Advertisment

Viral Video: ବାପ୍‌ରେ… ଏ କି ନାଚ… କିଏ କହୁଛି ହାଡ ଭଙ୍ଗା ତ କିଏ କହୁଛି…

ଆଜିକାଲି ସୋସିଆଲ ମିଡିଆରେ ଏକ ଆଶ୍ଚର୍ଯ୍ୟଜନକ ଡ୍ୟାନ୍ସ ଭିଡିଓ ଭାଇରାଲ୍‌ ହେବାରେ ଲାଗିଛି। ଏଠାରେ ଜଣେ ଯୁବତୀ ଏମିତି ପ୍ରଦର୍ଶନ କରୁଛନ୍ତି ଯେ ତାଙ୍କ ଡ୍ୟାନ୍ସ ଫର୍ମ ବୁଝିବା ବି କଷ୍ଟକର। ଆପଣ ଏହାକୁ ଦେଖିଲେ ଯେତିକି ଆଶ୍ଚର୍ଯ୍ୟ ହେବେ ସେତିକି ହସିବେ ମଧ୍ୟ।

author-image
Pramod Behera
ଅଦ୍ୟତନ ହୋଇଛି
Girl gave such a performance on stage people were shocked

Girl gave such a performance on stage people were shocked

ସୋସିଆଲ ମିଡିଆରେ ଅନେକ ପ୍ରକାରର ଅଜବ କଣ୍ଟେଣ୍ଟ୍ ଦେଖିବାକୁ ମିଳେ। ଏଠାରେ ଏମିତି କିଛି ଜିନିଷ ମିଳେ ଯାହା କେବେବି ଦେଖାଯାଇ ନଥାଏ। କେଉଁ କଣ୍ଟେଣ୍ଟ୍ ଭାବପ୍ରବଣ କରେ ତ ପୁଣି କିଏ ଆଶ୍ଚର୍ଯ୍ୟ କରେ ଆଉ କିଏ ହସେଇ ହସେଇ ପେଟ ଦରଜ କରିଦିଏ।

Advertisment

ଏହା କହିବାର କାରଣ ହେଲା ଆଜିକାଲି ଏଭଳି ଏକ ଡ୍ୟାନ୍ସ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଏଠାରେ ଜଣେ ଯୁବତୀ ଏମିତି ପ୍ରଦର୍ଶନ କରୁଛନ୍ତି ଯେ ତାଙ୍କ ଡ୍ୟାନ୍ସ ଫର୍ମ ବୁଝିବା ବି କଷ୍ଟକର। ଆପଣ ଏହାକୁ ଦେଖିଲେ ଯେତିକି ଆଶ୍ଚର୍ଯ୍ୟ ହେବେ ସେତିକି ହସିବେ ମଧ୍ୟ। ଲୋକେ ଏହାକୁ ନେଇ ଭିନ୍ନ ଭିନ୍ନ ମତ ଦେଉଛନ୍ତି।

ଇନଷ୍ଟାଗ୍ରାମ ଆକାଉଣ୍ଟ sachkadwahai ରେ ଶେୟାର ହୋଇଥିବା ଏହି ଭିଡିଓରେ ଜଣେ ଯୁବତୀ ମଞ୍ଚରେ ଏପରି ପ୍ରଦର୍ଶନ କରୁଛନ୍ତି ଯାହାକୁ ଆପଣ କେବେ ବି ଦେଖି ନଥିବେ। ଡ୍ୟାନ୍ସ ଆରମ୍ଭ ପୂର୍ବରୁ ଯୁବତୀ ଜଣଙ୍କ ମଞ୍ଚ ଉପରରେ ଏକ ସାଙ୍ଗାତିକ କଚଡା ଖାଉଥିବା ଦେଖାଯାଏ। ଏହା ପ୍ରଥମକୁ ବୁଝି ହୁଏ ନାହିଁ। ଜଣେ ହଠାତ ଦେଖି ଭାବିବ ଯେ ବୋଧହୁଏ ସେ ପଡିଯାଉଛନ୍ତି। କିନ୍ତୁ ପରେ ଯୁବତୀଙ୍କ ପ୍ରଦର୍ଶନ ଦେଖି ଜଣାପଡେ ଯେ ଏହା ତାଙ୍କ ଡ୍ୟାନ୍ସର ନୂଆ ଷ୍ଟାଇଲ୍। ଲୋକମାନଙ୍କ ମଧ୍ୟରୁ କିଏ ଏହାକୁ ‘ହାଡ ଭଙ୍ଗା ପ୍ରଦର୍ଶନ’ କହୁଛନ୍ତି ତ ପୁଣି କିଏ ଏହାକୁ ‘ଫଲ୍ ଡ୍ୟାନ୍ସ’ କହୁଛନ୍ତି।

Advertisment

ଏହି ଭାଇରାଲ୍ ଭିଡିଓରେ ଯୁବତୀଙ୍କୁ ପଡିଯିବା ଦେଖି ତାଙ୍କ ପ୍ରତି ଲୋକମାନଙ୍କ ସହାନୁଭୂତି ଦେଖାଯାଏ। କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ ତାଙ୍କ ପ୍ରଦର୍ଶନକୁ ଦେଖି ଲୋକଙ୍କ ହୋସ୍ ଉଡିଯାଏ। ଲୋକମାନେ ମୁଣ୍ଡରେ ହାତ ଦେଇ ଚିନ୍ତାରେ ପଡିଯାଆନ୍ତି ଯେ, ଏ କ’ଣ!।

ତେବେ ଥରେ ନୁହେଁ ଯୁବତୀ ଜଣଙ୍କ ମଞ୍ଚ ଉପରେ ଅନେକ ଥର ପଡିଛନ୍ତି। ତା’ପରେ ସେ ମଞ୍ଚ ଉପରେ ପଡି ଅଣ୍ଟା ମୋଡି ଲୋକମାନଙ୍କୁ ତାଙ୍କର ନୂଆ ଡ୍ୟାନ୍ସ ଫର୍ମ ଦେଖାଇବା ଆରମ୍ଭ କରନ୍ତି।

ଦୀର୍ଘ ସମୟ ଧରି ଲୋକମାନେ ତାଙ୍କର ଏହି ନୂଆ ଡ୍ୟାନ୍ସ ଫର୍ମକୁ ହଜମ କରିପାରନ୍ତି। ତା’ପରେ ସେମାନେ ଏଭଳି ଡ୍ୟାନ୍ସକୁ ନେଇ ନିଜ ନିଜ ଅନୁସାରେ ନାମକରଣ କରନ୍ତି। ଲୋକେ ଏହାକୁ 'ହାଡ ଭଙ୍ଗା ପ୍ରଦର୍ଶନ', 'ଫଲ୍ ଡ୍ୟାନ୍ସ', 'ପଡିଯିବା ଡ୍ୟାନ୍ସ', 'ପାଗଳାମି ଡ୍ୟାନ୍ସ' ବୋଲି କହୁଛନ୍ତି।

Social Media Viral Video Ajab Gajab News
Advertisment
Advertisment