• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

f
ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ଗୁଳିମାଡ଼

ଜୟପୁର (ଟି.ଗୌରୀ ଶଙ୍କର) : ଜୟପୁରରେ ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ଗୁଳିମାଡ଼। ଜୟପୁରର କିଆବନ୍ଧ ସାହିରେ ଘଟିଛି ଏହି ଘଟଣା। ଗୁଳିମାଡ଼ରେ ଛାତ୍ରୀ ଜଣକ ଗୁରୁତର ଆହତ ହୋଇଛନ୍ତି।  ଗୁରୁତର ଅବସ୍ଥାରେ ତାଙ୍କୁ କୋରାପୁଟ ମେଡିକାଲରେ ଭର୍ତ୍ତି କରାଯାଇଛି। ପରିବାର ଲୋକଙ୍କ କହିବା ଅନୁସାରେ, ଛାତ୍ରୀ ଜଣକ ଆଜି ସନ୍ଧ୍ୟା ୫ଟାରୁ ସାଢେ ୫ଟା ଭିତରେ ଘରକୁ ଆସୁଥିବା ବେଳେ ହଠାତ୍ ପଡିଯାଇଥିଲେ। ତାଙ୍କ ଦେହସାରା ରକ୍ତ ଲାଗିଥିବା ଦେଖି ପରିବାର ଲୋକ ତୁରନ୍ତ ମେଡିକାଲକୁ ନେଇଥିଲେ। […]

  • Friday, 16 July 2021
viral video
ପୁଣି ସୋସିଆଲ ମିଡ଼ିଆରେ ଆପତ୍ତିଜନକ ଭିଡିଓ ଭାଇରାଲ

କେନ୍ଦ୍ରାପଡ଼ା: ପୁଣି ସୋସିଆଲ ମିଡ଼ିଆରେ ଆପତ୍ତିଜନକ ଭିଡିଓ ଭାଇରାଲ ।  ଏଥର ଅଭିଯୋଗ ଆସିଛି କେନ୍ଦ୍ରାପଡ଼ାରୁ।  ଅଭିଯୋଗ ଅନୁସାରେ ଜଣେ ଛାତ୍ରୀଙ୍କ ସହ ସୌମ୍ୟରଞ୍ଜନ ବେହେରା ନାମକ ଜଣେ ଯୁବକ ପ୍ରେମ ସଂପର୍କ ରଖିଥିଲେ।  ଏହାପରେ ଜୋରଜବରଦସ୍ତ ଶାରୀରିକ ସଂପର୍କ ରଖି ଭିଡିଓ ରେକର୍ଡ଼ିଂ କରିଥିଲେ। ପରେ ସେହି ଭିଡିଓ ମାଧ୍ୟମରେ ଯୁବତୀଙ୍କୁ  ବ୍ଲାକମେଲିଂ କରିବା ସହ ବାରମ୍ବାର ଶାରୀରିକ ସଂପର୍କ ରଖିବା ପାଇଁ ବାଧ୍ୟ କରିଥିଲେ।  ଏମିତିକି କଥା ନମାନିଲେ ପରିବାର ଲୋକଙ୍କୁ ମାରିଦେବା ଧମକ […]

  • Friday, 16 July 2021
DIBYARANJAN
ଦୁବାଇରେ ଫସିଛନ୍ତି ଓଡ଼ିଆ ଯୁବକ

ଭୁବନେଶ୍ୱର: ଦୁବାଇରେ ଫସି ରହିଛନ୍ତି ଓଡ଼ିଆ ଯୁବକ। ଓଡ଼ିଆ ଯୁବକ ଦିବ୍ୟରଂଜନଙ୍କ ମୁକ୍ତି ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠିଲେଖିଛନ୍ତି କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ। ସେହିପରି ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ମଧ୍ୟ ସେ ଚିଠିଲେଖିଛନ୍ତି। ଦିବ୍ୟରଂଜନଙ୍କୁ ମୁକ୍ତ କରିବାକୁ ଚିଠିରେ ଅନୁରୋଧ କରିଛନ୍ତି ପ୍ରତ୍ୟୁଷା। କନ୍ଧମାଳ ଖଜୁରିପଡ଼ା ବ୍ଲକ ଅନ୍ତର୍ଗତ ଉରୁମୁଣ୍ଡା ଗାଁର ଦିବ୍ୟରଂଜନ ବେହେରା ଗତ ୨ ମାସ ଧରି ଦୁବାଇରେ ଫସି ରହିଛନ୍ତି।  ଦିବ୍ୟରଂଜନଙ୍କ ସହ ଦେଶର ବିଭିନ୍ନ ପ୍ରାନ୍ତରୁ […]

  • Friday, 16 July 2021
group clash
ପାଣି ପାଇଁ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ

