Advertisment

Kashmir Tourists with Tight Security: କାଶ୍ମୀର ପହଲଗାମରେ ସ୍ଥିତି ପରଖିଲା ଓଟିଭି, କଡ଼ା ସୁରକ୍ଷାରେ ବୁଲୁଛନ୍ତି ପର୍ଯ୍ୟଟକ

ଘାଟିରେ ଘଟିଥିବା ଦଶନ୍ଧିର ନରସଂହାର ପରେ କେମିତି ଅଛି ପହଲଗାମ? ଘାତକ ଆତଙ୍କୀ ହମଲା ପରେ କେମିତି ଅଛି ସେଠାକାର ସ୍ଥିତି? କେମିତି ଅଛନ୍ତି ଏବେ ପହଲଗାମକୁ ବୁଲି ଆସିଥିବା ପର୍ଯ୍ୟଟକ ? ଏସବୁ ଜାଣିବା ପାଇଁ ଗ୍ରାଉଣ୍ଡରେ ପହଞ୍ଚି ସ୍ଥିତି ପରଖିଛି ଓଟିଭି ।

author-image
Saroj Kumar Jena
otv

otv

କାଶ୍ମୀରରେ ଓଟିଭି। ୨୨ ଏପ୍ରିଲରେ ଯେଉଁ ପହଲଗାମ୍ ରେ ଛାତିଥରା ନରସଂହାର ଘଟିଥିଲା, ସେଇଠି ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛି, ଚିତ୍ର ତୋଳି ଧରିଛି। କେମିତି ଅଛି ବର୍ତ୍ତମାନ ସେଠାକାର ସ୍ଥିତି ତାହା ପରଖିଛି। ପହଲଗାମରୁ ଦେଖିବା ଓଟିଭିର ଗ୍ରାଉଣ୍ଡ ରିପୋର୍ଟ।

Advertisment

ଘାଟିରେ ଘଟିଥିବା ଦଶନ୍ଧିର ନରସଂହାର ପରେ କେମିତି ଅଛି ପହଲଗାମ? ଘାତକ ଆତଙ୍କୀ ହମଲା ପରେ କେମିତି ଅଛି ସେଠାକାର ସ୍ଥିତି? କେମିତି ଅଛନ୍ତି ଏବେ ପହଲଗାମକୁ ବୁଲି ଆସିଥିବା ପର୍ଯ୍ୟଟକ ? ଏସବୁ ଜାଣିବା ପାଇଁ ଗ୍ରାଉଣ୍ଡରେ ପହଞ୍ଚି ସ୍ଥିତି ପରଖିଛି ଓଟିଭି । ପହଲଗାମର ନୀଳ ଆକାଶରେ ମେଘମାଳାଙ୍କ ଗହଳି, ପାହଡ଼ର ଛାତି ଚିରି ବହିଯାଉଛି ଲିଡେର ନଦୀ। ସବୁ କିଛି ଶାନ୍ତ, ସ୍ଥିର ଓ ସ୍ବାଭାବିକ ଭଳି ଲାଗୁଛି। ପହଲଗାମର ଏହି ସେଲ୍ଫି ପଏଣ୍ଟ ବି ପର୍ଯ୍ୟଟକଙ୍କୁ ହାତଠାରି ଡାକୁଛି । ବେଶି ନ ହେଲେ ବି କେଇ ଜଣ ପର୍ଯ୍ୟଟକଙ୍କ ଗହଳି ଚହଳିରେ ପରିବେଶ ପୁରିଲା ପୁରିଲା ଲାଗୁଛି । ଗଲା ମଙ୍ଗଳବାରର ନରସଂହାର ପରେ ଗ୍ରାଉଣ୍ଡରେ ପହଞ୍ଚିଛି ଓଟିଭି । ସ୍ଥିତି ପରଖୁ ପରଖୁ ଓଟିଭି କ୍ୟାମେରାରେ କଏଦ ହୋଇଛି ଭାରତର ଭୂସ୍ବର୍ଗ କାଶ୍ମୀର ପହଲଗାମର ଏସବୁ ଅତ୍ୟନ୍ତ ମନୋରମ ଓ ଆଖି ଖୋସି ହେଲା ଭଳି ଚିତ୍ର । ଯାହାକୁ ଥରେ ଦେଖିଲେ ଆଉ ଥରେ ଦେଖିବାକୁ ମନ ହେବ ।

ଅଧିକ ପଢ଼ନ୍ତୁ: ଅବୈଧ ଭିସାରେ ଭାରତରେ ବର୍ଷ ବର୍ଷ, ରାଜ୍ୟରେ ୧୨ ପାକିସ୍ତାନୀ ନାଗରିକ

ଆତଙ୍କୀ ହମଲା ପରେ ଆଶା ଆଶଙ୍କାରେ ଥିବା ପର୍ଯ୍ୟଟକ, ପହଲଗାମରେ ପହଞ୍ଚିବା ପରେ ପ୍ରାକୃତିକ ପରିବେଶରେ ନିଜକୁ ହଜାଇଛନ୍ତି । ସୁରକ୍ଷା ବ୍ୟବସ୍ଥା ବଢିଥିଲେ ମଧ୍ୟ ଅନେକ ପର୍ଯ୍ୟଟକ ହୋଟେଲ ଛାଡ଼ିଛନ୍ତି। ତଥାପି ଯେଉଁମାନେ କାଶ୍ମୀର ବୁଲି ଆସିଛନ୍ତି ସେମାନେ ପହଲଗାମର ପ୍ରକୃତିକୁ ନିଜ କ୍ୟାମେରାରେ ତୋଳି ଧରିବାକୁ ପହଞ୍ଚିଛନ୍ତି। ସୁରକ୍ଷାକର୍ମୀ ମୁତୟନ ହୋଇଥିବାରୁ ବିନା କୌଣସି ଡର, ଭୟରେ ପ୍ରକୃତିର ଆନନ୍ଦ ନେଉଥିବା କହିଛନ୍ତି ପର୍ଯ୍ୟଟକ ।

Advertisment

ଆତଙ୍କୀ ଆକ୍କାଙ୍କ ହୁକୁମ ପରେ ଶାନ୍ତ ପରିବେଶକୁ ଅଶାନ୍ତ କରିଥିବା ଆତଙ୍କବାଦୀଙ୍କୁ ଖୋଜି ଖୋଜି ମାରିବା ପାଇଁ ଅପରେସନ ଜାରି ରଖିଛି ସେନା। ଆଉ ଏପଟେ ଗ୍ରାଉଣ୍ଡରେ ମଧ୍ୟ ସେନା ଓ ପୋଲିସ ପର୍ଯ୍ୟଟକଙ୍କ ସୁରକ୍ଷାରେ ନିୟୋଜିତ ହେବା ସହ ସ୍ଥିତି ଉପରେ ତୀକ୍ଷଣ ନଜର ରଖିଛି । ସନ୍ଦିଗ୍ଧଙ୍କ ଗତିବିଧି ଜଣାପଡ଼ିଲେ ସଂଗେ ସଂଗେ କାର୍ଯ୍ୟାନୁଷ୍ଠାନ ପାଇଁ ତୟାର ସୁରକ୍ଷାବଳ । ସେପଟେ ସ୍ଥାନୀୟ ଅଧିବାସୀ ମଧ୍ୟ ଆତଙ୍କବାଦୀ ହମଲାକୁ ଅତି ଗୁରତର ସହ ନେଇଛନ୍ତି । ସେମାନଙ୍କ ପେଟ ପାଟଣାରେ ଲାତ ମରାଯାଇଥିବାରୁ ଭାଙ୍ଗି ପଡ଼ିଛନ୍ତି ସ୍ଥାନୀୟ ବ୍ୟବସାୟୀ। ତଥାପି ପର୍ଯ୍ୟଟକଙ୍କ ସୁରକ୍ଷାକୁ ପ୍ରାଥମିକତା ଦେବାକୁ ଆଗେଇ ଆସିଛନ୍ତି ସ୍ଥାନୀୟ ବାସିନ୍ଦା। କିଏ ପରିବାର ସହ ତ କିଏ ପୁଣି ନିଜ ପ୍ରିୟର ମଣିଷଙ୍କ ସହ ଏହି ମିନି ସୁଇଜରଲ୍ୟାଣ୍ଡକୁ ବୁଲି ଆସି ସ୍ମୃତି ସାଉଁଟିବାକୁ ଚାହାନ୍ତି । ଏବେ ଏତେ ବଡ଼ ଆତଙ୍କବାଦୀ ହମଲା ପରେ ଆଗକୁ ପର୍ଯ୍ୟଟକଙ୍କ ଆଗମନ କମିବ ନା ସବୁ କିଛି ପୂର୍ବ ଭଳି ଫେରି ଆସିବ ତାହା ସମୟ କହିବ ।

ଅଧିକ ପଢ଼ନ୍ତୁ: ନ୍ଦିର ଲୁଟୁଥିଲେ ଶ୍ୱଶୁର-ଜ୍ୱାଇଁ; ସୁନା ବ୍ୟବସାୟୀଙ୍କୁ ବିକ୍ରି କରୁଥିଲେ ଲୁଟ୍‌ ଅଳଙ୍କାର

Otv Jammu Kashmir
Advertisment
Advertisment