• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସ୍ମାର୍ଟ ମୂଷା ! ଆପଣ ଭାବୁଥିବେ ଆମେ କ’ଣ କହୁଛୁ ? ମୂଷା ପୁଣି ସ୍ମାର୍ଟ, ଏହା କେମିତି ସମ୍ଭବ ? ଆଜ୍ଞା ହଁ ଆମେ ଯାହା କହୁଛୁ ସମ୍ପୂର୍ଣ୍ଣ ହୋସ୍‌ରେ ଥାଇ କହୁଛୁ । ସୋସିଆଲ ମିଡିଆରେ ଏକ ସ୍ମାର୍ଟ ମୂଷାର ଭିଡିଓ ଭାଇରାଲ ହେଉଛି । ଯାହାକୁ ଦେଖିଲେ ଆପଣ ବି ତାଜୁବ୍‌ ହୋଇଯିବେ । ମୂଷାଟି ନିଜ ଖାଦ୍ୟ ପାଇଁ କିଭଳି ନୂଆ ପନ୍ଥା ଆପଣାଉଛି ତାହା ଆପଣଙ୍କୁ ନିଶ୍ଚିତ ଆଶ୍ଚର୍ଯ୍ୟ କରିବ ।

ଏବେ କେବଳ ଗାଁ ନୁହେଁ ସହରରେ ବି ମୂଷାର ପାର୍ଦୁଭାବ କାହିଁରେ କ’ଣ । ଯେଉଁ ଘରେ ମୂଷା ରହୁଛନ୍ତି, ସେଠାରେ ମଣିଷ ଶନ୍ତିରେ ଶୋଇବା କଷ୍ଟକର ହୋଇପଡ଼ୁଛି । ଘରର ଦାମୀ ଜିନିଷ ହେଉ କିମ୍ବା ଖାଦ୍ୟ ତଥା ପନିପରିବା ଆଦି ସବୁକୁ ମୂଷା କାମୁଡ଼ିକି ନଷ୍ଟ କରିଦେଇଥାଏ । ଏହି ମୂଷା ଦାଉରୁ ରକ୍ଷା ପାଇବା ପାଇଁ ଲୋକେ ନାନା ପ୍ରକାର ଫନ୍ଦି କରିଥାନ୍ତି । କିଏ ବଜାରରେ ମିଳୁଥିବା ମୂଷା ମରା ଔଷଧ ରଖିଥାଏ ତ କିଏ ଜନ୍ତା ପକାଇଥାଏ । ଆଉ କିଛି ଲୋକ ମୂଷାକୁ ଜାବୁଡ଼ି ଧରିବା ପାଇଁ ଯେଉଁ ଅଠା ପ୍ଲେଟ୍ ମିଳେ ତାକୁ ବ୍ୟବହାର କରିଥାନ୍ତି । ଏମିତିକି ମୂଷାକୁ ଟ୍ରାପ୍‌ କରିବା ପାଇଁ ଅନେକ ପ୍ରକାର ଯନ୍ତ୍ରପାତି ମଧ୍ୟ ବଜାରକୁ ଆସିଲାଣି । 

ହେଲେ ଏହି ସବୁ ମୂଷା ମରା ଯୋଜନା ସବୁବେଳେ କାମ ଦେଇନଥାଏ । ଠିକ୍‌ ଏମିତି କିଛି ଘଟଣା ଏବେ ଆମ ସାମ୍ନାକୁ ଆସିଛି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ ସ୍ପଷ୍ଟ ଜଣାପଡ଼ୁଛି ଯେ, ଆଜି କାଲିର ମୂଷା କେତେ ସ୍ମାର୍ଟ । ଆଉ କାହିଁକି ସେମାନେ ଜନ୍ତାରେ ପଡ଼ୁ ନାହାନ୍ତି ।

ତେବେ ଭାଇରାଲ ଭିଡିଓରେ ଦେଖାଯାଇଛି, ମୂଷାକୁ ଧରିବା ପାଇଁ ଜଣେ ବ୍ୟକ୍ତି ଯନ୍ତା ପକାଇଛନ୍ତି । ଆଉ ଯନ୍ତାରେ କିଛି ଖାଦ୍ୟ ରଖିଛନ୍ତି । ମୂଷା ସେଇ ଖାଦ୍ୟ ଖାଇବାକୁ ଗଲାବେଳେ, ଯେମିତି ଯନ୍ତାରେ ଚାପି ହୋଇ ରହିବା, ସେନେଇ ବ୍ୟବସ୍ଥା କରିଛନ୍ତି । ହେଲେ ଏହି ସ୍ମାର୍ଟ ମୂଷା ବୋଧ ହୁଏ ମଣିଷର ଚାଲକୁ ବୁଝିପାରିଥିଲା । ସେ ସିଧା ସଳଖ ସେହି ଯନ୍ତାରେ ଥିବା ଖାଦ୍ୟା ଖାଇବାକୁ ନଯାଇ ଏକ ବାଡ଼ିକୁ ଦାନ୍ତରେ କାମୁଡ଼ି ଆଣିଥିଲା । ଆଉ ବାଡ଼ିକୁ ଯନ୍ତାରେ ପକାଇଥିଲା । ଯନ୍ତାରେ ମୂଷା ପଡ଼ିବା ବଦଳରେ ବଡ଼ିଟି ଚାପି ହୋଇ ରହିଲା । ଆଉ ଖାଦ୍ୟଟି ଛିଟିକ ବାହାରକୁ ଚାଲିଆସିଲା । ମୂଷା ତାକୁ ଖୁସିରେ ଖାଇଦେଇ ସେଠାରୁ ଚମ୍ପଟ ମାରିଲା ।

ଏହି ପୁରା ଘଟଣାର ଭିଡିଓ ଏବେ ଭାଇରାଲ ହେଉଛି । ୟୁଜରମାନେ ଭଲ ଭଲ କମେଣ୍ଟ ଦେବା ସହ ଭିଡିଓରୁ ଖୁବ୍‌ ମନୋରଞ୍ଜନ ସାଉଁଟିଥିବା ଜଣାପଡ଼ିଛି । ଦେଖନ୍ତୁ...