କୋରାପୁଟ: କୋରାପୁଟରେ ପାଣି ପାଇଁ  ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ। ଏହି ଘଟଣାରେ ୬ ଜଣ ଆହତ ହୋଇଛନ୍ତି। ସିମିଳିଗୁଡ଼ା ବ୍ଲକ ମାଳିଡୋଳିଆମ୍ବ ଗାଁରେ ଏହି ଗଣ୍ଡଗୋଳ ହୋଇଛି। ଚାଷ ଜମିରେ ପାଣି ମଡ଼ାଇବାକୁ ନେଇ ଏହି ଗୋଷ୍ଠୀ ସଂଘର୍ଷ। ଆହତମାନଙ୍କୁ ସୁନାବେଡ଼ା ମେଡିକାଲରେ ଭର୍ତ୍ତି କରାଯାଇଛି। ଗାଁରେ ଉତ୍ତେଜନା ଲାଗିରହିଛି। ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ୩ ସେକ୍ସନ ପୋଲିସ ଫୋର୍ସ ମୁତୟନ କରାଯାଇଛି।

  • Friday, 16 July 2021
gg
କଂଗ୍ରେସ ଓ ବିଜେଡି ଭଳି ବିଜେପିକୁ ବି ଟିକଟ ରୋଗ

ଭୁବନେଶ୍ୱର : କଂଗ୍ରେସ ଓ ବିଜେଡି ଭଳି ବିଜେପିକୁ ବି ଟିକେଟ ରୋଗ। ଏକାଧିକ ଆଶାୟୀଙ୍କୁ ନେଇ ତୁଟୁନି ୪ ଲୋକସଭା ପାଇଁ ଅଙ୍କ। ଏଣେ ବୁଝାସୁଝା ପରେ ପାର୍ଟି ଅଫିସ ପରିସରରୁ ଧାରଣାରୁ ଉଠିଲେ ଅମିୟଙ୍କ ସମର୍ଥକ। ବିଜେଡି, କଂଗ୍ରେସ ପରେ ବିଜେପିରେ ବି ଟିକେଟକୁ ନେଇ ଘମାସାନ। ୧୦ଲୋକସଭା ଓ ୯୯ବିଧାନସଭା ପାଇଁ ଟିକେଟ ଘୋଷଣା ହୋଇଥିଲେ ବି ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ୪ଲୋକସଭା ଓ ୨୫ବିଧାନସଭା ଆସନ ପାଇଁ ଅଙ୍କ […]

  • Friday, 16 July 2021
AIIMS
ଭୁବନେଶ୍ୱର ଏମ୍ସରେ ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା

ଭୁବନେଶ୍ୱର: ଭୁବନେଶ୍ୱର ଏମ୍ସରେ ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା। ଏହି ଘଟଣାକୁ କେନ୍ଦ୍ରକରି ଡାକ୍ତର-ରୋଗୀ ସମ୍ପର୍କୀୟଙ୍କ ମଧ୍ୟରେ ପ୍ରଥମେ ବଚସା ହୋଇଥିଲା ଓ ପରେ ରୋଗୀଙ୍କ ସମ୍ପର୍କୀୟଙ୍କୁ ଡାକ୍ତର ଓ ସହଯୋଗୀ କର୍ମୀ ମାଡ ମାରିଥିବା ନେଇ ଖଣ୍ଡିଗିରି ଥାନାରେ ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ସ୍ଥାନୀୟ ଛୋଟରାୟପୁରରୁ ନନ୍ଦକିଶୋର ପ୍ରଧାନ ରାତିରେ ଏମ୍ସକୁ ଚିକିତ୍ସା ପାଇଁ ଆସିଥିଲେ।  ଗତକାଲି ରାତିରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ଡାକ୍ତର ସଠିକ୍ ଚିକିତ୍ସା ନକରିବାରୁ ନନ୍ଦକିଶୋରଙ୍କ ମୃତ୍ୟୁ […]

suresh
ହୋଲିରେ ଲାଗିଲା ନିର୍ବାଚନୀର ରଙ୍ଗ

ଭୁବନେଶ୍ୱର : ପ୍ରତି ବର୍ଷ ତ ହୋଲି ଆସେ, ତେବେ ଏଥରର ହୋଲି ଟିକେ ନିଆରା। କାରଣ ଏଥର ହୋଲିରେ ଲାଗିଛି ନିର୍ବାଚନୀ ରଙ୍ଗ। ରଙ୍ଗ ଓ ଅବିର ଖେଳ ସହିତ ନିର୍ବାଚନୀ ଉଷ୍ମତା ମାପିଛନ୍ତି ରାଜନୈତିକ ନେତା। ଘର ସଜଡା ପ୍ରୟାସ ଭିତରେ ବଢିଛି କଂଗ୍ରେସ କର୍ମୀଙ୍କ ଉତ୍ସାହ। ରାଜ୍ୟ କାର୍ଯ୍ୟାଳୟରେ ଆଜି ପାଳିତ ହୋଲି ଉତ୍ସବରୁ ଏହା ସ୍ପଷ୍ଟ ବାରି ହୋଇପଡୁଥିଲା। ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୋଧୁରୀଙ୍କ ନେତୃତ୍ୱରେ ଦଳୀୟ କର୍ମୀ […]

