ନୂଆପଡ଼ା:ନୂଆପଡ଼ା ଜିଲ୍ଲା ଉଦ୍ୟାନବନ୍ଧ କୁରେଶ୍ୱରରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ‘ହେଇଯାଉ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଠାରେ ଚା’ ପିଇବା ସହ ଓଡ଼ିଶାର ସାଂପ୍ରତିକ ପରିସ୍ଥିତି, ଦାଦନ ଓ ବେକାରୀ ସମସ୍ୟା, ମହିଳା ନିର୍ଯାତନା, ଦୁର୍ନୀତି ସହ ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା ହୋଇଥିଲା । ପୂର୍ବତନ ସାଂସଦ ବୈଜୟନ୍ତଙ୍କ ସହ ପୂର୍ବତନ ବିଧାୟକ ନବୀନ ନନ୍ଦ ଏଥିରେ ଯୋଗ ଦେଇଥିଲେ। ବୈଜୟନ୍ତଙ୍କ ହେଇଯାଉ କାର୍ଯ୍ୟକ୍ରମ ପ୍ରତି ଧିରେ ଧିରେ ଜନସମର୍ଥନ ବଢୁଥିବା ଦେଖିବାକୁ ମିଳୁଛି। ପୂର୍ବରୁ […]
ଭୁବନେଶ୍ୱର: ବହୁଚର୍ଚ୍ଚିତ ଲକ୍ଷ୍ମୀଦତ୍ତ ହତ୍ୟା ମାମଲାରେ ପୁଲିସ୍ ନୋଟିସ୍ ପାଇଥିବା ବିଜେପି ନେତା ଗୋଲକ ମହାପାତ୍ର ଛତ୍ରପୁର ଥାନାରେ ହାଜର ହୋଇନାହାନ୍ତି। ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ସେ ଥାନାରେ ହାଜର ହୋଇନଥିବା ଜଣାପଡ଼ିଛି। ଏନେଇ ଛତ୍ରପୁର ଏସ୍ଡିପିଓଙ୍କୁ ଜଣାଇଛନ୍ତି ଗୋଲକଙ୍କ ଓକିଲ। ତେବେ ଗୋଲକ ପୁଣି କେବେ ଥାନାରେ ହାଜର ହେବେ ସେନେଇ ଦିନ ଏସ୍ଡିପିଓ ଧାର୍ଯ୍ୟ କରିବେ ବୋଲି ଜଣାପଡ଼ିଛି। ୨୦୧୭ ମସିହା ସେପ୍ଟେମ୍ବର୍ ୧୬ ତାରିଖରେ ଛତ୍ରପୁରର ଯୁବ ନେତା ଲକ୍ଷ୍ମୀଦତ୍ତ ପ୍ରଧାନଙ୍କୁ ହତ୍ୟା […]
ଭୁବନେଶ୍ୱର: ସମ୍ପୂର୍ଣ୍ଣ ମଦମୁକ୍ତ ଓଡ଼ିଶା ଦାବିରେ ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନର ପଦଯାତ୍ରା କରିଛନ୍ତି। ଆଜି ଏହି କ୍ରମରେ ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନର ସଦସ୍ୟମାନେ ପଦଯାତ୍ରାରେ ନବୀନ ନିବାସ ଆଡ଼କୁ ଯାଉଥିଲେ। ତେବେ ବାଟରୁ ପୁଲିସ୍ ସେମାନଙ୍କୁ ଉଠାଇ ନେଇଛି। ସେପଟେ ଅଭିଯାନର ଆଉ କିଛି ସଦସ୍ୟ ଭୁବନେଶ୍ୱର ସତ୍ସଙ୍ଗ ବିହାର ନିକଟରେ ଜାତୀୟ ରାଜପଥ ଅବରୋଧ କରିଥିଲେ। ନିଶା ନିବାରଣ ଅଭିଯାନର ସଦସ୍ୟମାନେ ଶୋଇପଡ଼ି ରାସ୍ତା ଅବରୋଧ କରିଥିଲେ। ରାସ୍ତାରୋକ ଯୋଗୁ […]
ଭୁବନେଶ୍ୱର: ଶିକାରୀଙ୍କ ହାତରେ ହିଁ ଯାଇଛି ସାତକୋଶିଆରେ ମହାବଳ ବାଘର ଜୀବନ। ଝିଙ୍କ ଗିଳିବାରୁ ନୁହେଁ ବରଂ ଶିକାରୀ ବସାଇଥିବା ଫାସରେ ପଡ଼ି ମହାବଳ ବାଘ ମହାବୀରର ମୃତ୍ୟୁ ହୋଇଛି। ମହାବଳ ବାଘ ମୃତ୍ୟୁର ତଦନ୍ତ କରୁଥିବା ନ୍ୟାସ୍ନାଲ୍ ଟାଇଗର୍ କନ୍ଜର୍ଭେସନ୍ ଅଥରିଟି(ଏନ୍ଟିସିଏ)ର ଫରେଷ୍ଟ ଆଇଜି ଡଃ ଅମିତ୍ ମଲ୍ଲିକ ଏବଂ ୱାଇଲ୍ଡ୍ ଲାଇଫ୍ ଇନ୍ଷ୍ଟିଚ୍ୟୁଟ୍ ଅଫ ଇଣ୍ଡିଆ(ଡବ୍ଲ୍ୟୁଆଇଆଇ)ର କେ. ରମେଶ ବାଘ ମୃତ୍ୟୁ ଘଟଣାର ତଦନ୍ତ କରି NTCA ଡିଜି ଅନୁପ କୁମାର ନାୟକଙ୍କୁ ଏଭଳି […]
କନ୍ଧମାଳ: ରାଜ୍ୟରେ ଦିନକୁ ଦିନ ଅସୁରକ୍ଷିତ ହୋଇପଡ଼ିଛି କନ୍ୟାରତ୍ନ। ଦୁଷ୍କର୍ମ ପାଇଁ ଲଜ୍ଜିତ ଥିବା କନ୍ଧମାଳରେ ପୁଣି ଜଣେ ନାବାଳିକା ଦୁଷ୍କର୍ମର ଶୀକାର ହୋଇଥିବା ଅଭିଯୋଗ ହୋଇଛି। ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଦାରିଙ୍ଗବାଡ଼ି ଥାନାରେ ଏତଲା ରୁଜୁ ହୋଇଛି। ନାବାଳିକାଙ୍କୁ ପ୍ରଥମେ ଅପହରଣ ଓ ପରେ ତାଙ୍କ ସହ ଦୁଷ୍କର୍ମ ହୋଇଥିବା ଅଭିଯୋଗରେ ଦର୍ଶାଯାଇଛି। ଅଭିଯୋଗ ପରେ ଯୁବକଙ୍କୁ ଗିରଫ କରି ଖୋଳତାଡ଼ କରୁଛି ପୁଲିସ୍।
ଅନୁଗୁଳ: ଗାଁରେ ଦନ୍ତାହାତୀ ଆତଙ୍କ। ଅନୁଗୁଳ ଜିଲ୍ଲା ଛେଣ୍ଡିପଦାରେ ଗାଁ ଭିତରକୁ ଏକ ଦନ୍ତାହାତୀ ପଶି ଆସିଥିବାରୁ ଲୋକମାନେ ଭୟଭୀତ ହୋଇ ଯାଇଛନ୍ତି। ଛେଣ୍ଡିପଦା ବନାଞ୍ଚଳରୁ ହାତୀଟି ଗାଁ ଭିତରକୁ ପଶି ଆସିଥିଲା। ଗାଁ ଭିତରେ ହାତୀକୁ ଦେଖି ଲୋକେ ଭୟଭୀୟ ହୋଇ ଯାଇଥିଲେ। ବନବିଭାଗ କର୍ମୀ ଗାଁରେ ପହଞ୍ଚିବା ପରେ ଲୋକମାନେ ହାତୀକୁ ଘଉଡାଇବାକୁ ଉଦ୍ୟମ କରିଥିଲେ। ହାତୀ ଘଉଡାଇବାକୁ ନିୟୋଜିତ ସ୍କ୍ୱାଡ୍ ଓ ଲୋକମାନେ ବାଣ ଫୁଟାଇ ହାତୀକୁ ଘଉଡାଇ ଥିଲେ। ହାତୀ ଛେଣ୍ଡିପଦା […]
ଭୁବନେଶ୍ୱର: ରାଜଧାନୀରେ ଶକ୍ତି ପ୍ରଦର୍ଶନ କଲା ବିଜେପି ଯୁବ ମୋର୍ଚ୍ଚା। ଲୋୟର୍ ପିଏମ୍ଜି, ୧୨୦ ବାଟାଲିୟନ୍ ଓ ଆର୍ବିଆଇ ଛକରେ ପୁଲିସ୍ ସହ ଯୁବ ମୋର୍ଚ୍ଚା କର୍ମୀଙ୍କ ଧସ୍ତାଧସ୍ତି ହୋଇଛି। ବିଧାନସଭା ଘେରାଉ କରିବାକୁ ଯାଉଥିବା ବେଳେ ଆଜି ଏପରି ପରିସ୍ଥିତି ସୃଷ୍ଟି ହୋଇଛି। ବିଜେପି କାର୍ଯ୍ୟାଳୟରୁ ଯୁବ ମୋର୍ଚ୍ଚା କର୍ମୀଙ୍କ ପକ୍ଷରୁ ବିଶାଳ ଶୋଭାଯାତ୍ରା ବାହାରି ବିଧାନସଭା ଅଭିମୁଖେ ବାହାରିଥିଲା। ବିଭିନ୍ନ ରୁଟ୍ ଦେଇ ବିଧାନସଭାକୁ ପହଞ୍ଚିବାକୁ ଥିବା ବେଳେ ପୁଲିସ୍ ସହ ଖଣ୍ଡ ଯୁଦ୍ଧ […]
କଳାହାଣ୍ଡି: ରାସ୍ତାରେ ବସିଲେ ଚାଷୀ। କଳାହାଣ୍ଡି ଜିଲ୍ଲାରେ ଆମ୍ପାଣିରେ ଚାଷୀଙ୍କ ରାସ୍ତା ଅବରୋଧ। କୋକସରା ବ୍ଲକ୍କୁ ମରୁଡି ଘୋଷଣା ଦାବି ନେଇ ଚାଷୀମାନେ ୨୬ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି। ଶତାଧିକ ସଂଖ୍ୟାରେ ଚାଷୀ ଏକାଠି ହୋଇ ଭବାନୀପାଟଣା-ଜୟପୁର ରାସ୍ତାରୋକ୍ କରିଛନ୍ତି। କୋକସରା କୃଷକ ସଚେତନ ମଞ୍ଚ ପକ୍ଷରୁ ଏହି ଅର୍ଥନୈତିକ ଅବରୋଧ କରାଯାଇଛି। ରାସ୍ତା ଅବରୋଧ ହେବା ଫଳରେ ଉଭୟ ପାର୍ଶ୍ୱରେ ଶହ ଶହ ସଂଖ୍ୟାରେ ଗାଡି ଅଟକି ରହିଛି।
