ଦେବଗଡ଼: ଅବ୍ୟବସ୍ଥା ଭିତରେ ଦେବଗଡ ଜିଲ୍ଲାର ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଛାତ୍ରୀ ନିବାସ। ନାରୀ ଶିକ୍ଷା ପାଇଁ ଅନେକ ଯୋଜନା ହୋଇଥିଲେ ମଧ୍ୟ ଯୋଜନା କେମିତି ବାଟବଣା ହେଉଛି ତାହା ଏହି ଛାତ୍ରୀ ନିବାସକୁ ଦେଖିଲେ ସ୍ପଷ୍ଟ ହୋଇଯିବ। ଆଜ୍ବେଷ୍ଟସ୍ ଭାଙ୍ଗି ଯାଇଥିବା ବେଳେ ଦିନରେ ଖରା, ରାତିରେ ଶୀତର ପ୍ରକୋପ ଓ ବର୍ଷା ହେଲେ ଏଥିରୁ ପାଣି ଲିକ୍ ହେଉଥିବା ଜଣାପଡ଼ିଛି। ଖାଲି ସେତିକି ନୁହେଁ କାନ୍ଥ ସନ୍ତସନ୍ତିଆ ରହୁଥିବାରୁ ଛାତ୍ରୀଙ୍କୁ ବିଦ୍ୟୁତ୍ ଝଟ୍କା […]
ଭୁବନେଶ୍ୱର: ଆସନ୍ତା ନିର୍ବାଚନରେ ପ୍ରାର୍ଥୀ ଚୟନ ନେଇ ଟେନ୍ସନ୍ରେ ଥିବା ବିଜେଡି ପାଇଁ ଅଡୁଆ ହୋଇଛି ମହିଳା କାର୍ଡ। ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ କାର୍ଡ ଖେଳି ସାରିଥିବା ବିଜେଡି, ଟିକଟ୍ ବଣ୍ଟନ କ୍ଷେତ୍ରରେ ଖୋଦ୍ ନିଜେ କେତେ ଦୂର ଏହାକୁ କାର୍ଯ୍ୟକାରୀ କରିପାରିବ ତାକୁ ନେଇ ଦେଖାଦେଇଛି ଦ୍ୱନ୍ଦ୍ୱ। ଦଳରୁ ମିଳିଥିବା ସୂଚନା ଅନୁସାରେ, ଆଇନ ଲାଗୁ ହୋଇନଥିବାରୁ ପ୍ରାୟ ୨୧ରୁ ୨୫ ମହିଳାଙ୍କୁ ପ୍ରାର୍ଥୀ କରିବାକୁ ଦଳ କରସତ୍ ଆରମ୍ଭ କରିଛି। ବିଧାନସଭା […]
ଭୁବନେଶ୍ୱର: ଅନିଶ୍ଚିତତା ଭିତରେ ଚିଟ୍ଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଟଙ୍କା। ଫେରସ୍ତର ପ୍ରକିୟା ଚିଟ୍ଫଣ୍ଡ କମିଶନଙ୍କ ଗତକାଲି ମନ୍ତବ୍ୟ ପରେ ଜମାକାରୀ ଚିହ୍ନଟ ପ୍ରକିୟା ଶେଷ ହେବାକୁ ନେଇ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କମିଶନଙ୍କ କହିବାନୁସାରେ କେବଳ ଯୁଦ୍ର ଜମାକାରୀ ଚିହ୍ନଟ ହେବାକୁ ଆହୁରି ଦୁଇରୁ ତିନି ବର୍ଷ ଲାଗିବ। ତେବେ ଯଦି ଏପରି ହୁଏ ତେବେ ସମସ୍ତ କ୍ଷତିଗ୍ରସ୍ତ ୨୦ ଲକ୍ଷ ଜମାକାରୀ ଚିହ୍ନଟ ହୋଇ ଟଙ୍କା କେବେ ଫେରିପାଇବେ ତା’ର ଉତ୍ତର କାହାରି ପାଖରେ […]