  • Friday, 16 July 2021
encounter in cuttack
ଏନକାଉଣ୍ଟରରେ ୨ ଦୁର୍ଦ୍ଦାନ୍ତ ଅପରାଧୀ ଗୁରୁତର ଆହତ

କଟକ: କଟକରେ ପୁଣି ଏନକାଉଣ୍ଟର। ସଦରଥାନା  ଅଞ୍ଚଳରେ କମିଶନରରେଟ ପୋଲିସର ସ୍ୱତନ୍ତ୍ର ସ୍କ୍ୱାର୍ଡ ଏହି  ଏନକାଉଣ୍ଟର କରିଛି।  ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ସୁଧାକର  ପାତ୍ର ଓରଫ ଲିପୁ ଓ ମନୋଜ କୁମାର ମହାରଣା ଓରଫ ମଂଗୁ  ଗୁରୁତର ଆହତ ହୋଇଛନ୍ତି। ଉଭୟଙ୍କ ଗୋଡରେ ବାଜିଛି ଗୁଳି। ସୂଚନା ଅନୁସାରେ, ଗୁରୁତର ଅବସ୍ଥାରେ ଉଭୟଙ୍କୁ କଟକ ଏସସିବିରେ ଭର୍ତ୍ତି କରାଯାଇଛି। ଦୁର୍ଦ୍ଦାନ୍ତ ଅପରାଧି ମଂଗୁ ଓ ଲିପୁଠାରୁ ୨ଟି ବନ୍ଧୁକ ସହ ୧୫ଟି ଗୁଳି  ଜବତ ହୋଇଛି। ପୂର୍ବରୁ […]

scb
ପ୍ରହସନ ପାଲଟିଛି ନିରାମୟ ଯୋଜନା ; ଏସ୍‌ସିବିରୁ ଆସିଲା ରୋଗୀଙ୍କୁ ଶୋଷଣ ଅଭିଯୋଗ

ଭୁବନେଶ୍ୱର :  ଗରିବ ଲୋକଙ୍କୁ ମାଗଣା ସ୍ୱାସ୍ଥ୍ୟସେବା ପାଇଁ ରାଜ୍ୟ ସରକାର ଟାଣୁଆ ଯୋଜନା କରିଥିବା ଡିଣ୍ଡିମ ପିଟୁଛନ୍ତି। ବାହସ୍ପୋଟ ବି ମାରୁଛନ୍ତି। ହେଲେ ଉପାନ୍ତ କଥା ଛାଡ଼ନ୍ତୁ, ଖୋଦ୍ ରାଜ୍ୟର ୧ ନମ୍ବର ମେଡିକାଲ ଏସସିବିରେ ବି ଚାଲିଛି ରୋଗୀ ଶୋଷଣ। ପ୍ରହସନ ପାଲଟିଛି ନିରାମୟ ଯୋଜନା। ଗୋଡ଼ରେ ଏକ ଆବୁ ଅପରେସନ ପାଇଁ ୨ମାସ ହେଲାଣି ରାଜ୍ୟର ସବୁଠୁ ବଡ଼ ମେଡିକାଲରେ ଚକ୍କର କାଟୁଛନ୍ତି କଟକ ହରିରାଜପୁର ଅଞ୍ଚଳର ସୁଶାନ୍ତ ତ୍ରିପାଠୀ। ସର୍ଜରୀ ବିଭାଗ […]

  • Friday, 16 July 2021
modi
କେନ୍ଦ୍ରୀୟ ପ୍ରଭାରୀ ଅଧିକାରୀଙ୍କୁ ନା, ହେଲେ ନିଜ ଅଫିସରଙ୍କୁ ହଁ : ରାଜ୍ୟ ଯୋଜନା ସଫଳ କରିବାକୁ ଥିଓରି