ବାରିପଦା: ଶୌଚ ବାହାନାରେ ଛୁ’ ମାରିଲା କଏଦୀ। ମେଡିକାଲ୍ରେ ଚିକିତ୍ସାଧୀନ ଥିବାବେଳେ ବିଚାରାଧୀନ କଏଦୀ ଜଣକ ଖସି ଯାଇଛି। ତାଙ୍କ ନାଁ କାହ୍ନୁଚରଣ ମାରାଣ୍ଡି। ମିଳିଥିବା ସୂଚନା ଅନୁସାରେ, ଏକ ଦୁଷ୍କର୍ମ ଅଭିଯୋଗ ମାମଲାରେ କାହ୍ନୁ ବାରିପଦା ସର୍କଲ ଜେଲ୍ରେ ଥିଲା। ଅସୁସ୍ଥତା ପାଇଁ ଗତ ୬ ତାରିଖରୁ ତାକୁ ବାରିପଦା ପିଆର୍ଏମ୍ ମେଡିକାଲ୍ରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଆଜି ଶୌଚ ହେବାକୁ କହି ୨ ୱାର୍ଡରଙ୍କୁ ଚକ୍ମା ଦେଇ ମେଡିକାଲରୁ ଖସି ପଳାଇଥିବା ଜଣାପଡ଼ିଛି। ଏନେଇ […]
କେନ୍ଦ୍ରାପଡ଼ା: ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ବିରୋଧ ଆଶଙ୍କାରେ କେନ୍ଦ୍ରାପଡ଼ା ଜିଲ୍ଲା ବିଜେପି ସଭାପତିଙ୍କୁ ଅଟକ ରଖାଯାଇଛି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମହାକାଳପଡ଼ା ଗସ୍ତ କାର୍ଯ୍ୟକ୍ରମ ଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରିବା ଆଶଙ୍କା କରି ପୁଲିସ୍ କେନ୍ଦ୍ରାପଡ଼ା ଜିଲ୍ଲା ବିଜେପି ସଭାପତି ଦୁର୍ଯ୍ୟୋଧନ ସାହୁଙ୍କୁ ଅଟକ ରଖିଛି। ବିଜେପି ପକ୍ଷରୁ କଳା ପତାକା ପ୍ରଦର୍ଶନ କରିବାକୁ ଯୋଜନା ଥିବା ନେଇ ପୁଲିସ୍କୁ ଖବର ମିଳିବା ପରେ ଅଟକ ରଖିଥିବା ସୂଚନା ମିଳିଛି। ମୁଖ୍ୟମନ୍ତ୍ରୀ ଆଜି […]
ସୁବର୍ଣ୍ଣପୁର: ପ୍ରହସନ ପାଲଟିଛି ସରକାରଙ୍କ ସର୍ବଶିକ୍ଷା ଅଭିଯାନ। କେଉଁଠି ବିଦ୍ୟାଳୟରେ ଭିତ୍ତିଭୂମିର ଅଭାବ ତ ଆଉ କେଉଁଠି ପାଠ ପଢିବା ପାଇଁ ସ୍କୁଲ ଘର ନାହିଁ। ତେବେ ଏହା ଭିତରେ ଆଉ ଏକ ଅଭିଯୋଗ ସାମ୍ନାକୁ ଆସିଛି। ଶିକ୍ଷାବର୍ଷ ସରିବାକୁ ଆଉ କିଛି ମାସ ବାକି ଥିବାବେଳେ ଏ ପର୍ଯ୍ୟନ୍ତ ପିଲାଙ୍କୁ ସ୍କୁଲ୍ ଡ୍ରେସ୍ ମିଳିନି। ଫଳରେ ବାଧ୍ୟ ହୋଇ ଛାତ୍ରଛାତ୍ରୀ ପୁରୁଣା ନହେଲେ ଛିଣ୍ଡା ଡ୍ରେସ୍ରେ ସ୍କୁଲ୍ ଆସୁଛନ୍ତି। ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ୍ ଅନ୍ତର୍ଗତ […]