ବଣାଇ: ଦିନକୁ ଦିନ ହାତୀଙ୍କ ଉପଦ୍ରବ ବଢ଼ିବାରେ ଲାଗିଛି। ସୁନ୍ଦରଗଡ଼ ଜିଲ୍ଲା ବଣାଇ ରେଞ୍ଜ ଗୁଡ଼ିଆଳି ଗାଁରେ ଆଜି ଭୋର ସମୟରେ ୧୪ଟି ହାତୀ ଗାଁ ଭିତରକୁ ପଶି ପାଚେରି ଭାଙ୍ଗିବା ସହ ବାଡ଼ିରେ ଥିବା ପନିପରିବା ମଧ୍ୟ ନଷ୍ଟ କରିଥିବା ଜଣାପଡ଼ିଛି। ଖାଲି ଗୁଡ଼ିଆଳି ଗାଁ ନୁହେଁ ଘୁସୁରା, ଅଲେଖପୁର ଅଞ୍ଚଳରେ ମଧ୍ୟ ହାତୀପଲ ଫସଲ ନଷ୍ଟ କରିଥିବା ଦେଖିବାକୁ ମିଳିଛି। ଘଟଣାସ୍ଥଳରେ ବନ ବିଭାଗର କର୍ମଚାରୀ ପହଞ୍ଚି ସ୍ଥିତିର ଅନୁଧ୍ୟାନ କରିଛନ୍ତି। ଗାଁ ଭିତରେ […]
କେନ୍ଦ୍ରାପଡ଼ା: ରାଜ୍ୟରେ ଥୁମୁନି ଦୁଷ୍କର୍ମ ଘଟଣା। ଯୁବତୀ ହୁଅନ୍ତୁ କିମ୍ବା ଶିଶୁ ଦୁଷ୍କର୍ମ ଶିକାର ହେଉଛନ୍ତି। ଏବେ ପୁଣି ଏକ ନାବାଳିକା ଦୁଷ୍କର୍ମ ଘଟଣା ସାମ୍ନାକୁ ଆସିଛି। ରାଜକନିକା ଥାନା ଅଞ୍ଚଳରେ ୫ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଘରପାଖ ବାଡ଼ିକୁ ଯାଇଥିବାବେଳେ ରଞ୍ଜନ ରାଉତ ନାମକ ଜଣେ ଯୁବକ ତାକୁ ଟେକି ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ କରିଛନ୍ତି ପୀଡ଼ିତାଙ୍କ ମାଆ। ଏନେଇ ରାଜକନିକା ପୁଲିସ୍ ଏକ ମାମଲା ରୁଜୁ କରିବା ସହିତ ଅଭିଯୁକ୍ତକୁ […]
ଭୁବନେଶ୍ୱର: ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଉପରେ ସୃଷ୍ଟ ଲଘୁଚାପ ଅବପାତରୁ ଗଭୀର ଅବପାତ ହେବାସହ ଏହା ଘନୀଭୂତ ହୋଇ ଘୂର୍ଣ୍ଣିଝଡ଼ର ରୂପ ନେଇଛି। ଏହି ଘୂର୍ଣ୍ଣିଝଡ଼ର ନାଁ ‘ପେଥାଇ’ର ରଖାଯାଇଛି। ଏହା ଉତ୍ତର ଉତ୍ତର-ପଶ୍ଚିମ ଦିଗରେ ଘଣ୍ଟା ପ୍ରତି ୧୩ କିଲୋମିଟର ବେଗରେ ସ୍ଥଳଭାଗ ଆଡ଼କୁ ଅଗ୍ରସର ହେଉଛି। ଗତ ରାତି ସାଢ଼େ ଗୋଟାଏ ସୁଦ୍ଧା ଏହା ଚେନ୍ନାଇରୁ ୫୩୦ କିଲୋମିଟର ଓ ଆନ୍ଧ୍ରପ୍ରଦେଶ ମଛଲିପଟ୍ଟନମ୍ଠାରୁ ୬୯୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଥିଲା। ଆଜି ସନ୍ଧ୍ୟା ସୁଦ୍ଧା ଏହା […]