ଭୁବନେଶ୍ୱର : ମୋଦୀଙ୍କ ପ୍ରଭାରୀ ଅଫିସର୍ ବନାମ ନବୀନଙ୍କ ପର୍ଯ୍ୟବେକ୍ଷକ ଅଫିସର୍। ଏ ହେଉଛି ରାଜ୍ୟ ସରକାର ପ୍ରସ୍ତୁତ କରିଥିବା ରିଜୋଲୁସନ୍। ଯେଉଁଥିରେ ରହିଛି  ୩୨ ଜଣ ଅଫିସରଙ୍କ ତାଲିକା।  ଯୋଜନା ଅନୁଯାୟୀ, ରାଜ୍ୟର ବିଭିନ୍ନ ଯୋଜନାର ତଦାରଖ ଲାଗି ରାଜ୍ୟ ସ୍ତରୀୟ ପର୍ଯ୍ୟବେକ୍ଷକମାନଙ୍କୁ ନେଇ ଏକ ପ୍ୟାନେଲ୍ ରହିବ। ରାଜ୍ୟ ସରକାରଙ୍କ ସଫଳ ଯୋଜନାକୁ ଗ୍ରାଉଣ୍ଡରେ ସ୍ୱଚ୍ଛତାର ସହ କାର୍ଯ୍ୟକାରୀ କରିବା,  ନିରପେକ୍ଷ ଭାବେ ମତାମତ ସଂଗ୍ରହ କରି ଲୋକଙ୍କ ଅସୁବିଧାକୁ ଦୂର କରିବାକୁ ଏହି […]

o
କଂଗ୍ରେସ୍‌ ପ୍ରାର୍ଥୀଙ୍କ କାର୍‌ରୁ ଲକ୍ଷାଧିକ ଟଙ୍କା ଜବତ

କୋରାପୁଟ : କୋରାପୁଟରେ କଂଗ୍ରେସ୍‌ ପ୍ରାର୍ଥୀଙ୍କ କାର୍‌ରୁ ଲକ୍ଷାଧିକ ଟଙ୍କା ଜବତ। ପ୍ରାର୍ଥୀ କୃଷ୍ଣ କୁଳଦୀପଙ୍କ କାର୍‌ରୁ ୧ ଲକ୍ଷ ୯ ହଜାର ୫ଶହ ଟଙ୍କା ଜବତ କରାଯାଇଥିବା ସୂଚନା ମିଳିଛି। ରାସ୍ତାରେ ତନଖି ବେଳେ କାର୍‌ ଭିତରୁ ପୁଲିସ୍‌ ଏହି ଟଙ୍କା ଜବତ କରିଛି। ସମସ୍ତ ଟଙ୍କା ସହ ଏକ ହୁଣ୍ଡାଇ କ୍ରେଟା କାର୍‌କୁ ମଧ୍ୟ ପୁଲିସ୍‌ ଜବତ କରିଛି। ତେବେ କୃଷ୍ଣ କଣ ପାଇଁ ଓ କୁଆଡ଼େ ଟଙ୍କା ନେଉଥିଲେ କିଛି ସ୍ପଷ୍ଟ ହୋଇନାହିଁ।

  • Friday, 16 July 2021
jaypur
ହୋଲି ଖେଳରୁ ମହାଭାରତ, ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ

ଜୟପୁର (ଟି.ଗୌରୀ ଶଙ୍କର) : ଜୟପୁରରେ ହୋଲି ଖେଳରୁ ମହାଭାରତ। ୨ ସାହି ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଯୋଗୁଁ ଏକାଧିକ ଆହତ ହୋଇଥିବା କୁହାଯାଉଛି।  ଉଭୟ ପକ୍ଷ ମଧ୍ୟରେ ଧସ୍ତାଧସ୍ତି, ପଥର ମାଡ଼ ଓ ଭଙ୍ଗାରୁଜା ହୋଇଥିବା ମଧ୍ୟ କୁହାଯାଉଛି। ଗଣ୍ଡଗୋଳ ଆୟତ୍ତ କରିବାକୁ ପୁଲିସ୍‌ ବ୍ଲାଙ୍କ୍‌ ଫାୟାରିଂ କରିଥିବା ସୂଚନା ମିଳିଛି।  ବ୍ଲାଙ୍କ୍‌ ଫାୟାରିଂ ପରେ ପରିସ୍ଥିତି ଅଣାୟତ୍ତ ରହିଛି। ତେବେ କେଉଁ କାରଣରୁ ଗୋଷ୍ଠୀ ସଂଘର୍ଷ ହେଲା ତାହା ବର୍ତ୍ତମାନ ସୁଦ୍ଧା ଜଣାପଡିନି। ପରିସ୍ଥିତିକୁ […]

