Advertisment

କ୍ରିକେଟ୍‌ର ମହାନାୟକ 50 Not Out ! ଜନ୍ମଦିନରେ ସଚିନ୍‌ଙ୍କୁ ଚାରିଆଡୁ ଶୁଭେଚ୍ଛା

ସେ କ୍ରିକେଟ୍‌ର ଭଗବାନ । କିମ୍ବଦନ୍ତୀ କ୍ରିକେଟର ଏବଂ ଭାରତୀୟ କ୍ରିକେଟର କୋହିନୁର। ବିଶ୍ବର ବଡ଼ ବଡ଼ ଦୁର୍ଦ୍ଦଷ ବୋଲରଙ୍କ ନିଦ ହଜାଇଛନ୍ତି, କୋଟି କୋଟି ଫ୍ୟାନ୍ସଙ୍କ ମୁହଁରେ ହସ ଭରିଛନ୍ତି । କ୍ରିକେଟ ତାଙ୍କ ପାଇଁ ଜୀବନ । ସତେ ଯେମିତି କ୍ରିକେଟ ପାଇଁ ହିଁ ତାଙ୍କର ଜନ୍ମ ।

author-image
Manoranjan Behera
ଅଦ୍ୟତନ ହୋଇଛି
Sachin Tendulkar Birthday Today

Sachin Tendulkar Birthday

ସଚ୍ଚିନ ତେନ୍ଦୁଲକର, ନାଁ ହିଁ ଯଥେଷ୍ଟ । ମୈଦାନରୁ ସିନା ଆଉଟ ହୋଇଛନ୍ତି । ହେଲେ ଲୋକଙ୍କ ହୃଦୟରେ ଏବେ ବି ସେ ନଟ୍ ଆଉଟ୍ । ଦୁଇ ଦଶନ୍ଧିର ସଫଳ କ୍ୟାରିୟର । ଅସଂଖ୍ୟ ରେକର୍ଡ, ଅଜସ୍ର ସମ୍ମାନ, ଭାରତ ରତ୍ନ । ଆଜି ସେ ହାଫ ସେଞ୍ଚୁରୀ ମାରିଛନ୍ତି । ଫ୍ୟାନ୍ ତ ଆଶା କରୁଛନ୍ତି ସେ ଏମିତି ସେଞ୍ଚୁରୀ ପରେ ସେଞ୍ଚୁରୀ ମାରି ଚାଲନ୍ତୁ । ଜନ୍ମଦିନରେ ସଚିନଙ୍କୁ ନେଇ ଦେଖିବା ଏହି ବିଶେଷ ରିପୋର୍ଟ।

Advertisment

ସେ କ୍ରିକେଟ୍‌ର ଭଗବାନ । କିମ୍ବଦନ୍ତୀ କ୍ରିକେଟର ଏବଂ ଭାରତୀୟ କ୍ରିକେଟର କୋହିନୁର। ବିଶ୍ବର ବଡ଼ ବଡ଼ ଦୁର୍ଦ୍ଦଷ ବୋଲରଙ୍କ ନିଦ ହଜାଇଛନ୍ତି, କୋଟି କୋଟି ଫ୍ୟାନ୍ସଙ୍କ ମୁହଁରେ ହସ ଭରିଛନ୍ତି । କ୍ରିକେଟ ତାଙ୍କ ପାଇଁ ଜୀବନ । ସତେ ଯେମିତି କ୍ରିକେଟ ପାଇଁ ହିଁ ତାଙ୍କର ଜନ୍ମ । ମାତ୍ର ୧୬ ବର୍ଷ ବୟସରେ ଅନ୍ତର୍ଜାତୀୟ କ୍ରିକେଟ ଦୁନିଆରେ ପାଦ ଥାପିଥିଲା ଏକ ଅଜଣା ନାଁ । ପଡିଆକୁ ଆସିଲା ବେଳେ କେହି କେବେ ଚିନ୍ତା କରି ନଥିଲେ ଏହି ଛୋଟ ପିଲାଟି କେତେ ଯେ ବଡ ବଡ ରେକର୍ଡର ଅଧିକାରୀ ହେବ। ଆଉ କ୍ରିକେଟ ଦୁନିଆର ସେ ହୋଇଯିବ ବେତାଜ ବାଦଶାହ।

ଅଧିକ ପଢ଼ନ୍ତୁ: ଏହି ୧୦ ପଏଣ୍ଟ୍ ଯୋଗୁଁ ସଚିନ 'ଗଡ୍ ଅଫ୍ କ୍ରିକେଟ୍'