କଟକ: ନିଶା ନିବାରଣ ଉଦ୍ଦେଶ୍ୟରେ କଟକ ଜିଲ୍ଲା କୁଷ୍ପଙ୍ଗୀ ପଞ୍ଚାୟତର ଗ୍ରାମବାସୀ ଅଭିନବ ପ୍ରୟାସ। ସ୍ଥାନୀୟ ଭାଗବତ ଘର ପ୍ରାଙ୍ଗଣରେ ଏକତ୍ରିତ ହୋଇ ଶପଥ ନେଲେ ଗ୍ରାମବାସୀ। ଗାଁର ଜଣେ ବ୍ୟକ୍ତି ଚୋରା ମଦବିକ୍ରୀ କରୁଥିବା ନେଇ ଗ୍ରାମବାସୀଙ୍କ ତରଫରୁ ଲିଖିତ ଅଭିଯୋଗ ଥାନାରେ କରାଯାଇଥିଲା। ମାତ୍ର ସ୍ଥାନୀୟ ସରପଞ୍ଚ ନମିତା ବେହେରାଙ୍କ ସ୍ୱାମୀ ଶୁକଦେବ ବେହେରା ଥାନାରୁ ମଦବେପାରୀକୁ ମୁକୁଳାଇଥିଲେ। ଏନେଇ ଗ୍ରାମବାସୀମାନେ ଏକାଠି ହେବା ସହିତ ଶୁକଦେବକୁ ଡାକି ପଚାରିଥିଲେ। ଶୁକଦେବ ଗ୍ରାମବାସୀଙ୍କୁ ଭୁଲ […]
କୋରାପୁଟ: ଖାଦ୍ୟ ନିରାପତ୍ତା ଅଭିଯାନ ମାଧ୍ୟମରେ ପ୍ରକୃତ ହିତାଧିକାରୀଙ୍କ ପାଖରେ ଖାଦ୍ୟ ପହଞ୍ଚାଇବା ପାଇଁ ଯୋଜନା ରହିଛି । ହେଲେ କୋରାପୁଟ ଜିଲ୍ଲାରେ କେନ୍ଦ୍ର ସରକାରଙ୍କ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଓ ରାଜ୍ୟ ସରକାରଙ୍କ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଫେଲ୍ ମାରିଥିବା ଦେଖିବାକୁ ମିଳିଛି । କେଉଁଠାରେ କାର୍ଡ ଥିଲେ ଭି ସୁବିଧା ପାଇବାରୁ ହିତାଧିକାରୀ ବଞ୍ଚିତ ହେଉଥିବାବେଳେ କେଉଁଠାରେ କେଜିଏ ଚାଉଳ ପାଇଁ ଖର୍ଚ୍ଚାନ୍ତ ହେଉଛନ୍ତି ଖାଉଟି । ଖାଉଟି କାର୍ଡ ଅଛି, […]
ଗଜପତି: ଗଜପତି ଜିଲ୍ଲା ଆର.ଉଦୟଗିରିର ଉପାନ୍ତ ଅଞ୍ଚଳରେ ବିପର୍ଯ୍ୟସ୍ତ ହୋଇ ପଡିଛି ସ୍ୱାସ୍ଥ୍ୟ ସେବା। ଏଠାରେ ୪ ଡାକ୍ତରଙ୍କ ସ୍ଥାନରେ ମାତ୍ର ଜଣେ ଡାକ୍ତରଙ୍କ ଦ୍ୱାରା ଚାଲିଛି ରୋଗୀ ସେବା। ଫଳରେ ଏହି ମେଡିକାଲ ଉପରେ ନିର୍ଭର କରୁଥିବା ହଜାର ହଜାର ଲୋକେ ସେବା ନ ପାଇ ନିରାଶ ହେଉଛନ୍ତି । ମେଡିକାଲ ଆଉଟଡୋରରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରୁଛନ୍ତି ରୋଗୀ । ହେଲେ ଡାକ୍ତରଙ୍କ ଦେଖା ନାହିଁ। ଜରୁରୀକାଳୀନ ପରିସ୍ଥିତିରେ ବି ଦୀର୍ଘ ସମୟ […]
