• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

sheep
ମାହାଙ୍ଗା ବ୍ଲକ ବାଗସରପୁର ଗାଁରେ ମେଣ୍ଢା ମଡ଼କ

କଟକ : ପୁଣି ଅଜଣା ଯନ୍ତୁର ଆତଙ୍କ। କଟକ ଜିଲ୍ଲା ମାହାଙ୍ଗା ବ୍ଲକ ବାଗସରପୁର ଗାଁରେ ମେଣ୍ଢା ମଡ଼କ । ଗତକାଲି ରାତିରେ ସେହି ଗାଁର ମାତାଜି ମହାନ୍ତିଙ୍କ ଗୁହାଳରେ ଅଜଣା ଯନ୍ତୁ ପଶି ଗୋଟେ ମେଣ୍ଢାକୁ ମାରିଦେଇଥିବା ବେଳେ ଆଉ ଗୋଟେ ମେଣ୍ଢା ଆହତ ହୋଇଛି। ତେବେ ଏହି ଅଞ୍ଚଳରେ ମେଣ୍ଢା ପାଳକଙ୍କ ମଧ୍ୟରେ ଭୟ ଓ ଆତଙ୍କ ଦେଖାଦେଇଥିବା ବେଳେ ଘଟଣାର ତଦନ୍ତ ଦାବି ହୋଇଛି।

  • Friday, 16 July 2021
school
ଜମିଜମା ବିବାଦକୁ ନେଇ ଅନୁଗୁଳ ସାନରୋହିଲା ୟୁପି ସ୍କୁଲରେ ତାଲା : ରାସ୍ତାରେ ପାଠ ପଢିଲେ ଛାତ୍ରଛାତ୍ରୀ

ଅନୁଗୁଳ : ଜଣେ ବ୍ୟକ୍ତି ସ୍କୁଲରେ ତାଲା ପକାଇବାରୁ ରାସ୍ତାରେ ପଢିଲେ ଛାତ୍ରଛାତ୍ରୀ। ଏ ଘଟଣା ଘଟିଛି ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ କଦଳୀମୁଣ୍ଡା ପଞ୍ଚାୟତର ସାନରୋହିଲା ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟରେ।  ନିଜର ଜମି ଥିବା ଦର୍ଶାଇ ସେହି ଗ୍ରାମର ଜଣେ ବ୍ୟକ୍ତି ସ୍କୁଲରେ ତାଲ ପକାଇଥିବା ଅଭିଯୋଗ ହୋଇଛି। ଏହାର ସମାଧାନ ପାଇଁ  ଘଟଣା ସ୍ଥଳରେ ପହଞ୍ଚିଛନ୍ତି  ଶିକ୍ଷା ଅଧିକାରୀ, ତହସିଲଦାର ଏବଂ ଥାନା ଅଧିକାରୀ ଜମି ଚିହ୍ନଟ ପରେ ପ୍ରକୃତ ସତ୍ୟ ସାମ୍ନାକୁ ଆସିବା […]

  • Friday, 16 July 2021
chau pattnaik
'ଚ୍ୟାଉ ପଟ୍ଟନାୟକଙ୍କୁ ଟିକେଟ ନଦେଲେ ଅସନ୍ତୋଷ ବଢ଼ିବ'

ବ୍ରହ୍ମପୁର : ଟିକେଟ ଘୋଷଣା ପୂର୍ବରୁ ବ୍ରହ୍ମପୁର ବିଜେଡିରେ ବିଦ୍ରୋହର ପଦଧ୍ୱନୀ। ବ୍ରହ୍ମପୁରର ସିଟିଂ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କ ଟିକେଟ କଟିବା ଚର୍ଚ୍ଚା ପରେ ବିଜେଡିରେ ଦେଖାଦେଇଛି ତୀବ୍ର ଅସନ୍ତୋଷ। ଏହାକୁ ନେଇ ବ୍ରହ୍ମପୁରରେ ଆଜି ଅପରାହ୍ନରେ ବିଜେଡିର ଏକ କର୍ମୀ ସମ୍ମିଳନୀ ବସିଥିଲା। ଯେଉଁଥିରେ ଚ୍ୟାଉ ପଟ୍ଟନାୟକଙ୍କୁ ଟିକେଟ ଦିଆଯାଉ ବୋଲି ଦାବି କରାଯାଇଛି। ପୂର୍ବତନ ଜିଲ୍ଲା ବିଜେଡି ସଭାପତି ସୁବାସ ମହାରଣା କହିଛନ୍ତି ବିଧାୟକ ଚ୍ୟାଉ ପଟ୍ଟନାୟକଙ୍କୁ ବାରମ୍ବାର ଡାକି ଅନ୍ୟ […]

