ପୁରୀ: ଆଜି ବି ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥାକୁ ନେଇ ଅସନ୍ତୋଷ ଦେଖାଦେଇଛି। ଗତକାଲି ଭଳି ଆଜି ବି ମଧ୍ୟ ଲୋକେ ଧାଡ଼ି ଦର୍ଶନ ପାଇଁ ଅମଙ୍ଗ ହୋଇଥିଲେ। ମଙ୍ଗଳ ଆଳତୀ ପାଇଁ ଅଲଗା ଦ୍ୱାରରେ ପ୍ରବେଶ କରାଇବା ଲାଗି ସ୍ଥାନୀୟ ଲୋକ କିଛି ସମୟ ଧରି ଜିଦ୍ ଧରିଥିଲେ। ପରେ ବ୍ୟାରିକେଡ୍ ଭାଙ୍ଗି ମନ୍ଦିର ଭିତରେ ଶ୍ରଦ୍ଧାଳୁ ପ୍ରବେଶ କରିଥିଲେ। ଆଜି ଦିବ୍ୟାଙ୍ଗ, ଭିଆଇପି ଏବଂ ସାଧାରଣ ଲୋକଙ୍କ ପାଇଁ ସ୍ୱତନ୍ତ୍ର ଭାବେ ନୂଆ ବ୍ୟାରିକେଡ୍ […]
କୋରାପୁଟ: କୋରାପୁଟ ଜିଲ୍ଲା ପଟାଙ୍ଗିରୁ ବିସ୍ଫୋରକ ବୋଝେଇ ଟ୍ରକ୍ ଜବତ ହୋଇଛି। ଏହି ଟ୍ରକରେ ୫୦ଟି ପ୍ୟାକେଟ୍ରେ ଭର୍ତ୍ତି ହୋଇଥିବା ୧୦ ହଜାର ଡେଟୋନେଟର, ୩୮ ବଣ୍ଡୋଲ୍ କୋଟେକ୍ସ ଏବଂ ୧୫ହଜାର ୨ଶହ ଜିଲୋଟିନ୍ ଆଦି ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି। ଏସବୁ ସାମଗ୍ରୀର ମୂଲ୍ୟ ୩ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ଟ୍ରକ୍ ସହ ଏକ ଭ୍ୟାନକୁ ମଧ୍ୟ ଜବତ କରାଯାଇଛି। ଏହି ଘଟଣାରେ ୫ ଜଣଙ୍କୁ ଅଟକ ରଖାଯାଇଛି। ଖବର ଅନୁସାରେ ଏହି […]
ଭୁବନେଶ୍ୱର: ରାଜଭବନ ସାମ୍ନାରେ କଂଗ୍ରେସ ନେତା ଶ୍ରୀକାନ୍ତ ଜେନାଙ୍କ ଗର୍ଜନ। ଚାଷୀ ସମସ୍ୟା ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ଏହି ବରିଷ୍ଠ କଂଗ୍ରେସ ନେତା। ଖଣି ଚୋରଙ୍କୁ ୫୦ ହଜାର କୋଟି ମାଫ୍, ଚାଷୀଙ୍କୁ କାହିଁକି ଛାଡ଼ ହେଉନି। ଏଥିସହିତ ଧାନ କ୍ୱିଣ୍ଟାଲ ୨୯ ଶହ ଟଙ୍କା, ଋଣ ଛାଡ୍ ଓ ଚାଷୀଙ୍କୁ ୩ ହଜାର ଟଙ୍କା ଭତ୍ତା ଦେବାକୁ ଦାବି କରାଯାଇଛି। ଋଣ ଛାଡ଼ ହେଲେ ସରକାର ଦେବାଳିଆ ହେବ ବୋଲି ମୁଖ୍ୟମନ୍ତ୍ରୀ ଯେଉଁ […]
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ କାଳିଆ ଯୋଜନାକୁ କଡ଼ା ଭାଷାରେ ତାଚ୍ଛଲ୍ୟ କରିଛି ନବ ନିର୍ମାଣ କୃଷକ ସଂଗଠନ। ଆଜି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କୁ ସାମାଲୋଚନା କରିଛନ୍ତି ନବ ନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର। ସେ କହିଛନ୍ତି, ପୁରୁଣା ଡ୍ରେସ୍କୁ ନୂଆ ପ୍ୟାକିଂ ଜରିଆରେ ଚାଷୀଙ୍କୁ ପ୍ରଲୋଭିତ କରିବାକୁ ରାଜ୍ୟ ସରକାର ଚେଷ୍ଟା କରିଛନ୍ତି। ରାଜ୍ୟରେ କୃଷକଙ୍କ ମୁଖ୍ୟ ପ୍ରସଙ୍ଗରୁ ନିଜକୁ ଦୂରେଇ ରଖିଛନ୍ତି ସରକାର। ଚାଷୀଙ୍କ ପ୍ରାଇସ୍, ପେନ୍ସନ୍ ଏବଂ କୃଷି […]
ପାରାଦୀପ: ଆଜି ସାରା ଦେଶରେ ଗାନ୍ଧି ଜୟନ୍ତୀ ପାଳନ କରାଯାଉଛି। ଏହି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ପାରାଦୀପରେ ମଧ୍ୟ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ହେଲେ ଏହି କାର୍ଯ୍ୟକ୍ରମରେ ୩ ଜଣ ସ୍କୁଲ ଛାତ୍ରଙ୍କ ସହ ଅଘଟଣ ଘଟିଛି। ପାରାଦୀପ ପୌରପାଳିକା ପକ୍ଷରୁ ଲାଇଟ୍ ହାଉସ୍ ନିକଟ ବେଳାଭୂମିରେ ସ୍ୱଚ୍ଛତା କାର୍ଯ୍ୟକ୍ରମ ଚାଲିଥିବା ବେଳେ ୩ ଜଣ ଛାତ୍ର ସମୁଦ୍ରରେ ବୁଡ଼ି ଯାଇଥିଲେ। ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଜଣେ […]
ଭୁବନେଶ୍ୱର: ରାଜଧାନୀରେ ବଢ଼ୁଛି ଡ୍ରଗ୍ସ ଓ ଅନ୍ଲାଇନ୍ ସେକ୍ସ କାରବାର। ନୂଆ ବର୍ଷରେ ଜୋରଦାର ସେକ୍ସ କାରବାର ପାଇଁ ଚୋରା ବ୍ୟବସାୟୀ ରଚିଛନ୍ତି ଯୋଜନା। ପୁଲିସ୍କୁ ଚକ୍ମା ଦେବା ପାଇଁ ଅନ୍ଲାଇନ୍ ଟ୍ରେଡିଂ ଉପରେ ଦଲାଲ୍ ଓ ବ୍ରାଉନ୍ ସୁଗାର ବେପାରୀ ନୂଆ କୌଶଳ ଆପଣାଉଛନ୍ତି । ଅଧିକ ଲାଭ ଆଶାରେ ରାଜଧାନୀକୁ ଦେଶୀ ଓ ବିଦେଶୀ ଯୁବତୀ ଅଣାଯାଇଥିବା ବେଳେ ଚଳଚଞ୍ଚଳ ହୋଇପଡ଼ିଛି ଛୋଟ, ବଡ଼ ହୋଟେଲ୍ ଆଉ ସ୍ପା। ତେବେ ଆଗକୁ ନୂଆବର୍ଷ ଥିବାରୁ […]
ବାଲେଶ୍ୱର: ଯୁବ ନେତାଙ୍କୁ ଆକ୍ରମଣ। ବାଲେଶ୍ୱର ଜିଲ୍ଲାର ଜଣେ କଂଗ୍ରେସ ନେତାଙ୍କୁ ଦୁର୍ବୃତ୍ତମାନେ ଆକ୍ରମଣ କରିଛନ୍ତି। ତାଙ୍କ ନାଁ ଅଜଗର ଅଲ୍ଲୀ। ଦୁର୍ବୃତ୍ତ ଆକ୍ରମଣରେ ତାଙ୍କ ହାତରେ ଗଭୀର ଆଘାତ ଲାଗିଛି। ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ସାଢ଼େ ୧୦ଟା ବେଳେ ଅଲ୍ଲୀ ଘରକୁ ଫେରୁଥିବା ବେଳେ ୨ଜଣ ଦୁର୍ବୃତ୍ତ ଏକ ଗାଡ଼ିରେ ଆସି ତାଙ୍କୁ ଭୁଜାଲିରେ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ପରେ […]