Advertisment

Raja Chakra Property attached: ଗନ୍ଧମାର୍ଦ୍ଦନ ଲୋଡିଙ୍ଗ ସ୍କାମ, ରାଜା ଚକ୍ର ସମ୍ପତ୍ତି ଆଟାଚ୍‌ ପାଇଁ ପ୍ରକ୍ରିୟା

ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ସୋସାଇଟି ଆର୍ଥିକ ଅନିୟମିତା ମାମଲାରେ ଜେଲରେ ଥିବା ବିଜେଡି ନେତା ରାଜା ଚକ୍ରର ସମ୍ପତ୍ତି ଆଟାଚ ପ୍ରକ୍ରିୟା ଆରମ୍ଭ ହୋଇଛି। ରାଜା ଚକ୍ରର କ୍ରସର ଓ ଷ୍ଟକୟାର୍ଡ ଉପରେ STF ଓ EOWର ଚଢ଼ାଉ ହୋଇଛି। ଏହା ସହିତ ମାପଚୁପ ଆରମ୍ଭ ହୋଇଥିବା ବେଳେ ସମ୍ପତ୍ତି ଆଟାଚ ପ୍ରକ୍ରିୟା ଆରମ୍ଭ ହୋଇଛି।

author-image
Saroj Kumar Jena
ଅଦ୍ୟତନ ହୋଇଛି
raja chakra

raja chakra

ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ସୋସାଇଟି ଆର୍ଥିକ ଅନିୟମିତତା ମାମଲାରେ ଜେଲରେ ଥିବା ବିଜେଡି ନେତା ରାଜା ଚକ୍ରର ସମ୍ପତ୍ତି ଆଟାଚ ପ୍ରକ୍ରିୟା ଆରମ୍ଭ ହୋଇଛି। ରାଜା ଚକ୍ରର କ୍ରସର ଓ ଷ୍ଟକୟାର୍ଡ ଉପରେ STF ଓ EOWର ଚଢ଼ାଉ ହୋଇଛି। ଏହା ସହିତ ମାପଚୁପ ଆରମ୍ଭ ହୋଇଥିବା ବେଳେ ସମ୍ପତ୍ତି ଆଟାଚ ପ୍ରକ୍ରିୟା ଆରମ୍ଭ ହୋଇଛି। ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ସୋସାଇଟିରେ ବ୍ୟାପକ ହେରଫେର ଘଟଣାରେ ରାଜା ଚକ୍ର ବର୍ତ୍ତମାନ ଜେଲରେ ରହିଛି। ଗନ୍ଧମାର୍ଦ୍ଦନ ଖଣି ଲୋଡିଂ ଦୁର୍ନୀତି ମାମଲାର ରାଜା ଚକ୍ରଙ୍କୁ ଗିରଫ କରିଥିଲା କ୍ରାଇବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା(EOW) ।

