Advertisment

ଭୋଟ୍ ଦେଲେ ପ୍ରଧାନମନ୍ତ୍ରୀ, ଜନସମୁଦ୍ରକୁ ଦେଖି ଗାଡ଼ିରୁ ଓହ୍ଲାଇପଡ଼ିଲେ ମୋଦି

ବୁଥ୍‌ର ଦୁଇ ପଟେ ଲୋକଙ୍କ ଜନସମୁଦ୍ରକୁ ଦେଖି ପ୍ରଧାନମନ୍ତ୍ରୀ ନିଜ ଗାଡ଼ିରୁ ଓହ୍ଲାଇ ଲୋକଙ୍କୁ ଅଭିବାଦନ ଜଣାଇଥିଲେ।

author-image
Chandan Shishu
ଅଦ୍ୟତନ ହୋଇଛି
PM Narendra Modi

PM Narendra Modi

ଭୋଟ୍ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ଅହମ୍ମଦାବାଦ୍‌ରେ ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ରଣଣୀପ ଅଞ୍ଚଳରେ ଥିବା ନିଶାନ ପବ୍ଲିକ୍ ସ୍କୁଲ୍ ପୋଲିଂ ବୁଥ୍‌ରେ ଲାଇନ୍ ଛିଡ଼ା ହୋଇ ଭୋଟ୍ ଦେଇଛନ୍ତି। ଅନ୍ୟ ଭୋଟରଙ୍କ ଭଳି ଆଜି ପ୍ରଧାନମନ୍ତ୍ରୀ ବି ଧାଡ଼ିରେ ଛିଡ଼ା ହୋଇଥିଲେ।

Advertisment

ତାଙ୍କ ପୂର୍ବରୁ ଅପେକ୍ଷା କରିଥିବା ଅନ୍ୟ ଭୋଟରଙ୍କୁ ପ୍ରଥମେ ମତ ଦେବାକୁ କହିଥିଲେ। ଏହାପରେ ଇଭିଏମ୍‌ରେ ମତଦାନ କରିଥିଲେ।ପ୍ରଧାନମନ୍ତ୍ରୀଙ୍କ  ଗୋଟିଏ ଝଲକ ପାଇଁ ବହୁ ସଂଖ୍ୟାରେ ଲୋକେ ଅପେକ୍ଷା କରିଥିଲେ। ବୁଥ୍‌ର ଦୁଇ ପଟେ ଲୋକଙ୍କ ଜନସମୁଦ୍ରକୁ ଦେଖି ପ୍ରଧାନମନ୍ତ୍ରୀ ନିଜ ଗାଡ଼ିରୁ ଓହ୍ଲାଇ ଲୋକଙ୍କୁ ଅଭିବାଦନ ଜଣାଇଥିଲେ।

ସେହିପରି ଗୁଜରାଟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ଅହମ୍ମଦାବାଦ୍ ସିଲାଜ୍ ଅନୁପ୍ ସ୍କୁଲ ବୁଥ୍‌ରେ ଭୋଟ୍ ଦେଇଛନ୍ତି। 

Advertisment
Narendra Modi
Advertisment
Advertisment