• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଗଜପତି ଏସପି ତପନ ପଟ୍ଟନାୟକଙ୍କ ଗୁରୁତ୍ୱପୂର୍ଣ୍ଣ ସୂଚନା

  • ଡିଏଫ୍ଓଙ୍କୁ ପଚରାଉଚରା କରାଯିବ

  • ଏତଲାରେ DFOଙ୍କ ନାଁ ଥିବାରୁ ତାଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇଛି

  • ତଦନ୍ତରେ ଆମକୁ ସହଯୋଗ କରିବାକୁ କ୍ରାଇମବ୍ରାଞ୍ଚ ଟିମ୍ ଆସିଛନ୍ତି

  • ମୋବାଇଲ କଲ ଡିଟେଲ୍ସ ଆଦି ଯାଞ୍ଚ କରିବେ କ୍ରାଇମବ୍ରାଞ୍ଚ ଟିମ୍

ପାରଳାଖେମୁଣ୍ଡି : ଖୋଲିବ କି ମୃତ୍ୟୁର ରହସ୍ୟ ? DFOଙ୍କୁ ଜେରା କରାଯିବ । ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଡିଏଫଓଙ୍କୁ ପଚରାଉଚରା କରାଯିବ କହିଛନ୍ତି ଗଜପତି ଏସପି । ଏତଲାରେ DFOଙ୍କ ନାଁ ଥିବାରୁ ତାଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇଛି । ଠିକ ସମୟରେ ଡିଏଫଓଙ୍କୁ ପଚରାଉଚରା କରାଯିବ । କ୍ରାଇମବ୍ରାଞ୍ଚ ଟିମରେ ସାଇବର ଏକ୍ସପର୍ଟ ଅଛନ୍ତି । ତଦନ୍ତରେ ଅସହଯୋଗ କରିବାକୁ କ୍ରାଇମବ୍ରାଞ୍ଚ ଟିମ୍ ଆସିଛନ୍ତି । ମୋବାଇଲ କଲ ଡିଟେଲ୍ସ ଆଦି ଯାଞ୍ଚ କରିବ କ୍ରାଇମବ୍ରାଞ୍ଚ ।

ସେହିପରି ତଦନ୍ତ ଠିକ ଭାବେ ଚାଲିଛି ବୋଲି କହିଛନ୍ତି ଗଜପତି ଏସପି । ମୃତକଙ୍କ ଡାଇଂ ଡିକ୍ଲାରେସନ ରେକର୍ଡ ହୋଇଛି, ଭିଡିଓଗ୍ରାଫି ହୋଇଛି । ତେବେ ପୋଷ୍ଟମର୍ଟମ ରିପୋର୍ଟ ଏଯାଏ ମିଳିପାରିନି । ଏହା ଏକ ଜଟିଳ ମାମଲା, ସବୁ ଦିଗକୁ ନେଇ ତଦନ୍ତ କରାଯାଉଛି ବୋଲି କହିଛନ୍ତି ଏସପି । ସେହିଭଳି ଗୁରାଣ୍ଡି ଥାନା ଓଆଇସି ମମତା ପଣ୍ଡାଙ୍କୁ ମଧ୍ୟ ପଚରାଉଚରା କରାଯିବ । କେଉଁ ପରିସ୍ଥିତିରେ ଆମ୍ବୁଲାନ୍ସ ଅଟକା ଯାଇଥିଲା ସେ ନେଇ ପଚରାଯିବ । କେଉଁ ପରିସ୍ଥିତିରେ ଓ କଣ ପାଇଁ ସେ ସେଠାକୁ ଆସିଥିଲେ, କାରଣ ଆସିବାକୁ ବିଭାଗୀୟ ନିର୍ଦ୍ଦେଶ ନଥିଲା ବୋଲି ସ୍ପଷ୍ଟ କରିଛନ୍ତି ଏସପି ।

ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଂଜନଙ୍କ ମୃତ୍ୟୁ ଘଟଣାକୁ ୯ ଦିନରୁ ଅଧିକ ସମୟ ବିତିଲାଣି । ତଥାପି ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହୋଇପାରିନି । ପୋଲିସ ତଦନ୍ତକୁ ଜୋରଦାର କରିଥିବା ବେଳେ ଏଥିରେ ସହଯୋଗ କରୁଛି କ୍ରାଇମବ୍ରାଞ୍ଚ ଟିମ୍ । କ୍ରାଇମବ୍ରାଞ୍ଚର ୪ଜଣିଆ ଟିମ୍ ଆଜି ଗଜପତି ଏସପି ତପନ କୁମାର ପଟ୍ଟନାୟକଙ୍କୁ ଭେଟି ମାମଲାର ତଦନ୍ତ ସମ୍ପର୍କରେ ଆଲୋଚନା କରିଛନ୍ତି । ତେବେ ସୌମ୍ୟଙ୍କ ସରକାରୀ ବାସଭବନରୁ ଏକ କମଳା ରଙ୍ଗର ଚିଠି ମିଳିଥିବା ସୂଚନା ଦେଇଛନ୍ତି ।

ସୌମ୍ୟଙ୍କ ଭାଇ ସେ ସଂପୃକ୍ତ ଚିଠିର ଫଟୋ ଗଣମାଧ୍ୟମକୁ ଦେଇଛନ୍ତି । ଏଥିରେ ଜଣେ ଅନ୍ୟଜଣଙ୍କୁ ଘୃଣା କରୁଥିବା ଓ ଭୁଲ ନିଷ୍ପତ୍ତି ନେଇଥିବା ଲେଖାଯାଇଛି । ଏମିତିକି କ୍ଷମା କରିଦେବାକୁ ମଧ୍ୟ ଉଲ୍ଲେଖ ରହିଛି । ତେବେ ଏହି ଚିଠି କିଏ କାହା ଉଦ୍ଦେଶ୍ୟରେ ଲେଖିଛି ତାହା ସ୍ପଷ୍ଟ ହୋଇନାହିଁ ।

ସେହିପରି ସୌମ୍ୟରଞ୍ଜନ ମହାପାତ୍ରଙ୍କ ଘରୁ ମିଳିଥିବା କାଗଜ ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି ବିଦ୍ୟାଭାରତୀ । କାହାକୁ ଆକ୍ଷେପ କରି ଏମିତି ଲେଥିନାହିଁ । ମନ ଖରାପ ଥିବା ବେଳେ ଯାହା ମନକୁ ଆସେ ଲେଖେ ବୋଲି ଆସେ କହିଛନ୍ତି । ମେଡିକାଲକୁ ଗଲାବେଳେ ହାତରେ କୌଣସି ଲାଲ୍ ପୁଟୁଳା ନୁହେଁ ଗାମୁଛା ଧରିଥିବା କହିଛନ୍ତି । ଅନ୍ୟପକ୍ଷରେ ସୌମ୍ୟଙ୍କର ସେମିତି କିଛି ସମ୍ପତ୍ତି ନଥିବା କହିଛନ୍ତି ବିଦ୍ୟାଭାରତୀ । ସୌମ୍ୟଙ୍କ ସମ୍ପତ୍ତି ବାବଦରେ କେବେ ଆଲୋଚନା ହୋଇ ନଥିଲା ଏଥିସହ ସୌମ୍ୟଙ୍କ ମା ଆଣିଥିବା ଅଭିଯୋଗ ଆଗରୁ କାହିଁକି କହୁନଥିଲେ ବୋଲି ସେ ପ୍ରଶ୍ନ କରିଛନ୍ତି ।