Advertisment

Technology: AC ବ୍ୟବହାର କରୁଥିଲେ କରନ୍ତୁ ନାହିଁ ଏହି ଭୁଲ୍; କମ୍ପ୍ରେସର ଖରାପ ହୋଇପାରେ, ବୈଦ୍ୟୁତିକ ପାର୍ଟ୍ସ ପୋଡିଯାଇପାରେ

ଆପଣ କ’ଣ ଜାଣନ୍ତି ଯେ AC ବ୍ୟବହାର କରିବା ସମୟରେ ଏକ ଛୋଟ ଭୁଲ ଆପଣଙ୍କୁ ବହୁତ ମହଙ୍ଗା ପଡ଼ିପାରେ ଏବଂ ଗ୍ରୀଷ୍ମ ଋତୁରେ ଆପଣଙ୍କର ଟେନ୍‌ସନ୍ ବଢ଼ାଇଦେଇପାରେ? ଆପଣ ଚିନ୍ତାଏ ପଡିଯିବେଣି, କଥା କ’ଣ? ଆସନ୍ତୁ ଜାଣିବା…

author-image
Pramod Behera
ଅଦ୍ୟତନ ହୋଇଛି
How to switch off air conditioner in correct way

How to switch off air conditioner in correct way

ଗ୍ରୀଷ୍ମର ପ୍ରଭାବ ବଢି ବଢି ଚାଲିଛି। ଏହା ସହିତ AC ବ୍ୟବହାର ମଧ୍ୟ ବୃଦ୍ଧି ପାଇଛି। ଏପ୍ରିଲ, ମେ ଏବଂ ଜୁନ୍ ମାସର ପ୍ରଚଣ୍ଡ ଗରମରେ, ବିନା ACରେ ବଞ୍ଚିବା ଏକ ଯନ୍ତ୍ରଣାଠାରୁ କମ୍ ମନେହୁଏ ନାହିଁ। ତେଣୁ ଗରିବ ଲୋକଟିଏ ମଧ୍ୟ ଯେନେତେନ ପ୍ରକାରେ ACଟିଏ କିଣିବାକୁ ଚାହୁଁଛି।

Advertisment

କିନ୍ତୁ ଆପଣ କ’ଣ ଜାଣନ୍ତି ଯେ AC ବ୍ୟବହାର କରିବା ସମୟରେ ଏକ ଛୋଟ ଭୁଲ ଆପଣଙ୍କୁ ବହୁତ ମହଙ୍ଗା ପଡ଼ିପାରେ ଏବଂ ଗ୍ରୀଷ୍ମ ଋତୁରେ ଆପଣଙ୍କର ଟେନ୍‌ସନ୍ ବଢ଼ାଇଦେଇପାରେ? ଆପଣ ଚିନ୍ତାଏ ପଡିଯିବେଣି, କଥା କ’ଣ?

ହଁ! ଆମେ ସିଧାସଳଖ ସ୍ୱିଚ୍‌ରୁ AC ବନ୍ଦ କରିବାର ଭୁଲ ବିଷୟରେ କହୁଛୁ। ଏହି ଅଭ୍ୟାସ କେବଳ ଆପଣଙ୍କ ACକୁ କ୍ଷତି ପହଞ୍ଚାଏ ନାହିଁ ବରଂ ଆପଣଙ୍କ ପକେଟ୍‌ ବଜେଟ୍‌କୁ ମଧ୍ୟ ବିଗାଡି ଦିଏ। ତେବେ ଆସନ୍ତୁ ଏ ବିଷୟରେ ଜାଣିବା ଯେ କାହିଁକି ରିମୋଟ୍ ବ୍ୟବହାର କରି AC ବନ୍ଦ କରିବା ସଠିକ୍ ଉପାୟ ଏବଂ କାହିଁକି ସିଧାସଳଖ ସ୍ୱିଚ୍ ବ୍ୟବହାର କରି AC ବନ୍ଦ କରିବା ଏକ ବଡ଼ ସମସ୍ୟା ସୃଷ୍ଟି କରେ?

Advertisment

କମ୍ପ୍ରେସର ଖରାପ ହୋଇପାରେ:

କମ୍ପ୍ରେସର୍‌ ହେଉଛି ACର ହୃଦୟ। ଏହା ଯଦି ଖରାପ ହୋଇଯାଏ, ତେବେ ସମ୍ପୂର୍ଣ୍ଣ ସିଷ୍ଟମଟି ଅଚଳ ହୋଇଗଲା ବୋଲି ଭାବି ନିଅନ୍ତୁ। ଯେତେବେଳେ ଆପଣ ସିଧାସଳଖ ସୁଇଚ୍‌ରୁ AC ବନ୍ଦ କରୁଛନ୍ତି, ସେତେବେଳେ ହଠାତ୍ ପାୱାର କଟ୍ ପରି ପ୍ରଭାବ ପଡ଼ିଥାଏ ଯାହା କମ୍ପ୍ରେସର୍‌ ଉପରେ ପ୍ରଚଣ୍ଡ ଚାପ ପକାଇଥାଏ। ଏହା କେବଳ ସୀମିତି କ୍ଷତି ପହଞ୍ଚାଏ ନାହିଁ ବରଂ ଏହାର ଲାଷ୍ଟିଙ୍ଗ୍ ମଧ୍ୟ ହ୍ରାସ କରେ।