  • Friday, 16 July 2021
acid attack -1
ଶାଶୁ ଉପରେ ଏସିଡ୍ ଫିଙ୍ଗି ଜ୍ୱାଇଁ ଫେରାର୍

ଜଗତସିଂହପୁର : ଶାଶୁ ଉପରେ ଏସିଡ୍ ଫିଙ୍ଗି ଜ୍ୱାଇଁ ଫେରାର୍। ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ଭାଲିଆପାଟଣାରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଅଭିଯୋଗ ଅନୁସାରେ କାକଟପୁର ଓଳଙ୍ଗର ଗାଁର ମାନସ ସ୍ୱାଇଁ ଓ ତାଙ୍କ ଶ୍ୱଶୂର ଘର ମଧ୍ୟରେ ପୂର୍ବରୁ କଳହ ଥିଲା। ତେବେ ପତ୍ନୀଙ୍କୁ ଆଣିବାକୁ ମାନସ ଶ୍ୱଶୂର ଘରକୁ ଯାଇଥିବା ବେଳେ ବଚସା ହେବାରୁ ସେ ତାଙ୍କ ଶାଶୁଙ୍କୁ ଏସିଡ୍ ମାଡ଼ କରି ଫେରାର୍ ହୋଇଯାଇଛନ୍ତି । ଏଥିରେ ତାଙ୍କ ବର୍ଷକର […]

college
ବୌଦ୍ଧରେ ଘରୋଇ ଜୁନିୟର କଲେଜ ଛାତ୍ରଛାତ୍ରୀଙ୍କ ଲଙ୍କାକାଣ୍ଡ : ଗେଟରେ ତାଲା, ଆସବାସପତ୍ର ଭଙ୍ଗାରୁଜା

ବୌଦ୍ଧ : ବୌଦ୍ଧ ଜିଲ୍ଲା ବାଉଁଶୁଣିର ସଂସ୍କାର ଜୁନିଅର କଲେଜରେ ଲଙ୍କାକାଣ୍ଡ। କଲେଜ ପରିସରରେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି ଉତ୍ତ୍ୟକ୍ତ ଛାତ୍ରଛାତ୍ରୀ। ଆସବାବ ପତ୍ର ଭାଙ୍ଗିବା ସହିତ କାଗଜପତ୍ର ଚିରି ଦେଇଛନ୍ତି। ଯୁକ୍ତ ଦୁଇ ପରୀକ୍ଷାରୁ ବଞ୍ଚିତ ହେବା ପରେ ଛାତ୍ରଛାତ୍ରୀମାନେ ଏପରି ହଙ୍ଗାମା କରିଛନ୍ତି। ଏ ବର୍ଷ ଯୁକ୍ତ ଦୁଇ କଳା ପରୀକ୍ଷା ଦେବା ଲାଗି ୫୦ରୁ ଅଧିକ ଛାତ୍ରଛାତ୍ରୀ ଫର୍ମ ଫିଲ୍ଅପ୍ କରିଥିଲେ। କିନ୍ତୁ ଆସିନଥିଲା ଆଡ୍‌ମିଟ୍‌ କାର୍ଡ। ତେଣୁ ସେମାନେ ପରୀକ୍ଷା ଦେଇପାରିନଥିଲେ। […]

petrol
ବ୍ରହ୍ମପୁରରେ ପେଟ୍ରୋଲ ପମ୍ପ ବନ୍ଦକୁ ମାଲିକଙ୍କ ସମର୍ଥନ

ବ୍ରହ୍ମପୁର : ବ୍ରହ୍ମପୁରରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ପେଟ୍ରୋଲ ପମ୍ପ ବନ୍ଦକୁ କିଛି ପେଟ୍ରୋଲ ପମ୍ପ ମାଲିକଙ୍କ ସମର୍ଥନ। ଗତକାଲି ଦୁଇଟି ପେଟ୍ରୋଲ ପମ୍ପ ବନ୍ଦ ରହିଥିବାବେଳେ ଆଜି ଆଉ କିଛି ପେଟ୍ରୋଲ ପମ୍ପ ବନ୍ଦ ରହିଛି। ବିନା ହେଲମେଟରେ ପେଟ୍ରୋଲ ନଦେବାକୁ ନିକଟରେ ବ୍ରହ୍ମପୁର ଜିଲ୍ଲାପାଳ ନିର୍ଦ୍ଦେଶନାମା ଜାରି କରିଥିଲେ। ତେବେ ଏହାପରେ ମଧ୍ୟ କିଛି ପେଟ୍ରୋଲ ପମ୍ପରେ ବିନା ହେଲମେଟରେ ପେଟ୍ରୋଲ ଦିଆଯାଉଥିବା ଦେଖିବାକୁ ମିଳିଥିଲା। ନିର୍ଦ୍ଦେଶରେ ଅବମାନନା କରାଯାଇଥିବାରୁ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ୨ଟି […]

