ରାସନକାର୍ଡ ହିତାଧିକାରୀଙ୍କ ପାଇଁ ଖୁସି ଖବର। ଫେବ୍ରୁଆରୀ ୧୫ ତାରିଖ ଯାଏ ବଢ଼ିଲା ରାସନ କାର୍ଡ e-KYC ଅପଡେଟ ଅବଧି। ଅବଧି ବୃଦ୍ଧି ନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଆଜି ଏହି ସୂଚନା ଦେଇଛନ୍ତି।
ପୂର୍ବରୁ ଜାନୁଆରୀ ୩୧ ତାରିଖରେ e-KYC ସରିବ ବୋଲି ଘୋଷଣା ହୋଇଥିଲା। ଏବେ ଏହି ଅବଧିକୁ ଫେବ୍ରୁଆରୀ ୧୫ ଯାଏ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର।
ଯୋଗାଣ ମନ୍ତ୍ରୀ କହିଛନ୍ତି,ରାସନକାର୍ଡ ହିତାଧିକାରୀଙ୍କ ପାଇଁ e-KYC ଶେଷ ତାରିଖ ଜାନୁଆରୀ ୩୧ତାରିଖ ପର୍ଯ୍ୟନ୍ତ ଥିଲା। କିଛି ବନ୍ଧୁ ଏପର୍ଯ୍ୟନ୍ତ କରିପାରି ନାହାନ୍ତି। ଲିଖିତ ଭାବେ ଆଉ କିଛି ଦିନ ବଢ଼ାଇବା ପାଇଁ ଆବେଦନ କରିଥିଲେ। ସେଥିପାଇଁ ବିଚାର କରାଗଲା। ଫେବ୍ରୁଆରୀ ୧୫ ଯାଏ e-KYC ଚାଲୁ ରହିବା ପାଇଁ ନିର୍ଦ୍ଦେଶ ଦିଆଗଲା।
Also Read
ସୂଚନା ଅନୁଯାୟୀ, ୪୨ ଲକ୍ଷ ହିତାଧିକାରୀ e-KYC ଏପର୍ଯ୍ୟନ୍ତ କରିନାହାନ୍ତି। ସେମାନଙ୍କ ପାଇଁ ରାଜ୍ୟ ସରକାର କୋହଳ ମନଭାବ ପ୍ରକାଶ କରିଛନ୍ତି। ଫେବ୍ରୁଆରୀ ୧୫ ଯାଏ e-KYC ଅବଧିକୁ ବୃଦ୍ଧି କରିଛନ୍ତି।
ଉଲ୍ଲେଖଯୋଗ୍ୟ,ରାଜ୍ୟ ସରକାର ରାଜ୍ୟ ଭିତରେ ରାସନକାର୍ଡ ହିତାଧିକାରୀ ଥିବା ବୃଦ୍ଧବୃଦ୍ଧା ଓ ଅସୁସ୍ଥ ଲୋକଙ୍କୁ ଭେଟି କେୱାଇସି ଯାଂଚ କରିବା ନିମନ୍ତେ ସରକାରୀ କର୍ମଚାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ବାହାରେ ଥିବା ଶ୍ରମିକମାନେ ଯୋଗାଯୋଗ କଲେ ସେଠାକୁ ମଧ୍ୟ ସରକାରୀ କର୍ମଚାରୀଙ୍କୁ ପଠାଯିବାକୁ ମଧ୍ୟ ପଦକ୍ଷେପ ନେଇଛନ୍ତି।