Advertisment

୬ ତାରିଖରୁ ପୁଅ ନିଖୋଜ; ଖୋଜି ପାଉନାହାନ୍ତି ପରିବାର, ୩ ଲକ୍ଷ ମାଗୁଛନ୍ତି କିଡ୍‌ନାପର୍‌ !

ପୁଅ ମିଳିନଥିବାରୁ ଥାନା ଆଗରେ ଧାରଣାରେ ବସିଛନ୍ତି ମା ଓ ବାପା । ୧୬ ବର୍ଷର ପୁଅ ଯୋଗେଶ ବାଲାଜୀ ଗତ ୬ ତାରିଖରୁ ମୈତ୍ରୀବିହାର ଅଞ୍ଚଳରୁ ନିଖୋଜ ହୋଇଯାଇଛନ୍ତି ।

author-image
Tanmay Kumar Mahalik
ଅଦ୍ୟତନ ହୋଇଛି
missing 8-year-old boy

missing 8-year-old boy

୮ ଦିନ ହେଲାଣି ପୁଅ ନିଖୋଜ । ଖୋଜି ପାଉନି ପୋଲିସ । ପୁଅ ମିଳିନଥିବାରୁ ଥାନା ଆଗରେ ଧାରଣାରେ ବସିଛନ୍ତି ମା ଓ ବାପା । ୧୬ ବର୍ଷର ପୁଅ ଯୋଗେଶ ବାଲାଜୀ ଗତ ୬ ତାରିଖରୁ ମୈତ୍ରୀବିହାର ଅଞ୍ଚଳରୁ ନିଖୋଜ ହୋଇଯାଇଛନ୍ତି । ଏ ନେଇ ମୈତ୍ରିବିହାର ଥାନାରେ ଏକ ଅପହରଣ ମାମଲା ରୁଜୁ ହୋଇଛି । ହେଲେ ଯୋଗେଶର କୌଣସି ଖୋଜ ଖବର ପାଉନି ପୋଲିସ ।

Advertisment

ନିରାଶ ହୋଇ ବାପା ମା’ ଏବେ ଥାନା ଆଗରେ ଧାରଣାରେ ବସିଛନ୍ତି । ସେପଟେ ପିଲାକୁ ଛାଡ଼ିବା ପାଇଁ ୩ ଲକ୍ଷ ଟଙ୍କା ଅପହରଣକାରୀ ଦାବି କରୁଥିବା ବାପା ମା’ ଅଭିଯୋଗ କରିଛନ୍ତି । ତେବେ ଏ ନେଇ ପୋଲିସର ପ୍ରତିକ୍ରିୟା ମିଳିପାରିନାହିଁ ।

Demanding Justice
Advertisment
Advertisment