arrest3
କାର୍ଯ୍ୟରତ ସାମ୍ବାଦିକଙ୍କୁ ମାଡ଼ ଘଟଣାରେ ଜଣେ ଅଭିଯୁକ୍ତ ଗିରଫ

ପୁରୀ : ପୁରୀ ଜିଲ୍ଲା ଅସ୍ତରଙ୍ଗରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ଜଣେ ଗିରଫ। ଗତକାଲି ଏକ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧି ନିର୍ବାଚନ ସଂପର୍କିତ ଖବର ସଂଗ୍ରହ କରିବାକୁ ଅସ୍ତରଙ୍ଗ ଯାଇଥିଲେ। ତେବେ ସେଠାରେ କିଛି ବ୍ୟକ୍ତି ତାଙ୍କ ଉପରେ ଆକ୍ରମଣ କରିଥିଲେ। ସ୍ଥାନୀୟ ବିଧାୟକଙ୍କ ବିରୋଧରେ ଖବର କାହିଁକି ସଂଗ୍ରହ କରୁଛ କହି ତାଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏଥିରେ ସାମ୍ବାଦିକ ଆହତ ହୋଇଛନ୍ତି। ଏହାକୁ ନେଇ ସେ ଅସ୍ତରଙ୍ଗ ଥାନାରେ ଏତଲା ଦେବା ପରେ […]

  • Friday, 16 July 2021
jaga-kalia
ସଂପୂର୍ଣ୍ଣ ଭଲ ନହେବା ଯାଏ , କାଳିଆ ଏମ୍ସରେ ରହୁ ବୋଲି ଚାହାନ୍ତି ବାପା

ଭୁବନେଶ୍ୱର : ଦିଲ୍ଲୀ ଏମ୍ସରୁ ଏବେ ଓଡ଼ିଶା ଫେରିବାକୁ ଚାହୁଁନାହାନ୍ତି ଜଗା କାଳିଆଙ୍କ ବାପା। ଜଗା କାଳିଆଙ୍କ ବାପା ଭୂୟାଁ କହଁର କହିଛନ୍ତି, ଜଗା ଭଲ ଅଛି ଖେଳାଖେଳି, ବୁଲାବୁଲି କରୁଛି। କିଛି ଅସୁବିଧା ନାହିଁ। କିନ୍ତୁ କାଳିଆର ସ୍ୱାସ୍ଥ୍ୟାବସ୍ଥାରେ ଏବେ ସୁଦ୍ଧା କୌଣସି ଆଖିଦୃଶିଆ ଉନ୍ନତି ହୋଇନାହିଁ। ଏବେ ବି ତାକୁ ଖାଦ୍ୟ ନଳୀ ଜରିଆରେ ତରଳ ଖାଦ୍ୟ ଦିଆଯାଉଛି। ଏଭଳି ଅବସ୍ଥାରେ ତାକୁ ସ୍ଥାନାନ୍ତର କଲେ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିପାରେ ବୋଲି ଆଶଙ୍କା କରିଛନ୍ତି ଭୂୟାଁ […]

Prasad Harichandan
୨୦୧୯ ଯାଏଁ ପିସିସି ସଭାପତି ପଦରେ ରହିବେ ପ୍ରସାଦ ହରିଚନ୍ଦନ

ଭୁବନେଶ୍ୱର: ବିଜେପୁର ଉପନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ପିସିସି ସଭାପତି ପଦରୁ ପ୍ରସାଦ ହରିଚନ୍ଦନ ଇସ୍ତଫା ଦେଇଥିଲେ । ତେବେ ତାଙ୍କର ଏହି ଇସ୍ତଫାପତ୍ରକୁ ଏଆଇସିସି ଗ୍ରହଣ କରିନଥିବା ଜଣାପଡ଼ିଛି। ଏନେଇ ପିସିସି ଶୃଙ୍ଖଳା କମିଟି ଅଧ୍ୟକ୍ଷା ସନ୍ଧ୍ୟା ମହାପାତ୍ର ଆଜି ସୂଚନା ଦେଇଛନ୍ତି। ସେ କହିଛନ୍ତି,“ ପ୍ରସାଦ  ହରିଚନ୍ଦନ ୨୦୧୯ ନିର୍ବାଚନ ଯାଏଁ ସଭାପତି ପଦରେ ରହିବେ। ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧି ଏବେ ପିସିସି ସଭାପତି ପରିବର୍ତ୍ତନ କରିବେନି।” ସନ୍ଧ୍ୟା ମହାପାତ୍ର କହିଛନ୍ତି,“ […]

  • Friday, 16 July 2021
youth attacks girl
ତ୍ରିକୋଣୀୟ ପ୍ରେମରୁ ହତ୍ୟା ଉଦ୍ୟମ

ରାୟଗଡ଼ା: ତ୍ରିକୋଣୀୟ ପ୍ରେମକୁ ନେଇ ଅଭାବନୀୟ ଘଟଣା। ବିବାହ ପ୍ରସ୍ତାବରେ ରାଜି ନ ହେବାରୁ ପ୍ରେମିକାକୁ ଛୁରୀରେ ଆକ୍ରମଣ କଲା ପ୍ରେମିକ। ଏଭଳି ଘଟଣା ଘଟିଛି  ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକ ଶିକରପାଇ ପଞ୍ଚାୟତ ଅନ୍ତର୍ଗତ କାଣିପାଇ ଗାଁରେ। ସୂଚନା ଅନୁସାରେ, କାଣିପାଇ ଗାଁର ଜଣେ ଯୁବତୀଙ୍କୁ ବଳଦିଆ ଗାଁର ଯୁବକ କୁରୁମା ପ୍ରାସ୍କାକୁ ଭଲ ପାଉଥିଲେ। ଉଭୟଙ୍କ ମଧ୍ୟରେ ପ୍ରାୟ ଏକ ବର୍ଷ ହେବ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ହେଲେ ପ୍ରେମିକା ଅନ୍ୟ ଜଣେ […]

