• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଦୁନିଆ ବହୁତ ଆଗକୁ ପହଞ୍ଚିଲାଣି । ବୈଜ୍ଞାନିକମାନେ ମଙ୍ଗଳ ଗ୍ରହରେ ଘର କରି ରହିବା କଥା ଚିନ୍ତା କଲେଣି। ଟେକ୍ନୋଲୋଜିର ଦୁନିଆରେ ଏବେ ଖୁବ୍‌ ପ୍ରତିଯୋଗିତା ଚାଲିଛି। ବିଭିନ୍ନ ଦେଶ ପ୍ରତ୍ୟେକ ଦିନ ନୂଆ ନୂଆ ବୈଷୟିକ ଜ୍ଞାନକୌଶଳ ବ୍ୟବହାର କରି ନୂଆ ଉଦ୍‌ଭାବନ କରୁଛନ୍ତି । ତେବେ ଏହାରି ଭିତରେ ଆମ ପାଖରେ ଏବେ ଏକ ଆଶ୍ଚର୍ଯ୍ୟ କଲା ଭଳି ଖବର ପହଞ୍ଚିଛି। ଯାହାକି ୟୁକେ ବା ଲଣ୍ଡନରୁ ଆସିଛି ।

ଅଧିକ ପଢ଼ନ୍ତୁ: 5G ଟେକ୍ନୋଲୋଜିର କମାଲ୍ : ଦିଲ୍ଲୀରେ ବସି ୟୁରୋପରେ କାର ଚଳାଇଲେ ମୋଦି

ଏଠାରେ ବୈଜ୍ଞାନିକମାନେ ଏମିତି ଏକ ରାସ୍ତା ନିର୍ମାଣ କରିଛନ୍ତି । ଯେଉଁଥିରେ ଚାଲିଲେ ବିଦ୍ୟୁତ ଉତ୍ପାଦନ ହୋଇଥାଏ । ଲୋକମାନେ ସକାଳୁ ଏହି ରାସ୍ତାରେ ମର୍ଣ୍ଣିଂ ୱାକ୍‌ କରିଥାନ୍ତି । ଆଉ ଏହି ସମୟରେ ଏଥିରୁ ବିଦ୍ୟୁତ ଉତ୍ପାଦନ ହୋଇଥାଏ । ଯାହାକୁ ସଂଗ୍ରହ କରି ବିଭିନ୍ନ କାର୍ଯ୍ୟରେ ବ୍ୟବହାର ମଧ୍ୟ କରାଯାଇଥାଏ । ତେବେ ବର୍ତ୍ତମାନ ସମୟରେ ଏହା ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟ ଜନକ ।

କାରଣ ଭବିଷ୍ୟତ ପିଢ଼ି ପାଇଁ ଆମର ପ୍ରାକୃତିକ ସମ୍ପଦ ଧିରେ ଧିରେ ସରି ଆସୁଥିବା ବେଳେ ଏଭଳି ଉଦ୍‌ଭାବନ ନିହାତି ଭାବେ ମଣିଷ ଜାତି ପାଇଁ ଲାଭଦାୟକ । କାରଣ ଏବେ ବି ସାରା ବିଶ୍ୱରେ ଏମିତି ଅନେକ ସ୍ଥାନ ରହିଛି ଯେଉଁଠି ବିଦ୍ୟୁତ ସେବା ପହଞ୍ଚି ପାରିନି । ଆଉ କିଛି ଦେଶରେ ବିଦ୍ୟୁତ ସେବା ରହିଥିଲେ ବି ତାହା ଯଥେଷ୍ଟ ହୋଇନଥାଏ । ଏମିତିକି ଆମ ଭାରତ ତଥା ଓଡ଼ିଶାରେ ମଧ୍ୟ ବିଦ୍ୟୁତ ସଂକଟ ଦେଖାଦେଇଥାଏ । ଜଳ ଭଣ୍ଡାରରୁ ଜଳ ରାଶି କମିଗଲେ ଆମେ ବିଦ୍ୟୁତ ଅଭାବ ଅନୁଭବ କରିଥାଉ ।

ୟୁକେର ଟେଲଫୋର୍ଡରେ ଥିବା ଏକ ପୁଟ୍‌ପାଥ୍‌ରେ ଏଭଳି ବ୍ୟବସ୍ଥା କରାଯାଇଛି ବା ଏଭଳି ଏକ ମ୍ୟାଟେରିଆଲ ପ୍ରସ୍ତୁତ କରାଯାଇଛି । ଯେଉଁଥିରେ ଲୋକ ଚାଲିବା ବା ଦୌଡ଼ିବା ଫଳରେ ବିଦ୍ୟୁତ ଉତ୍ପାଦନ ହୋଇଥାଏ । ଏଥିରେ ବିଭିନ୍ନ ପ୍ରକାର ଟେକ୍ନୋଲୋଜି ବ୍ୟବହାର ହୋଇଛି । ଏକ ପତଳା ଚାଦର ବା ପିଚୁ ଚାଦର ଭଳି ଏହାକୁ ପ୍ରସ୍ତୁତ କରାଯାଇ ରାସ୍ତାରେ ପକାଯାଇଛି । ଫୁଟ୍‌ପାଥ୍‌ରେ ପଡ଼ିଥିବା ସେହି ଚାଦର ଉପରେ ଚାଲିଲେ ବିଦ୍ୟୁତ ଉତ୍ପାଦନ ହୋଇଥାଏ । ଏହି ପୁଟ୍‌ପାଥ୍‌ କାଇନେଟିକ୍‌ ଡାନ୍ସ ଫ୍ଲୋର ସମ୍ମୁଖରେ ରହିଛି । ତେବେ ଲୋକମାନେ ଏଥିରେ ଚାଲିବା ଫଳରେ ଏଥିରେ କେତେ ମାତ୍ରାରେ ବିଦ୍ୟୁତ ଉତ୍ପାଦନ ହେଉଛି ସେନେଇ ଏକ ଏଲଇଡି ବୋର୍ଡରେ ପ୍ରକାଶ ପାଉଛି । ଆଉ ଏହି ଏଲ୍‌ଇଡି ବୋର୍ଡ ସୋଲାର ବିଦ୍ୟୁତ ଦ୍ୱାରା ପରିଚାଳିତ ।

ସବୁଠାରୁ ବଡ଼ କଥା ହେଲା, ଏହି ଟେକ୍ନୋଲୋଜି ସେହି ସମୟରେ ସାମ୍ନାକୁ ଆସିଲା ଯେତେବେଳେ, ପୁରା ବିଶ୍ୱ ବିଦ୍ୟୁତ ଶକ୍ତିକୁ ନେଇ ଚିନ୍ତା ପ୍ରକଟ କରୁଛି । ସେପଟେ ଜଳବାୟୁ ସମ୍ମିଳନୀ COP27 ମଧ୍ୟ ଚାଲିଛି । ଏହି ସମ୍ମିଳନୀରେ ଜଳବାୟୁକୁ ନେଇ ନେତାମାନେ ନିଜ ନିଜର ମତ ରଖୁଛନ୍ତି । ସେଥିରେ ଜୀବାସ୍ମ ଇନ୍ଧନ ଉପରେ ଖୁବ୍ ଚର୍ଚ୍ଚା ମଧ୍ୟ ହେଉଛି ।