• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପିଲାଦିନର ସ୍ମୃତି ସତରେ ଅଭୁଲା । ଲଙ୍ଗଳାପୁଙ୍ଗୁଳା ଦେହରେ ଗାଁ ପୋଖରୀରେ ପହଁରିବା, ଆମ୍ବ ଚୋରି ସାଙ୍ଗକୁ ଖରାବେଳେ ବାଗୁଡ଼ି ଖେଳ । ମା’ଠୁ ଆକଟ ଆଉ ବାପାଙ୍କ ନାଲି ଆଖି । ପିଲାଦିନ ସହ ସମସ୍ତଙ୍କର କିଛି ଏପରି ସ୍ମୃତି ଯୋଡ଼ି ହୋଇଥାଏ, ଯାହା ସବୁଦିନ ପାଇଁ ମନର କାନ୍ଥରେ ଛାପିହୋଇଯାଏ । ସମୟ ବଦଳିବା ସଙ୍ଗେସଙ୍ଗେ ଦୃଶ୍ୟପଟ୍ଟ ବଦଳିଗଲେ ବି ସାଙ୍ଗସାଥୀଙ୍କ ଗହଣରେ କେବେ କେବେ ସେ ଅନୁଭୂତି କଥା ମୁହଁକୁ ଆସିଯାଏ । ତେବେ ଆଜିକାଲି ସ୍ମୃତି ବାଣ୍ଟିବା ପାଇଁ ସୋସିଆଲ ମିଡିଆ ଏକ ପ୍ରମୁଖ ମାଧ୍ୟମ ପାଲଟିଛି । ଜଣେ ଆଇଏଏସ୍ ଅଧିକାରୀ ସୋସିଆଲ ମିଡିଆରେ ତାଙ୍କ ପିଲାଦିନର କିଛି ଏପରି କାହାଣୀ ସେୟାର କରିଛନ୍ତି । ଆଉ ତାଙ୍କ କାହାଣୀ ପଢ଼ିବା ପରେ ଲୋକେ ଭାବପ୍ରବଣ ହୋଇଯାଇଛନ୍ତି । ଟ୍ୱିଟରରେ ଅନେକ ୟୁଜର୍‌ ତାଙ୍କୁ ପ୍ରଶଂସା କରିଛନ୍ତି ।

ଆଇଏଏସ୍ ରାମ ପ୍ରକାଶ ଟ୍ୱିଟରେ ନିଜର ସଂଘର୍ଷ ତଥା ସଫଳତାର କାହାଣୀ ବଖାଣିଛନ୍ତି । ଉତ୍ତରପ୍ରଦେଶ ମିର୍ଜାପୁରର ଏକ ଛୋଟ ଗାଁରେ ତାଙ୍କ ଘର । ସେ ୨୦୧୮ ବ୍ୟାଚ୍‌ ରାଜସ୍ଥାନ କ୍ୟାଡରର ଅଧିକାରୀ । ବାରାଣାସୀର ରୋହାନିଆର ଶ୍ରଦ୍ଧାନନ୍ଦ ସରସ୍ୱତୀ କଲେଜରୁ ସେ ପ୍ରାଥମିକ ଶିକ୍ଷା ଶେଷ କରିଥିଲେ । ଷଷ୍ଠ ପ୍ରୟାସରେ ସେ IAS ପରୀକ୍ଷା କ୍ଲିୟର କରିଥିଲେ । ତେବେ ସେ ସୋସିଆଲ ମିଡିଆରେ ବହୁତ ସକ୍ରିୟ ରୁହନ୍ତି । IAS ଅଧିକାରୀଙ୍କ ଟ୍ୱିଟରରେ ୬୫ ହଜାରରୁ ଅଧିକ ଅନୁସରଣକାରୀ ଅଛନ୍ତି।

ତେବେ ପୁରୁଣା କଥାକୁ ମନେ ପକାଇ ସେ ଏବେ ଏକ ଟ୍ୱିଟ୍ କରିଛନ୍ତି । ନିଜ ପିଲାଦିନ କଥା ସୋସିଆଲ ମିଡିଆରେ ସେୟାର କରିଛନ୍ତି । ପାଠପଢ଼ା ପରେ ସେ କିପରି ପ୍ରତିଦିନ ଛେଳି ଚଳାଇବାକୁ ଯାଉଥିଲେ କହିଛନ୍ତି । ଗରିବ ପରିବାରରୁ ଆସିଥିବାରୁ ତାଙ୍କୁ ଅନେକ କଷ୍ଟ ସହିବାକୁ ପଡ଼ୁଥିଲା । ଛେଳି ଚରାଇବା ରୁଟିନ୍‌ରେ ପରିଣତ ହୋଇସାରିଥିଲା ।

ଦିନକର କଥା ସେ ପାଞ୍ଚ ଛଅ ଜଣଙ୍କ ସହ ମିଶି ଛେଳି ଚରାଇବାକୁ ଯାଇଥିଲେ । ଆଉ ସେଠାରେ ଆମ୍ବ ଗଛର ଡାଳରେ ଝୁଲିବା ସମୟରେ ହଠାତ୍ ଡାଳଟିଏ ଭାଙ୍ଗିପଡ଼ିଥିଲା । କେହି ଆହତ ହୋଇନଥିଲେ ସୁଦ୍ଧା ଭୟରେ ସାଙ୍କମାନଙ୍କ ସହ ଡାଳକୁ ଲୁଚାଇ ଦେଇଥିଲେ । ସତରେ ଖୁବ୍‌ ନିଆରା ସେ ସମୟର କଥା । ଆଉ ସେ ସମୟ ଆଉ ଆଜି ଆସିବନି । କେବଳ ସ୍ମୃତିକୁ ସାଉଣ୍ଟିବା ସାର ହେବ ।

ତେବେ ଆଇଏଏସ୍‌ଙ୍କ କାହାଣୀ ଶୁଣି ୟୁଜର ଭାବପ୍ରବଣ ହୋଇଯାଇଛନ୍ତି । ଅନେକ ତାଙ୍କୁ ପ୍ରଶଂସା କରିବା ସହ ଟ୍ୱିଟ୍‌କୁ ରିଟ୍ୱିଟ୍‌ କରିଛନ୍ତି, ଅନେକ ଲାଇକ୍ ମଧ୍ୟ କରିଛନ୍ତି ।