/odishatv-khabar/media/post_attachments/uploadimage/library/16_9/16_9_0/IMAGE_1718885252.jpg)
Over 1,000 dead during Hajj
ସାଉଦି ଆରବ ମକ୍କା ମଦିନାରେ ହଜ୍ ଯାତ୍ରା ପାଇଁ ପ୍ରବଳ ଜନସମାଗମ ହୋଇଛି। ଲକ୍ଷାଧିକ ହଜ ଯାତ୍ରୀ ସେଠାରେ ପହଞ୍ଚିଛନ୍ତି। ହେଲେ ସେଠାରେ ପ୍ରବଳ ଗରମ ଓ ଗୁଳିଗୁଳିରେ ହଜାରେରୁ ଅଧିକ ତୀର୍ଥଯାତ୍ରୀଙ୍କ ଜୀବନ ଗଲାଣି। ଭୀଷଣ ଗରମ ହଜ ଯାତ୍ରୀଙ୍କ ଜୀବନ ନେଉଛି। ମକ୍କାରେ ତାପମାତ୍ରା ୪୯ଡିଗ୍ରୀରେ ପହଞ୍ଚିଥିବା ବେଳେ ଲୋକ ପୋକମାଛି ପରି ମୃତ୍ୟୁବରଣ କରୁଛନ୍ତି।
ତେବେ ରିପୋର୍ଟ ଅନୁସାରେ, ଇଜିପ୍ଟର ସର୍ବାଧିକ ୬୫୮ ଜଣ ତୀର୍ଥ ଯାତ୍ରୀ ପ୍ରାଣ ହରାଇଲେଣି। ସେମାନଙ୍କ ମଧ୍ୟରୁ ୬୩୦ଜଣ ତୀର୍ଥଯାତ୍ରୀଙ୍କର ରେକର୍ଡ ରେଜିଷ୍ଟର ହୋଇନି। ମୃତକଙ୍କ ମଧ୍ୟରେ କିଛି ଭାରତୀୟ ମଧ୍ୟ ଅଛନ୍ତି। ତାପମାତ୍ରା ବୃଦ୍ଧି ତୀର୍ଥ ଯାତ୍ରୀଙ୍କ ମୃତ୍ୟୁର କାରଣ ବୋଲି କୁହାଯାଉଛି। ତେବେ କିଛି ତୀର୍ଥଯାତ୍ରୀ ନିଖୋଜ ଥିବା କୁହାଯାଉଛି। ନିଖୋଜ ବ୍ୟକ୍ତିଙ୍କ ଫଟୋ ସୋସିଆଲ୍ ମିଡିଆରେ ପୋଷ୍ଟ କରାଯିବା ସହ ସେମାନଙ୍କ ବିଷୟରେ କିଛି ଜଣାପଡିଲେ ସୂଚନା ଦେବାକୁ ଅନୁରୋଧ କରାଯାଇଛି।
ଅଧିକ ପଢ଼ନ୍ତୁ: ତାମିଲନାଡ଼ୁରେ ମଦ ମୃତ୍ୟୁ: ଗଲାଣି ୩୩ଜୀବନ, ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
ସାଉଦି ଆରବ ସରକାରଙ୍କ ସୂଚନା ଅନୁସାରେ, ଚଳିତବର୍ଷ ହଜ ଯାତ୍ରା ପାଇଁ ୧.୮ମିଲିଅନ ଲୋକ ଆସିଛନ୍ତି। ତେବେ ପ୍ରବଳ ଗରମକୁ ଦୃଷ୍ଟିରେ ରଖି ତୀର୍ଥଯାତ୍ରୀଙ୍କୁ ଛତା ସହ ଅନ୍ୟାନ୍ୟ ଅତ୍ୟାବଶ୍ୟକୀୟ ସାମଗ୍ରୀ ସାଙ୍ଗରେ ଆଣିବାକୁ କୁହାଯାଇଛି।ତୀର୍ଥ ଯାତ୍ରୀଙ୍କ ପାଇଁ ସମସ୍ତ ବ୍ୟବସ୍ଥା ମଧ୍ୟ କରାଯାଇଛି। ୧୬୦୦ମେଡାକାଲ୍ ୟୁନିଟ୍, ଅଂଶୁଘାତଜନିତ ଚିକିତ୍ସା ପାଇଁ ୩୦ରୁ ଅଧିକ ଟିମ୍ ମୁତୟନ ହୋଇଛନ୍ତି।ଏଥିସହ ୫ହଜାର ସ୍ୱାସ୍ଥ୍ୟକର୍ମୀ ଓ ଭଲ୍ୟୁଣ୍ଟର ନିୟୋଜିତ ହୋଇଛନ୍ତି।
Akibat cuaca panas ekstrem di mekkah melebihi 50° , setidaknya lebih dari 550 jema'ah hajj meninggal dunia dan lebih 2.000 orang di rawat.
Innalilahi wa innailaihi rooji'un.
Meninggal diwaktu yang indah, ditempat yang indah dan sedang memakai pakaian terindah. pic.twitter.com/HgbcnUU8UM— Humairah (@Humairah_922) June 19, 2024
ଚଳିତ ବର୍ଷ ହଜ୍ ଯାତ୍ରା ଜୁନ୍ ୧୪ରୁ ଆରମ୍ଭ ହୋଇଥିଲା। ଜୁନ୍ ୧୯ରେ ଏହା ଶେଷ ହୋଇଛି। ଗତବର୍ଷ ହଜ୍ ଯାତ୍ରା ସମୟରେ ୨୪୦ଜଣ ତୀର୍ଥଯାତ୍ରୀଙ୍କର ପ୍ରାଣହାନୀ ହୋଇଥିଲା। ସେମାନଙ୍କ ମଧ୍ୟରୁ ଅଧିକାଂଶ ଇଣ୍ଡୋନେସିଆର ଥିଲେ। ତେବେ ସୋମବାର ଜାତୀୟ ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ମୁତାବକ ମକ୍କାରେ ତାପମାତ୍ରା ୫୧.୮ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା। ଯାହାକି କିଛି ଦଶନ୍ଧିରେ ରେକର୍ଡ ତାପମାତ୍ରାଠାରୁ ୦.୪ଡିଗ୍ରୀ ଅଧିକ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)