• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

protest
ରାଜନଗର ବିଧାନସଭା ପ୍ରାର୍ଥୀ ଧ୍ରୁବ ସାହୁଙ୍କୁ ବିରୋଧ

ଭୁବନେଶ୍ୱର : ଟିକଟ ବଣ୍ଟନକୁ ନେଇ ବିଜେଡିରେ ତେଜିବାରେ ଲାଗିଛି ଅସନ୍ତୋଷ। ରାଜନଗର ବିଧାନସଭା ପ୍ରାର୍ଥୀ ଧ୍ରୁବ ସାହୁଙ୍କୁ ବିରୋଧ। ଗୋଟିଏ ପଟେ ଧ୍ରୁବ ସାହୁ ନବୀନ ନିବାସରୁ ଟିକେଟ ନେଇ ଯାଉଥିବାବେଳେ ଅନ୍ୟପଟେ ନବୀନ ନିବାସ ଆଗରେ କିଛି ବିରୋଧି ଗୋଷ୍ଠୀ ତାଙ୍କୁ ବିରୋଧ କରିଛନ୍ତି। ଧ୍ରୁବ ସାହୁଙ୍କ ବିରୋଧରେ ନାରାବାଜି ଦେବା ସହ ରାଜନଗରରେ ପ୍ରାର୍ଥୀ ପରିବର୍ତ୍ତନ ପାଇଁ ସେମାନେ ଦାବି କରିଛନ୍ତି। ଧ୍ରୁବ ସାହୁଙ୍କୁ ଯଦି ପରିବର୍ତ୍ତନ କରାନଯାଏ, ତେବେ କେନ୍ଦ୍ରାପଡ଼ା ବିଜେଡି […]

  • Friday, 16 July 2021
school studeent
ପୁଣି ବାରିପଦାରେ ଜିଲ୍ଲାପାଳଙ୍କୁ ଭେଟିବାକୁ ସ୍କୁଲ ପାଚେରୀ ଡେଇଁଲେ ଶତାଧିକ ଛାତ୍ରଛାତ୍ରୀ : ସ୍କୁଲ ସମସ୍ୟା ଜଣାଇବାକୁ ଚାଲିଲେ ମାଇଲ ମାଇଲ ବାଟ

ବାରିପଦା : ଜିଲ୍ଲାପାଳଙ୍କୁ ଭେଟିବାକୁ ମୟୂରଭଞ୍ଜ ଜିଲ୍ଲାରେ ପୁଣି ସ୍କୁଲ ପାଚେରୀ ଡେଇଁଲେ ଛାତ୍ରଛାତ୍ରୀ। ବାରିପଦାରେ ଜିଲ୍ଲାପାଳଙ୍କୁ ଭେଟି ସ୍କୁଲ ସମସ୍ୟା ଜଣାଇବାକୁ ଶ୍ୟାମାଖୁଣ୍ଟା ବ୍ଲକ୍ SSD ସ୍କୁଲର ପ୍ରାୟ ୧୦୦ଜଣ ଛାତ୍ରଛାତ୍ରୀ ୧୫ କିଲୋମିଟର ବାଟ ଚାଲିଚାଲି ଆସିଛନ୍ତି। ପଞ୍ଚମରୁ ଦଶମ ଶ୍ରେଣୀର ଏହି ଛାତ୍ରଛାତ୍ରୀ ସ୍କୁଲରେ ମଧ୍ୟାହ୍ନ ଭୋଜନ ଅବ୍ୟବସ୍ଥା, ଛାତ୍ରଛାତ୍ରୀଙ୍କୁ ପ୍ରଧାନ ଶିକ୍ଷକ ଧମକ ଦେଉଥିବା ଓ କୌଣସି ଉଚ୍ଚ ଅଧିକାରୀ ଏନେଇ କାର୍ଯ୍ୟାନୁଷ୍ଠାନ ନେଉନଥିବା ସେମାନେ ଜିଲ୍ଲାପାଳଙ୍କୁ ଜଣାଇବେ ବୋଲି କହିଛନ୍ତି। […]

fake note
୧୧୨ ଖଣ୍ଡ ଜାଲ ୧୦୦ ଟଙ୍କିଆ ନୋଟ୍ ଜବତ, ୫ଜଣ ଗିରଫ

ନୂଆପଡା : ନୂଆପଡା ଜିଲ୍ଲା ଖରିଆର ଥାନା ପୋଲିସ୍‌ ଚଢାଉ କରି ୧୧୨ ଖଣ୍ଡ ଜାଲ ୧୦୦ ଟଙ୍କିଆ ନୋଟ୍ ଜବତ କରିଛି। ଗିରଫ ହୋଇଛନ୍ତି ୫ଜଣ ଅଭିଯୁକ୍ତ। ପ୍ରଥମେ ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପୋଲିସ ଖରିଆର ଥାନାର ଚାଲାଣପଡାରେ ଚଢାଉ କରିଥିଲା। ଚଢାଉ ବେଳେ ୪୫ଟି ଜାଲ ୧୦୦ ଟଙ୍କିଆ ନୋଟ୍ ଜବତ କରିଥିଲା। ଏହାପରେ ଗିରଫ ୨ ଅଭିଯୁକ୍ତଙ୍କ ସୂଚନା ଆଧାରରେ ପୁଣିଥରେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡାର ଚିଚିଆ ଓ ତେମେରି […]

