/odishatv-khabar/media/post_attachments/uploadimage/library/16_9/16_9_0/IMAGE_1701439223.jpg)
Tunnel collapse
୧୭ ଦିନର ସଂଘର୍ଷ । ୪୦୦ ଘଣ୍ଟାର ପରିଶ୍ରମ । ଜୀବନ ମରଣ ଅନ୍ଧାର ଭିତରୁ ଫେରିଲା ନିଃଶ୍ୱାସ । ଉତ୍ତରାଖଣ୍ଡ ଟନେଲ ଭିତରୁ ଉଦ୍ଧାର ହୋଇଛନ୍ତି ୪୧ ଶ୍ରମିକ । ଉଦ୍ଧାରକାରୀଙ୍କ ଅକ୍ଳାନ୍ତ ପରିଶ୍ରମ ପରେ ଦେଶକୁ ମିଳିଛି ବଡ଼ ସଫଳତା । ମୃତ୍ୟୁର ଛାତିକୁ ଚିରି ସାହାସୀ ଶ୍ରମିକମାନେ ହସିହସି ବାହାରକୁ ବାହାରିଛନ୍ତି । ଆଉ ସମସ୍ତ ଶ୍ରମିକଙ୍କ ସୁକ୍ଷିତ ଉଦ୍ଧାର ପାଇଁ ପୁରା ଖୁସି ସାରା ଦେଶ । ହେଲେ ଏହା ପଛରେ ରହିଛି କେତେ ଲୋକଙ୍କ ଅବଦାନ ? କେଉଁ କେଉଁ ବିଭାଗର ସହାୟତାରେ ମିଳିଲା ଏତେ ବଡ଼ ସଫଳତା ? ଆସନ୍ତୁ ଜାଣିବା...
୧୭ ଦିନର ଅପେକ୍ଷା ପରେ ମିଳିଛି ମୁକ୍ତି । ୨୮ ନଭେମ୍ବରରେ ଉଦ୍ଧାର ହୋଇଛନ୍ତି ଟନେଲରେ ଫସିଥିବା ୪୧ ଶ୍ରମିକ । ଏହି ଉଦ୍ଧାର କାର୍ଯ୍ୟରେ ଅତି କମରେ ୬୫୨ଜଣ ସରକାରୀ କର୍ମଚାରୀ ନିୟୋଜିତ ଥିଲେ । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ପୋଲିସ ବିଭାଗର ୧୮୯ଜଣ କର୍ମଚାରୀ, ସ୍ୱାସ୍ଥ୍ୟ ବିଭାଗର ୧୦୬ଜଣ, ୭୭ଜଣ ଯବାନ ଏବଂ ଏନଡିଆରଏଫର ୬୨ ଜଣ କର୍ମଚାରୀ ନିୟୋଜିତ ଥିଲେ ।
SDRFର ୩୨ଜଣ କର୍ମଚାରୀ ଉଦ୍ଧାର କାର୍ଯ୍ୟରେ ସାମିଲ ଥିବାବେଳେ ଉତ୍ତରକାଶୀର ଜଳ ସଂସ୍ଥାନର ୪୬ଜଣ କର୍ମଚାରୀ ନିୟୋଜିତ ଥିଲେ । ସେହିପରି ବିଦ୍ୟୁତ୍ ବିଭାଗର ୩୨ ଜଣ ଓ BROର ୩୮ ଜଣ ଏହି ଉଦ୍ଧାର କାର୍ଯ୍ୟରେ ସାମିଲଥିବା ସୂଚନା ଦିଆଯାଇଛି ।
ଅନ୍ୟପଟେ ଉତ୍ତରପ୍ରଦେଶ ପର୍ଯ୍ୟଟନ ବିଭାଗର ସ୍ୱତନ୍ତ୍ର ଡ୍ୟୁଟି ଅଧିକାରୀ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ଏହି ଉଦ୍ଧାର କାର୍ଯ୍ୟରେ ଏକ ହଜାରରୁ ଅଧିକ କର୍ମଚାରୀ ନିୟୋଜିତ ରହିଛନ୍ତି । ଶ୍ରମିକମାନଙ୍କୁ ବଞ୍ଚାଇବା ପାଇଁ ବହୁ ବିଶେଷଜ୍ଞଙ୍କୁ ମଧ୍ୟ ଘଟଣାସ୍ଥଳକୁ ଡକାଯାଇଥିଲା ।
ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି କହିଛନ୍ତି ଯେ ଏହି ଅପରେସନ୍ ସମୟରେ ସମସ୍ତ ବିଶେଷଜ୍ଞଙ୍କ ସହ ଯୋଗାଯୋଗ କରାଯାଇଛି । କେବଳ ଭାରତ ନୁହେଁ ବିଦେଶୀ ଦେଶରୁ ମଧ୍ୟ ବିଶେଷଜ୍ଞଙ୍କ ସହ ଆଲୋଚନା ହୋଇଥିଲା । ଏହି ଉଦ୍ଧାର କାର୍ଯ୍ୟରେ ବାୟୁସେନା କର୍ମଚାରୀମାନେ ମଧ୍ୟ ନିୟୋଜିତ ଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)