Advertisment

ସତ ହେବ କାଶ୍ମୀରବାସୀଙ୍କ ସ୍ୱପ୍ନ; ଚେନାବ ରେଲୱେ ବ୍ରିଜ୍‌ରେ ଟ୍ରେନ୍‌ର ସଫଳ ଟ୍ରାଏଲ୍ ରନ୍

ସାଙ୍ଗଲଡାନରୁ ରିଆସି ପର୍ଯ୍ୟନ୍ତ ଟ୍ରେନ୍ ଚଳାଚଳର ସଫଳ ପରୀକ୍ଷଣ ପରେ ଲୋକଙ୍କ ମଧ୍ୟରେ, ବିଶେଷକରି ଯୁବକମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ରବିବାର ପ୍ରଥମ ଥର ପାଇଁ ଏକ ଇଲେକ୍ଟ୍ରିକ୍ ଇଞ୍ଜିନ୍ ରିଆସି ଷ୍ଟେସନରେ ପରୀକ୍ଷାମୂଳକ ଭାବରେ ଗଡିଥିଲା। ଏହାକୁ ଦେଖିବା ପାଇଁ ରିଆସି ଷ୍ଟେସନରେ ଯୁବକଙ୍କ ଭିଡ ଲାଗିଥିଲା।

author-image
Sonali Ojha
ଅଦ୍ୟତନ ହୋଇଛି
1st trial train between Sangaldan to Reasi

1st trial train between Sangaldan to Reasi

ବିଶ୍ୱର ସର୍ବୋଚ୍ଚ ରେଳବ୍ରିଜ୍ ଉପରେ ଟ୍ରେନର ଟ୍ରାଏଲ୍ ରନ୍। ଜମ୍ମୁ କାଶ୍ମୀରରେ ନବନିର୍ମିତ ଚେନାବ ରେଲୱେ ବ୍ରିଜ୍ ଉପରେ ଆଜି ପରୀକ୍ଷାମୂଳକ ଭାବରେ ଟ୍ରେନ୍ ଚଳାଚଳ କରିଛି। ଇଞ୍ଜିନ ଓ ବଗି ସହ ରେଲୱେ ପକ୍ଷରୁ ନିର୍ମିତ ଏହି ବ୍ରିଜ୍‌ରେ ଗଡ଼ିଛି ଟ୍ରେନ୍। ଖୁବଶୀଘ୍ର ନିୟମିତ ଭାବରେ ଟ୍ରେନ୍ ଚଳାଚଳ କରିବ। ପୂର୍ବରୁ ପରୀକ୍ଷାମୂଳକ ଭାବେ ଚେନାବ ବ୍ରିଜ୍ ଉପରେ ଭାରତୀୟ ରେଲୱେ ପକ୍ଷରୁ ଇନ୍ସପେକ୍ସନ କାର୍ ଛଡାଯାଇଥିଲା। ସଫଳତାର ସହ ଏହା ଜାମ୍ମୁ-କାଶ୍ମୀରର ସଙ୍ଗଲଦାନରୁ ରିଆସି ଯାଏଁ ଚଳାଚଳ କରିଥିଲା। କେବଳ ଟନେଲ୍-୧ର ଅଳ୍ପ କିଛି କାମକୁ ବାଦ୍ ଦେଲେ ଉଦ୍ଧମପୁର-ଶ୍ରୀନଗର-ବାରମୁଲା ରେଲ୍ ଲିଙ୍କର ବଳକା ନିର୍ମାଣ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

Advertisment

ଉଲ୍ଲେଖଯୋଗ୍ୟ, ଜାମ୍ମୁ କାଶ୍ମୀରର ଚେନାବ ବ୍ରିଜ୍ ପ୍ୟାରିସର ଆଇଫେଲ୍ ଟାୱାରଠାରୁ ଉଚ୍ଚ । ଯେହେତୁ ଉଦ୍ଧମପୁର ଶ୍ରୀନଗର ବାରମୁଲା ରେଲ୍ ଲିଙ୍କ (USBRL) ପ୍ରକଳ୍ପ ପ୍ରାୟ ସମାପ୍ତ ହୋଇସାରିଛି, ଭାରତୀୟ ରେଳ କାଶ୍ମୀର ଉପତ୍ୟକାକୁ ରେଳ ନେଟୱାର୍କର ଅନ୍ୟ ଅଂଶ ସହିତ ଖୁବଶୀଘ୍ର ସଂଯୋଗ ହେବ।

