/odishatv-khabar/media/post_attachments/uploadimage/library/16_9/16_9_0/____1678600867.jpg)
Fire Mishap In Uttar Pradesh
ଶୋଇଥିବା ବେଳେ ଘରେ ଲାଗିଲା ନିଆଁ, ଜୀଅନ୍ତା ଜଳିଗଲେ ପରିବାରର ୫ ସଦସ୍ୟ। ଉତ୍ତରପ୍ରଦେଶ କାନପୁର ଦେହାତରେ ଏହି ଅଭାବନୀୟ ଘଟଣା ଘଟିଛି। ଚାଳ ଘରେ ଶୋଇଥିବା ବେଳେ ହଠାତ୍ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା। ଫଳରେ ଏଥିରେ ପୋଡ଼ି ହୋଇ ସ୍ୱାମୀ, ସ୍ତ୍ରୀ ଓ ୩ ଶିଶୁଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ- ସତୀଶ(୩୦), ତାଙ୍କ ପତ୍ନୀ କାଜଲ(୨୫) ଓ ୩ ଶିଶୁ।
ସୂଚନା ଅନୁସାରେ, ଶନିବାର ବିଳମ୍ବିତ ରାତି ପ୍ରାୟ ୧ଟା ସମୟରେ କାନପୁର ଦେହାତର ରୁରା ଥାନା ଅର୍ନ୍ତଗତ ହରାମଉ ବଞ୍ଜାରା ଡେରା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ସର୍ଟ ସର୍କିଟ୍ ଯୋଗୁ ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି। ହେଲେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ିନି। ଚାଳ ଘରେ ନିଆଁ ଲାଗିବା ଯୋଗୁ ପରିବାରର ୭ ସଦସ୍ୟ ଫସି ଯାଇଥିଲେ। ଏତେ ଜୋରରେ ନିଆଁ ଲାଗିଥିଲା ଯେ, କେହି କିଛି ଭାବିବା ପୂର୍ବରୁ ସ୍ୱାମୀ, ସ୍ତ୍ରୀ ଓ ୩ ଶିଶୁ ପୋଡ଼ି ଯାଇଥିଲେ। ଜଣେ ବୃଦ୍ଧା ଓ ନବଜାତ ଶିଶୁଙ୍କୁ ସୁରକ୍ଷିତ ଭାବେ ନିଆଁରୁ ବାହାରକୁ ଅଣା ଯାଇଥିଲା। ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଯେଉଁ ସମୟରେ ପରିବାରର ୩ ସଦସ୍ୟ ଜୀଅନ୍ତା ଜଳିଗଲେ ସେହି ସମୟରେ ଗାଁରେ ଏକ ବିବାହ କାର୍ଯ୍ୟକ୍ରମ ଥିଲା। ଖବରପାଇ ଘଟଣାସ୍ଥଳରେ ଗାଁ ଲୋକେ ପହଞ୍ଚିଥିଲେ। ହେଲେ ସେତେବେଳକୁ ନିଆଁକୁ ଆୟତ୍ତ କରିବା ସମ୍ଭବପର ନଥିଲା ଓ ୩ ଜଣ ପୋଡ଼ି ଯାଇଥିଲେ। ପୋଲିସ୍ ଓ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ମୃତାହତଙ୍କୁ ଉଦ୍ଧାର କରିଥିଲେ। କେଉଁ ପରିସ୍ଥିତିରେ ଓ କେମିତି ନିଆଁ ଲାଗିଲା, ଏନେଇ ପୋଲିସ୍ ଛାନ୍ଭିନ୍ ଚଳାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)