/odishatv-khabar/media/post_attachments/uploadimage/library/16_9/16_9_0/Accident_1744685038.jpg)
Accident
ଯାତ୍ରା ଦେଖି ହସଖୁସିରେ ଘରକୁ ଫେରୁଥିଲେ। ହେଲେ ହସଖୁସି ବେଶୀ ସମୟ ରହିନଥିଲା। ଖୋଲା ରଙ୍ଗମଞ୍ଚରେ ଯାତ୍ରା ଦେଖା ହେଲା ଜୀବନର ଶେଷଯାତ୍ରା। ଯାତ୍ରା ଦେଖି ଫେରିବା ବେଳେ ଘଟିଲା ମର୍ମନ୍ତୁଦ ଦୁର୍ଘଟଣା । ୩ ଯୁବକଙ୍କ ଉପରେ ମାଡ଼ିଗଲା ଅଜଣା ଗାଡ଼ି। ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ଘଟିଛି। ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଥାନା ଅନ୍ତର୍ଗତ ମରିଚିମୁଣ୍ଡା ନିକଟରେ ମର୍ମନ୍ତୁଦ ସଡ଼ ଦୁର୍ଘଟଣା ଘଟିଛି।
Advertisment
ଅଧିକ ପଢ଼ନ୍ତୁ: ରାଜଧାନୀରେ ଭୟଙ୍କର ଦୁର୍ଘଟଣା; ପଛକୁ ପଛ ୩ ଟ୍ରକ୍ ମଧ୍ୟରେ ଧକ୍କା...
ତିର୍ତ୍ତୋଲା ଗାଁର ୩ଯୁବକ ଖୋଲା ରଙ୍ଗମଞ୍ଚରେ ହେଉଥିବା ରାମ ନବମୀ ଯାତ୍ରା ଦେଖିବାକୁ ଯାଇଥିଲେ। ଯାତ୍ରା ଦେଖି ୩ ଯୁବକ ବାଇକରେ ଗତକାଲି ବିଳମ୍ବିତ ରାତିରେ ଘରୁ ଫେରୁଥିଲେ। ଗତକାଲି ବିଳମ୍ବିତ ରାତିରେ ଏକ ଅଜଣା ଗାଡ଼ି ସେମାନଙ୍କ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ୩ ଜଣଙ୍କର ମୃତ୍ୟୁ ଘଟିଥିଲା। ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।
ଅନ୍ୟପକ୍ଷରେ ୩ ଜଣ ଯୁବକଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି।
ଅଧିକ ପଢ଼ନ୍ତୁ: ବଡ଼ ଅଘଟଣ; ପୋଲରେ ପିଟିହେଲା, ଜଳିଗଲା
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)