ranjiv
ଜାତୀୟ ମୁଖପାତ୍ର ଭାବେ ନିଯୁକ୍ତି ପାଇଲେ ରଞ୍ଜୀବ ବିଶ୍ୱାଳ

ଭୁବନେଶ୍ୱର : ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସ ସାଂସଦ ରଞ୍ଜୀବ ବିଶ୍ୱାଳଙ୍କୁ ମିଳିଲା ନୂଆ ଦାୟିତ୍ୱ। କଂଗ୍ରେସ ରାଜ୍ୟସଭା ସଭ୍ୟ ରଞ୍ଜୀବଙ୍କୁ ଜାତୀୟ ମୁଖପାତ୍ର ଭାବେ ଦଳ ପକ୍ଷରୁ ନିଯୁକ୍ତ କରାଯାଇଛି। କଂଗ୍ରେସ ସଭାପତି ରାହୁଲ ଗାନ୍ଧି ରଞ୍ଜୀବଙ୍କ ନିଯୁକ୍ତିକୁ ଅନୁମୋଦନ କରିଥିବା ନେଇ ପ୍ରେସ୍ ବିଜ୍ଞପ୍ତି ଜରିଆରେ ଦଳ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି କଂଗ୍ରେସ ନେତା ଶୈଳେନ୍ଦ୍ରଙ୍କୁ ଜାତୀୟ ମିଡିଆ କୋଡିନେଟର୍ ଭାବେ ନିଯୁକ୍ତି ମିଳିଛି। ରଞ୍ଜୀବ ଏବେ ଓଡ଼ିଶାରୁ ରାଜ୍ୟସଭାକୁ ପ୍ରତିନିଧିତ୍ୱ କରୁଛନ୍ତି।

  • Friday, 16 July 2021
dharmendra
ବିରାଟ ରୋଡ ସୋ କରି କେନ୍ଦ୍ରମନ୍ତ୍ରୀଙ୍କୁ ପାଛୋଟି ନେଲେ କର୍ମୀ

ଭୁବନେଶ୍ୱର: ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ନିର୍ବାଚିତ ହେବା ପରେ ଆଜି ପ୍ରଥମଥର ଓଡ଼ିଶା ଆସିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଧର୍ମେନ୍ଦ୍ର ପାଖାପାଖି ଦିନ ୧.୨୦ ମିନିଟରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଥିଲେ। ଏହାପରେ ଶହ ଶହ ବିଜେପି ନେତା ଓ କର୍ମୀ ତାଙ୍କୁ ପାଛୋଟି ନେବା ସହ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଏକ ବିରାଟ ରୋଡ ସୋ ଜରିଆରେ କେନ୍ଦ୍ରମନ୍ତ୍ରୀଙ୍କୁ ଦଳୀୟ କାର୍ଯ୍ୟାଳୟକୁ ନିଆଯାଇଥିଲା। ସେଠାରେ ସେ ବରିଷ୍ଠ ନେତା ମାନଙ୍କ ସହ ବୈଠକ କରିବେ। ଧର୍ମେନ୍ଦ୍ରଙ୍କୁ […]

Body Carried On Trolley For 8 Hrs
ଶବ ବୁଲିଲା ସହର ସାରା

ଭୁବନେଶ୍ୱର: ଭାଇର ମୃତଦେହର ସଂସ୍କାର ପାଇଁ ୮ ଘଣ୍ଟା ଧରି ଟ୍ରଲିରେ ବୁଲିଲା ଭାଇ। ମୃତଦେହ ପୋତିବାକୁ ନେଇ ତାଙ୍କୁ ହନ୍ତସନ୍ତ ହେବାକୁ ପଡିଥିଲା। ରାଉରକେଲାରେ ଘଟିଛି ଏଭଳି ଅଭାବନୀୟ ଘଟଣା। ସୂଚନା ଅନୁଯାୟୀ, ଇନ୍ଦିରା ନଗରର ଧରମ୍ବୀର ଲୋହାରଙ୍କ ଗୁରୁବାର ଦିନ ମୃତ୍ୟୁ ହୋଇଥିଲା। ଏହାପରେ ତାଙ୍କ ମୃତଦେହକୁ ନେଇ ଭାଇ ମଙ୍ଗଲ୍ ଲୋହାର ପୋତିବାକୁ ଯାଇଥିଲେ। ତେବେ ଯେଉଁଠାକୁ ବି ଯାଇଥିଲେ ତାଙ୍କୁ ବାରଣ କରାଯାଇଥିଲା ବୋଲି ସେ ଅଭିଯୋଗ କରିଛନ୍ତି। ପରେ ସ୍ଥାନୀୟ […]