  • Friday, 16 July 2021
puri
ପୁରୀ ପୌରସଂସ୍ଥାର ବାକି ପଡ଼ିଛି କୋଟିଏରୁ ଅଧିକ ଟଙ୍କାର ହୋଲ୍ଡିଂ ଟ୍ୟାକ୍ସ

ପୁରୀ (ମଧୁସୂଦନ ମିଶ୍ର) : ପୁରୀ ପୌର ସଂସ୍ଥାର ବାକି ପଡ଼ିଛି କୋଟିଏରୁ ଅଧିକ ଟଙ୍କାର ହୋଲ୍ଡିଂ ଟାକ୍ସ। ସହରର ଶତାଧିକ ହୋଟେଲ, ରେଷ୍ଟୁରାଣ୍ଟ, ଲଜିଂ ଦେଇ ନାହାଁନ୍ତି କର। ଟାକ୍ସ ଦେଇନଥିବା ତାଲିକାରେ ରହିଛି ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି। ବର୍ଷ ବର୍ଷ ଧରି ହୋଲ୍‌ଡିଂ ଟାକ୍ସ ବାକି ପଡ଼ିଥିଲେ ବି ପ୍ରଶାସନର ନିଘା ନାହିଁ। ପୁରୀ ପୌରସଂସ୍ଥାର ହୋଲ୍ଡିଂ ଟ୍ୟାକ୍ସ ବାକି ରଖିଥିବା ଅନୁଷ୍ଠାନର ଲମ୍ବା ତାଲିକାରୁ ଜଣାପଡିଛି, ଯେଉଁଥିରେ ହୋଟେଲ ସୋନାଲିର ଦୁଇଟି […]

  • Friday, 16 July 2021
bolangiri
ଡୁଙ୍ଗୁରିପାଲି ବିସ୍ଫୋରକ ଗୋଦାମରୁ ଲୁଟ୍ ଅଭିଯୋଗ

ବଲାଙ୍ଗିର : ବଲାଙ୍ଗିର ବେଲପଡ଼ା ନିକଟ ଡୁଙ୍ଗୁରିପାଲି ବିସ୍ଫୋରକ ଗୋଦାମରୁ ଲୁଟ୍ ଅଭିଯୋଗ। ସଂଘବଦ୍ଧ ଭାବେ କିଛି ଲୋକ ଚୋରି କରି କେଉଁଆଡେ ଫେରାର ହୋଇଯାଇଛନ୍ତି।ଏହି ବିସ୍ଫୋରକ ଚୋରି ପଛରେ ନକ୍ସଲଙ୍କ ହାତ ଥିବା ସନ୍ଦେହ କରାଯାଉଛି।  ଘଟଣାସ୍ଥଳରେ ପାଟଣାଗଡ଼ SDPO ଓ ବେଲପଡ଼ା IIC ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ସୂଚନା ଅନୁଯାୟୀ, ୨୦ରୁ ୨୫ ସନ୍ଦିଗ୍ଧ ବ୍ୟକ୍ତି ଗୋଦାମରେ ଚଢ଼ାଉ କରିଥିଲେ। ଏଥି ସହିତ ଗୋଦାମର ୪ କର୍ମଚାରୀଙ୍କୁ ମାଡ଼ ମାରି ସିସିଟିଭି ଭାଙ୍ଗିଦେଇଥିଲେ। ପରେ […]

  • Friday, 16 July 2021
naveen
ରାଜ୍ୟ ମନ୍ତ୍ରୀ ମଣ୍ଡଳରେ ଅଦଳବଦଳ : ପୂର୍ତ୍ତ, ଜଳ ସଂପଦ  ବିଭାଗ ଛାଡିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟ ମନ୍ତ୍ରୀ ମଣ୍ଡଳରେ ଅଦଳବଦଳ। ନିରଞ୍ଜନ ପୂଜାରୀ ହେଲେ ଜଳ ସଂପଦ ମନ୍ତ୍ରୀ। ସେହିଭଳି ପୂର୍ତ୍ତ ବିଭାଗ ପ୍ରଫୁଲ୍ଲ ମଲ୍ଲିକଙ୍କ ନିକଟକୁ ଯାଇଛି। ପୂର୍ତ୍ତ, ଜଳ ସଂପଦ  ବିଭାଗ ଛାଡିଛନ୍ତି ମୁଖ୍ୟମନ୍ତ୍ରୀ। ଅନେକ ଦିନରୁ ନବୀନ ପଟ୍ଟନାୟକଙ୍କ ନିକଟରେ ଜଳ ସଂପଦ, ପୂର୍ତ୍ତ ବିଭାଗ ହାତରେ ଥିଲା। ସେହିପରି ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହ ହେଲେ ଶକ୍ତି ବିଭାଗ ମନ୍ତ୍ରୀ। ଅନନ୍ତ ଦାସଙ୍କୁ ଉଚ୍ଚ ଶିକ୍ଷା ସହ ଶିଳ୍ପ ବିଭାଗ ଦାୟିତ୍ୱ ମିଳିଛି। ସ୍ୱାସ୍ଥ୍ୟ […]

