/odishatv-khabar/media/post_attachments/uploadimage/library/16_9/16_9_0/____1686298578.jpg)
rbi responds to speculation regarding withdrwal of 500 rupee notes after rs 2000 notes withdrwal
ଚଳିତ ବର୍ଷ ମେ’ ୧୯ରେ ଭାରତୀୟ ରିଜର୍ଭ ବ୍ୟାଙ୍କ(RBI) ୨ ହଜାର ଟଙ୍କିଆ ନୋଟ୍ର ସର୍କୁଲେସନ୍ ବନ୍ଦ ନେଇ ଘୋଷଣା କରିଥିଲା। ଏହାସହ ୨ ହଜାର ଟଙ୍କିଆ ନୋଟ୍ର ବଦଳ ଓ ଜମା ନେଇ ମେ’ ୨୩ରୁ ସେପ୍ଟେମ୍ବର ୩୦ ଯାଏ ଲୋକଙ୍କୁ ପୁରା ୪ ମାସ ସମୟ ଦିଆଯାଇଛି। ବ୍ୟାଙ୍କରେ ୨ ହଜାର ଟଙ୍କିଆ ନୋଟ୍ ବଦଳାଇବା ପାଇଁ ଯେପରି ଲୋକଙ୍କ ଭିଡ଼ ଓ ଅସୁବିଧା ନହୁଏ, ଏଥିପାଇଁ ଦିଆଯାଇଥିବା ସମୟ ସୀମା ମଧ୍ୟରେ ଟଙ୍କା ବଦଳାଇବା ପାଇଁ କୁହାଯାଇଛି।
ସେପଟେ ୨୦୦୦ ଟଙ୍କିଆ ନୋଟ୍ର ସର୍କୁଲେସନ୍ ବନ୍ଦ ନେଇ ଘୋଷଣା ପରେ ଲୋକଙ୍କ ମନରେ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି। ଲୋକଙ୍କୁ ଏବେ ଡର ଏହା ଯେ, ୨ ହଜାର ଟଙ୍କିଆ ନୋଟ୍ ଭଳି ଏବେ ୫ ଶହ ଟଙ୍କିଆ ନୋଟ୍ ପ୍ରତ୍ୟାହାର ହୋଇପାରେ କି ? କିଛି ଲୋକଙ୍କ ମଧ୍ୟରେ ଏ ପ୍ରଶ୍ନ ମଧ୍ୟ ସୃଷ୍ଟି ହୋଇଛି ୨ ହଜାର ଟଙ୍କିଆ ନୋଟ୍ ପ୍ରତ୍ୟାହାର ପରେ RBI ପୁଣିଥରେ ୧୦୦୦ ଟଙ୍କିଆ ନୂଆ ନୋଟ୍ ଜାରି କରିବ କି ? ଏନେଇ ସୋସିଆଲ୍ ମିଡିଆରେ ଅନେକ ଚର୍ଚ୍ଚା ହେଉଛି। ତେବେ ଏସବୁ ଚର୍ଚ୍ଚାର ଅନ୍ତ ଘଟାଇଛନ୍ତି RBI ଗଭର୍ଣ୍ଣର ଶକ୍ତିକାନ୍ତ ଦାସ।
ଜାଣନ୍ତୁ, ଏସବୁ ଚର୍ଚ୍ଚା ଉପରେ କ’ଣ କହିଲେ RBI ଗଭର୍ଣ୍ଣର...
RBI ର ମନିଟାରୀ ପଲିସି କମିଟି ମିଟିଂରେ ନିଷ୍ପତ୍ତି ଘୋଷଣା ପରେ ସାମ୍ବାଦିକ ସମ୍ମିଳନୀରେ RBI ଗଭର୍ଣ୍ଣର ସାଧାରଣ ଜନତାଙ୍କ ସହ ଜଡ଼ିତ ପ୍ରଶ୍ନର ଉତ୍ତର ରଖିଥିଲେ। ଏହି ସମୟରେ ପ୍ରଶ୍ନ କରାଯାଇଥିଲା - କ’ଣ ୨ ହଜାର ଟଙ୍କିଆ ନୋଟ୍ ଭଳି ୫ ଶହ ଟଙ୍କିଆ ନୋଟ୍ ପ୍ରତ୍ୟାହାର ହୋଇପାରେ କି ? କ’ଣ ୧ ହଜାର ଟଙ୍କିଆ ନୂଆ ନୋଟ୍ ଜାରି କରା ଯାଇପାରେ କି ? ଏସବୁର ଉତ୍ତରରେ RBI ଗଭର୍ଣ୍ଣର କହିଥିଲେ- ଏଭଳି କୌଣସି ସୂଚନା ମୋ ପାଖରେ ନାହିଁ। ଏବେ ଏନେଇ କୌଣସି ଯୋଜନା ନାହିଁ ବୋଲି ସେ ସ୍ପଷ୍ଟ କରିଥିଲେ। ତେଣୁ ଏଭଳି ଗୁଜବ ଖବର ଉପରେ ବିଶ୍ୱାସ ନକରିବାକୁ ସେ ଲୋକଙ୍କୁ ପରାମର୍ଶ ଦେଇଛନ୍ତି।
୨ ହଜାର ଟଙ୍କିଆ ନୋଟ୍ ୨୦୧୬ ମସିହା ନଭେମ୍ବରରେ ଆରମ୍ଭ ହୋଇଥିଲା। ନଭେମ୍ବର ୮ରେ କେନ୍ଦ୍ର ସରକାର ୫ ଶହ ଓ ହଜାରେ ଟଙ୍କିଆ ନୋଟ୍କୁ ଅଚଳ କରିଦେବା ପରେ ନୋଟ୍ ଅଭାବକୁ ପୂରଣ କରିବା ପାଇଁ ଗୋଲାପୀ ରଙ୍ଗର ୨ ହଜାର ଟଙ୍କିଆ ନୋଟ୍ ଆରମ୍ଭ କରାଯାଇଥିଲା। ମାର୍କେଟରେ ପର୍ଯ୍ୟାପ୍ତ ପରିମାଣର ୫ ଶହ ଟଙ୍କିଆ ନୋଟ୍ ଆସିବା ପରେ ଓ କାରବାର ସ୍ୱାଭାବିକ ହେବା ପରେ ୨୦୧୮-୧୯ରେ ନୂଆ ୨ ହଜାର ଟଙ୍କିଆ ନୋଟ୍ ଛପା ବନ୍ଦ କରିଥିଲା ଆର୍ବିଆଇ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)