• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ତାଜମହଲ ହେଉଛି ପ୍ରେମର ପ୍ରତୀକ । ତାଜମହଲକୁ ଶାହାଜାହାନ ଓ ମୁମ୍‌ତାଜଙ୍କ ପ୍ରେମର ପ୍ରତୀକ ବୋଲି କୁହାଯାଏ । ଏହାର ନିର୍ମାଣକୁ ନେଇ ଅନେକ କଥା ଶୁଣିବାକୁ ମିଳିଥାଏ । କିଛି ଗବେଷକ ତାଜମହଲକୁ ନେଇ ଭିନ୍ନ ଭିନ୍ନ ମତ ମଧ୍ୟ ରଖିଥା’ନ୍ତି । କୁହାଯାଏ ଶାହାଜାହାନଙ୍କ ଅତି ପ୍ରିୟ ମୁମ୍‌ତାଜଙ୍କ ମୃତ୍ୟୁ ହୋଇଯିବାରୁ ସେ ଏହି ତାଜମହଲ ନିର୍ମାଣ କରିଥିଲେ । ଯାହା ଆଜି ଆମର ଐତିହ୍ୟ ପାଲଟିଛି ।

ହେଲେ ଏହି ତାଜମହଲ ନିର୍ମାଣ କରିବାକୁ କେତେ କାରିଗର ଲାଗିଥିଲେ ? କେଉଁ ମାନେ ମିଶି ଏହାର ନିର୍ମାଣ କାର୍ଯ୍ୟରେ ସାମିଲ ହୋଇଥିଲେ ? କ’ଣ ଆପଣ ଏହି ପ୍ରଶ୍ନର ଉତ୍ତର ଜାଣନ୍ତି କି ? ଯଦି ଆପଣ ଏ ସମ୍ପର୍କରେ ଜାଣିନାହାନ୍ତି । ତେବେ ଆସନ୍ତୁ ଜାଣିବା ଏହି ସମ୍ପର୍କରେ...

ଅଧିକ ପଢ଼ନ୍ତୁ: ଜାଣିଛନ୍ତି କି... ଗୋଟିଏ ଲିଟର ଡିଜେଲ୍‌ରେ କେତେ କିଲୋମିଟର ଯାଏ ଟ୍ରେନ୍‌ ?

ଦୁନିଆର ସପ୍ତମ ଆଶ୍ଚର୍ଯ୍ୟ ମଧ୍ୟରୁ ତାଜମହଲ ଅନ୍ୟତମ ବୋଲି କୁହାଯାଏ । ତାଜମହଲ ହେଉଛି ଆମ ଦେଶର ଗୌରବ । ତାଜମହଲକୁ ନେଇ ଅନେକ ଆଶ୍ଚର୍ଯ୍ୟଜନକ କଥା ରହିଥିବାବେଳେ ଏହାର ନିର୍ମାଣ ଶୈଳୀକୁ ନେଇ ସବୁବେଳେ ଚର୍ଚ୍ଚା ଲାଗି ରହିଥାଏ । ଭାରତରେ ରହିଥିବା ତାଜମହଲକୁ ହଜାର ହଜାର ଶ୍ରମିକ ନିର୍ମାଣ କରିଥିବା ସୂଚନା ରହିଛି ।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଲାଲ୍‌ ଓ ଧଳା ରଙ୍ଗର ପଥରରେ ନିର୍ମାଣ ହୋଇଥିବା ଆମର ଐତିହ୍ୟ ତାଜମହଲ ଦୁନିଆର ପ୍ରାୟ ସମସ୍ତ ଲୋକଙ୍କୁ ତା’ର ସୌନ୍ଦର୍ଯ୍ୟରେ ଆକୃଷ୍ଠ କରିଥାଏ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ତାଜମହଲର ନିର୍ମାଣ କାର୍ଯ୍ୟ ପାଇଁ ପ୍ରାୟ ୨୦ ହଜାରରୁ ଅଧିକ ଶ୍ରମିକ ନିୟୋଜିତ ଥିଲେ । ଆଉ ଏଥିପାଇଁ ପ୍ରାୟ ୩.୨ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା ।

ଖାଲି ଏତିକି ନୁହେଁ, ବିବିସିର ଏକ ରିପୋର୍ଟ ଅନୁସାରେ ତାଜମହଲ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିବା ଶ୍ରମିକଙ୍କ ମଧ୍ୟରୁ ଅଧିକ ହିନ୍ଦୁ ଥିଲେ । ତାହା ସହିତ ପୋଖରାରୁ ଆସିଥିବା କିଛି କାରିଗର ତାଜମହଲର କାରୁକାର୍ଯ୍ୟ ଓ ଫୁଲ କାମ କରିଥିଲେ । ତାଜମହଲ ନିର୍ମଣ ପାଇଁ ରାଜମିସ୍ତ୍ରୀ, ପଥର କଟା କାରିଗର, ଚିତ୍ରକର ଏବଂ ଅନ୍ୟ କିଛି କାରିଗର ମଧ୍ୟ ନିୟୋଜିତ ହୋଇଥିଲେ । ଯେଉଁମାନେ ମୋଗଲ ସାମ୍ରାଜ୍ୟ, ମଧ୍ୟପ୍ରଦେଶ ଓ ଇରାନରୁ ଆସିଥିଲେ ବୋଲି କୁହାଯାଇଛି ।

ସବୁଠାରୁ ବଡ଼ କଥା ହେଉଛି ତାଜମହଲର ନିର୍ମାଣ କର୍ଯ୍ୟରେ ବାସ୍ତୁକାର ମଧ୍ୟ ସାମିଲ ହୋଇଥିଲେ । ଏଥିରେ ନିୟୋଜିତ ଥିବା ମୁଖ୍ୟ ବାସ୍ତୁକାରଙ୍କ ନାଁ ଉସ୍ତାଦ ଅହମ୍ମଦ ଲାହୋରୀ ବୋଲି ଜଣାପଡ଼ିଛି ।