  • Friday, 16 July 2021
raid
ବାଲେଶ୍ୱର ଜିଲ୍ଲାର ବିଭିନ୍ନ ହୋଟେଲ ଉପରେ ଚଢ଼ାଉ

ବାଲେଶ୍ୱର ( ରଶ୍ମିରଂଜନ ଦାସ୍‌) : ବାଲେଶ୍ୱର ଜିଲ୍ଲାର ବିଭିନ୍ନ ହୋଟେଲ ଉପରେ ଚଢ଼ାଉ। ସହରର ବଡ଼ ବଡ଼ ହୋଟେଲରେ ଚଢ଼ାଉ କରି ରନ୍ଧା ଖାଦ୍ୟର ମାନ ଯାଞ୍ଚ କରିଛନ୍ତି ଫୁଡ ସିକ୍ୟୁରିଟି ଅଫିସର। ଶୁକ୍ରବାର ୩୫ କେଜି ବାସି ରନ୍ଧାଖାଦ୍ୟ ଜବତ କରାଯାଇ ନଷ୍ଟ କରାଯାଇଥିଲା। ବାଲେଶ୍ୱର ସହରରେ ଏହି ଅଚନାକ ଚଢାଉ ସମୟରେ ବାସି ଖାଦ୍ୟ ସହ ଖାଦ୍ୟରେ ବ୍ୟବହାର ହେଉଥିବା ରାସାୟନିକ ସାମଗ୍ରୀ ଜବତ କରାଯାଇଛି। ଏହା ସହ ଖାଦ୍ୟର ନମୁନା ପରୀକ୍ଷା […]

  • Friday, 16 July 2021
woman
ଡାହାଣୀ ସନ୍ଦେହରେ ମହିଳାଙ୍କୁ ପିଟିପିଟି ହତ୍ୟା

ରାଉରକେଲା : ଡାହାଣୀ ସନ୍ଦେହରେ ମହିଳାଙ୍କୁ ପିଟିପିଟି ହତ୍ୟା। ଏଭଳି ଅଭିଯୋଗ ଆସିଛି ରାଉରକେଲା କୁଆଁରମୁଣ୍ଡାର ଲତାଖଣ୍ଡି ଗାଁରୁ। ମୃତକ ହେଲେ ଯଶୋଦା ସିଂ। ଗାଁଲୋକଙ୍କ ମାଡରେ ଯଶୋଦାଙ୍କ ସ୍ୱାମୀ ଓ ତାଙ୍କ ପୁଅ ମଧ୍ୟ ଗୁରୁତର ହୋଇଛନ୍ତି। ଉଭୟଙ୍କୁ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣାରେ କୁଆଁରମୁଣ୍ଡା ଫାଣ୍ଡି ପୋଲିସ୧୦ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ଡାହାଣୀ ସନ୍ଦେହରେ ଗତକାଲି ବିଳମ୍ବିତ ରାତିରେ କିଛି ଗ୍ରାମବାସୀ ସଂଘବଦ୍ଧ ଭାବେ ଏହି ଆକ୍ରମଣ କରିଥିବା […]

  • Friday, 16 July 2021
priti
ବିଜେଡି ଛାଡିଲେ ଦାମଙ୍କ ଝିଅ ପ୍ରୀତିନନ୍ଦା ରାଉତରାୟ

ଭୁବନେଶ୍ୱର : ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହେବାପରେ ତାଙ୍କ ଝିଅ ତଥା ଭୁବନେଶ୍ୱରର କର୍ପୋରେଟର ପ୍ରୀତିନନ୍ଦା ରାଉତରାୟ ଆଜି ବିଜେଡିରୁ ଇସ୍ତଫା ଦେଇଛନ୍ତି। ପିତାଙ୍କ ବିରୁଦ୍ଧରେ ଯାଇ ପୁଅ ସମ୍ବିତ ରାଉତରାୟ ଏବେ ବି ବିଜେଡିର ସମ୍ପାଦକ ଭାବେ କାର୍ଯ୍ୟ କରୁଥିଲେ ମଧ୍ୟ ଝିଅ ପ୍ରୀତିନନ୍ଦା ପ୍ରଥମରୁ ହିଁ ପିତାଙ୍କ ପ୍ରତ୍ୟେକ ପଦକ୍ଷେପକୁ ସମର୍ଥନ କରିଆସୁଥିଲେ। ଶ୍ରୀମତୀ ରାଉତରାୟ ତାଙ୍କର ଇସ୍ତଫାପତ୍ର ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ […]