ଭଦ୍ରକ: ଭଦ୍ରକ ବ୍ଲକ୍ ଧର୍ମଶରଣବିନ୍ଧା ଗାଁରେ ଅଗ୍ନିକାଣ୍ଡ ଘଟି ୯ ବଖରା ଘର ଭସ୍ମ ହୋଇଯାଇଛି। ଏହି ଅଗ୍ନିକାଣ୍ଡରେ ୩ଟି ଗୋରୁ ମଧ୍ୟ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଥିଲା। ଖବର ପାଇ ଭଦ୍ରକରୁ ଅଗ୍ନିଶମ ବାହିନୀ ଆସି ନିଆଁକୁ ଆୟତ୍ତ କରିଥିଲେ। ହେଲେ ସେତେବେଳକୁ ୯ବଖରା ଘର ଜଳି ପୋଡ଼ି ପାଉଁଶ ହୋଇଯାଇଥିଲା। ଅଗ୍ନିକାଣ୍ଡରେ ଗାଁର ପୁରୁଷୋତ୍ତମ ସେଠୀଙ୍କର ୪ ବଖରା, ସନ୍ତୋଷ ସେଠୀଙ୍କର ୪ ବଖରା ଓ ବୈକୁଣ୍ଠ […]
ଭୁବନେଶ୍ୱର: ଭୁବନେଶ୍ୱରର ଜନଗହଳିପୂର୍ଣ୍ଣ ମାଷ୍ଟର କ୍ୟାଣ୍ଟିନ ଛକରେ ଏକ ଘରୋଇ ଯାତ୍ରୀବାହୀ ବସ୍ ଚକା ତଳେ ଚାପି ହୋଇ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ଏଥିଯୋଗୁ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା। ଉତ୍ତ୍ୟକ୍ତ ଲୋକେ ବସ୍ଟିକୁ ଭଙ୍ଗାରୁଜା କରିଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିଛି।
ଜଗତସିଂହପୁର: ସରକାରଙ୍କ ଚାଷୀମାରଣ ନୀତି ସାଙ୍ଗକୁ ଜୁଲୁମ୍ ପ୍ରତିବାଦରେ ଜଗତସିଂହପୁରରେ ରାସ୍ତାକୁ ଓହ୍ଲାଇଛି ନବନିର୍ମାଣ କୃଷକ ସଂଗଠନ। ଅର୍ଥନୈତିକ ଅବରୋଧ କାର୍ଯ୍ୟକ୍ରମରେ ଯୋଗଦେଇ ଚାଷୀ ଓ ଚାଷୀନେତା ସରକାରଙ୍କ ରାଜଧାନୀରେ କୃଷକ ସମାବେଶ ଭଣ୍ଡୁର ଉଦ୍ୟମ ବିରୋଧରେ ବର୍ଷିଛନ୍ତି। ଏଥିସହିତ ତିର୍ତ୍ତୋଲ ଦୁଗ୍ଧ ଶୀତଳିକରଣ କେନ୍ଦ୍ରରେ ତାଲା ପକାଇ ଧାରଣା ଦେଇଛନ୍ତି। ଚାଷୀଙ୍କୁ ପ୍ରାଇସ୍, ପ୍ରେଷ୍ଟିଜ୍, ପେନ୍ସନ୍ ଭଳି ହକ୍ ନମିଳିବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି ସଂଘର ରଘୁନାଥପୁର ଶାଖା ଚେତାବନୀ ଦେଇଛି।