mohan
ବିଜେଡିରୁ ଇସ୍ତଫା ଦେଲେ ଯାଜପୁରର ପୂର୍ବତନ ସାଂସଦ ମୋହନ ଜେନା

ଭୁବନେଶ୍ୱର : ପୁଣି ବିଜେଡିରେ ତେଜିଲା ଟିକେଟ୍ ଅସନ୍ତୋଷ। ଟିକେଟ୍ ମିଳନଥିବାରୁ ଆଜି ଦଳରୁ ଇସ୍ତଫା ଦେଇଛନ୍ତି ଯାଜପୁରର ପୂର୍ବତନ ସାଂସଦ ମୋହନ ଜେନା। ସେ ତାଙ୍କ ଇସ୍ତଫା ପତ୍ରରେ ନବୀନ ସରକାରଙ୍କ ଉପରେ ପ୍ରବଳ ବର୍ଷିବା ସହ ପ୍ରାଥମିକ ସଦସ୍ୟ ପଦରୁ ବି ଛାଡ଼ିଥିବା ଉଲ୍ଲେଖ କରିଛନ୍ତି। ସେପଟେ ପୁରୀ ମ୍ୟୁନିସିପାଲିଟିର ପୂର୍ବତନ ଚେୟାରମ୍ୟାନ୍ ଜୟନ୍ତ ଷଡ଼ଙ୍ଗୀ ମଧ୍ୟ ଆଜି ବିଜେଡିରୁ ଇସ୍ତଫା ଦେଇଛନ୍ତି। ବିଧାୟକ ମହେଶ୍ୱର ମହାନ୍ତିଙ୍କ ଏକାଚାଟିଆ କାରବାରରେ ଅତିଷ୍ଠ ହୋଇ ସେ […]

  • Friday, 16 July 2021
student4
ବିପର୍ଯ୍ୟସ୍ତ ଶିକ୍ଷା : ବିପଦସଙ୍କୁଳ ଅବସ୍ଥାରେ ଗଢ଼ା ଯାଉଛି ଦେଶର ଭବିଷ୍ୟ

କରଞ୍ଜିଆ (ସତ୍ୟବ୍ରତ ବେହେରା)/ ରାୟଗଡ଼ା (ମନୋଜ ପାତ୍ର) : ଶିକ୍ଷା ଭଳି ମୌଳିକ ସୁବିଧା ପାଇଁ ସରକାରଙ୍କ କେତେ କ’ଣ ଯୋଜନା କରାଯାଉଛି। ପ୍ରାଥମିକ ବିଦ୍ୟାଳୟରୁ ବିଶ୍ୱବିଦ୍ୟାଳୟ ସ୍ତରରେ ସବୁଠି ଶିକ୍ଷାକୁ ଗୁରୁତ୍ୱ ଦିଆଯାଉଛି। ହେଲେ ଆମ ରାଜ୍ୟରେ ଏବେ ବି ଯେମିତି ଅଣ୍ଟା ସଳଖି ପାରିନି ପ୍ରାଥମିକ ଶିକ୍ଷା ବ୍ୟବସ୍ଥା। କେଉଁଠି ସ୍କୁଲ ଘର ନାହିଁ ତ ଆଉ କେଉଁଠି ଶିକ୍ଷକ ଶିକ୍ଷୟିତ୍ରୀ ନାହାନ୍ତି। ତେଣୁ ଅଭାବ ଓ ଅସୁବିଧା ଭିତରେ ପାଠ ପଢିବାକୁ ବାଧ୍ୟ […]

  • Friday, 16 July 2021
bijaya
ବିଜେପିକୁ ଫେରିଲେ ବିଜୟ

ଭୁବନେଶ୍ୱର : ବିଜେପିକୁ ଫେରିଛନ୍ତି ବରିଷ୍ଠ ନେତା ବିଜୟ ମହାପାତ୍ର। ଦଳରୁ ଇସ୍ତଫା ଦେବାର ପ୍ରାୟ ୪ ମାସ ପରେ ବିଜୟଙ୍କ ମାନଭଞ୍ଜନ କରି ତାଙ୍କୁ ପୁଣି ଦଳକୁ ଆଣିଛି ବିଜେପି। ଏଥର ପୁଣି ନିର୍ବାଚନ ମଇଦାନକୁ ଓହ୍ଲାଇବେ ବିଜୟ। ତେବେ ଦଳ ତାଙ୍କୁ ପାଟକୁରା କିମ୍ବା ମହାକାଳପଡ଼ାରୁ ପ୍ରାର୍ଥୀ କରିବ ତାହା ସ୍ପଷ୍ଟ ହୋଇନି। ସୂଚନାଯୋଗ୍ୟ, ଗୋଟିଏ ଇସ୍ତଫା ପତ୍ରରେ ବିଜୟ ଓ ଦିଲୀପ ରାୟ ଦସ୍ତଖତ କରିଥିଲେ। ଏବେ ବିଜୟ ଫେରି ଥିବାରୁ ଦିଲୀପଙ୍କ […]