  • Friday, 16 July 2021
cpi
ସିପିଏମ୍‌ ପକ୍ଷରୁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା

ଭୁବନେଶ୍ୱର : ଆଗାମୀ ଲୋକସଭା ନିର୍ବାଚନ ପାଇଁ ସିପିଏମ୍‌ ପକ୍ଷରୁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏନେଇ ସିପିଆଇର ସେଣ୍ଟ୍ରାଲ କମିଟି ପକ୍ଷରୁ ଏକ ପ୍ରେସ୍‌ ଇସ୍ତାହାରରେ ଘୋଷଣା କରାଯାଇଛି। ଏଥିରେ ୪୫ଜଣ ପ୍ରାର୍ଥୀଙ୍କ ନାଁ ରହିଛି। ଭୁବନେଶ୍ୱର ଲୋକସଭା ପାଇଁ ଜନାର୍ଦ୍ଦନ ପତିଙ୍କୁ ଦଳ ପକ୍ଷରୁ ପ୍ରାର୍ଥୀ କରାଯାଇଛି। ପଶ୍ଚିମବଙ୍ଗ ଓ କେରଳର ୧୬ଟି ଲେଖାଏଁ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା ହୋଇଛି। ଗତକାଲି ପଶ୍ଚିମବଙ୍ଗରେ ଏକାଠି ଲଢ଼ିବେ ବୋଲି କଂଗ୍ରେସ୍‌ […]

  • Friday, 16 July 2021
rairangapur
ଘର ଭାଙ୍ଗି ଧାନ ଓ ଚାଉଳ ଖାଇଗଲେ ହାତୀ ପଲ

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ ହାତୀ ଉପଦ୍ରବ।  ଗତକାଲି ବିଳମ୍ବିତ ରାତିରେ ରାଇରଙ୍ଗପୁର ବନଖଣ୍ଡ ଅନ୍ତର୍ଗତ ଗୋରୁମହିଷାଣୀ ଥାନା ଅଞ୍ଚଳରେ ଥିବା ଛତ୍ରମଣ୍ଡଳ ଗାଁରେ ହାତୀପଲ ଘର ଭାଙ୍ଗି ଦେଇଛନ୍ତି। ଛତ୍ରମଣ୍ଡଳ ଗାଁରେ ୫ଟି ଘର ଭାଙ୍ଗି ଦେବା ସହ ଘରେ ଥିବା ଧାନ ଚାଉଳ ଖାଇ ଦେଇଛନ୍ତି।  ରାଇରଙ୍ଗପୁରରେ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ହାତୀପଲକୁ ଘଉଡେଇବାରେ ଲାଗିଛି। ହାତୀପଲ ଛତ୍ରମଣ୍ଡଳ ଗାଁ ନିକଟ ଜଙ୍ଗଲରେ ରହିଛନ୍ତି।  ଏହି ପଲରେ ୧୨ଟି ହାତୀ ଥିବା ଅନୁମାନ […]

  • Friday, 16 July 2021
dama-bishnu
ପୁଣି ଦାମ-ବିଷ୍ଣୁଙ୍କ ଆକ୍ଷେପ-ପ୍ରତିଆକ୍ଷେପ ଆରମ୍ଭ

ଭୁବନେଶ୍ୱର : ପୁଣି ତୁତୁ ମେଁମେଁ ହେଲେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଦାମୋଦର ରାଉତ ଓ ବିଷ୍ଣୁ ଦାସ। ଦାମ ବିଜେପିକୁ ଯିବା ପରେ ପୁଣି ଆକ୍ଷେପ-ପ୍ରତିଆକ୍ଷେପ ଆରମ୍ଭ ହୋଇଛି। ଆଜି ଦାମ କହିଛନ୍ତି ବିଷ୍ଣୁଙ୍କୁ ମୁଁ ରାଜନୀତିକୁ ଆଣିଥିଲି। ତାଙ୍କର ରାଜନୈତିକ ଚରିତ୍ର ନାହିଁ। ସେ ଜଣେ ଅବାଞ୍ଛିତ ବ୍ୟକ୍ତି। ବିଷ୍ଣୁ ବଞ୍ଚିଥିବା ଯାଏ ଲୋକସଭା କି ବିଧାନସଭା ଦେଖିବେ ନାହିଁ। ଅନ୍ୟପକ୍ଷରେ ଦାମଙ୍କୁ ବି ସମାନ ଢଙ୍ଗରେ କଟାକ୍ଷ କରିଛନ୍ତି ବିଜେଡି ନେତା ବିଷ୍ଣୁ […]