ବାଲେଶ୍ୱର: ବୁଧବାର ମୁଖ୍ୟମନ୍ତ୍ରୀଙ୍କ ବାଲେଶ୍ୱର ଜିଲ୍ଲା ଗସ୍ତ ଅବସରରେ ଡିୟୁଟି କରିବାକୁ ଯାଉଥିବା ଜଣେ ହୋମଗାର୍ଡ ଟ୍ରେନରୁ ଖସି ନିଜ ୨ ଗୋଡ଼ ହରାଇଛନ୍ତି। ନୀଳଗିରି ଷ୍ଟେସନରେ ଏଭଳି ଅଘଟଣ ଘଟିଛି। ହୋମ୍ଗାର୍ଡ ଜଣକ ସୋରରୁ ବାଲେଶ୍ୱର ଅଭିମୁଖେ ଯାଉଥିବା ବେଳେ ନୀଳଗିରିରେ ଟ୍ରେନରୁ ଖସି ପଡ଼ିଥିଲେ। ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।
ଭୁବନେଶ୍ୱର: କଂଗ୍ରେସ ଦଳ ଛାଡିବା ପ୍ରସଙ୍ଗରେ ବରିଷ୍ଠ କଂଗ୍ରେସ ବିଧାୟକ ନବ ଦାସ ପ୍ରତିକ୍ରିୟା ରଖିଛନ୍ତି। ଦଳ ଛାଡ଼ିବା କଳ୍ପନାଜଳ୍ପନାରେ ସେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି। ସେ କହିଛନ୍ତି କଂଗ୍ରେସ ଛାଡ଼ିବା ପ୍ରଶ୍ନ ଉଠୁନି। ପ୍ରେସ୍ ବିଜ୍ଞପ୍ତି ଜରିଆରେ ନବ ଦାସ ଏହି ସୂଚନା ଦେଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି , ‘ମୁଁ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗଦେଇଥିବା କଥା ମିଡିଆରେ ଚର୍ଚ୍ଚା ହେଉଛି। ମୁଁ ଛାତ୍ର ଜୀବନରୁ କଂଗ୍ରେସ ସହିତ ଜଡ଼ିତ ଅଛି। କଂଗ୍ରେସ ମୋତେ […]
ରାୟଗଡ଼ା: ରାୟଗଡ଼ା ନିୟନ୍ତ୍ରିତ ବଜାର କମିଟି କପା ମଣ୍ଡି କର୍ତ୍ତୃପକ୍ଷ ଚାଷୀଙ୍କଠାରୁ କପା ନ କିଣିବାରୁ ଅସନ୍ତୋଷ ଦେଖାଦେଇଛି । ଚାଷୀ ଆଣିଥିବା କପାକୁ ନିମ୍ନମାନର କହି ମଣ୍ଡି କର୍ତ୍ତୃପକ୍ଷ ଫେରାଇ ଦେଉଥିବାରୁ ସେମାନେ ହତାଶ ହୋଇ ପଡିଛନ୍ତି। ସେପଟେ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି କ୍ରୟକାରୀ ସଂସ୍ଥା । ବିକ୍ରି ହେବା ଆଶାରେ ମଣ୍ଡିକୁ ଟ୍ରକ୍ ଟ୍ରକ୍ କପା ନେଇ ଯାଉଥିବା ଚାଷୀଙ୍କୁ ନିମ୍ନମାନର କପା କହି କର୍ତ୍ତୃପକ୍ଷ ଫେରାଇ ଦେଉଛନ୍ତି । ରାୟଗଡ଼ା ଜିଲ୍ଲା […]
ବଲାଙ୍ଗିର: ଆଖୁ ଖିଆକୁ ନେଇ ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ସମରା ଗାଁରେ ଗୁଳିକାଣ୍ଡ ହୋଇଛି। ଆଖୁ ଚାଷୀ ମଙ୍ଗଳୁ ସେଠଙ୍କୁ ଗୁଳିମାଡ଼ କରି ଫେରାର ହୋଇ ଯାଇଛନ୍ତି ୪ ଜଣ ଯୁବକ। ତାଙ୍କର ଡାହାଣ ଗୋଡ଼ ଜଂଘରେ ଗୁଳି ବାଜିଛି। ପ୍ରଥମେ ତାଙ୍କୁ ତୁଷୁରା ଓ ପରେ ବଲାଙ୍ଗିର ଭୀମଭୋଇ ମେଡ଼ିକାଲ କଲେଜ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଗୋଡ଼ରେ ଗୁଳି ରହି ଯାଇଥିବାରୁ ତାଙ୍କୁ ବୁର୍ଲା ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ଆଜି ଆଖୁ କିଆରିରେ […]
ଭୁବନେଶ୍ୱର: ଆଗାମୀ ସାଧାରଣ ନିର୍ବାଚନ ପାଇଁ ଆରମ୍ଭ ହୋଇଛି ରାଜ୍ୟ କଂଗ୍ରେସର ଚୂଡ଼ାନ୍ତ ପ୍ରାର୍ଥୀ ଚୟନ ତାଲିକା ପ୍ରକ୍ରିୟା। ଏ ନେଇ ରାଜ୍ୟ କଂଗ୍ରେସ ଭବନରେ ଏଆଇସିସି ସ୍କ୍ରିନିଂ କମିଟିର ବୈଠକ ଚାଲିଛି। ଦଳର ନେତା ଓ କର୍ମୀଙ୍କ ସହ ସ୍କ୍ରିନିଂ କମିଟି ଅଧ୍ୟକ୍ଷ ଆଲୋଚନା କରୁଛନ୍ତି। ପ୍ରଥମ ପର୍ଯ୍ୟାୟରେ ୧୧ ଲୋକସଭା ଓ ତତ୍ସଂଲଗ୍ନ ବିଧାନସଭା କ୍ଷେତ୍ରକୁ ଗୁରୁତ୍ୱ ଦିଆଯାଇଛି। ମହିଳା, ଯୁବକ ଓ ଜିତିବା ସମ୍ଭାବନା ଥିବା ପ୍ରାର୍ଥୀଙ୍କୁ ଟିକେଟ୍ ବଣ୍ଟନରେ ଅଗ୍ରାଧିକାର […]
ଭୁବନେଶ୍ୱର: ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତରୁ ଗଭୀର ଅବପାତର ରୂପ ନେଇ ଧୀରେ ଧୀରେ ଘନୀଭୂତ ହେବାରେ ଲାଗିଛି। ଏହା ଚେନ୍ନାଇଠାରୁ ୭୩୦ କିଲୋମିଟର ପୂର୍ବ ଓ ଦକ୍ଷିଣପୂର୍ବରେ କେନ୍ଦ୍ରୀଭୂତ ହୋଇଛି। ସେପଟେ ଲଘୁଚାପ ବର୍ଷାକୁ ନେଇ ଚିନ୍ତାରେ ଚାଷୀ। ଅନେକ ସ୍ଥାନରେ ଧାନ କଟା ସରିଥିବାବେଳେ, କିଛି ଚାଷୀ ଖଳାରେ ଧାନ ଗଦା କରିଛନ୍ତି। ଆଉ କିଛି ଚାଷୀ ଧାନ ଅମଳ କରିବାରେ ଲାଗିଛନ୍ତି। ତେବେ ଠିକ୍ ଏହି ସମୟରେ ଲଘୁଚାପ ବର୍ଷା ଚାଷୀଙ୍କ […]
ପଟାମୁଣ୍ଡାଇ: ବିଜୁ ଯୁବ ବାହିନୀ ପକ୍ଷରୁ ବଣ୍ଟା ଯାଉଥିବା କ୍ରୀଡ଼ା ସାମଗ୍ରୀ ରଖିବାକୁ ନେଇ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଥାନା ନୂଆଗାଁରେ ତୁମୁଳ କାଣ୍ଡ ଘଟି ଯାଇଛି। ଦୁଇ ଗୋଷ୍ଠୀ ମଧ୍ୟରେ ଘଟିଥବା ଗଣ୍ଡଗୋଳ ଛଡାଇବାକୁ ଯାଇଥିବା ଜଣେ ଯୁବତୀ ଆକ୍ରମଣରେ ଗୁରୁତର ହୋଇଛନ୍ତି। ଜଣେ ଯୁବକ ଉତ୍ତ୍ୟକ୍ତ ହୋଇ ଯୁବତୀଙ୍କ ପେଟରେ ଷ୍ଟମ୍ପ୍ ଭୁଷି ଦେବାରୁ ସେ ଗୁରୁତର ଆହତ ହୋଇଛନ୍ତି। ବିଜୁ କ୍ରୀଡ଼ା ସାମଗ୍ରୀ ଯୋଜନାରେ ନୂଆଗାଁ ପାଇଁ ମିଳିଥିବା କ୍ରୀଡ଼ା ଉପକରଣ କାହା ପାଖରେ […]
