Advertisment

Bikashita Gaon Bikashita Odisha: ଆସିଲା ‘ବିକଶିତ ଗାଁ, ବିକଶିତ ଓଡ଼ିଶା’ ମାର୍ଗଦର୍ଶିକା; କ’ଣ ରହିଛି ୫ ବର୍ଷିଆ ପ୍ଲାନ

ଏହି ଯୋଜନାରେ ୨୦୨୪-୨୫ ଆର୍ଥିକ ବର୍ଷରେ ହଜାରେ କୋଟି ଟଙ୍କାର ବ୍ୟୟ ବରାଦ କରିଛନ୍ତି ରାଜ୍ୟ ସରକାର।

author-image
Tapaswini Nayak
ଅଦ୍ୟତନ ହୋଇଛି
Bikashita goan bikasita odisha

Bikashita goan bikasita odisha

ବିକଶିତ ଗାଁ ବିକଶିତ ଓଡ଼ିଶା’କୁ ନେଇ ଗାଇଡଲାଇନ୍ ଆଣିଛନ୍ତି ରାଜ୍ୟ ସରକାର। ସମସ୍ତ ଜିଲ୍ଲାପାଳମାନଙ୍କୁ ଗାଇଡ ଲାଇନ ପଠାଇଛି ବିଭାଗ। ଗ୍ରାମସଭା ଜରିଆରେ ପଞ୍ଚାୟତୱାରୀ ପ୍ରକଳ୍ପ ତାଲିକା କରିବାକୁ ବିଭାଗ ନିର୍ଦ୍ଦେଶ ଦେଇଛି। ଫେବ୍ରୁଆରୀ ୧୪ ଭିତରେ ଗ୍ରାମସଭା କରି ତାଲିକା ଫାଇନାଲ କରିବାକୁ ଚିଠିରେ ଉଲ୍ଲେଖ ରହିଛି।

Advertisment

ଏହାସହ ଗ୍ରାମ ପଞ୍ଚାୟତଗୁଡିକର ୫ ବର୍ଷିଆ ପ୍ଲାନ ଆସନ୍ତା ୧୫ ତାରିଖ ସୁଦ୍ଧା ବ୍ଲକ ଗୁଡିକରେ ଦାଖଲ କରିବାକୁ କୁହାଯାଇଛି। ଏହି ଯୋଜନାରେ ୨୦୨୪-୨୫ ଆର୍ଥିକ ବର୍ଷରେ ହଜାରେ କୋଟି ଟଙ୍କାର ବ୍ୟୟ ବରାଦ କରିଛନ୍ତି ରାଜ୍ୟ ସରକାର। ପୂର୍ବ ସରକାରରେ ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ୨୦ ପ୍ରତିଶତରୁ କମ୍ ଖର୍ଚ୍ଚ ହୋଇଥିବା ପ୍ରକଳ୍ପଗୁଡିକୁ ନୂଆ ଯୋଜନାରେ ସାମିଲ କରି ସାରିବାକୁ କୁହାଯାଇଛି।

ଏହି କାର୍ଯ୍ୟକ୍ରମ ପାଇଁ ସ୍ୱତନ୍ତ୍ର ମୋବାଇଲ ଆପ୍ ଏବଂ ୱେବ୍ ବେସ୍ଡ ମ୍ୟାନେଜମେଣ୍ଟ ବ୍ୟବସ୍ଥା କରାଯିବ। ଗାଇଡଲାଇନ ଅନୁସାରେ ପୁରୁଣା ଯୋଜନା ଭଳି ନୂଆ ଯୋଜନାରେ ମଧ୍ୟ ପଞ୍ଚାୟତ ସ୍ତରରେ ପିଚୁ, କଂକ୍ରିଟ, ପେଭର ବ୍ଲକ୍ ଭଳି ସଡ଼କ, ଡ୍ରେନେଜ୍, କଲ୍ୟାଣ ମଣ୍ଡପ, ପୋଖରୀ ଘାଟ, ବଜାର ସେଡ୍, ଧର୍ମାନୁଷ୍ଠାନ ପ୍ରକଳ୍ପ, ସାଂସ୍କୃତିକ କେନ୍ଦ୍ର, ବିଦ୍ୟାଳୟରେ ଅତିରିକ୍ତ ଶ୍ରେଣୀଗୃହ ଆଧୁନିକୀକରଣ ପ୍ରକଳ୍ପଗୁଡିକୁ ଗ୍ରହଣ କରାଯିବ।

Advertisment

୩ ଲକ୍ଷ ଟଙ୍କାରୁ କମ ବ୍ୟୟ ଅଟକଳ ପ୍ରକଳ୍ପକୁ ଏହି ଯୋଜନାରେ ଗ୍ରହଣ କରାଯିବ ନାହିଁ। ବିକଶିତ ଗାଁ ବିକଶିତ ଓଡ଼ିଶାକୁ ନେଇ ରାଜ୍ୟ ସରକାର ଗାଇଡଲାଇନ୍ ଆଣିବା ପରେ ରାଜନୀତି ଜୋର୍ ଧରିଛି। ସରକାର ବଦଳିଲା ବୋଲି ନାଁ ବଦଳିବା ଉଚିତ ନଥିଲା। ପୂର୍ବ ସରକାର ବାବଦରେ ନକହି ସରକାର ଏବେ ନିଜେ କିଛି କରି ଆଗକୁ ବଢ଼ିବା ଉଚିତ ବୋଲି ବିଜେଡି କହିଛି।

ସେହିପରି ବିଜେଡି ସରକାର ଯାହା ଏବେକାର ବିଜେପି ସରକାର ତାହା ବୋଲି କହିଛି କଂଗ୍ରେସ। ଅନ୍ୟପଟେ ବିଜେଡିରେ ଆଉ ଅଛି କଣ ଯେ, ସେମାନେ କହିବେ ବୋଲି କହି କଟାକ୍ଷ କରିଛି ବିଜେପି। ବିଜେଡି ନେତା ଏବେ ହତୋତ୍ସାହିତ ହୋଇ ଏଭଳି କହୁଛନ୍ତି ବୋଲି ବିଜେପି କହିଛି।

ଅଧିକ ପଢ଼ନ୍ତୁ: ନୂଆ ଢାଞ୍ଚାରେ ଆସୁଛି ‘ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନା’; ନିର୍ବାଚିତ ପ୍ରତିନିଧିଙ୍କୁ କ୍ଷମତା ସହ ପଲ୍ଲୀସଭାକୁ ମିଳିବ ଗୁରୁତ୍ବ

BJP Odisha Govt
Advertisment
Advertisment