  • Friday, 16 July 2021
temp
ରାଜ୍ୟରେ ଆହୁରି ବଢିବ ତାତି

ଭୁବନେଶ୍ୱର: ରାଜ୍ୟରେ ଆହୁରି  ବଢିବ ତାତି।  ଏଭଳି  ପୁର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର। ଓଡିଶା ଉପରେ ପବନର ଗତି ପରିବର୍ତ୍ତନ ହେଉଛି। ପୂର୍ବରୁ ଓଡିଶା ଉପରକୁ ଉତ୍ତର ଦିଗରୁ ପବନ ବହୁଥିବା ବେଳେ  ଏବେ ଦକ୍ଷିଣ ଦିଗରୁ ପବନ ପ୍ରବାହିତ ହେଉଛି। ଯାହା ରାଜ୍ୟରେ ତାତି ବଢାଇବାରେ ସହାୟକ ହେବ ବୋଲି କହିଛି ପାଣିପାଗ ବିଭାଗ କେନ୍ଦ୍ର।

  • Friday, 16 July 2021
prakash
କଂଗ୍ରେସ ଛାଡ଼ିଲେ ସାଲେପୁର ବିଧାୟକ ପ୍ରକାଶ ବେହେରା

ସାଲେପୁର : କଂଗ୍ରେସ ଛାଡ଼ିଲେ ଆଉ ଜଣେ ବିଧାୟକ। ସାଲେପୁର ବିଧାୟକ ପ୍ରକାଶ ବେହେରା ଆଜି କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି।  ଆଜି ସେ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କୁ ଇସ୍ତଫା ପତ୍ର ପଠାଇଛନ୍ତି। ଏଥିରେ ସେ ଦର୍ଶାଇଛନ୍ତି, ଦଳରେ ତାଙ୍କୁ ବାରମ୍ବାର ଅଣଦେଖା କରାଯାଇଛି।  କଟକ ଜିଲ୍ଲା କଂଗ୍ରେସ ସଭାପତି ପଦରୁ ତାଙ୍କୁ ହଟାଯିବା ସହ ଦଳୀୟ ନେତୃତ୍ୱ ତାଙ୍କୁ ବାରମ୍ବାର ଅପମାନିତ କରିଛନ୍ତି। ଏ ନେଇ ସେ ପିସିସି ସଭାପତିଙ୍କୁ ଜଣାଇଥିଲେ […]

  • Friday, 16 July 2021
HC bench
ତେଜିଲା ଉତ୍ତର ଓଡିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି

ଭୁବନେଶ୍ୱର: ଜୋରଧରିଲା ଉତ୍ତର ଓଡିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି।  ବାଲେଶ୍ୱର ବାର ଆସୋସିଏସନ ପକ୍ଷରୁ ଆଜି ଓ ଆସନ୍ତା ସୋମବାର ସମସ୍ତ କାର୍ଯ୍ୟବନ୍ଦ କରିବା ସହ କୋର୍ଟ ବନ୍ଦ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ତୁରନ୍ତ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଏବଂ ଜୁଡିସିଆଲ ଫାଷ୍ଟକ୍ଲାସ ମାଜିଷ୍ଟ୍ରେଟ୍ ପଦବୀ ପୂରଣ ଦାବିରେ ବନ୍ଦ ଡାକରା ଦିଆଯାଇଛି।