Advertisment

ଅଧିକ ପଢ଼ନ୍ତୁ: ରାଜଧାନୀର ସାଲିଆସାହିରେ ରେଡ୍; ବିପୁଳ ପରିମାଣର ଦେଶୀ ମଦ ଜବତ, ୯ ଗିରଫ

ଏହି ମାମଲାରେ ସୋସାଇଟିର ପୂର୍ବତନ ସଭାପତି ମାନସ ରଞ୍ଜନ ବାରିକ ଓ ସମ୍ପାଦକ ଉତ୍କଳ ଦାସଙ୍କୁ ମଧ୍ୟ କ୍ରାଇମବ୍ରାଞ୍ଚ ଗିରଫ କରିସାରିଛି । କ୍ରାଇମବ୍ରାଞ୍ଚ ଇଓଡବ୍ଲୁ ରାଜା ବିରୋଧରେ ଉପଯୁକ୍ତ ପ୍ରମାଣ ସହ ରାଜ୍ୟବ୍ୟାପୀ ୧୬ଟି ସ୍ଥାନରେ ରେଡ୍ କରିଥିଲା । କ୍ରାଇମବ୍ରାଞ୍ଚର ସୂଚନା ଅନୁଯାୟୀ କେନ୍ଦୁଝର ଶୁଆକାଟିରେ ପ୍ରଥମେ 10ରୁ 11ଟି ଗାଁ ଲୋକ ମିଶି ଏଇ ଗନ୍ଧମାର୍ଦ୍ଦନ ଲୋଡିଂ ସମବାୟ ସମିତି ଗଢ଼ିଥିଲେ । ଉଦ୍ଦେଶ୍ୟ ଥିଲା, ଏଥିରୁ ଯାହା ଲାଭ ହେବ ସେଥିରେ ଅଞ୍ଚଳର ବିକାଶ ହେବ, ଲୋକଙ୍କୁ ରୋଜଗାର ମିଳିବ । ବାହାରର କେହି ଲୋକ ସୋସାଇଟିରେ ରହି ପାରିବେ ନାହିଁ। କିନ୍ତୁ ବାହାରର ପ୍ରଭାବଶାଳୀ ନେତା ଓ ପ୍ରଶାସକଙ୍କୁ ଧରି ବିଜେଡି ନେତା ରାଜା ଚକ୍ର ଏଥିରେ ଏଣ୍ଟ୍ରି ମାରିଲେ । ସଭାପତି ଓ ସଂପାଦକଙ୍କୁ ସଖୀ କଣ୍ଢେଇ କରି ପ୍ରଭାବଶାଳୀ ନେତା ରାଜାଙ୍କ ଜରିଆରେ ଠାକୁର ଖାଇ ଖଟୁଲି ଖାଇଲା ଭଳି ପୂରା ସୋସାଇଟିକୁ ଖୋଳ କରି ଚାଲିଲେ । 2012-13 ପରେ ସଂସ୍ଥାର ଅଡିଟ୍ ହେଲାନି । ଯେଉଁ 2017-18ରୁ ମାର୍ଚ୍ଚ 2024 ଯାଏଁ ସୋସାଇଟି ଖାତାରେ 185 କୋଟି ଇନକମ୍ ଦର୍ଶାଗଲା, ତାହା ବି କେମିତି ହଡ଼ପ ହେଲା ତାର ଗୋଟି ଗୋଟି ହିସାବ ଦେଖାଇଛନ୍ତି କ୍ରାଇମବ୍ରାଞ୍ଚ ଡିଜି ।

Advertisment

ପାରିପାର୍ଶ୍ବିକ ବିକାଶ ପାଇଁ 34 କୋଟି ଖର୍ଚ୍ଚ ଦର୍ଶାଇ ପୂରା ଅର୍ଥ ଚଳୁ ହୋଇଛି, ସୋସାଇଟି ଗାଡ଼ି ବଦଳରେ ନିଜ ଟ୍ରାନସପୋର୍ଟଂ ଗାଡ଼ି ଓ ମେସିନାରୀରେ ରାଜା ପକାଇଛନ୍ତି 9.1 କୋଟି ଟଙ୍କାର ତେଲ, ଲୋକଙ୍କ ମୁହଁ ଚୁପ କରି ସମର୍ଥନ ହାସଲ ପାଇଁ ଦୁଇ ଗାଁରେ ବଣ୍ଟା ହେଇଛି 33 କୋଟି ଟଙ୍କା, ମେସିନରେ କାମ କରି ମିଛ ମଷ୍ଟର ରୋଲରେ ଲେବର କାମ କରୁଥିବା ଦର୍ଶାଇ ହ଼ଡ଼ପ କରିଛନ୍ତି 74 କୋଟି ଟଙ୍କା । ଏସବୁ ପ୍ରମାଣ ହାତରେ ଲାଗିବା ପରେ ରାଜାଙ୍କୁ ଗିରଫ କରାଯାଇଥିଲା ।

ଅଧିକ ପଢ଼ନ୍ତୁ: ୯ ଦିନ ଧରି ରାଜାଙ୍କ ସାମ୍ରାଜ୍ୟ ଉପରେ ନନଷ୍ଟପ୍ ରେଡ୍; ଆଗକୁ କାହା ପାଳି ?

Crime Branch EOW Raja Chakra
Advertisment
Advertisment