Advertisment

ଆଜି ରାକ୍ଷୀପୂର୍ଣ୍ଣିମାରେ ଝଲସିବ ନୀଳ ଜହ୍ନ; ରାତି ୧୧ଟା ୫୬ରେ ଦିଶିବ ବଡ଼ ଓ ଉଜ୍ଜଳ ଚନ୍ଦ୍ର...

ଆକାଶରେ ଦୃଶ୍ୟମାନ ହେବ ଚଳିତ ବର୍ଷର ପ୍ରଥମ ସୁପର ବ୍ଲୁ ମୁନ୍। ଭାରତୀୟ ସମୟ ରାତି ୧୧ଟା ୫୬ରେ ଦିଶିବ ବଡ଼ ଓ ଉଜ୍ଜଳ ଚନ୍ଦ୍ର।

author-image
Sujit kumar Swain
Rare Super Blue Moon

Rare Super Blue Moon

ଆଜି ରାକ୍ଷୀପୂର୍ଣ୍ଣିମାରେ ଝଲସିବ ନୀଳ ଜହ୍ନ। ଆକାଶରେ ଦୃଶ୍ୟମାନ ହେବ ଚଳିତ ବର୍ଷର ପ୍ରଥମ ସୁପର ବ୍ଲୁ ମୁନ୍। ଭାରତୀୟ ସମୟ ରାତି ୧୧ଟା ୫୬ରେ ଦିଶିବ ବଡ଼ ଓ ଉଜ୍ଜଳ ଚନ୍ଦ୍ର। ଚନ୍ଦ୍ର ପୃଥିବୀର ୯୦ ପ୍ରତିଶତ ନିକଟତର ରହିଲେ ଏହାକୁ ସୁପରମୁନ୍ କୁହାଯାଏ। 

Advertisment

ସୁପରମୁନ୍ ଅନ୍ୟ ପୂର୍ଣ୍ଣିମା ଅପେକ୍ଷା ୩୦ ପ୍ରତିଶତ ଅଧିକ ଉଜ୍ଜ୍ବଳ ଏବଂ ୧୪ ପ୍ରତିଶତ ବଡ଼ ଦେଖାଯାଏ। ଚଳିତବର୍ଷ ସେପ୍ଟେମ୍ବର ୧୭, ଅକ୍ଟୋବର ୧୭ ଏବଂ ନଭେମ୍ବର ୧୫ରେ ମଧ୍ୟ ଦୃଶ୍ୟମାନ ହେବ ଏହିଭଳି ଉଜ୍ଜ୍ବଳ ଏବଂ ଆକାରରେ ବଡ଼ ସୁପରମୁନ୍। 

ତେବେ ଆଜି କେବଳ ସୁପରମୁନ୍ ନୁହେଁ, ବ୍ଲୁ ମୁନ୍ ମଧ୍ୟ। ଗୋଟିଏ ଦଶନ୍ଧିରେ ଅଳ୍ପ କିଛି ଥର ଏଭଳି ସଂଯୋଗ ପଡ଼ୁଥିବାରୁ, ସୁପର୍ ବ୍ଲୁ ମୁନ୍‌କୁ ବିରଳ ବୋଲି କୁହାଯାଉଛି । ଗୋଟିଏ ଋତୁର ତୃତୀୟ ପୂର୍ଣ୍ଣିମାକୁ ବ୍ଲୁ ମୁନ୍ କୁହାଯାଏ । ଜହ୍ନର ରଙ୍ଗ ସହିତ ବ୍ଲୁ ମୁନ୍‌ର କୌଣସି ସଂପର୍କ ନାହିଁ । ଅର୍ଥାତ୍ ବ୍ଲୁ ମୁନ୍ ନୀଳ ଦେଖାଯାଏ ନାହିଁ । 

Advertisment

'ବ୍ଲୁ ମୁନ୍' କ'ଣ ? 

'ବ୍ଲୁ ମୁନ୍' ର ଦୁଇଟି ସଂଜ୍ଞା ମଧ୍ୟରୁ ପାରମ୍ପରିକ ପରିଭାଷା ଅନୁଯାୟୀ, ବର୍ଷରେ ସମୁଦାୟ ଚାରି ଋତୁ ଅଛି । ଏହି ପ୍ରତ୍ୟେକ ଋତୁରେ ତିନୋଟି ପୂର୍ଣ୍ଣିମା ପଡ଼ିଥାଏ । ଯଦି ଗୋଟିଏ ଋତୁରେ ଚାରୋଟି ପୂର୍ଣ୍ଣିମା ପଡ଼େ, ତେବେ ତୃତୀୟ ପୂର୍ଣ୍ଣିମା ଉପରେ ଦୃଶ୍ୟମାନ ହେଉଥିବା ଚନ୍ଦ୍ରକୁ ବ୍ଲୁ ମୁନ୍ କୁହାଯାଏ । ସରଳ ଭାଷାରେ, ଆମେ କହିପାରିବା ଯେ ଯେତେବେଳେ ସେହି ମାସରେ ଦୁଇଥର ପୂର୍ଣ୍ଣିମା ହୁଏ, ସେତେବେଳେ ଶେଷ ପୂର୍ଣ୍ଣିମାରେ ଦେଖାଯାଉଥିବା ଚନ୍ଦ୍ରକୁ ବ୍ଲୁ ମୁନ୍ କୁହାଯାଏ ।

Blue Moon
Advertisment
Advertisment