USBRL ପ୍ରକଳ୍ପ ଅଧୀନରେ ଜାମ୍ମୁ କାଶ୍ମୀରର ରିଆସି ଜିଲ୍ଲାରେ ଚେନାବ ରେଲୱେ ବ୍ରିଜ୍ ନିର୍ମାଣ କରାଯାଇଛି। ଏହି ସେତୁ ଜାମ୍ମୁ କାଶ୍ମୀର ଅଞ୍ଚଳର ଚେନାବ ନଦୀଠାରୁ ୩୫୯ ମିଟର (ପ୍ରାୟ ୧୦୯ ଫୁଟ) ଉପରେ ନିର୍ମିତ ହୋଇଛି ଏବଂ ଏହା ଆଇଫେଲ ଟାୱାରଠାରୁ ପ୍ରାୟ ୩୫ ମିଟର ଉଚ୍ଚରେ ଅବସ୍ଥିତ । ୧୪୮୬କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ବ୍ରିଜରେ ୩୦ ହଜାର ମେଟ୍ରିକ ଟନ ଇସ୍ପାତ ବ୍ୟବହାର କରାଯାଇଛି। ଏହା ଘଣ୍ଟା ପ୍ରତି ୨୬୦ କିଲୋମିଟର ପର୍ଯ୍ୟନ୍ତ ପବନକୁ ସହ୍ୟ କରିପାରିବ ।

Advertisment

ଆଜି ମଧ୍ୟାହ୍ନ ପ୍ରାୟ ୧୨ଟାରେ ଟ୍ରେନ୍ ସାଙ୍ଗଦାନରୁ ରିଆସି ଅଭିମୁଖେ ଯାତ୍ରା ଆରମ୍ଭ କରି ଅପରାହ୍ନ ୨ଟାରେ ରିଆସି ରେଳ ଷ୍ଟେସନରେ ପହଞ୍ଚିଥିଲା ​​। ଏହି ପ୍ରକଳ୍ପରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ ଟ୍ରେନରେ ରହିଥିଲେ। ଏହା ବ୍ୟତୀତ ରେଳ ଅଧିକାରୀ ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ଟ୍ରେନ୍ ରିଆସି ରେଳ ଷ୍ଟେସନରେ ପହଞ୍ଚିବା ମାତ୍ରେ ଭାରତ ମାତା କି ଜୟରେ ଚତୁର୍ଦ୍ଦିଗ ପ୍ରକମ୍ପିତ ହୋଇଥିଲା। ଏହାପୂର୍ବରୁ ଜୁନ୍ ୧୬ ରବିବାର ଦିନ ସାଙ୍ଗଲଦାନରୁ ରିଆସି ପର୍ଯ୍ୟନ୍ତ ରେଳ ଇଞ୍ଜିନର ଏକ ସଫଳ ପରୀକ୍ଷା ହୋଇଥିଲା। 

ସାଙ୍ଗଲଡାନରୁ ରିଆସି ପର୍ଯ୍ୟନ୍ତ ଟ୍ରେନ୍ ଚଳାଚଳର ସଫଳ ପରୀକ୍ଷଣ ପରେ ଲୋକଙ୍କ ମଧ୍ୟରେ, ବିଶେଷକରି ଯୁବକମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ରବିବାର ପ୍ରଥମ ଥର ପାଇଁ ଏକ ଇଲେକ୍ଟ୍ରିକ୍ ଇଞ୍ଜିନ୍ ରିଆସି ଷ୍ଟେସନରେ ପରୀକ୍ଷାମୂଳକ ଭାବରେ ଗଡିଥିଲା। ଏହାକୁ ଦେଖିବା ପାଇଁ ରିଆସି ଷ୍ଟେସନରେ ଯୁବକଙ୍କ ଭିଡ ଲାଗିଥିଲା। ଯୁବକମାନେ କହିଛନ୍ତି ଯେ ଏହି ଟ୍ରାକରେ ଟ୍ରେନ୍ ଚାଲିବା ପରେ ବ୍ୟବସାୟ ବୃଦ୍ଧି ପାଇବ ଏବଂ ରୋଜଗାରର ସୁଯୋଗ ମଧ୍ୟ ବୃଦ୍ଧି ପାଇବ .ତେଣୁ ଜାମ୍ମୁ କାଶ୍ମୀର ପ୍ରଶାସନ ଯଥାଶୀଘ୍ର ଏହି ଟ୍ରାକରେ ଟ୍ରେନ୍ ଚଳାଇବା ଉଚିତ୍।

ତେବେ ଏନେଇ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଟୁଇଟ୍ କରି ଖୁସି ପ୍ରକାଶ କରିଛନ୍ତି।

Train
Advertisment
Advertisment