ଭୁବନେଶ୍ୱର: ପୁଣି ଲେଉଟିଲା ସହିଦ୍ ସ୍ମାରକୀ ପ୍ରସଙ୍ଗ। ବରୁଣେଇରେ ସହିଦ୍ ସ୍ମାରକୀକୁ ନେଇ ରାଜନୀତି ତେଜିବାରେ ଲାଗିଛି। ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ର ସରକାର ବରୁଣେଇରେ ସହିଦ୍ ସ୍ମାରକୀ ପାଇଁ ୧୦୦ କୋଟି ଟଙ୍କା ମଞ୍ଜୁର କରିଥିବା ବେଳେ ଆଇଓସିଏଲ ୯୦ କୋଟି ଟଙ୍କା ମଞ୍ଜୁର କରିଛି। ତେବେ ରାଜ୍ୟ ସରକାର ୫୦ ଏକର ଜାଗା କାହିଁକି ଯୋଗାଇ ଦେଉନାହାନ୍ତି, ତାକୁ ନେଇ ପ୍ରଶ୍ନ ଉଠିଛି। ଜୟୀ ରାଜଗୁରୁଙ୍କ ୨୧୨ ତମ ବଳିଦାନ […]
ଭୁବନେଶ୍ୱର: ବିଭିନ୍ନ ଦାବି ନେଇ ରାଜ୍ୟର ତିନି ପୁଲିସ୍ କର୍ମଚାରୀ ସଂଘ ସରକରାଙ୍କୁ ମିଳିତ ଚରମବାଣୀ ଶୁଣାଇଛନ୍ତି। ସରକାର ଦାବି ପୂରଣ ନକଲେ ସାମୁହିକ ଆନ୍ଦୋଳନ ପାଇଁ ଧମକ ଦେଇଛନ୍ତି OPA, OPSA, ଓଡ଼ିଶା ହାବିଲଦାର ସିପାହୀ ଓ କନଷ୍ଟେବଳ ମହାସଂଘ ହାବିଲଦାର ସିପାହୀ। କନଷ୍ଟେବଳ ମହାସଂଘ ୪ ଦଫା ଦାବିକୁ ସରକାର ଶୁଣୁ ନଥିବା ଅଭିଯୋଗ କରି ମହାସଂଘ ଆଜି ରାତି ୧୦ଟା ସୁଦ୍ଧା ଦାବି ପୂରଣ ପାଇଁ ସରକାରଙ୍କୁ ସମୟ ଦେଇଛନ୍ତି। ଏହି ସମୟ […]
ବ୍ରହ୍ମପୁର: ପଞ୍ଚଭୂତରେ ଲୀନ ହେଲେ ଆସ୍କାର ପୂର୍ବତନ ସାଂସଦ ଲଡୁ କିଶୋର ସ୍ୱାଇଁ। ଜନ୍ମମାଟି ଗଞ୍ଜାମ ଜିଲ୍ଲା ଆସିକା ନିକଟ ପଥରା ଗାଁରେ ଆଜି ଶୋକାକୁଳ ପରିବେଶରେ ତାଙ୍କ ଅନ୍ତ୍ୟେଷ୍ଟି କ୍ରୀୟା ସମ୍ପନ୍ନ ହୋଇଛି। କିଡ୍ନୀ ରୋଗରେ ଆକ୍ରାନ୍ତ ହୋଇ ଭୁବନେଶ୍ୱରସ୍ଥିତ ଆପୋଲୋ ହସ୍ପିଟାଲ୍ରେ ଚିକିତ୍ସିତ ହେଉଥିବା ଲଡୁକିଶୋରଙ୍କର ଗତକାଲି ରାତି ପ୍ରାୟ ୧୧ଟା ୪୫ରେ ପରଲୋକ ହୋଇଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ବୟସ ହୋଇଥିଲା। ଲଡୁ କିଶୋରଙ୍କ ପାର୍ଥିବ ଶରୀରକୁ ଆଜି ଆସିକା […]