  • Friday, 16 July 2021
ganja
ବହୁ ପରିମାଣର ଗଞ୍ଜେଇ ଜବତ, ୨ ଅଭିଯୁକ୍ତ ଗିରଫ

କଟକ (ବିଶ୍ୱଜିତ୍‌ ଆଚାର୍ଯ୍ୟ) : କଟକ ମଙ୍ଗୁଳି ଟୋଲ୍ ଗେଟ୍ ନିକଟରୁ ବହୁ ପରିମାଣର ଗଂଜେଇ ଜବତ ଏବଂ ୨ ଅଭିଯୁକ୍ତ ଗିରଫ ହୋଇଛନ୍ତି। କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ପାଖାପାଖି ଏକ କୁଇଣ୍ଟାଲ ୨୧ କେଜି ଗଞ୍ଜେଇ ଜବତ କରିଛି। ଏହି ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୫ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି। ସୂଚନା ମୁତାବକ, ଖୋର୍ଦ୍ଧାରୁ ଏକ ଗାଡ଼ିରେ ଗଞ୍ଜେଇ କୋଲକତା ଯାଉଥିବା ଖବର ପାଇଥିଲା ଗୁଇନ୍ଦା ବିଭାଗ। ଏହାପରେ […]

  • Friday, 16 July 2021
ram nath kovind
କାଲି ଓଡ଼ିଶା ଆସିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ଓଡ଼ିଶା: ଆସନ୍ତାକାଲିଠୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଏଥିପାଇଁ ରାଜଧାନୀ ଭୁବନେଶ୍ୱରରେ ଅଭୁତପୂର୍ବ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଭୁବନେଶ୍ୱରରେ ୩୦ ଫ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି। ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ଗତକାଲି କମିଶନରେଟ୍ ପୋଲିସ ପକ୍ଷରୁ ଅନୁଷ୍ଠିତ ହୋଇଥିଲା କାରକେଡ ରିହରସଲ। ରାଷ୍ଟ୍ରପତି ଭୁବନେଶ୍ୱରରେ ପହଞ୍ଚିବା ପରେ କଟକ ଓ ପୁରୀରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ତେଣୁ ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ କଟକ କମିଶନରେଟ ପୋଲିସ ପକ୍ଷରୁ ମଧ୍ୟ ପ୍ରସ୍ତୁତି […]

dacoit
ଡକାୟତି ଉଦ୍ୟମ ବେଳେ ଧରା ପଡିଲେ ୩ ଅଭିଯୁକ୍ତ

ଖୋର୍ଦ୍ଧା (ବଳରାମ ଲେଙ୍କା) : ଡକାୟତି ଉଦ୍ୟମ ବେଳେ ପୁଲିସ ହାତରେ ଧରା ପଡିଲେ ୩ ଅଭିଯୁକ୍ତ। ଖୋର୍ଦ୍ଧା ସଦର ଥାନା ପୁଲିସର ପାଟ୍ରୋଲିଂ ବେଳେ ତାପଙ୍ଗ ଛକ ନିକଟ ଜାତୀୟ ରାଜପଥରେ ଡକାୟତି ଉଦ୍ୟମ ପାଇଁ ପ୍ରସ୍ତୁତି କରୁଥିବା ଏକ ଡକାୟତ ଦଳ ଉପରେ ପୁଲିସ୍‌ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ଦୁଇଜଣ ଅଭିଯୁକ୍ତ ଖସି ପଳାଇଥିବା ବେଳେ ଅନ୍ୟ ୩ ଜଣଙ୍କୁ ପୁଲିସ୍‌ ଗିରଫ କରିଥିଲା। ଗିରଫ ଅଭିଯୁକ୍ତ ମାନେ ହେଲେ ଖୋର୍ଦ୍ଧା ଜିଲ୍ଲା […]

  • Friday, 16 July 2021
d-brothers
ବିଜୟ ପାଲ୍ ଗୁଳିକାଣ୍ଡ ଘଟଣା: ଭଏସ୍ ଟେଷ୍ଟ ପାଇଁ ମନା କଲେ ସୁଶାନ୍ତ ଧଳସାମନ୍ତ, ରଂଜିତା ବିଶ୍ୱାଳ