  • Friday, 16 July 2021
protest
ବିଧାୟକଙ୍କ ବିରୋଧରେ ନବୀନ ନିବାସରେ ଫେରାଦ

ଭୁବନେଶ୍ୱର : ବିଜେଡ଼ି ବିଧାୟକମାନଙ୍କୁ ବିରୋଧ କରି ନବୀନ ନିବାସରେ ଫେରାଦ। ନିଆଳି ବିଧାୟକ ପ୍ରମୋଦ ମଲ୍ଲିକଙ୍କୁ ବିରୋଧ କରି ତାଙ୍କ ନିର୍ବାଚନମଣ୍ଡଳୀର କିଛି ନେତା କର୍ମୀ ନବୀନ ନିବାସ ଆସିଛନ୍ତି। ବିଧାୟକ ପିସି କାରବାରରେ ସମ୍ପୃକ୍ତ ଥିବା ଅଭିଯୋଗ କରି ତାଙ୍କୁ  ଟିକେଟ ନ ଦେବା ଲାଗି ସେମାନେ ସୁପ୍ରିମୋଙ୍କ ନିକଟରେ ଫେରାଦ ହୋଇଛନ୍ତି। ସେହିପରି ସମ୍ବଲପୁର ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କୁ ମଧ୍ୟ ବିରୋଧ କରିଛନ୍ତି ତାଙ୍କ ନିର୍ବାଚନମଣ୍ଡଳୀର କିଛି ଲୋକ। ଏ ନେଇ ସେମାନେ […]

  • Friday, 16 July 2021
niranjan
କଂଗ୍ରେସର ଟିକଟ କସରତ

ଭୁବନେଶ୍ୱର : ୧୫ଟି ଲୋକସଭା ଓ ୧୦୫ଟି ବିଧାନସଭା ଆସନ ପାଇଁ କଂଗ୍ରେସର ପ୍ରାର୍ଥୀ ଚୟନ ପ୍ରାୟତଃ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଖୁବ୍ ଶୀଘ୍ର ତାଲିକା ଘୋଷଣା କରାଯିବ। ୩ଟି ଲୋକସଭା ଆସନ ପାଇଁ ଜେଏମ୍ଏମ୍, ସିପିଆଇ ଓ ସିପିଏମ୍ ସହ ଆସନ ବୁଝାମଣା ଚୂଡ଼ାନ୍ତ ହୋଇଛି। ଏହି ସୂଚନା ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ସେ କହିଛନ୍ତି, ମହିଳାଙ୍କୁ ଅଧିକ ଟିକେଟ୍ ଦେବା ପାଇଁ ହାଇକମାଣ୍ଡ ନିର୍ଦ୍ଦେଶ ଦେଇଛନ୍ତି। ପ୍ରାର୍ଥୀ ଚୟନ ନେଇ ଦିଲ୍ଲୀରେ […]

  • Friday, 16 July 2021
tourist bus
ଜଳିଗଲା ଟୁରିଷ୍ଟ ବସ୍

ଭୁବନେଶ୍ୱର: ରାଜଧାନୀରେ ଜଳିଗଲା ଟୁରିଷ୍ଟ ବସ୍। ବାଣୀବିହାର ସତସଙ୍ଗ ବିହାର ନିକଟରେ ଏଭଳି ଘଟଣା ଘଟିଛି। ଗତକାଲି ରାତିରେ ପାର୍କିଂ କରାଯାଇଥିବା ବେଳେ ନିଆଁ ଲାଗି ଥିବାର ସୂଚନା ମିଳିଛି। ବସଟି ଜଳିବା ସମୟରେ କୌଣସି ଯାତ୍ରୀ କିମ୍ବା ଡ୍ରାଇଭର ନଥିଲେ। ନିଆଁର କାରଣ ଅସ୍ପଷ୍ଟ। ତେବେ ଟୁରିଷ୍ଟ ବସ୍ କେଉଁଠାରୁ କେଉଁଠିକୁ ଯାଉଥିଲା ତାହା ମଧ୍ୟ କିଛି ଜଣାପଡ଼ିନାହିଁ। ବସଟିକୁ ଜାଳି ଦେଇଥିବାର ସନ୍ଦେହ କରାଯାଉଛି। ଅନ୍ୟପକ୍ଷରେ, ଅଗ୍ନିଶମ ବିଭାଗ ପକ୍ଷରୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।

  • Friday, 16 July 2021
deadbody
କୂଅରୁ ମିଳିଲା ନିଖୋଜ ଯୁବକଙ୍କ ମୃତଦେହ

ସୁବର୍ଣ୍ଣପୁର ( ରବିନ୍ଦ୍ର ହୋତା) : କୂଅରୁ ଭାସୁଥିବା ଅବସ୍ଥାରେ ମିଳିଲା ଯୁବକଙ୍କ ମୃତଦେହ। ମୃତକ ହେଲେ ସୁବର୍ଣ୍ଣପୁର ଜିଲ୍ଲା ମହଦା ପଂଚାୟତ ବ୍ରାହ୍ମଣୀପାଲି ଗାଁର ସୁଶାନ୍ତ ନାଏକ। ଗତ ୧୦ ତାରିଖରେ ସୁଶାନ୍ତ ପିପିଲିପାଲି ଗାଁକୁ ବରଯାତ୍ରୀ ଆସି ଆଉ ଫେରିନଥିଲେ। ତାଙ୍କ ପରିବାର ଲୋକ ବହୁ ଖୋଜାଖୋଜି ପରେ ନପାଇବାରୁ ବୀରମହାରାଜପୁର ଥାନାରେ ଏକ ନିଖୋଜ ହୋଇଥିବାର ରିପୋର୍ଟ କରିଥିଲେ। ଆଜି ପିପିଲିପାଲି ଗାଁ ମଝିରେ ଥିବା ଏକ କୂଅରେ ସୁଶାନ୍ତଙ୍କ ମୃତ ଦେହ […]