titilagarh
ଗାଧୋଇବା ବେଳେ ତେଲ ନଦୀରେ ବୁଡ଼ି ଯୁବକଙ୍କ ମୃତ୍ୟୁ

ଟିଟିଲାଗଡ଼( ମାନସ ମହାନ୍ତି) : ହୋଲି ଖେଳା ସାରି ସାଙ୍ଗ ମାନଙ୍କ ସହ ଗାଧୋଇବାକୁ ଯାଇଥିବା ବେଳେ ତେଲ ନଦୀରେ ବୁଡ଼ି ଯୁବକଙ୍କ ମୃତ୍ୟୁ। ମୃତକ ଜଣକ ହେଲେ ବଲାଙ୍ଗିର ଜିଲ୍ଲା ଗୁରଜିଭଟା ଗାଁର ଆଶୁତୋଷ ବିଶି। ବେଲଗାଁ ତେଲ ନଦୀରେ ଗାଧୋଇବା ବେଳେ ଗୋଡ଼ ଖସିଯିବାରୁ ବୁଡ଼ି ଯାଇଥିଲେ ଆଶୁତୋଷ। ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ତାଙ୍କୁ ଉଦ୍ଧାର କରି ମେଡିକାଲ ଆଣିଥିଲେ। ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ଘଟଣାପରେ ସ୍ଥାନୀୟ […]

  • Friday, 16 July 2021
Global Award
ଅଭିନବ ଢଙ୍ଗରେ ପାଠପଢ଼ା ପାଇଁ ମୟୂରଭଞ୍ଜ ରାସଗୋବିନ୍ଦପୁର ବ୍ଲକକୁ ଗ୍ଲୋବାଲ୍ ଆୱାର୍ଡ

ବାରିପଦା: କୁନି ପିଲାଙ୍କ ପାଇଁ ପାଠ ଯେ କେବଳ ବହିରେ ନୁହେଁ, ବରଂ ଆମ ପରିବେଶ, ସଂସ୍କୃତି ଆଉ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀରେ ମଧ୍ୟ ରହିଛି। ଏହା ପ୍ରମାଣିତ ହୋଇଛି ସ୍ୱଶିକ୍ଷଣ ପରି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ। ଏହି କାର୍ଯ୍ୟକ୍ରମ ସଫଳତା ପାଇବା ପରେ ଶିକ୍ଷାକ୍ଷେତ୍ରରେ ଉର୍ତ୍କଷତା ଲାଗି ୫୩ଟି ଦେଶକୁ ପଛରେ ପକାଇ ଅନ୍ତର୍ଜାତୀୟ କମନୱେଲ୍‌ଥରେ ପୁରସ୍କୃତ ହୋଇଛି ମୟୂରଭଞ୍ଜର ଏହି ସ୍ୱତନ୍ତ୍ର ପାଠ୍ୟକ୍ରମ। ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ ର ବର୍ତ୍ତନ ଓ ରାଘପୁର […]

cec
ଆଜି କଂଗ୍ରେସର ପ୍ରଥମ ପର୍ଯ୍ୟାୟ ବାକି ତାଲିକା ପ୍ରକାଶ ପାଇପାରେ

ଭୁବନେଶ୍ୱର : ଏଆଇସିସି ସ୍କ୍ରିନିଂ କମିଟିର କସରତ ପରେ ଆଜି କଂଗ୍ରେସର ପ୍ରଥମ ପର୍ଯ୍ୟାୟ ବାକି ତାଲିକା ପ୍ରକାଶ ପାଇପାରେ। କଂଗ୍ରେସ ପ୍ରାର୍ଥୀ ଚୟନ ନେଇ ଦିଲ୍ଲୀରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଜାରି ରହିଛି। ୧୦ ଲୋଧି ରୋଡ଼ରେ କଂଗ୍ରେସ ସ୍କ୍ରିନିଂ କମିଟି ବୈଠକ ଜାରି ରହିଛି। ରାଜ୍ୟ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସହ ଟି.ଏସ୍ ସିଂଦେଓ ଏବଂ  ରୁଦ୍ର ରାଜୁ ପ୍ରମୁଖ ଉପସ୍ଥିତ ଅଛନ୍ତି। ଗତ ୧୮ ତାରିଖରେ  ୩୬ଟି ବିଧାନସଭା ଆସନ ଓ ୬ଟି ଲୋକସଭା […]