କଟକ: କଟକ ସୁଭଦ୍ରାପୁର ବିଜୟ ପାଲ ଉପରେ ଗୁଳିମାଡ଼ ଘଟଣାରେ ଅପରାଧୀ ସୁଶାନ୍ତ ଧଳସାମନ୍ତ ଓ ନିଲମ୍ବିତ ବିଜେଡି କର୍ପୋରେଟର ରଞ୍ଜିତା ବିଶ୍ୱାଳ ଭଏସ୍ ଟେଷ୍ଟ ପାଇଁ ମନା କରିଛନ୍ତି। ଭଏସ୍ ଟେଷ୍ଟ ପାଇଁ ଅନୁମତି ଦେଇଥିଲେ କଟକ ଜେଏମଏଫସି (ରୁରାଲ) କୋର୍ଟ। ସୁଶାନ୍ତ ଓ ରଞ୍ଜିତାଙ୍କ ମଧ୍ୟରେ ଜେଲ ଭିତରର ବାର୍ତ୍ତାଳାପ ଏବଂ ଜେରା ବେଳେ ହୋଇଥିବା ଭଏସକୁ ମ୍ୟାଚ କରାଯିବା ନେଇ କଟକ ସଦର ଥାନା ପୋଲିସ  କୋର୍ଟରେ ମଧ୍ୟ ଆବେଦନ କରିଥିଲା। ଗତକାଲି […]

strike
ବିନା ନୋଟିସରେ ବିଦ୍ୟୁତ୍‌ ସଂଯୋଗ କଟାଯିବାକୁ ନେଇ ରାସ୍ତାରୋକ୍‌

ମୟୂରଭଞ୍ଜ : ମୟୂରଭଞ୍ଜ ଜିଲ୍ଲା ଖୁଂଟା ବ୍ଲକ୍‌ ଅଧିନ ବାସିପିଠା ପଂଚାୟତର ୩ଟି ଗ୍ରାମରେ ୨୫୦ ବିପିଏଲ୍‌ ପରିବାରଙ୍କୁ ବିନା ନୋଟିସ୍‌ରେ ବିଦ୍ୟୁତ୍‌ ସଂଯୋଗ କଟାଯିବାକୁ ନେଇ ରାସ୍ତାରୋକ୍‌। ଗ୍ରାମରେ ବିଦ୍ୟୁତ୍‌ ସରବରାହ କରିବା ଦାବି ନେଇ ଉତ୍ୟକ୍ତ ଗ୍ରାମବାସୀ ଉଦଳା-ବାରିପଦା ରାସ୍ତା ଅବରୋଧ କରିଛନ୍ତି। ୨ ବର୍ଷ ପୂର୍ବେ ସରକାରଙ୍କ ନିୟମ ଅନୁସାରେ ଗାଁର ୨୫୦ ବିପିଏଲ ପରିବାରଙ୍କୁ ବିଦ୍ୟୁତ୍‌ ସଂଯୋଗ ଦିଆଯାଇଥିଲା। ଏମିତିକି ପରେ ଚାଷଜମିକୁ ଜଳ ଯୋଗାଇବା ନିମନ୍ତେ ଏଲ୍.ଆଇ ପଏଣ୍ଟ ମଧ୍ୟ […]

  • Friday, 16 July 2021
death
ଝୁଲନ୍ତା ଅବସ୍ଥାରେ ବୋହୂର ମୃତଦେହ ଉଦ୍ଧାର

ଢେଙ୍କାନାଳ (ରାଜଶ୍ରୀ ଶତପଥୀ) : ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା କାଟେଣି ଗାଁରେ ଝୁଲନ୍ତା ଅବସ୍ଥାରେ ବୋହୂର ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଲେ କାଟେଣି ଗାଁର ବାପି ସାହୁଙ୍କ ସ୍ତ୍ରୀ ରୀନା ସାହୁ। ୧୧ ମାସ ତଳେ ବାପି ଏବଂ ରୀନାଙ୍କ ବିବାହ ହୋଇଥିଲା। ତେବେ ଯୌତୁକ ଲାଗି ରୀନାଙ୍କୁ ତାଙ୍କ ଶ୍ୱଶୂର ଘର ଲୋକେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଘଟଣା ପରେ ମୃତକଙ୍କ ସ୍ୱାମୀ, ଶାଶୁ, ଶ୍ୱଶୂର ଫେରାର ଅଛନ୍ତି। ସେପଟେ ଏ […]

  • Friday, 16 July 2021
konark
କୋଣାର୍କରେ ଫୁଟିଲା ୪ ବୋମା

ଭୁବନେଶ୍ୱର: କୋଣାର୍କରେ ବୋମା ମାଡ଼।  କୋଣାର୍କ ଥାନାଠାରୁ ମାତ୍ର ୧୦୦ ମିଟର ଦୂରରେ ଥିବା କୋଣାର୍କ ନଗର ବିଜେଡି ସଭାପତି ଗୋପାଳ ଚନ୍ଦ୍ର ବେହେରାଙ୍କ ବାସଗୃହ ଓ କାର୍ଯ୍ୟାଳୟ ଉପରେ କେହି ଦୁର୍ବୃତ୍ତ ବୋମାମାଡ଼ କରିଥିବା ଅଭିଯୋଗ ହୋଇଛି। ଗୋପାଳଙ୍କର ଥିବା ହୋଣ୍ଡା ବାଇକ ସୋରୁମ୍ ଉପରେ ମଧ୍ୟ ବୋମାମାଡ଼ କରିଛନ୍ତି ଦୁର୍ବୃତ୍ତ। ଏଥିରେ କିଛି ଗାଡ଼ି ପୋଡ଼ିଯାଇଥିବା ସୂଚନା ମିଳିଛି। ଗତକାଲି ରାତି ପ୍ରାୟ ୧୨ଟା ପରେ ଏହି ବୋମାମାଡ଼ ହୋଇଥିବା କୁହାଯାଉଛି। ଠିକାଦାରୀ ଘଟଣାକୁ […]

