Advertisment

Fatal Accident after Jatra: ମାଡ଼ିଗଲା ଅଜଣାଗାଡ଼ି; ଚାଲିଗଲା ୩ ଜୀବନ

ତିର୍ତ୍ତୋଲା ଗାଁର ୩ଯୁବକ ଖୋଲା ରଙ୍ଗମଞ୍ଚରେ ହେଉଥିବା ରାମ ନବମୀ ଯାତ୍ରା ଦେଖିବାକୁ ଯାଇଥିଲେ। ଯାତ୍ରା ଦେଖି ୩ ଯୁବକ ବାଇକରେ ଗତକାଲି ବିଳମ୍ବିତ ରାତିରେ ଘରୁ ଫେରୁଥିଲେ। ଗତକାଲି ବିଳମ୍ବିତ ରାତିରେ ଏକ ଅଜଣା ଗାଡ଼ି ସେମାନଙ୍କ ଧକ୍କା ଦେଇଥିଲା

author-image
Tapaswini Nayak
ଅଦ୍ୟତନ ହୋଇଛି
Accident

Accident

ଯାତ୍ରା ଦେଖି ହସଖୁସିରେ ଘରକୁ ଫେରୁଥିଲେ। ହେଲେ ହସଖୁସି ବେଶୀ ସମୟ ରହିନଥିଲା। ଖୋଲା ରଙ୍ଗମଞ୍ଚରେ ଯାତ୍ରା ଦେଖା ହେଲା ଜୀବନର ଶେଷଯାତ୍ରା। ଯାତ୍ରା ଦେଖି ଫେରିବା ବେଳେ ଘଟିଲା ମର୍ମନ୍ତୁଦ ଦୁର୍ଘଟଣା । ୩ ଯୁବକଙ୍କ ଉପରେ ମାଡ଼ିଗଲା ଅଜଣା ଗାଡ଼ି। ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ଘଟିଛି। ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଥାନା ଅନ୍ତର୍ଗତ ମରିଚିମୁଣ୍ଡା ନିକଟରେ ମର୍ମନ୍ତୁଦ ସଡ଼ ଦୁର୍ଘଟଣା ଘଟିଛି।

Advertisment

ଅଧିକ ପଢ଼ନ୍ତୁ: ରାଜଧାନୀରେ ଭୟଙ୍କର ଦୁର୍ଘଟଣା; ପଛକୁ ପଛ ୩ ଟ୍ରକ୍ ମଧ୍ୟରେ ଧକ୍କା...

ତିର୍ତ୍ତୋଲା ଗାଁର ୩ଯୁବକ ଖୋଲା ରଙ୍ଗମଞ୍ଚରେ ହେଉଥିବା ରାମ ନବମୀ ଯାତ୍ରା ଦେଖିବାକୁ ଯାଇଥିଲେ। ଯାତ୍ରା ଦେଖି ୩ ଯୁବକ ବାଇକରେ ଗତକାଲି ବିଳମ୍ବିତ ରାତିରେ ଘରୁ ଫେରୁଥିଲେ। ଗତକାଲି ବିଳମ୍ବିତ ରାତିରେ ଏକ ଅଜଣା ଗାଡ଼ି ସେମାନଙ୍କ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ୩ ଜଣଙ୍କର ମୃତ୍ୟୁ ଘଟିଥିଲା। ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।

ଅନ୍ୟପକ୍ଷରେ ୩ ଜଣ ଯୁବକଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି।

ଅଧିକ ପଢ଼ନ୍ତୁ: ବଡ଼ ଅଘଟଣ; ପୋଲରେ ପିଟିହେଲା, ଜଳିଗଲା

Sundargarh Road Accident
Advertisment
Advertisment