Advertisment

ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିରୋଧରେ ମାମଲା

ଭୁବନେଶ୍ୱରରେ ରହୁଥିବା ଜଣେ ମହିଳା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି। ସୁନା ଦୋକାନରେ ଚାକିରି ଦେବାକୁ କହି ବର୍ଷା ଓ ତାଙ୍କର ଜଣେ ସହଯୋଗୀ ଆୟୁଷି ତାଙ୍କ ଠାରୁ ୩୦ ହଜାର ଟଙ୍କା ନେଇଥିବା ସେ ଅଭିଯୋଗ କରିଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
FIR Against Actress Varsha Priyadarshini

FIR Against Actress Varsha Priyadarshini

ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିରୋଧରେ ଠକେଇ ମାମଲା। ଚାକିରି ଦେବା ନାଁରେ ବର୍ଷା ଠକେଇ କରିଥିବା ଅଭିଯୋଗ ହୋଇଛି। ବର୍ଷାଙ୍କ ନାଁରେ ଅଭିଯୋଗ ଆଣିଥିବା ମହିଳା ହେଲେ କଲ୍ୟାଣୀ ନାୟକ। ସେ ଭୁବନେଶ୍ୱର ସହିଦନଗର ସତ୍ୟକାଳୀ ବସ୍ତିରେ ରୁହନ୍ତି। 

Advertisment

କଲ୍ୟାଣୀ ଅଭିଯୋଗ କରିଛନ୍ତି ଯେ, ସୁନା ଦୋକାନରେ ଚାକିରି ଦେବାକୁ କହି ବର୍ଷା ଓ ତାଙ୍କର ଜଣେ ସହଯୋଗୀ ଆୟୁଷି ତାଙ୍କ ଠାରୁ ୩୦ ହଜାର ଟଙ୍କା ନେଇଥିଲେ। ହେଲେ ଟଙ୍କା ନେବା ପରେ ବର୍ଷା କିମ୍ବା ତାଙ୍କର ସହଯୋଗୀ ଆୟୁଷି ଫୋନ ଉଠାଉନଥିବା କଲ୍ୟାଣୀ ଅଭିଯୋଗ କରିଛନ୍ତି। ଏନେଇ ସହିଦ ନଗର ଥାନାରେ ସେ ଅଭିଯୋଗ କରିଛନ୍ତି। 

ଅଧିକ ପଢ଼ନ୍ତୁ:କୋର୍ଟଙ୍କ ତାଗିଦ୍‌ ପରେ ଅନୁଭବଙ୍କ ଘର ଚାବି ଫେରାଇଲେ ବର୍ଷା

ଅଭିଯୋଗ ପରେ ଫେସବୁକରେ ଲେଖା ପୋଷ୍ଟ କରି ସ୍ପଷ୍ଟୀକରଣ ରଖିଛନ୍ତି ବର୍ଷା ପ୍ରିୟଦର୍ଶିନୀ। ସେ ଲେଖିଛନ୍ତି, ତାଙ୍କ ବିରୋଧରେ ଆସିଥିବା ଅଭିଯୋଗର କୌଣସି ସତ୍ୟତା ନାହିଁ। ଏଭଳି ଅଭିଯୋଗ ତାଙ୍କୁ ମାନସିକ ଭାବେ କ୍ଷୁବ୍ଧ କରିଛି। ତାଙ୍କ ବିରୋଧରେ ଯେଉଁମାନେ ଏଭଳି ଚକ୍ରାନ୍ତ କରି ଘୃଣ୍ୟ ଅଭିଯୋଗ ଆଣିଛନ୍ତି, ସେମାନଙ୍କ ବିରୋଧରେ ସେ ଆଇନ୍‌ର ଦ୍ୱାରସ୍ଥ ହେବେ ଏବଂ ସେମାନଙ୍କୁ ଯେମିତି ଉପଯୁକ୍ତ ଦଣ୍ଡ ମିଳିବ ସେନେଇ ଚେଷ୍ଟା କରିବେ ବୋଲି ବର୍ଷା କହିଛନ୍ତି। 

Advertisment

୨୦୨୦ରୁ ପରୋକ୍ଷ ବା ପ୍ରତ୍ୟକ୍ଷ ଭାବରେ ସବୁ କ୍ଷେତ୍ରରେ ତାଙ୍କ ନାଁରେ ଅନେକ ମିଥ୍ୟା ଅଭିଯୋଗ ଆଣି ଷଡଯନ୍ତ୍ର କରି ଦାବି ଦେବା ପାଇଁ ପ୍ରୟାସ କରାଯାଉଥିବା ବର୍ଷା ଫେସବୁକ୍ ପୋଷ୍ଟରେ ଲେଖିଛନ୍ତି।

Varsha Priyadarshini Job Fraud
Advertisment
Advertisment