ଭୁବନେଶ୍ୱର: ଚାଷୀ ପ୍ରସଙ୍ଗକୁ ନେଇ ବିରୋଧୀ ହଙ୍ଗାମା ଯୋଗୁ ବିଧାନସଭା ବଜେଟ୍ ଅଧିବେଶନର ଦ୍ୱିତୀୟ ଦିନ ବି ଧୋଇଯାଇଛି। ଆଜି ଦିବଙ୍ଗତ ନେତା ପ୍ରିୟନାଥ ଦେ ଏବଂ ଲଡୁକିଶୋର ସ୍ୱାଇଁଙ୍କ ବିୟୋଗରେ ଶୋକପ୍ରସ୍ତାବ ପରେ ପ୍ରଶ୍ନକାଳ ଆରମ୍ଭରୁ ଚାଷୀଙ୍କ ସମସ୍ୟା ନେଇ ଉଭୟ ବିଜେପି ଓ କଂଗ୍ରେସ ହୋହାଲ୍ଲା କରିଥିଲେ। ଫଳରେ ବାଚସ୍ପତି ଗୃହକୁ ପ୍ରଥମେ ଘଣ୍ଟାଏ ଯାଏ ମୁଲତବୀ ରଖିଥିଲେ। ଶୂନ୍ୟକାଳରେ ମଧ୍ୟ ସମାନ ଚିତ୍ର ଦେଖିବାକୁ ମିଳିଥିଲା। ଯଦିଓ ମଣ୍ଡି ସମସ୍ୟାକୁ ନେଇ ବିରୋଧୀ […]
ଭୁବନେଶ୍ୱର: କନ୍ୟାରତ୍ନଙ୍କ ସୁରକ୍ଷା ଚିନ୍ତାରେ ରାଜ୍ୟ। ସେବାଶ୍ରମ ସ୍କୁଲ୍ ହେଉ କି ସେଲ୍ଟର୍ ହୋମ୍ ନାବାଳିକାଙ୍କ ଉପରେ ବଢ଼ି ଚାଲିଛି ଯୌନ ନିର୍ଯାତନା। କନ୍ଧମାଳ ଦାରିଙ୍ଗବାଡ଼ି ଉଚ୍ଚ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ସନ୍ତାନ ପ୍ରସବ ହେଉ କି ଢେଙ୍କାନାଳ ବେଲ୍ଟିକିରି ଆଶ୍ରମରେ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଘଟଣା, ଏସବୁକୁ ଦେଖିଲେ ରାଜ୍ୟରେ କନ୍ୟାରତ୍ନ କେତେ ସୁରକ୍ଷିତ ତାହା ସ୍ପଷ୍ଟ ଅନୁମାନ କରିହେଉଛି। ବାଳିକା, ଯୁବତୀ ଖାସ୍ କରି ଏସ୍ସିଏସ୍ଟି ବର୍ଗର ଛାତ୍ରୀଙ୍କ ସୁରକ୍ଷା ସ୍ଥିତି କେତେ […]
ନୂଆଦିଲ୍ଲୀ: ଧନୁଷ ତୋପ ଦୁର୍ନୀତି ମାମଲାରେ ସିବିଆଇ ତଦନ୍ତ ପରିସରଭୁକ୍ତ ଓଡ଼ିଆ ଅଫିସରଙ୍କୁ ହତ୍ୟା। ଜବଲପୁର ଗନ୍ କ୍ୟାରେଜ୍ ଫ୍ୟାକ୍ଟ୍ରିରେ ଜୁନିୟର ଓ୍ୱାର୍କସ ମ୍ୟାନେଜର୍ ଭାବେ କାମ କରୁଥିବା ଜଗତସିଂହପୁରର ଶାରଦା ଚରଣ ଖଟୁଆଙ୍କୁ ହତ୍ୟା କରାଯାଇଥିବା ପୋଷ୍ଟମର୍ଟମ ରିପୋର୍ଟରୁ ସ୍ପଷ୍ଟ ହୋଇଛି। ସେ ଗତ ମାସ ୧୭ ତାରିଖରୁ ନିଖୋଜ ଥିଲେ। ବହୁ ଖୋଜାଖୋଜି କରିବା ପରେ ତାଙ୍କର କୌଣସି ଠିକଣା ନମଳିବାରୁ ଶାରଦାଙ୍କ ପରିବାର ପକ୍ଷରୁ ଜବଲପୁରର ଘମାପୁର ଥାନାରେ ନିଖୋଜ ରିପୋର୍ଟ ଲେଖାଯାଇଥିଲା। […]