ଅଧିକ ପଢ଼ନ୍ତୁ: ମାଗଣାରେ କରିପାରିବେ Ghibli ଷ୍ଟାଇଲ୍ AI ଇମେଜ୍‌; ଆପଣଙ୍କ ପାଇଁ ୫ ଟୁଲ୍ସ

ଥଣ୍ଡା ହେବାର ପ୍ରଭାବ କମ୍ ହୋଇପାରେ:

ଯଦି ଆପଣଙ୍କୁ ଲାଗୁଛି ଯେ AC ପୂର୍ବ ପରି ଥଣ୍ଡା ଆଉ ହେଉନାହିଁ, ତେବେ ଏହି ଅଭ୍ୟାସ ବି ଏହାର କାରଣ ହୋଇପାରେ। ବାରମ୍ବାର ସ୍ୱିଚ୍ ଅଫ୍ ଏବଂ ଅନ୍ କରିବା ଦ୍ୱାରା କମ୍ପ୍ରେସର୍‌ ଦୁର୍ବଳ ହୋଇଯାଏ ଏବଂ ଏହାର ଶୀତଳୀକରଣ କ୍ଷମତା ହ୍ରାସ ପାଏ। ଏହାର ଅର୍ଥ ହେଉଛି ଗରମରୁ ଆରାମ ପାଇବା ପରିବର୍ତ୍ତେ, ଆପଣଙ୍କର ସମସ୍ତ ପ୍ରୟାସ AC ମରାମତି କରିବାରେ ଖର୍ଚ୍ଚ ହେବ।

ମୋଟର ଏବଂ ଫ୍ୟାନ୍ ନଷ୍ଟ ହୋଇପାରେ:

ACର ମୋଟର ଏବଂ ଫ୍ୟାନ୍ ବହୁତ ସମ୍ବେଦନଶୀଳ ଅଂଶ। ଯେତେବେଳେ ଆପଣ ଏହାକୁ ବାରମ୍ବାର ସିଧାସଳଖ ବନ୍ଦ କରନ୍ତି, ଏହାର ନକାରାତ୍ମକ ପ୍ରଭାବ ପଡ଼ିଥାଏ। ଏହି କାରଣରୁ, ଏଗୁଡିକର କାର୍ଯ୍ୟଦକ୍ଷତା ଖରାପ ହେବା ସହ ଶୀଘ୍ର କ୍ଷତିଗ୍ରସ୍ତ ମଧ୍ୟ ହୋଇପାରେ।

ବୈଦ୍ୟୁତିକ ପାର୍ଟ୍ସ ମଧ୍ୟ କ୍ଷତିଗ୍ରସ୍ତ ହୋଇପାରେ:

AC କୁ ସପୋର୍ଟ କରୁଥିବା ସ୍ୱିଚ୍ ଏବଂ ସକେଟ୍ ସାଧାରଣ ବୈଦ୍ୟୁତିକ ଉପକରଣଠାରୁ ଭିନ୍ନ। ଯଦି ଆପଣ ଏହାକୁ ବାରମ୍ବାର ଚାଲୁ ଏବଂ ବନ୍ଦ କରନ୍ତି, ତେବେ ଏଥିରେ ଥିବା ବୈଦ୍ୟୁତିକ ଉପାଦାନଗୁଡ଼ିକ ପୋଡ଼ି ଯାଇପାରେ। ଯେତେବେଳେ ଏସବୁ କ୍ଷତିଗ୍ରସ୍ତ ହୁଏ, ଏହାକୁ ମରାମତି କରିବା ପାଇଁ ବହୁତ ଖର୍ଚ୍ଚ ହୁଏ।

ତେବେ କ’ଣ କରିବା ଉଚିତ:

  • ସବୁବେଳେ ରିମୋଟ୍ ବ୍ୟବହାର କରି AC ବନ୍ଦ କରନ୍ତୁ।
  • ବନ୍ଦ କରିବା ପରେ କିଛି ସେକେଣ୍ଡ ପରେ ସ୍ୱିଚ୍ ବନ୍ଦ କରନ୍ତୁ।
  • ମୁଖ୍ୟ ସ୍ୱିଚ୍‌ରୁ ସିଧାସଳଖ ଅନ୍-ଅଫ୍ କରନ୍ତୁ ନାହିଁ।

ଅଧିକ ପଢ଼ନ୍ତୁ: ଆଖି ପିଛୁଳାକେ ଫେକ୍ ଆଧାର କାର୍ଡ ଓ ପାନ୍ କାର୍ଡ କରିଦେଉଛି ଚାଟ୍ ଜିପିଟି

Tips And Trick
Advertisment
Advertisment