Advertisment

ଖୁବ୍‌ଶୀଘ୍ର ତାତିରୁ ଆଶ୍ୱସ୍ତି, ୨ ଦିନରେ ପହଞ୍ଚିବ ମୌସୁମୀ !

ଆସନ୍ତା ୩ ଦିନ ଭିତରେ ରାଜ୍ୟର ଆଉ କିଛି ଅଞ୍ଚଳକୁ ଅଗ୍ରସର ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ସେପଟେ ଆସନ୍ତା ୫ ଦିନ ଯାଏ ରାଜ୍ୟରେ ବର୍ଷାର ପ୍ରଭାବ ରହିବ।

author-image
Satyendu Shekher Mishra
Monsoon

Monsoon

ଆଗକୁ ବଢ଼ୁଛି ମୌସୁମୀ। କିଛି ଦିନର ଲୁଚକାଳି ଖେଳ ପରେ ଓଡ଼ିଶାରେ ଆଗକୁ ବଢୁଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ମୌସୁମୀ ଅଗ୍ରସର ପାଇଁ ପାଗ ଅନୁକୂଳ ଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଉଛି। ପୂର୍ବରୁ କେବଳ ମାଲକାନଗିରି ଜିଲ୍ଲାକୁ ଛୁଇଁଥିଲା। ଏବେ କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ଗଜପତି ଜିଲ୍ଲାର କିଛି ଅଞ୍ଚଳକୁ ପ୍ରବେଶ କରିଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ।

Advertisment

ଆସନ୍ତା ୩ ଦିନ ଭିତରେ ରାଜ୍ୟର ଆଉ କିଛି ଅଞ୍ଚଳକୁ ଅଗ୍ରସର ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ସେପଟେ ଆସନ୍ତା ୫ ଦିନ ଯାଏ ରାଜ୍ୟରେ ବର୍ଷାର ପ୍ରଭାବ ରହିବ। ମୌସୁମୀ ଅଗ୍ରସର ସତ୍ତ୍ବେ ୩ ଜିଲ୍ଲା ପାଇଁ ହଟିୱେଭ୍ ସତର୍କତା ଜାରି ହୋଇଛି। ବାଲେଶ୍ବର, ମୟୂରଭଞ୍ଜ, ବଲାଙ୍ଗିରରେ ଗ୍ରୀଷ୍ମଲହରି ରହିବ। 

ଅନ୍ୟପଟେ ଉତ୍ତର ଭାରତରେ ତାତି ଅସହ୍ୟ । ହଟ୍ ଜୋନରେ ପରିଣତ ଦିଲ୍ଲୀ। ଗୁଳୁଗୁଳି ଓ ତାତିରେ ସନ୍ତୁଳି ହେଉଛି ଜୀବନ । ଦିଲ୍ଲୀ, ଉତ୍ତରପ୍ରଦେଶ, ପଞ୍ଜାବ, ହରିୟାଣା ଉତ୍ତରାଖଣ୍ଡ ଭଳି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଅସମ୍ଭାଳ ତାତି। ରାତିର ତାପମାତ୍ରା ବି ସହି ହେଉନି । ଉତ୍ତର ଭାରତରେ ବିଭିନ୍ନ ରାଜ୍ୟରେ ତାପମାତ୍ରା ପ୍ରାୟ ୪୩ ଡିଗ୍ରୀ ଉପରେ ରହୁଛି। ଯାହା ସାଧାରଣ ତାପମାତ୍ରାଠାରୁ ୫ରୁ ୮ ଡିଗ୍ରୀ ଉପରେ। ଦିଲ୍ଲୀର ତାପମାତ୍ରା ୪୫ ଡିଗ୍ରୀ ଉପରେ ରହୁଥିବା ବେଳେ ୫୧ ଡିଗ୍ରୀ ଭଳି ଅନୁଭବ ହେଉଛି।

Advertisment

ଅସହ୍ୟ ଗରମ ଯୋଗୁଁ ସମଗ୍ର ଉତ୍ତର ଭାରତରେ ଶହ ଶହ ଲୋକେ ଅସୁସ୍ଥ ହୋଇ ମେଡିକାଲରେ ଭର୍ତ୍ତି ହେଉଛନ୍ତି । ଅଂଶୁଘାତ ଯୋଗୁଁ ଦିଲ୍ଲୀ ଓ 
ନୋଏଡାରେ ଗତ ତିନି ଦିନ ଭିତରେ ୧୮ ଜଣଙ୍କର ମୃତ୍ୟୁ ହେଲାଣି। ସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଉଥିବାରୁ ସବୁ ହସ୍ପିଟାଲକୁ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି କେନ୍ଦ୍ର ସରକାର । ଅଂଶୁଘାତରେ ଶୀକାର ହୋଇଥିବା ରୋଗୀଙ୍କୁ ପ୍ରାଥମିକତା ଦେଇ ଚିକିତ୍ସା କରିବାକୁ କୁହାଯାଇଛି।

ଆଗାମୀ ଦୁଇ ଦିନ ପାଇଁ ପୂର୍ବ ଉତ୍ତରପ୍ରଦେଶରେ ମଧ୍ୟ ହିଟ ୱେଭ ଆଲର୍ଟ ଜାରି ହୋଇଛି। ଜୁନ ଶେଷ ପର୍ଯ୍ୟନ୍ତ ହିଟ ୱେଭ ଜାରି ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। 

ଗତ ୬୦ ବର୍ଷରେ ଦିଲ୍ଲୀରେ ସର୍ବନିମ୍ନ ତାପମାତ୍ରା ମଧ୍ୟ ରେକର୍ଡ କରିଛି। ଦିଲ୍ଲୀରେ ଅଧିକାଂଶ ଦିନ ୩୫ ଡିଗ୍ରୀ ଉପରେ ସର୍ବନିମ୍ନ ତାପମାତ୍ରା ରହୁଛି। ୧୯୬୪ ମସିହାରେ ଦିଲ୍ଲୀରେ ତାପମାତ୍ରା ୩୫ ଡିଗ୍ରୀ ରହିଥିଲା। ୨୦୦୦ ମସିହାରେ ୩୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା। ସେପଟେ ପ୍ରବଳ ଗରମ ଓ ଅତ୍ୟଧିକ ତାପମାତ୍ରା ଯୋଗୁଁ ଦିଲ୍ଲୀ ଇନ୍ଦିରା ଗାନ୍ଧୀ ବିମାନ ବନ୍ଦରରୁ ବିମାନ ଉଡାଣରେ ବାଧା ଉପୁଜିଛି। ଯାତ୍ରୀଙ୍କ ସୁରକ୍ଷା ପାଇଁ ଗତକାଲି ବିମାନ ଉଡାଣ ରଦ୍ଦ କରାଯାଇଥିଲା । 

Heat Wave Weather Update Weather News
Advertisment
Advertisment