Advertisment

India-Pakistan Diplomacy: କୂଟନୈତିକ ଷ୍ଟ୍ରାଇକରେ ପାକିସ୍ତାନ ଛାନିଆ, ପହଲଗାମ୍ ନରସଂହାର ପରଠୁ ଅଶାନ୍ତ ଏଲଓସି

ପହଲଗାମ୍ ପର୍ଯ୍ୟଟକ ନରସଂହାର ପରଠୁ ସିଂହ ଗର୍ଜନ ଛାଡୁଛି ଭାରତ। ଆତଙ୍କୀସ୍ତାନ୍କୁ ପାନେ ଚଖେଇବାକୁ ନୂଆଦିଲ୍ଲୀ ଆରମ୍ଭ କରିଥିବା କୂଟନୈତିକ ଯୁଦ୍ଧ ଦେଖି ପାକିସ୍ତାନର ପିଳେହିପାଣି ହେଲାଣି। ଦିନକ ତଳେ ତୋଡ଼ ଦେଖାଉଥିବା ଇସାଲମାବାଦ ଆଜି ଲାଙ୍ଗୁଡ଼ ଜାକିଛି।

author-image
Saroj Kumar Jena
undefined

pakistan

ପହଲଗାମ୍ ପର୍ଯ୍ୟଟକ ନରସଂହାର ପରଠୁ ସିଂହ ଗର୍ଜନ ଛାଡୁଛି ଭାରତ। ଆତଙ୍କୀସ୍ତାନ୍କୁ ପାନେ ଚଖେଇବାକୁ ନୂଆଦିଲ୍ଲୀ ଆରମ୍ଭ କରିଥିବା କୂଟନୈତିକ ଯୁଦ୍ଧ ଦେଖି ପାକିସ୍ତାନର ପିଳେହିପାଣି ହେଲାଣି। ଦିନକ ତଳେ ତୋଡ଼ ଦେଖାଉଥିବା ଇସାଲମାବାଦ ଆଜି ଲାଙ୍ଗୁଡ଼ ଜାକିଛି। ପାକ୍ ପ୍ରଧାନମନ୍ତ୍ରୀ ଶେହବାଜ୍ ସରିଫ, ଆତଙ୍କୀ ହମଲାର ନିରପେକ୍ଷ ତଦନ୍ତ ପାଇଁ ସହଯୋଗ କରିବାକୁ ପ୍ରସ୍ତାବ ଦେଇଛନ୍ତି। ସେପଟେ କିନ୍ତୁ ଲଣ୍ଡନସ୍ଥିତ ପାକିସ୍ତାନ ଦୂତାବାସ ଆଗରେ ପ୍ରବାସୀ ଭାରତୀୟଙ୍କ ପ୍ରତିବାଦ ବେଳେ ଜଣେ ପାକ୍ ସେନା ଅଫିସର ଗଳା କାଟିବାକୁ ଇସାରା କରିବା ଦେଶବାସୀଙ୍କୁ କ୍ଷୁବ୍ଧ କରିଛି।

Advertisment

ପହଲଗାମ ନରସଂହାରର ମୁହଁତୋଡ଼ ଜବାବ ଦେବାକୁ ଭାରତ ଯେଉଁ କୁଟନୈତିକ ଯୁଦ୍ଧ ଆରମ୍ଭ କରିଛି ତାକୁ ଦେଖି ଲାଙ୍ଗୁଡ଼ ଜାକିଲାଣି ଇସଲାମାବାଦ। ଯାହାର ତାଜା ପ୍ରମାଣ- ଖୋଦ୍ ସେଠିକାର ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍। ଆତଙ୍କବାଦ ବିରୋଧରେ ମୋଦିଙ୍କ ଗର୍ଜନ ସାଙ୍ଗକୁ ସିନ୍ଧୁ ଜଳ ଚୁକ୍ତି ରଦ୍ଦ କରିବା ପରେ ସତେ ଯେମିତି ଏବେ ଭାରତର ଶରଣ ପଶିବାକୁ ବାଉଳି ଖାଇଲାଣି ପାକିସ୍ତାନ। ଅବସ୍ଥା ଘାଇଲା ହେବା ଜାଣି ପହଲଗାମ୍ ହମଲାର ନିରପେକ୍ଷ ତଦନ୍ତ ପାଇଁ ପ୍ରସ୍ତାବ ଦେଇଛନ୍ତି ଶେହବାଜ୍। ତଦନ୍ତରେ ସବୁ ପ୍ରକାର ସହଯୋଗ କରିବାକୁ ପ୍ରସ୍ତୁତ ବୋଲି ବି କହିଲେଣି। ହେଲେ ନୀଳବର୍ଣ୍ଣ ଶୃଗାଳକୁ ବିଶ୍ବାସ ନକରିବା ନ୍ୟାୟରେ ଶେହବାଜଙ୍କ ଏସବୁ ପ୍ରସ୍ତାବକୁ ତିଳେ ମାତ୍ର ବି ଖାତିର କରୁନି ଭାରତ।