ବାଲେଶ୍ୱର: ଖରାଦିନ ନ ଆସୁଣୁ ପାନୀୟ ଜଳ ସମସ୍ୟା ଦେଖା ଗଲାଣି। ଗାଁ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ମିଳୁନି। ପାନୀୟ ଜଳ ପ୍ରକଳ୍ପରୁ କାଦୁଅ ପାଣି ବାହାରୁଥିବାବେଳେ ଗାଁରେ ଥିବା ନଳକୂପରୁ ପାଣି ବାହାରୁନି । ଏହି ଦୂରବସ୍ଥା ହେଉଛି ବାଲେଶ୍ୱର ବସ୍ତା ଜାମସୁଳି ଗାଁର। ଖରା ଦିନ ନ ଆସୁଣୁ ଏଠାରେ ଜଳ ସଙ୍କଟ ଭୟଙ୍କର ରୂପ ନେଉଛି। ଜାମସୁଳ ବାସିନ୍ଦା ପାନୀୟ ଜଳ ପାଇଁ ଗରା, ମାଠିଆ ରଖି ପ୍ରତିବାଦ କରୁଛନ୍ତି । […]
କଟକ: କୁଏତରୁ ଫେରିଲା କଟକ ନିଆଳି ପୋଦନା ଅଞ୍ଚଳର ପପିନା ଲେଙ୍କାଙ୍କ ମୃତଦେହ। ଆଜି ଭୁବନେଶ୍ୱରରେ ମୃତଦେହ ପହଞ୍ଚିବା ପରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ବିମାବନ୍ଦରକୁ ଯାଇ ଶ୍ରଦ୍ଧାଞ୍ଜଳି ଦେବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଥିଲେ। ଏହି ଅବସରରେ ବୈଜୟନ୍ତ କହିଛନ୍ତି, ବିଜ୍ଞାପନରେ ରାଜ୍ୟ ସରକାର କୋଟି କୋଟି ଟଙ୍କା ବ୍ୟୟ କରୁଥିବା ବେଳେ ଚାକିରି ନପାଇ ରାଜ୍ୟର ହଜାର ହଜାର ଯୁବକ ବାହାରକୁ ଯାଉଛନ୍ତି। ବିଜ୍ଞାପନ ଖର୍ଚ୍ଚକୁ ନିଯୁକ୍ତି କ୍ଷେତ୍ରରେ ଲଗାଗଲେ ଯୁବକମାନଙ୍କୁ […]
କଟକଣା କୋହଳ ଯୋଗୁଁ ଲୋକଙ୍କ ଗହଳି ହିଁ ତୃତୀୟ ଲହରର କାରଣ ହେବ। ତୃତୀୟ ଲହର ପାଇଁ ଆମେ ପ୍ରସ୍ତୁତ ଅଛୁ, ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯାଉଛି। ଫୋକସ, ସର୍ଭେଲାନ୍ସକୁ ଅଗଷ୍ଟ ପରେ ସରକାର ବଢ଼ାଇପାରନ୍ତି।