ଅଜସ୍ର ସମ୍ମାନ, ଶ୍ରଦ୍ଧା, ଖ୍ୟାତି, ଯଶ, କଣ ପାଇନାହାଁନ୍ତି ସେ । ପ୍ରତିପକ୍ଷ ଯିଏ ବି ହେଉ ସମସ୍ତେ ଥିଲେ ତାଙ୍କ ପ୍ରଶଂସାରେ ଶତମୁଖ । ନା ପଦବୀର ମୋହ ନା ପ୍ରଶଂସା ପାଇଁ ଥିଲା ବ୍ୟଗ୍ରତା। ସେଥିପାଇଁ ତ ସେ ସଚିନ, (ସଚିନ ରମେଶ ତେନ୍ଦୁଲକର)।

Advertisment

କ୍ରିକେଟର ଯୋଗଜନ୍ମା ଏମିତି ବି ଦିନ ଥିଲା, ସଚିନ ଆଉଟ ହେବା ପରେ ଭାରତରେ ଟିଭି ଅଫ ହୋଇଯାଉଥିଲା। ସେ ବ୍ୟାଟିଂ କରିବାକୁ ଆସିଲା ବେଳକୁ ପଡିଆରେ ଷ୍ଟାଣ୍ଡିଂ ଓଭେସନ, ଆଉ ଆଉଟ ହୋଇ ଫେରିଲା ବେଳକୁ ଛାଇ ଯାଉଥିଲା ଅସମ୍ଭବ ନିରବତା । ଲାଗୁଥିଲା ତେନ୍ଦୁଲକର ଆଉଟ ତ ଭାରତ ମ୍ୟାଚରୁ ଆଉଟ୍ । ଏ ଭିତରେ କ୍ରିକେଟରେ ସୃଷ୍ଟି ହୋଇଛି ଅନେକ କଣ୍ଟ୍ରୋଭର୍ସି । ହେଲେ ବିବାଦ କେବେ ବି ତାଙ୍କୁ ଛୁଇଁନି । ମ୍ୟାଚ୍ ଫିକ୍ସିଂ, ବେଟିଂ, ସଚିନ ସେ ସବୁଠୁ ବହୁ ଦୂରରେ । କ୍ରିକେଟ୍ ସାମ୍ରାଜ୍ୟର ଅପ୍ରତିଦ୍ୱନ୍ଦ୍ୱୀ ମହାନାୟକ ସଚିନ ରମେଶ ତେନ୍ଦୁଲକର ।

୨୪ ବର୍ଷର ସଫଳ କ୍ୟାରିୟର । ରେକର୍ଡ ଯେମିତି ସବୁବେଳେ ତାଙ୍କ ପିଛା କରିଛି । ଟେଷ୍ଟ କ୍ରିକେଟରେ ସର୍ବାଧିକ ୨୦୦ ମ୍ୟାଚ୍। ୧୫ ହଜାର ୯୨୧ର ସର୍ବାଧିକ ରନ୍ ସ୍କୋରର । ସର୍ବାଧିକ ୫୧ ଶତକ ହାସଲ କରିଛନ୍ତି । ସେହିପରି ଦିନିକିଆ କ୍ରିକେଟ୍‌ରେ ଦ୍ୱିଶତକ ହାସଲ କରିବାରେ ପ୍ରଥମ ଖେଳାଳି। ସର୍ବାଧିକ ୪୯ଟି ଶତକ ଓ ୯୬ ଟି ଅର୍ଦ୍ଧଶତକର ଅଧିକାରୀ। ୱାନଡେ କ୍ରିକେଟରେ ୨୨ ବର୍ଷ ୯୧ ଦିନର ଲମ୍ବା କ୍ୟାରିୟର । ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ ୧୮୯୪ ରନ୍ ସ୍କୋର ସହ ସର୍ବାଧିକ ୯ଟି ଶତକ ହାସଲ କରିବାର ରେକର୍ଡ କରିଛନ୍ତି । କେବଳ ସେତିକି ନୁହେଁ, ୨୦ଟି ପ୍ଲେୟାର ଅଫ୍ ଦି ସିରିଜ୍ ପୁରସ୍କାର ରହିଛି କ୍ରିକେଟର ଏହି କିମ୍ବଦନ୍ତୀଙ୍କ ନାଁରେ। 

ଅନେକ କ୍ରିକେଟ ଖେଳିଛନ୍ତି, ଷ୍ଟାର ବି ବନିଛନ୍ତି । ହେଲେ ସଚିନ ହୋଇ ପାରିନାହାଁନ୍ତି । ସଚିନ୍ ତିଆରି ହେବା ପାଇଁ ସମୟ ନୁହେଁ, ପ୍ରତିବଦ୍ଧତା, ନିଷ୍ଠା, ଅଧ୍ୟବସାୟ ଓ କଠିନ ପରିଶ୍ରମ ଦରକାର ।

Sachin Tendulkar Cricket Sachin Tendulkar Birthday
Advertisment
Advertisment