hospital
ଗୋଟିଏ କୋଠାରେ ସରକାରୀ ଓ ପ୍ରାଇଭେଟ୍ ହସ୍ପିଟାଲ : ପିପିପି ମୋଡ୍‌ରେ ବ୍ୟୟଯୋଗ୍ୟ ସ୍ୱାସ୍ଥ୍ୟସେବା ପ୍ରକଳ୍ପକୁ ଲୋକଙ୍କ ବିରୋଧ

ମାଲକାନଗିରି/ଢେଙ୍କାନାଳ /ନୂଆପଡ଼ା : ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ୭ ମହଲା ନୂଆ କୋଠା। ଖାଲି କୋଠା ବଢ଼ିନି, ଶଯ୍ୟା ସଂଖ୍ୟା ୧୨୫ରୁ ୩୦୦କୁ ବି ବଢ଼ିଛି। ଦେଖି ଲାଗୁଛି ଜିଲ୍ଲାବାସୀଙ୍କ ସ୍ୱାସ୍ଥ୍ୟସେବାରେ ଉନ୍ନତି ହେବ। ହେଲେ ତାହା ପୂରଣ ହେବ କି ନା ସନ୍ଦେହ। କାରଣ ଏହି ସମାନ କୋଠାରେ ଚାଲିବ ଉଭୟ ସରକାରୀ ଓ ବେସରକାରୀ ଡାକ୍ତରଖାନା। ବ୍ୟୟଯୋଗ୍ୟ ସ୍ୱାସ୍ଥ୍ୟସେବା ପ୍ରକଳ୍ପ ଅଧୀନରେ, ଏହି ନୂଆ କୋଠାରେ ଥିବା ବଳକା ଘରକୁ ପିପିପି ମୋଡ୍‌ରେ […]

  • Friday, 16 July 2021
dgp
ଡିଜିପିଙ୍କ ଅଧ୍ୟକ୍ଷତାରେ ନିର୍ବାଚନ ସୁରକ୍ଷା ବୈଠକ

ସମ୍ବଲପୁର(ସଞ୍ଜୟ ଜେନା) : ସମ୍ବଲପୁରରେ ନିର୍ବାଚନ ସୁରକ୍ଷା ସମ୍ପର୍କିତ ବୈଠକ। ପୁଲିସ୍‌ ଡିଜିପି ଆର.ପି.ଶର୍ମାଙ୍କ ଅଧ୍ୟକ୍ଷତାରେ ଚାଲିଥିବା ଏହି ବୈଠକରେ ଗୁଇନ୍ଦା ନିର୍ଦ୍ଦେଶକ, ଏଡିଜି ଅପରେସନ, ଏଡିଜି ଆଇନଶୃଙ୍ଖଳା ଓ ଉତ୍ତରାଞ୍ଚଳ ପୁଲିସ ରେଞ୍ଜ ଅନ୍ତର୍ଗତ ୫ଟି ଜିଲ୍ଲାର ଏସ୍‌ପି ଉପସ୍ଥିତ ଅଛନ୍ତି। ଏଥିସହ CRPF ଆଇଜି, ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଅଛନ୍ତି।

  • Friday, 16 July 2021
court
ସାଂସଦ ବୈଜୟନ୍ତ ପଣ୍ଡାଙ୍କ ନାଁରେ ମାମଲା ପାଇଁ କୋର୍ଟରେ ଆବେଦନ

କେନ୍ଦ୍ରାପଡ଼ା  : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ନାଁରେ ମାମଲା ପାଇଁ କୋର୍ଟରେ ଆବେଦନ।  ନିର୍ବାଚନୀ ସତ୍ୟପାଠ ଦାଖଲ ବେଳେ ବୈଜୟନ୍ତ ବହୁତ ତଥ୍ୟ ଲୁଚାଇଥିବା ଅଭିଯୋଗ କରି କେନ୍ଦ୍ରାପଡ଼ା SDJM କୋର୍ଟରେ ଏହି ଆବେଦନ କରାଯାଇଛି। କଟକ ଜିଲ୍ଲା ହରିଅନ୍ତା ବାସିନ୍ଦା ଗୋପାଳ ଲେଙ୍କାଙ୍କ ପକ୍ଷରୁ ଓକିଲ ଅକ୍ଷୟ ନାୟକ ଏହି ଆବେଦନ କରିଛନ୍ତି। ଜନ ପ୍ରତିନିଧି ଆଇନର ଧାରା ୧୨୫ (ଏ) ଆଧାରରେ ମାମଲା ପାଇଁ ଆବେଦନ କରାଯାଇଛି। ବୈଜୟନ୍ତ ସତ୍ୟପାଠ ଦାଖଲ ବେଳେ […]