ସୁନ୍ଦରଗଡ଼: ବଣାଇ ଏସ୍ଡିଭିଓଙ୍କ ନାରେ ଏସ୍ଏଚ୍ଜି (ସ୍ୱୟଂ ସହାୟକ ଗ୍ରୁପ୍) ମହିଳାମାନେ ଅଭିଯୋଗ ଆଣିଛନ୍ତି। ନିଜକୁ ଦୋଷମୁକ୍ତ କରିବା ପାଇଁ ଏସ୍ଡିଭିଓ ଠକ ଉପାୟରେ ସମସ୍ତଙ୍କ ପାଖରୁ ଦସ୍ତଖତ ନେଇଥିବା ସେମାନେ ଅଭିଯୋଗ କରିଛନ୍ତି। ଘଟଣାନୁସାରେ କିଛି ଦିନ ତଳେ ଏସ୍ଡିଭିଓ ସରୋଜ ପାଣିଙ୍କ ନାରେ ୪ ଜଣ ମହିଳା ସହକର୍ମଚାରୀ ଦୁର୍ବ୍ୟବହାର ଅଭିଯୋଗ ଆଣିଥିଲେ। ଏନେଇ ମହିଳାମାନେ ସୁନ୍ଦରଗଡ଼ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ, ବଣାଇ ଉପଜିଲ୍ଲାପାଳ, ସୁନ୍ଦରଗଡ଼ ଜିଲ୍ଲାପାଳ, ବିଭାଗୀୟ ନିର୍ଦ୍ଦେଶକ, ଶାସନ ସଚିବଙ୍କ […]
ମୟୂରଭଞ୍ଜ: ରଙ୍ଗିନ୍ ଆଲୋକମାଳା, ସୁନ୍ଦର ଷ୍ଟେଜ୍ ଏବଂ ତା ସହିତ କଳାକାରଙ୍କ ନୃତ୍ୟ ପ୍ରଦର୍ଶନରେ ଉଦଘାଟିତ ହୋଇଛି ମୟୁରଭଞ୍ଜ ମହୋତ୍ସବ। ଶୀତୁଆ ସଂଧ୍ୟାରେ ଲୋକଙ୍କର ଭିଡ଼ ସହିତ ଗୋଟିଏ ମଞ୍ଚରେ ବିଭିନ୍ନ ଆଡୁ ଆସିଥିବା କଳାକାରଙ୍କ ଓଡ଼ିଶୀ, ଛଉ, ଝୁମର, ଚାଙ୍ଗୁ , ଖଡିଆ ଭଳି ନୃତ୍ୟ ପ୍ରଦର୍ଶନ ଦେଖିବାକୁ ମିଳିଛି। ୩ ଦିନର ଏହି କାର୍ଯ୍ୟକ୍ରମରେ ଜିଲ୍ଲାର କୋଣ ଅନୁକୋଣରୁ ସାହିତ୍ୟିକ, ସଙ୍ଗୀତକାର, କଳାକାର, ଚିତ୍ରଶିଳ୍ପୀମାନେ ଏକାଠି ହେବା ସହ ସେମାନଙ୍କର କଳା ପ୍ରଦର୍ଶନ ସହ […]
ଭୁବନେଶ୍ୱର: ଇସ୍ତାହାର କମିଟି ଅଧ୍ୟକ୍ଷ ପଦରୁ ବାଦ୍ ପଡିବା ପରେ ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା ରଣହୁଙ୍କାର ଦେଇଛନ୍ତି। ଏହା ସହ ଗାଁକୁ ଯାଇ ଜନମତ ଲୋଡ଼ିବେ ବୋଲି ସେ କହିଛନ୍ତି। ମୁଁ ଯେଉଁ ପ୍ରସଙ୍ଗ ଉଠାଇଥିଲି, ତାକୁ ନେଇ ଗାଁ ଗଣ୍ଡାକୁ ଯିବି ବୋଲି ଶ୍ରୀକାନ୍ତ କହିଛନ୍ତି। ସେ କହିଛନ୍ତି, ଇସ୍ତାହାର କମିଟି ଅଧ୍ୟକ୍ଷ ପରେ ମୁଁ ମୁଖବନ୍ଧ ପ୍ରସ୍ତୁତ କରିଥିଲି। କଂଗ୍ରେସ କ୍ଷମତାକୁ ଆସିଲେ, ଓବିସି ବର୍ଗରୁ ମୁଖ୍ୟମନ୍ତ୍ରୀ ଓ SC/ST ବର୍ଗରୁ […]