ଲଣ୍ଡନସ୍ଥିତ ପାକିସ୍ତାନ ଦୂତାବାସ ଆଗରେ ପ୍ରବାସୀ ଭାରତୀୟଙ୍କ ବିକ୍ଷୋଭ। ପହଲଗାମ୍ ରେ ନିରୀହ ପର୍ଯ୍ୟଟକଙ୍କୁ ଧର୍ମ ନାଁ ପଚାରି ଆତଙ୍କବାଦୀ ଯେଭଳି କାପୁରୁଷଙ୍କ ଭଳି ନରସଂହାର କଲେ ତାକୁ କରିଛନ୍ତି ତୀବ୍ର ବିରୋଧ। ଏଥିସହ ଆତଙ୍କୀ ସର୍ଦ୍ଦାର ପାକିସ୍ତାନ ମୁର୍ଦ୍ଦାବାଦ ନାରା ଦେବା ସହ ଭାରତର ସିନ୍ଧୁ ଚୁକ୍ତି ସ୍ଥଗିତ ନିଷ୍ପତ୍ତିକୁ ସଠିକ୍ ଦର୍ଶାଇଛନ୍ତି।

Advertisment

ଆଉ ଭାରତୀୟ ବିକ୍ଷୋଭକାରୀଙ୍କ ଏ ତାଛଲ୍ୟ, ସତେ ଯେମିତି ପାକିସ୍ତାନ ଦୂତାବାସ ଅଧିକାରୀଙ୍କ କଲିଜାରେ ଛୁଞ୍ଚି ଭଳି ଗେଞ୍ଜି ହୋଇଯାଇଛି। ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତମାନଙ୍କ ଫଟୋ ଦେଖାଇ ଭାରତୀୟଙ୍କ ବେକ କାଟିଦେବାକୁ ଧମକ ଦେଇଛନ୍ତି ସେଠିକାର ସେନା ଅଧିକାରୀ କର୍ଣ୍ଣେଲ ତୈମୁର ରାହତ। ଯାହାକି ପାକିସ୍ତାନର ଚିତ୍ର ଓ ଚରିତ୍ର ମଧ୍ୟରେ ଥିବା ଅସଲ ରୂପକୁ ପଦାରେ ପକାଇଛି।

ପାକିସ୍ତାନର ମିଛ ତୋଡ଼ ଏଇଠି ସରିନି। ପାକିସ୍ତାନ ପିପୁଲସ ପାର୍ଟି ମୁଖ୍ୟ ବିଲାୱାଲ ଭୁଟ୍ଟୋ ଜର୍ଦ୍ଦାରୀ ସିନ୍ଧୁ ଜଳ ଚୁକ୍ତିନାମା ରଦ୍ଦ ନେଇ ଭାରତକୁ ଦେଇଛନ୍ତି ତୁଛା ଧମକ, ଏକ ଜନସଭାରେ କହିଛନ୍ତି, ଆମ ପାଣି ସିନ୍ଧୁ ନଦୀ ଦେଇ ପ୍ରବାହିତ ହେବ ନଚେତ୍ ସେମାନଙ୍କ ରକ୍ତ ଏଥିରେ ପ୍ରବାହିତ ହେବ। ଏଣେ ବିଲାୱାଲଙ୍କ ଏ ଧମକକୁ ପାଗଳର ପ୍ରଳାପ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ହରଦୀପ ସିଂ ପୁରୀ। ହରଦୀପ ତାଛଲ୍ୟ କରି କହିଛନ୍ତି- ଏପଟୁ ତ ଆଉ ପାଣି ଯିବାର ପ୍ରଶ୍ନ ଉଠୁନି, ସେଥିରେ ତମ ରକ୍ତ ବୁହାଇ ସେଥିରେ କୁଦା ମାର।

ପହଲଗାମ୍ ନରସଂହାର ପରଠୁ ଅଶାନ୍ତ ହୋଇଛି ଏଲଓସି। ଦିନରାତି ନିୟନ୍ତ୍ରଣ ରେଖାରେ ଚାଲିଛି ଉଭୟ ପଟୁ ଗୁଳିବର୍ଷା। ତେଣେ ପୁଣି ପୁରୁଣା ଖୋଇ ବାହାର କରି ଆଗେ ଗୁଳି ଚଳାଇଥିଲା ପାକିସ୍ତାନୀ ସେନା, ଯାହାର ଜବାବୀ ହମଲା କରୁଛି ଭାରତ। ପୁଞ୍ଚ ସେକଟର ଏବେ ସବୁଠୁ ଉତ୍ତେଜନାପୂର୍ଣ୍ଣ ରହିଛି। ଜମ୍ମୁର ସୁଚେତଗଡ଼ଠାରେ ଥିବା ଭାରତ-ପାକିସ୍ତାନ ସୀମାକୁ ମଧ୍ୟ ସାଧାରଣ ନାଗରିକଙ୍କ ପାଇଁ ବନ୍ଦ କରି ଦିଆଯାଇଛି। ପଞ୍ଜାବ, ରାଜସ୍ଥାନ ଏବଂ ଗୁଜରାଟ ସୀମାରେ ବି ଅଧିକ ସଜାଗ ହୋଇପଡ଼ିଛି ଭାରତୀୟ ସେନା।

ଅଧିକ ପଢ଼ନ୍ତୁ: ମଧ୍ୟାହ୍ନ ଭୋଜନ୍ ଖର୍ଚ୍ଚ ବଢ଼ାଇଲେ ରାଜ୍ୟ ସରକାର, ଜାଣନ୍ତୁ କେବେଠୁ ହେବ ଲାଗୁ...

India Pakistan Pahalgam Terrorist Attack
Advertisment
Advertisment