  • Friday, 16 July 2021
exam--1
ଆଜି ରାଜନୀତି ବିଜ୍ଞାନ ବିଷୟରେ ପରୀକ୍ଷା

ଭୁବନେଶ୍ୱର : ଯୁକ୍ତ ୨ରେ ଆଜି କଳା ବିଭାଗର ଛାତ୍ରଛାତ୍ରୀ ରାଜନୀତି ବିଜ୍ଞାନ ବିଷୟରେ ପରୀକ୍ଷା ଦେବେ। ଗତକାଲି ଦେବଗଡ଼ କଲେଜରେ ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ବେଳେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ପରୀକ୍ଷାର୍ଥୀ କପି କରିବାକୁ ଜିଦ୍ ଧରିଥିଲେ। ତେଣୁ ଆଜିର ପରୀକ୍ଷାରେ କପି ରୋକିବାକୁ କି କି ପଦକ୍ଷେପ ଗ୍ରହଣ କରାଯାଉଛି, ତା ଉପରେ ସମସ୍ତଙ୍କ ନଜର ରହିଛି।

  • Friday, 16 July 2021
dama-jhigh cout
ଦାମଙ୍କ ବିରୋଧରେ ଥିବା ଜାତିଆଣ ଆକ୍ଷେପ ମାମଲାକୁ ରଦ୍ଦ କଲେ ହାଇକୋର୍ଟ

ଭୁବନେଶ୍ୱର : ପାରାଦୀପ ବିଧାୟକ ଡାକ୍ତର ଦାମୋଦର ରାଉତଙ୍କୁ ମିଳିଛି ଆଶ୍ୱସ୍ତି। ତାଙ୍କ ବିରୋଧରେ ହୋଇଥିବା ଜାତିଆଣ ଆକ୍ଷେପ ମାମଲାକୁ ରଦ୍ଦ କରି ଦେଇଛନ୍ତି ହାଇକୋର୍ଟ। ସୂଚନା ଯେ,୨୦୧୦ ମସିହାରେ ଦାମୋଦର ରାଉତ ଏକ ସାଧାରଣ ସଭାରେ ଜାତିଆଣ ଆକ୍ଷେପ କରିଥିଲେ। ଏନେଇ ମନୋଜ ଭୋଇ ନାମକ ଜଣେ ବ୍ୟକ୍ତି କୁଜଙ୍ଗ ଥାନାରେ ଏତଲା ଦେଇଥିଲେ। ଏହାପରେ ମାମଲା ଖାରଜ କରିବା ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଦାମୋଦର। ହାଇକୋର୍ଟ ଏହି ମାମଲାକୁ ରଦ୍ଦ କରିଦେଇଛନ୍ତି।

  • Friday, 16 July 2021
wine protest
ଜୋର ଧରିଲା ମଦ ବିରୋଧୀ ଆନ୍ଦୋଳନ : ଦେଶୀ ମଦ ଦୋକାନରେ ପଶି ବ୍ୟାପକ ଭଙ୍ଗାରୁଜା କଲେ ଉତ୍ତ୍ୟକ୍ତ ମହିଳା

ଖୋର୍ଦ୍ଧା : ମହିଳାଙ୍କ ମଦ ବିରୋଧୀ ଆନ୍ଦୋଳନ। ଖୋର୍ଦ୍ଧା ଜିଲ୍ଲା ଜଟଣୀ ମାଛ ମାର୍କେଟରେ ଥିବା ମଦ ଦୋକାନ ଭାଙ୍ଗିଛନ୍ତି ମହିଳା। ମାର୍କେଟରେ ଏକ ଦେଶୀ ମଦ ଦୋକାନ ଥିବାବେଳେ ତାହାକୁ ସ୍ଥାନୀୟ ଲୋକେ ବିରୋଧ କରିଆସୁଥିଲେ। ଆଜି ମହିଳାମାନେ ଏକତ୍ରିତ ହୋଇ ଦୋକାନ ବନ୍ଦ ଥିବା ବେଳେ କବାଟ ଭାଙ୍ଗି ମଦ ବୋତଲ ଆଣି ରାସ୍ତାରେ ଭାଙ୍ଗିଥିଲେ। ଖବରପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ପରିସ୍ଥିତକୁ ଆୟତ୍ତ କରିଛି।  ଏହାସହ ମହିଳାମାନଙ୍କୁ ଏକ ଅଟୋ ସାହାଯ୍ୟରେ ଥାନାକୁ […]