dama
ଦାମଙ୍କ ବିସ୍ଫୋରକ ବୟାନ : ଘସିପୁରା ମର୍ଡର ପାଇଁ ବଦ୍ରି ଦାୟୀ

ଭୁବନେଶ୍ୱର : ଦାମଙ୍କ ବିସ୍ଫୋରକ ବୟାନ। ରାମଚନ୍ଦ୍ର ବେହେରାଙ୍କ ମୃତ୍ୟୁ ଘଟଣାକୁ ନେଇ ତାତିଲେ ବରିଷ୍ଠ ବିଜେପି ନେତା ଦାମୋଦର ରାଉତ। ଏହି ଘଟଣାରେ ମନ୍ତ୍ରୀ ବଦ୍ରିନାରାୟଣ ପାତ୍ରଙ୍କୁ ସେ କଡ଼ା ଆକ୍ଷେପ କରିଛନ୍ତି। ଟିକେଟ୍‌କୁ ନେଇ ବଦ୍ରିନାରାୟଣ ପାତ୍ରଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ପାଣ୍ଡିଆନଙ୍କ ଭିତିରି ଡିଲ୍ ହୋଇଥିବା ସେ ଅଭିଯୋଗ କରିଛନ୍ତି। ଶାସକ ଦଳ ପୁଲିସ୍‌କୁ ହାତବାରିସୀ କରି ଆତଙ୍କରାଜ ସୃଷ୍ଟି କରୁଛି ଏବଂ ଭୋଟ ହାତେଇବାକୁ ଚେଷ୍ଟା କରୁଛନ୍ତି। ଏହି  ଷଡ଼ଯନ୍ତ୍ର […]

  • Friday, 16 July 2021
biswal
୨୦୧୯ ନିର୍ବାଚନ ଲଢ଼ିବେନି ବିଧାୟକ ପ୍ରଭାତ ବିଶ୍ୱାଳ

କଟକ :  ୨୦୧୯ ମସିହା ନିର୍ବାଚନ ଲଢ଼ିବେନି ବିଧାୟକ ପ୍ରଭାତ ବିଶ୍ୱାଳ। କଟକ-ଚୌଦ୍ୱାରରୁ ପ୍ରାର୍ଥୀ ନ ହେବାକୁ ସେ ଦଳ ସଭାପତି ନବୀନ ପଟ୍ଟନାୟକଙ୍କୁ ଜଣାଇଥିବା କହିଛନ୍ତି ପ୍ରଭାତ ବିଶ୍ୱାଳ। ତାଙ୍କ ନାଁରେ ମାମଲା ବିଚାରାଧୀନ ଥିବାରୁ ନିର୍ବାଚନ ଲଢ଼ିବେନି ବୋଲି ପ୍ରଭାତ ବିଶ୍ୱାଳ କହିଛନ୍ତି। ତେବେ ପୁଅ ନିର୍ବାଚନ ଲଢ଼ିବା ନେଇ ପ୍ରଶ୍ନରେ ପ୍ରତିକ୍ରିୟା ରଖି ପ୍ରଭାତ ବିଶ୍ୱାଳ କହିଛନ୍ତି ଏନେଇ ଦଳ ସୁପ୍ରିମୋ ବିଚାର କରିବେ।

  • Friday, 16 July 2021
rajya sabha
ରାଜ୍ୟସଭାକୁ ନିର୍ବାଚିତ ହେଲେ ବିଜେଡିର ୩ ଜଣ ରାଜ୍ୟସଭା ପ୍ରାର୍ଥୀ

ଭୁବନେଶ୍ୱର : ନିର୍ଦ୍ୱନ୍ଦ୍ୱରେ ରାଜ୍ୟସଭାକୁ ନିର୍ବାଚିତ ହେଲେ ବିଜେଡି ୩ ଜଣ ରାଜ୍ୟସଭା ପ୍ରାର୍ଥୀ । ନାମାଙ୍କନ ପ୍ରତ୍ୟାହାର ଅବଧି ଆଜି ଶେଷ ପରେ  ନିର୍ବାଚିତ ବୋଲି ଘୋଷଣା କରିଛନ୍ତି ରିଟର୍ଣ୍ଣିଂ ଅଫିସର। ୩ ବିଜେଡି  ପ୍ରାର୍ଥୀ ହେଲେ ପ୍ରଶାନ୍ତ ନନ୍ଦ, ସୌମ୍ୟରଂଜନ ପଟ୍ଟନାୟକ, ଅଚ୍ୟୁତ ସାମନ୍ତ। ସେମାନଙ୍କ ମଧ୍ୟରୁ ପ୍ରଶାନ୍ତ ନନ୍ଦ ଓ ସୌମ୍ୟ ରଂଜନ ପଟ୍ଟନାୟକ ରିଟର୍ଣ୍ଣିଂ ଅଫିସରଙ୍କ ଠାରୁ ସାର୍ଟିଫିକେଟ ଗ୍ରହଣ କରିଛନ୍ତି। ଅନୁପସ୍ଥିତ ଥିବାରୁ ସାର୍ଟିଫିକେଟ ନେଇନାହାନ୍ତି ଅଚ୍ୟୁତ ସାମନ୍ତ।