ଭଦ୍ରକ: ରାଜ୍ୟସରକାରଙ୍କ ତରଫରୁ କୋଟି କୋଟି ଟଙ୍କା ଅନୁଦାନ ମିଳୁଥିଲେ ବି ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ପଡିଛି। ଗ୍ରାମାଞ୍ଚଳରେ ଅଙ୍ଗନବାଡି କେନ୍ଦ୍ର ନିର୍ମାଣ ଶେଷ ହୋଇପାରୁନି। ଏହାର କୌଣସି ବିକଳ୍ପ ବ୍ୟବସ୍ଥା ନିମନ୍ତେ ମଧ୍ୟ ତତ୍ପରତା ପ୍ରକାଶ ପାଉନି। ଫଳରେ ବର୍ଷ ବର୍ଷ ଧରି କେଉଁଠି ବାରଣ୍ଡା ତ କେଉଁଠି ଗଛ ତଳେ ଚାଲୁଛି ଅଙ୍ଗନବାଡ଼ି କେନ୍ଦ୍ର। ଭଦ୍ରକ ଚାନ୍ଦବାଲି ବିଜ୍ଞାପିତ ଅଞ୍ଚଳର ୬ଟି ଅଙ୍ଗଓ୍ୱାଡି କେନ୍ଦ୍ରରେ ଏଭଳି ଅବ୍ୟବସ୍ଥା ଦେଖିବାକୁ ମିଳିଛି। ତେବେ […]
ଭୁବନେଶ୍ୱର: ସୁନ୍ଦରଗଡ଼ରୁ ଅପହୃତ ନାବାଳିକା ରାଜସ୍ଥାନରୁ ଉଦ୍ଧାର ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି । ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତି ପରିଡ଼ା ଏକ ସାମ୍ବାଦିକ ସମ୍ମିଳନୀ କରି ଦିଲ୍ଲୀ ମହିଳା କମିଶନ ନବୀନଙ୍କୁ ଲେଖିଥିବା ଚିଠିକୁ ଦେଖାଇ ବର୍ଷିଛନ୍ତି। ଅପହୃତା ନାବାଳିକାଙ୍କୁ ୨ ଦିନରେ ଖୋଜି ବାହାର କରିଦେଲା ଦିଲ୍ଲୀ ମହିଳା କମିଶନ। କିନ୍ତୁ ରାଜ୍ୟ ସରକାର ବର୍ଷେ ଧରି କଣ କରୁଥିଲେ ବୋଲି ପ୍ରଭାତୀ ପ୍ରଶ୍ନ କରିଛନ୍ତି। ସରକାରଙ୍କ ଉଦାସୀନତା, ଯୁବତୀ […]
ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲା ଦିନକୁ ଦିନ ନୂଆ ମୋଡ଼ ନେଉଛି । ସ୍ୱାମୀଙ୍କ ପରକୀୟା ପ୍ରୀତି ଥିବା ନେଇ ବିଦ୍ୟାଭାରତୀ ମୁହଁ ଖୋଲିବା ପରେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ସୌମ୍ୟଙ୍କ ମାଆ ।