  • Friday, 16 July 2021
Puri
ପୋଖରୀକୁ ପାଣି ଆଣିବାକୁ ଯାଇ ଯୁବକଙ୍କ ମୃତ୍ୟୁ: କ୍ଷତିପୂରଣ ଦାବିରେ ରାସ୍ତାରୋକ୍

ପୁରୀ: ନିଆଁ ଲିଭାଇବା ପାଇଁ ପୋଖରୀକୁ ପାଣି ଆଣିବାକୁ ଯାଇ ଯୁବକଙ୍କ ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା ଘଟିଛି ପୁରୀ ଚନ୍ଦନପୁର ଥାନା ଆରୋଳ ଗାଁରେ। ସୂଚନା ଅନୁସାରେ ଗତକାଲି ରାତିରେ ଗାଁର ରବି ଜେନାଙ୍କ ଘରେ ନିଆଁ ଲାଗିଯାଇଥିଲା।  ନିଆଁ ଲିଭାଇବା ପାଇଁ ପଡ଼ୋଶୀ ସୁରେନ୍ଦ୍ର ପ୍ରଧାନଙ୍କ ପୁଅ ନବ ପ୍ରଧାନ ପାଣି ଆଣିବା ପାଇଁ ପୋଖରୀକୁ ଯାଇଥିଲେ। ତେବେ ପୋଖରୀରେ ତାଙ୍କ ଗୋଡ଼ ଖସି ଯାଇଥିଲା ଓ ସେ ବୁଡ଼ି ଯିବା ଫଳରେ ତାଙ୍କର […]

  • Friday, 16 July 2021
pcr
ହୋଲି ଖେଳ ବେଳେ ଭୁବନେଶ୍ୱର ବରମୁଣ୍ଡାରେ ଗୋଷ୍ଠୀ ସଂଘର୍ଷ

ଭୁବନେଶ୍ୱର : ହୋଲି ଖେଳ ବେଳେ ଭୁବନେଶ୍ୱର ବରମୁଣ୍ଡାରେ ଗୋଷ୍ଠୀ ସଂଘର୍ଷ।  ଏଥିରେ ୬ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଉତ୍ତ୍ୟକ୍ତ ଲୋକେ ଏକ ପିସିଆର ଭ୍ୟାନ୍‌ ଭାଙ୍ଗିବା ସହ ଅନ୍ୟ ଗାଡ଼ି ମଧ୍ୟ ଭଙ୍ଗାରୁଜା କରିଛନ୍ତି। ଏକ ହୋଟେଲକୁ ମଧ୍ୟ ଭାଙ୍ଗିଦେଇଛନ୍ତି। ଘଟଣାସ୍ଥଳରେ ପୁଲିସ୍‌ ପହଞ୍ଚି ପରିସ୍ଥିତିକୁ ଆୟତ୍ତ କରିଛି। ଏବେବି ସେଠାରେ ଚାପା ଉତ୍ତେଜନା ଲାଗି ରହିଛି।

  • Friday, 16 July 2021
blood
ସହିଦ୍‌ ଦିବସରେ ଯୁବ ଭାରତ ତରଫରୁ ରକ୍ତଦାନ ଶିବିର

ଭୁବନେଶ୍ୱର : ସହିଦ୍‌ ଦିବସରେ ରକ୍ତଦାନ ଶିବିର। ଆୟୋଜକ ଯୁବ ଭାରତ, ଖୋର୍ଦ୍ଧା ତରଫରୁ ଆସନ୍ତା ୨୩ ତାରିଖ ଶନିବାର ଦିନ ପଟିଆ ମେଗା ଷ୍ଟୋର, କିଟ୍‌ ଛକ ଠାରେ ଏହି ରକ୍ତଦାନ ଶିବିର ଅନୁଷ୍ଠିତ ହେବ। ଭାରତ ସ୍ୱାଭିମାନ ନ୍ୟାସ, ପତଞ୍ଜଳି ଯୋଗ ସମିତି, ମହିଳା ପତଞ୍ଜଳି ଯୋଗ ସମିତି, କିଷାନ ସେବା ସମିତିର ମିଳିତ ସହଯୋଗରେ ଏହି ରକ୍ତଦାନ କାର୍ଯ୍ୟକ୍ରମଟି ପରିଚାଳିତ ହେବ। ସମୟ ସକାଳ୯ଟାରୁ ମଧ୍ୟାହ୍ନ ୨ଟା ଯାଏ ଉକ୍ତ ଶିବିରଟି ଚାଲିବ। […]

  • Friday, 16 July 2021