  • Friday, 16 July 2021
rourkela
ସୁନ୍ଦରଗଡ଼ରେ ବାଣ ଫୁଟି ୨ ଶିଶୁ ଗୁରୁତର 

ସୁନ୍ଦରଗଡ଼ : ବାଣ ଫୁଟି ୨ ଶିଶୁ ଗୁରୁତର। ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଦେଓକରଣ ଗାଁରେ ଘଟିଛି ଏହି ଅଘଟଣ।  ବାଣ ବିସ୍ଫୋରଣ ହେବାରୁ ୨ ଶିଶୁ ଗୁରୁତର ହୋଇଛନ୍ତି। ବାଣ ରହିଥିବା ଏକ ଗାଡିରେ ନିଆଁ ଲାଗିଯାଇ ଏହି ବିସ୍ଫୋରଣ ହୋଇଛି।ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତ ୨ଶିଶୁଙ୍କୁ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ହାତୀ ଘଉଡ଼ାଇବାକୁ ବନ କର୍ମଚାରୀମାନେ ଏକ ଗାଡିରେ ବାଣ ରଖିଥିବା ନେଇ ସୂଚନା ମିଳିଛି। କୌଣସି କାରଣବଶତଃ ବାଣରେ ନିଆଁ […]

  • Friday, 16 July 2021
holika
ରାଉରକେଲାରେ ହୋଲିକା ଦହନ କାର୍ଯ୍ୟକ୍ରମ ଅନୁଷ୍ଠିତ

ରାଉରକେଲା : ହୋଲି ଉତ୍ସବ ପାଳନ ଅବସରରେ ଗତକାଲି ରାଉରକେଲାରେ ହୋଲିକା ଦହନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସାଧାରଣତଃ ଦୋଳପୂର୍ଣ୍ଣିମାରେ ମାରବାଡି ସମାଜ ପକ୍ଷରୁ ଏହି ଉତ୍ସବ ପାଳନ କରାଯାଇଥାଏ। ଅଧର୍ମ ଉପରେ ଧର୍ମର ବିଜୟ ପ୍ରତୀକ ସ୍ୱରୁପ ଏହି ଉତ୍ସବରେ ହୋଲିକାକୁ ଦହନ କରାଯାଇଥାଏ। ଏଥିରେ ମୁଖ୍ୟ ଅତିଥିଭାବେ ବିଧାୟକ ଦିଲୀପ ରାୟ ଯୋଗ ଦେଇଥିଲେ। ଏହି ଅବସରରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

  • Friday, 16 July 2021
holi
ଆଜି ରଙ୍ଗର ପର୍ବ ହୋଲି : ଗାଁ ଠୁ ସହର ସବୁଠି ଉତ୍ସବର ମାହୋଲ

ଭୁବନେଶ୍ୱର : ଆଜି ରଙ୍ଗର ପର୍ବ ହୋଲି।  ଏଥିପାଇଁ  ଗାଁ ଠୁ ସହର ସବୁଠି ଉତ୍ସବର ମାହୋଲ।  ପରସ୍ପରକୁ ରଙ୍ଗ ଲଗାଇ ହୋଲିର ମଜା ନେଉଛନ୍ତି ସମସ୍ତେ।  ଭାଇଚାରାର  ସହର କଟକରେ ମଧ୍ୟ ହୋଲି ଖେଳକୁ ନେଇ ବେଶ ଉତ୍ସାହ ଦେଖାଦେଇଛି। ଚଳିତ ବର୍ଷ ଫ୍ୟାନ୍ସିଂ ଓ ହରବାଲ ରଙ୍ଗରେ ଲୋକେ ହୋଲି ଖେଳୁଥିବା ଦେଖିବାକୁ ମିଳୁଛି। ରାଜଧାନୀରେ ମଧ୍ୟ ହୋଲିକୁ ନେଇ ଲୋକଙ୍କ ମଧ୍ୟରେ ବେଶ ଆଗ୍ରହ ଦେଖାଦେଇଛି। ସେପଟେ ହୋଲିରେ ସହରରେ କିଭଳି ଆଇନ […]

  • Friday, 16 July 2021