/odishatv-khabar/media/post_attachments/uploadimage/library/16_9/16_9_0/IMAGE_1678604246.jpg)
Drunk Groom
ଭଳିକି ଭଳି ଫୁଲ ଓ ରଙ୍ଗୀନ ଆଲୋକରେ ଝଲସୁଥିଲା ବାହା ମଣ୍ଡପ । କନ୍ୟା ପକ୍ଷ ଲୋକ ଭୋଜି ଆୟୋଜନରେ ମସଗୁଲ ଥିଲେ । ଆଉ ସଜବାଜ ହୋଇ ମନର ମଣିଷକୁ ଅପେକ୍ଷା କରିଥିଲା କନ୍ୟା । ଏହି ସମୟରେ ଡିଜେର ତାଳେ ତାଳେ ପ୍ରସେସନ୍ କରି କରି କନ୍ୟା ଘରେ ପହଞ୍ଚିଲେ ବରପକ୍ଷ । ହେଲେ ବରର ଅବସ୍ଥା ଦେଖି କନ୍ୟା ଓ କନ୍ୟା ପକ୍ଷ ଲୋକଙ୍କ ମୁଣ୍ଡ କାମ କଲାନି । ବରର ଆଦୌ ହୋସ୍ ନଥିଲା, ନା ସେ ଚାଲି ପାରୁଥିଲା , ନା ରୀତିନୀତି କରିବା ପାଇଁ ପ୍ରସ୍ତୁତ ଥିଲା । ଏହା ଦେଖି ମଦୁଆ ବରକୁ ବିବାହ କରିବା ପାଇଁ ରୋକ୍ଠୋକ୍ ମନା କରିଦେଲା କନ୍ୟା । ଆସାମର ନଲବାରୀ ଜିଲ୍ଲାରେ ଏପରି ଘଟଣା ଘଟିଛି ।
ନିଶାଗ୍ରସ୍ତ ବରଙ୍କ ନାମ ହେଲା ପ୍ରସେନଜିତ ହାଲୋଇ । ସେ ନଳବାରୀ ସହରର ବାସିନ୍ଦା । ବିବାହ ଦିନ ଅତ୍ୟଧିକ ମଦ୍ୟପାନ କରି ବିବାହ ପାଇଁ ଆସି ପହଞ୍ଚିବା ପରେ କନ୍ୟା ଜଣକ ତାଙ୍କ ବିବାହକୁ ଭାଙ୍ଗି ଦେଇଛନ୍ତି । ପ୍ରସେନଜିତ୍ ଏତେ ମଦ ପିଇଥିଲେ ଯେ ତାଙ୍କର ଆଦୌ ହୋସ୍ ନଥିଲା । ଝୁଲି ଝୁଲି ମଣ୍ଡପ ଉପରକୁ ଆସିବା ପରେ ସେଠାରେ ହିଁ ଶୋଇ ପଡ଼ିଥିଲେ । ଏପରିକି ବରପିତା ବି ମଦ ନିଶାରେ ମାତାଲ୍ ଥିଲେ । ବରର ଏପରି କାଣ୍ଡ କାରଖାନା ଦେଖିବା ପରେ ପରିସ୍ଥିତି ଗମ୍ଭୀର ହୋଇ ପଡ଼ିଥିଲା ।
ଅନ୍ୟପଟେ ବରପକ୍ଷ ପରିବାରର ପ୍ରାୟ ୯୫ ପ୍ରତିଶତ ବରଯାତ୍ରୀ ମଦ ନିଶାରେ ଥିଲେ । ଏପରି ଅବସ୍ଥା ଦେଖି ପୋଲିସକୁ ଘଟଣା ସଂପର୍କରେ ଖବର ଦେଇଥିଲେ କନ୍ୟା ପକ୍ଷ । ଏବେ କନ୍ୟାଙ୍କ ପରିବାର ଲୋକେ ବିବାହ ପ୍ରସ୍ତୁତି ପାଇଁ ହୋଇଥିବା ଖର୍ଚ୍ଚର କ୍ଷତିପୂରଣ ଦାବି କରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)