Advertisment

ଶାଶୁ-ବୋହୂଙ୍କ ମଧ୍ୟରେ କଳି ଲଗାଇ ଦେଲା ସରକାରଙ୍କ ଯୋଜନା ! ମାସକୁ କିଏ ନେବେ ୨ ହଜାର ?

ସରକାର ସିନା ସ୍କିମ୍‌ ଘୋଷଣା କରିଦେଲେ ହେଲେ ଏବେ ୨ ହଜାର ଟଙ୍କା ପାଇଁ ଘରେ ମହାଭାରତ। ଘରର ମୁଖିଆ ଭାବେ ଶାଶୁଙ୍କୁ ୨ ହଜାର ଟଙ୍କା ମିଳିବା ଜାଣି ବୋହୂମାନେ ଝଗଡ଼ା ଆରମ୍ଭ କରି ଦେଇଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Karnataka Gruha Lakshmi Scheme 2023

Saas bahu fights erupt in Karnataka over govt Rs 2,000 monthly scheme

ମାସକୁ କିଏ ନେବେ ୨ ହଜାର ଟଙ୍କା ? ଶାଶୁ ନା ବୋହୂ ? ସରକାର ସିନା ସ୍କିମ୍‌ ଘୋଷଣା କରିଦେଲେ ହେଲେ ଏବେ ୨ ହଜାର ଟଙ୍କା ପାଇଁ ଘରେ ମହାଭାରତ। ଘରର ମୁଖିଆ ଭାବେ ଶାଶୁଙ୍କୁ ୨ ହଜାର ଟଙ୍କା ମିଳିବା ଜାଣି ବୋହୂମାନେ ଝଗଡ଼ା ଆରମ୍ଭ କରି ଦେଇଛନ୍ତି। ଏପରିକି ଅନେକ ବୋହୂ, ସେମାନଙ୍କ ଶାଶୁଙ୍କ ଠାରୁ ଅଲଗା ରହିବା ପାଇଁ ମଧ୍ୟ ନିଷ୍ପତ୍ତି ନେଇ ସାରିଛନ୍ତି। ଫଳରେ ଅଲଗା ହୋଇ ଘରର ମୁଖିଆ ହେବା ପରେ ସେମାନଙ୍କୁ ମଧ୍ୟ ମାସକୁ ୨ ହଜାର ଟଙ୍କା ମିଳିବ। ଆଉ କିଛି ବୋହୂମାନେ ଜିଦ୍‌ କରିଛନ୍ତି ଯେ, ଶାଶୁଙ୍କୁ ଯେଉଁ ଟଙ୍କା ମିଳିବ ସେଥିରୁ ଅଧା ଟଙ୍କା ସେମାନଙ୍କୁ ମଧ୍ୟ ଦିଆଯାଉ। କର୍ଣ୍ଣାଟକରେ ଏଭଳି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି।

Advertisment

କର୍ଣ୍ଣାଟକ ସରକାର ‘ଗୃହ ଲକ୍ଷ୍ମୀ’ ଯୋଜନା ଘୋଷଣା କରିଛନ୍ତି। ଏହି ଯୋଜନା ଆଧାରରେ ଘରର ମୁଖିଆଙ୍କୁ ମାସକୁ ୨ ହଜାର ଟଙ୍କା ପ୍ରଦାନ କରାଯିବ। ତେବେ ସରକାରଙ୍କ ଏହି ପ୍ରସ୍ତାବିତ ଯୋଜନାକୁ ନେଇ ଅନେକ ଘରେ ଶାଶୁ-ବୋହୂଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଯାଇଛି। କାହାକୁ ଏହି ପ୍ରୋତ୍ସାହନ ରାଶି ମିଳିବ ସେନେଇ ପରିବାର ଭିତରେ ବିବାଦ ସୃଷ୍ଟି ହୋଇଛି। ଏନେଇ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଲକ୍ଷ୍ନୀ ହେବଲ୍‌କର କହିଛନ୍ତି, ପରିବାର ସଦସ୍ୟ ଏସମ୍ପର୍କରେ ନିଷ୍ପତ୍ତି ନେବେ। ହେଲେ ପରେ ସ୍ପଷ୍ଟ କରାଯାଇଥିଲା ଯେ, ଘରର ମୁଖିଆ ଭାବେ ଶାଶୁଙ୍କୁ ଏହି ଟଙ୍କା ମିଳିବା ଉଚିତ୍‌। କାହିଁକି ନା ତାଙ୍କୁ ଘରର ମହିଳା ମୁଖିଆ ଭାବେ ପରିବାରର ଅନ୍ୟ ସଦସ୍ୟମାନେ ମାନନ୍ତି। ଯଦି କେହି ଚାହିଁବେ ତା’ହେଲେ ତାଙ୍କ ବୋହୂଙ୍କ ସହ ଏହି ଟଙ୍କା ଭାଗ ମଧ୍ୟ କରିପାରିବେ।

ଶାଶୁ ମୁଖିଆ, ହେଲେ ବୋହୂ...

ପିଡବ୍ଲ୍ୟୁଡି ମନ୍ତ୍ରୀ ସତୀଶ ଜାରକିହୋଲି ମଧ୍ୟ ହେବଲ୍‌କରଙ୍କ କଥାରେ ସହମତି ପ୍ରକାଶ କରି କହିଛନ୍ତି, ଏହି ଟଙ୍କା ଶାଶୁଙ୍କୁ ପ୍ରଦାନ କରାଯିବା ଉଚିତ୍‌। କାରଣ ସେ ପରିବାରର ମୁଖିଆ। ସତୀଶ କହିଛନ୍ତି, ମହିଳା କାର୍ଯ୍ୟକର୍ତ୍ତାମାନେ ଅନୁଭବ କରିଥିଲେ ଯେ, ଘରର ମହିଳା ମୁଖିଆ କିଏ ? ଏଥିରେ କୌଣସି ସହମତି ପ୍ରକାଶ ପାଇନଥିବାରୁ ଶାଶୁ ଓ ବୋହୂ ମଧ୍ୟରେ ଏହି ଟଙ୍କାକୁ ବଣ୍ଟା ଯିବା ଉଚିତ୍‌। 

Advertisment
Advertisment
Advertisment