• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପ୍ରଥମେ ହାଇଦ୍ରାବାଦ ପରେ ରାଜସ୍ଥାନର ଜୟପୁର, ତା’ପରେ ଉତ୍ତରପ୍ରଦେଶର ବରେଲି ଓ କନୌଜରୁ ବି ଆସିଥିଲା ସମାନ ଘଟଣା । ହାଇଦ୍ରାବାଦରୁ ବି ଶୁଣିବାକୁ ମିଳିଥିଲା ସେହି ଘଟଣା । ଆଜ୍ଞା ହଁ ଆମେ କହୁଛୁ ସେହି ବୁଲା କୁକୁରଙ୍କ ଦୌରାତ୍ମ୍ୟ କଥା । କୁନି କୁନି କଅଁଳା ପିଲାଙ୍କୁ ଏହି ସବୁ ସ୍ଥାନରେ କିଭଳି ବୁଲା କୁକୁରମାନେ ଝୁଣି ଖାଇଛନ୍ତି ତାହା ଅତ୍ୟନ୍ତ ହୃଦୟ ବିଦାରକ ଥିଲା । ଏବେ ଠିକ୍‌ ଏମିତି ଏକ ଅଘଟଣ ପୁଣି ସାମ୍ନାକୁ ଆସିଛି ଗୁଜରାଟର ମୋରବିରୁ ।

ଦିନକୁ ଦିନ ଏଭଳି ଘଟଣା ଅଧିକରୁ ଅଧିକ ସାମ୍ନାକୁ ଆସୁଥିବା ଦେଖାଯାଇଛି । ତେଣୁ ପିଲାଙ୍କ ବାପା ମାଆ ମାନେ ଏଥିପ୍ରତି ଅଧିକ ଯତ୍ନବାନ ହେବା ଆବଶ୍ୟକ । କାରଣ ଦୁନିଆକୁ ଭଲ ଭାବେ ଦେଖିବା ଆଗରୁ ବୁଲା କୁକୁରର ଶିକାର ହୋଇଛନ୍ତି କୁନି ଛୁଆ । 

ନିକଟରେ ଗୁଜୁରାଟ ମୋରବିରେ ଘଟିଥିବା ଘଟଣା ଅତ୍ୟନ୍ତ ହୃଦୟ ବିଦାରକ । କୁନି ପିଲାର ବାପା ମା’ ଫ୍ୟାକ୍ଟ୍ରିରେ କାମ କରୁଥିଲେ । ଏହି ସମୟରେ ଅଢେଇ ବର୍ଷର କୁନି ପୁଅଟି ବାହାରେ ହସଖୁସିରେ ଖେଳୁଥିଲା । ମାତ୍ର ଏହି ଖୁସି ବେଶି ସମୟ ରହିବ ନାହିଁ ବୋଲି କେହି ଜାଣି ନଥିଲେ। ଛୁଆଟିକୁ ଏକୁଟିଆ ପାଇ ବୁଲା କୁକୁରମାନେ ଆକ୍ରମଣ କରିଥିଲେ । ଶେଷରେ ଆଖି ବୁଜି ଦେଲା କଅଁଳା ଶିଶୁ ।

ଗତ ୧୧ ତାରିଖରେ ଅର୍ଥାତ ବୁଧବାର ଏଭଳି ଘଟଣା ଘଟିଛି । ପିଲାଟି ଖେଳୁଥିବା ସମୟରେ କିଛି ବୁଲା କୁକୁର ତାକୁ ଆକ୍ରମଣ କରି କ୍ଷତାକ୍ତ କରି ଦେଇଥିଲେ। କିଛି ଲୋକ ଦେଖି କୁକୁର ମାନଙ୍କୁ ଘଉଡ଼ାଇଥିଲେ । ଏହାପରେ ପରିବାର ଲୋକେ ଗୁରୁତର ଅବସ୍ଥାରେ ପିଲାଟିକୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ମାତ୍ର ସେଠାରେ ଡାକ୍ତର ପିଲାଟିକୁ ମୃତ ଘୋଷଣା କରିଥିଲେ । ପୋଲିସ୍‌ ଏନେଇ ଏକ ମାମଲା ରୁଜୁ କରିଛି ।