Advertisment

Bhadrak Patua Yatra Accident: ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଲା ଡିଜେ: ୨ ମୃତ, ୧୦ ଆହତ

ଗତକାଲି ତିହିଡି ବ୍ଲକର ନୂଆନନ୍ଦ ପଞ୍ଚାୟତରେ କଣ୍ଟିମଙ୍ଗଳା ପାଟୁଆ ଶୋଭାଯାତ୍ରା ଚାଲିଥିଲା । ଶୋଭାଯାତ୍ରା ହାଟୁଆରୀରୁ କଣ୍ଟିମଙ୍ଗଳା ପୀଠକୁ ଆସୁଥିବା ବେଳେ ଡିଜେ ଗାଡି ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିଲା।

author-image
Tapaswini Nayak
Bhadrak

Bhadrak

ଭଦ୍ରକ ତିହିଡ଼ିରେ ପାଟୁଆ ଯାତ୍ରା ବେଳେ ବଡ଼ ଅଘଟଣ ଘଟିଛି। ଡିଜେରେ ବିଦ୍ୟୁତ୍ ତାର ଲାଗି ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି। ମୃତକମାନେ ହେଲେ ତିହିଡ଼ି ଥାନା ଆରସା ଗାଁର ଶରତ ମହାଳିକ ଓ ମାନସ ମଲ୍ଲିକ। ଆହତମାନଙ୍କ ମଧ୍ୟରେ ଜଣେ ମହିଳା, ଜଣେ ଶିଶୁ ଓ ଜଣେ ନାବାଳିକା ମଧ୍ୟ ଅଛନ୍ତି।

Advertisment

ସୂଚନା ଅନୁସାରେ, ଗତକାଲି ତିହିଡି ବ୍ଲକର ନୂଆନନ୍ଦ ପଞ୍ଚାୟତରେ କଣ୍ଟିମଙ୍ଗଳା ପାଟୁଆ ଶୋଭାଯାତ୍ରା ଚାଲିଥିଲା । ଶୋଭାଯାତ୍ରା ହାଟୁଆରୀରୁ କଣ୍ଟିମଙ୍ଗଳା ପୀଠକୁ ଆସୁଥିବା ବେଳେ ଡିଜେ ଗାଡି ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିଲା। ଏହି ଅଘଟଣରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦ ଜଣ ଆହତ ହୋଇଥିଲେ। ଆହତମାନଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟଚିକିତ୍ସାଳୟ ଓ ତିହିଡ଼ି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ଅଧିକ ପଢ଼ନ୍ତୁ:୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜିଅନ୍ତା ଜଳିଗଲେ ଯୁବକ

ଜଣେ ନାବାଳିକାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଚିକିତ୍ସାରେ ଅବହେଳା ପାଇଁ ରୋଗୀଙ୍କ ସଂପର୍କୀୟ ମାନେ କିଛି ସମୟ ଭଦ୍ରକ ମେଡିକାଲ ପରିସରରେ ହୋହାଲ୍ଲା କରିଥିଲେ। ତେବେ ଜିଲ୍ଲାପାଳ ପହଞ୍ଚି ସ୍ଥିତିକୁ ଶାନ୍ତ କରିବା ସହ ଟ୍ରମା କେୟାରରେ ପୋଲିସ ମଧ୍ୟ ମୁତୟନ କରାଯାଇଥିବା ସୂଚନା ମିଳିଛି। ତେବେ ଏହି ଘଟଣାକୁ ନେଇ ବିଦ୍ୟୁତ ବିଭାଗର ପ୍ରତିକ୍ରିୟା ମିଳିପାରିନାହିଁ ।

Advertisment

ଅନ୍ୟପକ୍ଷରେ ଏହି ଅଘଟଣ ପରେ ଖବର ପାଇ ରାତିରେ ଜିଲ୍ଲାପାଳ, ଏସପି, ଉପଜିଲ୍ଲାପାଳଙ୍କ ସମେତ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ଭଦ୍ରକ ବିଧାୟକ ସୀତାଂଶୁ ମହାପାତ୍ର, ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ପ୍ରମୁଖ ମେଡିକାଲରେ ପହଞ୍ଚି ଆହତଙ୍କ ଅବସ୍ଥା ଓ ଚିକିତ୍ସା କଥା ବୁଝିଥିଲେ। ଏଥିସହ ଭଦ୍ରକ ତିହିଡ଼ିରେ ପାଟୁଆ ଯାତ୍ରା ବେଳେ କେମିତି ଘଟିଲା ଏତେବଡ଼ ଅଘଟଣ। ଡିଜେ ଗାଡ଼ିରେ କେଉଁ ପରିସ୍ଥିତିରେ ଲାଗିଗଲା କରେଣ୍ଟ। ଏ ଘଟଣାର ତଦନ୍ତ ହେବ ବୋଲି କହିଛନ୍ତି ଭଦ୍ରକ ଜିଲ୍ଲାପାଳ ଓ ଏସପି। ଏତେ ବଡ଼ ଅଘଟଣ ପରେ ଗାଁରେ ଶୋକକୂଳ ପରିବେଶ ସୃଷ୍ଟି ହୋଇଛି।

ଅଧିକ ପଢ଼ନ୍ତୁ: ୧୧ କେଭି ବିଦ୍ୟୁତ ତାର ନେଲା ୫ କାଉଡ଼ିଆଙ୍କ ଜୀବନ

Electric Shock Bhdrak
Advertisment
Advertisment