ପୁରୀ:ସଡକ ସୁରକ୍ଷା ସପ୍ତାହ ଅବସରରେ ପୁରୀରେ ସାଇକେଲଗିରି ଅନୁଷ୍ଠିତ ହୋଇଯାଇଛି । ସାଇକେଲର ପ୍ରଥମ ମହିଳା ଅର୍ଜୁନ ପୁରସ୍କାରପ୍ରାପ୍ତ ମିନତୀ ମହାପାତ୍ର ଏହାକୁ ଉଦଘାଟନ କରିଥିଲେ । ସେଭ୍ ଡ୍ରାଇଭ, ସେଭ୍ ଲାଇଫ ସ୍ଳୋଗାନ ଦେଇ ଏହି ସାଇକେଲଗିରି ସିଂହଦ୍ୱାରରୁ ବାହାରି ବଡ ଡାକ୍ତରଖାନା ଛକ, ଗୁଣ୍ଡିଚା ମନ୍ଦିର ପରେ ଭି.ଆଇ.ପି ରୋଡ ଦେଇ ଚକ୍ରତୀର୍ଥ ବେଳାଭୂମିରେ ଶେଷ ହୋଇଥିଲା। ଶତାଧିକ ଯୁବକଯୁବତୀ ଏହି ସାଇକେଲ ରାଲିରେ ଯୋଗ ଦେଇଥିଲେ । ଏହି ରାଲିରେ ଅର୍ନ୍ତଜାତୀୟ ଖେଳାଳି […]
କେନ୍ଦୁଝର: ହୁତୁହୁତୁ ହୋଇ ଜଳିଗଲା ଟ୍ରକ୍। କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ଖିରେଇଟାଙ୍ଗିରି ନିକଟରେ ଏକ ପାଉଡର ବୋଝେଇ ଟ୍ରକ୍ ଜଳି ଯାଇଛି। ଏଥିରେ କେହି ମୃତାହତ ହୋଇ ନଥିବା ଜଣାପଡ଼ିଛି। ଟ୍ରକ୍ଟି କୋଲକାତାରୁ ମୁମ୍ବାଇ ଯାଉଥିଲା ବୋଲି ଜଣାପଡ଼ିଛି। ଆଜି ଭୋର ସମୟରେ ଖିରେଇଟାଙ୍ଗିରି ନିକଟରେ ଟ୍ରକ୍ଟି ଜଳି ଯାଇଥିଲା। ସର୍ଟସର୍କିଟ୍ରୁ ଟ୍ରକ୍ରେ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ଦମକଳ ବାହିନୀ ଓ ପୁଲିସ୍ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।
ଗଞ୍ଜାମ: ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ। ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଖଇରପଲ୍ଲି ଗାଁରେ ସାମାନ୍ୟ ବଚସାରୁ ଜଣଙ୍କ ଜୀବନ ଯାଇଛି। ଗାଁର ସୁରିଆ ନାହାକ ନାମକ ଜଣେ ବ୍ୟକ୍ତିଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଛି। ଏହି ଘଟଣାରେ ପୁଲିସ୍ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ସୂଚନା ଅନୁସାରେ, ଗତକାଲି ରାତିରେ ୪ଜଣ ଯୁବକ ମଦ ପିଇବା ପାଇଁ ଯାଇଥିଲେ। ମଦ ପିଇ ଫେରିବା ସମୟରେ ରାସ୍ତାରେ ସୁରିଆଙ୍କ ସହ ସେମାନଙ୍କର ବଚସା ହୋଇଥିଲା। […]