asika
ଆସିକା ସବ୍‌ଜେଲରୁ ମୋବାଇଲ୍ ଫୋନ୍ ଓ ବହୁ ପରିମାଣର ମାଦକଦ୍ରବ୍ୟ ଜବତ

ବ୍ରହ୍ମପୁର : ଗଞ୍ଜାମ ଆସିକା ସବ୍‌ଜେଲରେ ଜିଲ୍ଲା ପ୍ରଶାସନର ଅତର୍କିତ ଚଢାଉ। ଚଢାଉରେ ୨୦ ହଜାର ଟଙ୍କା, ୫ଟି ମୋବାଇଲ୍ ଫୋନ୍, ୨ଟି ଚାର୍ଜର ଏବଂ ବହୁ  ପରିମାଣର ମାଦକଦ୍ରବ୍ୟ ଜବତ ହୋଇଛି। ଆସିକା ସବ୍‌ଜେଲରେ ହୋଇଥିବା ଚଢାଉରେ ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳ, ଆସିକା ଉପଖଣ୍ଡ ପୋଲିସ୍‌ ଅଧିକାରୀ, ଆସିକା,ସୋରଡ଼ା,ଶେରଗଡ଼ ଓ ବଡ଼ଗଡ଼ ଥାନା ଅଧିକାରୀ ସାମିଲ୍‌ ହୋଇଥିଲେ।  

  • Friday, 16 July 2021
blood donate
ହାତରୁ ଲିଭିନି ମେହେନ୍ଦି ହେଲେ ବିବାହ ପରେ ନବବଧୂ ଆସି ପହଞ୍ଚିଲେ ରକ୍ତଦାନ ଶିବିରରେ

କଟକ: ହାତରୁ ଲିଭିନି ମେହେନ୍ଦିର ରଙ୍ଗ ହେଲେ ବିବାହ ପରେ ନବବଧୂ ଆସି ପହଞ୍ଚିଛନ୍ତି ରକ୍ତଦାନ ଶିବିରରେ। ସ୍ୱାମୀଙ୍କ ସହ ଆସି ରକ୍ତଦାନ କରି ଅଭିନବ ଢଙ୍ଗରେ ମନାଇଥିଲେ ନିଜ ବିବାହ ଉତ୍ସବ। କଟକର ଦୁଇ ଜଣ ନବଦମ୍ପତ୍ତି ନିଜ ବିବାହକୁ ପାଳିଛନ୍ତି ଏଭଳି ଏକ ଅଭିନବ ଢଙ୍ଗରେ। କଟକ ଦରଘାପାଟଣା ଅଞ୍ଚଳର ନବ ବିବାହିତ ଦମ୍ପତ୍ତି ସାଇ ପ୍ରକାଶ ଓ ପ୍ରଣତି ସେହିଭଳି ସାଇ ପ୍ରକାଶଙ୍କ ଭାଇ ସୁବାସ ଏବଂ ତାଙ୍କ ପତ୍ନୀ ମୀନାକ୍ଷି ମଧ୍ୟ […]

chandan
ଜେଲରୁ ମୁକୁଳିଲେ ଚାନ୍ଦିନିଚୌକ ଅଂଚଳର ଚନ୍ଦନ ମହାରଣା

କଟକ (ଦେବାଶିଷ ମହାନ୍ତି) : ଭୁଲରେ ଗିରଫ ହୋଇଥିବା କଟକ ଚାନ୍ଦିନିଚୌକ ଅଂଚଳର ଚନ୍ଦନ ମହାରଣା ଜେଲରୁ ମୁକ୍ତ ହୋଇଛନ୍ତି। ଏକ ରାହାଜାନୀ ମାମଲାରେ ପୁରୁଣା ୱାରେଣ୍ଟିକୁ ଧରିବାକୁ ଯାଇ ଲାଲବାଗ ପୁଲିସ ତାଙ୍କୁ ଗିରଫ କରିଥିଲା। ସୂଚନାଯୋଗ୍ୟ, ଜଣେ ପୁରୁଣା ୱାରେଣ୍ଟିକୁ ଗିରଫ କରିବାକୁ ଯାଇ କମିଶନରେଟ୍ ପୁଲିସ୍ ଚନ୍ଦନଙ୍କୁ ଗିରଫ କରାଯାଇ ଜେଲ୍‌ ପଠାଇ ଦିଆଯାଇଥିଲା। ଦୀର୍ଘ ୧୭ ଦିନ ପରେ ସେ ନିର୍ଦ୍ଦୋଶରେ ମୁକୁଳିଛନ୍ତି। ବିନା ଦୋଷରେ ଜେଲ୍‌ ଯାଇଥିବାରୁ ମାନସିକ ସ୍ତରରେ […]

  • Friday, 16 July 2021