• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଜମି ବିନିମୟ ବିନିମୟରେ ଘୋଟାଲା ଅର୍ଥାତ୍ ‘ଲ୍ୟାଣ୍ଡ ଫର ଜବ’ସ୍କାମ ପ୍ରସଙ୍ଗରେ ଲାଲୁ ପ୍ରସାଦ ଯାଦବ ଏବଂ ତାଙ୍କ ପରିବାରର ଅଡ଼ୁଆ ବଢ଼ିଛି । ଏହି ମାମଲାରେ ଜମିରେ କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି (ସିବିଆଇ) ପରେ ବର୍ତ୍ତମାନ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) କାର୍ଯ୍ୟ ଆରମ୍ଭ କରିଦେଇଛି । ସିବିଆଇର ଅଭିଯୋଗ ଅନୁଯାୟୀ,

- ଲାଲୁ ପ୍ରସାଦ ଯାଦବ ୨୦୦୪ରୁ ୨୦୦୯ ଯାଏଁ କେନ୍ଦ୍ରରେ ରେଳମନ୍ତ୍ରୀ ଥିବା ବେଳେ ଏହି ଦୁର୍ନୀତି ହୋଇଥିଲା ।

- ଲାଲୁ ଓ ତାଙ୍କ ପରିବାରର କିଛି ସଦସ୍ୟ ଶାଗମାଛ ଦରରେ ପ୍ଲଟ କିଣିଥିଲେ ।

- ରେଳ ବିଭାଗରେ ଚାକିରି କରାଇଦେବା ପାଇଁ ଲାଂଚ ଆକାରରେ ଜମି ନେଇଥିଲେ

- FIRରେ ଅଛି ଲାଲୁଙ୍କ ସହ ପତ୍ନୀ ରାବଡ଼ି, ୨ ଝିଅ ମିଶା ଓ ହେମା ସମେତ ୧୨ ଜଣଙ୍କ ନାଁ ।

- ପାଟନାର ୧୨ ଜଣ ପ୍ରାର୍ଥୀଙ୍କୁ ୬ଟି ରେଲୱେ ଜୋନରେ ଗ୍ରୁପ-ଡି ନିଯୁକ୍ତି

ମିଳିଥିଲା ।

- ସରକାରୀ ନିୟମ ଓ ପ୍ରକ୍ରିୟାକୁ ଉଲ୍ଲଂଘନ କରାଯାଇଥିବା ଅଭିଯୋଗ ହୋଇଥିଲା ।

- ନିଯୁକ୍ତି ପାଇଁ କୌଣସି ବିଜ୍ଞାପନ କି ସର୍ବସାଧାରଣ ବିଜ୍ଞପ୍ତି ଜାରି ହୋଇ ନଥିଲା

- ଲାଲୁଙ୍କ ପରିବାର ସମୁଦାୟ ୧ ଲକ୍ଷ ୫ ହଜାର ୨୯୨ ବର୍ଗ ଫୁଟ ଜମି କଣିଥିବା

ଅଭିଯୋଗ ।

- ୭ଟି ଡିଡ୍ ଜରିଆରେ ବ୍ୟକ୍ତିଗତ ମାଲିକାନରେ ଥିବା ୧୨ ବେସରକାରୀ ଜମି

କିଣିଥିଲେ।

- ୪ କୋଟି ୩୯ ଲକ୍ଷ ଟଙ୍କାର ଜମିକୁ ମାତ୍ର ୩ ଲକ୍ଷରୁ ୧୩ ଲକ୍ଷ ଟଙ୍କାରେ

କିଣାଯାଇଥିଲା ।

- ମେ ୨୦୨୨ରେ ମାମଲା ଦାୟର ହେବା ପରେ ୧୬ଟି ସ୍ଥାନରେ ରେଡ କରିଥିଲା ସିବିଆଇ ।