Advertisment

ଅଜଣା ମହିଳାଙ୍କୁ ଡାର୍ଲିଙ୍ଗ ଡାକିଲେ ଲାଗିବ କେସ୍‌..ଯିବାକୁ ପଡ଼ିବ ଜେଲ୍‌

କୋଲକାତା ହାଇକୋର୍ଟ ପୋର୍ଟ ବ୍ଲେୟାରର ବେଞ୍ଚର ବିଚାରପତି ଜୟ ସେନଗୁପ୍ତା ଏକ ମାମଲାର ଶୁଣାଣି ବେଳେ ଅଭିଯୁକ୍ତଙ୍କ ଦଣ୍ତିତ କରିବା ସହ କହିଛନ୍ତି ଯେ, ରାସ୍ତାରେ ଜଣେ ଅଜ୍ଞାତ ମହିଳାଙ୍କୁ ଡାର୍ଲିଙ୍ଗ ବୋଲି ସମ୍ବୋଧନ କରାଯାଇପାରିବ ନାହିଁ। ଏହା ଯୌନ ଉତ୍ପୀଡ଼ନ ସହିତ ସମାନ।

author-image
Manoranjan Behera
ଅଦ୍ୟତନ ହୋଇଛି
Kolkata High Court

Kolkata High Court

ରାସ୍ତାରେ ଲା ବେଳେ ଅଜଣା ଯୁବତୀଙ୍କୁ ଡାର୍ଲିଙ୍ଗ ଡାକିଲେ ଲାଗିବ କେସ୍‌। ଏକ ଯୌନ ଉତ୍ପୀଡ଼ନ ମାମଲାର ଶୁଣାଣି ବେଳେ କୋଲକାତା ହାଇକୋର୍ଟ ଏହି କଥା କହିଛନ୍ତି। ଯଦି କୌଣସି ବ୍ୟକ୍ତି ଅଜଣା ଯୁବତୀଙ୍କୁ ଡାର୍ଲିଙ୍ଗ ବୋଲି ସମ୍ବୋଧନ କରେ, ତେବେ ସେ ଦୋଷୀ ସାବ୍ୟସ୍ତ ହେବେ। ଆଇପିସି ଧାରା ୩୫୪ A ଅନୁଯାୟୀ ତାଙ୍କୁ ଜେଲ ଯିବାକୁ ପଡ଼ିବ।

Advertisment

କୋଲକାତା ହାଇକୋର୍ଟର ପୋର୍ଟ ବ୍ଲେୟାରର ବେଞ୍ଚର ବିଚାରପତି ଜୟ ସେନଗୁପ୍ତା ଏକ ମାମଲାର ଶୁଣାଣି ବେଳେ ଅଭିଯୁକ୍ତଙ୍କ ଦଣ୍ତିତ କରିବା ସହ କହିଛନ୍ତି, ରାସ୍ତାରେ ଜଣେ ଅଜ୍ଞାତ ମହିଳାଙ୍କୁ ଡାର୍ଲିଙ୍ଗ ବୋଲି ସମ୍ବୋଧନ କରାଯାଇପାରିବ ନାହିଁ। ଏହା ଯୌନ ଉତ୍ପୀଡ଼ନ ସହିତ ସମାନ। ଜଜ୍‌ ଜୟ ସେନଗୁପ୍ତାଙ୍କ ଖଣ୍ଡପୀଠ କହିଲେ ଯେ, ଧାରା ୩୫୪ଏ(୧)(ଘ) ଅନୁସାରେ, ‘ଡାର୍ଲିଙ୍ଗ୍‌’ ହେଉଛି ଅପରାଧିକ ଏବଂ ଯୌନ ଅଭିସନ୍ଧି ଥିବା ଶବ୍ଦ।

ସୂଚନା ମୁତାବକ, ୨୦୧୫ ଅକ୍ଟୋବର ୨୧ ରେ ଆଣ୍ଡାମାନର ମାୟାବନ୍ଦର ଥାନା ଅଞ୍ଚଳରେ ଏକ ପୋଲିସ ଟିମ୍‌ ଚଢ଼ାଉ କରିବାକୁ ଯାଇଥିବା ବେଳେ ଅଭିଯୁକ୍ତ ମହିଳା ହେଡ୍‌ କନେଷ୍ଟବଳଙ୍କୁ କହିଥିଲେ, ‘କ୍ୟା ଡାର୍ଲିଙ୍ଗ୍‌ ଚାଲାନ୍‌ କର୍‌ନେ ଆୟି ହୈ କ୍ୟା’। ଅଭିଯୁକ୍ତ ଜଣକ ନିଶାସକ୍ତ ଅବସ୍ଥାରେ ମହିଳା ହେଡ୍‌ କନେଷ୍ଟବଳଙ୍କୁ ଏଭଳି ବ୍ୟବାର କରିଥିଲେ। ଯାହାକୁ କୋର୍ଟ ନିନ୍ଦା କରିବା ସହ ଏହା ଏକ ଅପରାଧ ବୋଲି କହିଛି।

Advertisment

ତଳ କୋର୍ଟ ଦେଇଥିବା ଦଣ୍ଡାଦେଶ ଯଥାର୍ଥ ବୋଲି କହିବା ସହିତ ହାଇକୋର୍ଟ ସଜା ଅବଧି ୩ ମାସରୁ ୧ ମାସକୁ ହ୍ରାସ କରିଛନ୍ତି। କୋର୍ଟରେ ଅଭିଯୁକ୍ତ ଜଣକ ମଦ୍ୟପାନ କରିଥିବାର କୌଣସି ପ୍ରମାଣ ନାହିଁ ବୋଲି ଦାବି କରିଥିଲେ। ଏହି ଯୁକ୍ତିର ଉତ୍ତରରେ କୋର୍ଟ କହିଛନ୍ତି ଯେ ଯଦି ଏହି ଘଟଣା ସାଧାରଣ ହୋଇଥାନ୍ତା, ତେବେ ଅପରାଧର ଗମ୍ଭୀରତା ଅଧିକ ହୋଇଥାନ୍ତା।

ପୂର୍ବରୁ ୨୦୨୩ ଏପ୍ରିଲ୍‌ରେ ଜଣେ ଜୁଡିସିଆଲ୍‌ ମା‌ଜିଷ୍ଟ୍ରେଟ୍‌ ଓ ପରେ ୨୦୨୩ ନଭେମ୍ବରରେ ଜଣେ ଜିଲ୍ଲା ଜଜ୍‌ ମଧ୍ୟ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଏହାକୁ ଚାଲେଞ୍ଜ୍‌ କରି ସେ ହାଇକୋର୍ଟରେ ଅଭିଯୋଗ କରିଥିଲେ। କିନ୍ତୁ ‘ଡାର୍ଲିଙ୍ଗ୍‌’ କହିଲେ ବୋଲି ଜଣେ ବ୍ୟକ୍ତିଙ୍କୁ ମାସେ ଜେଲ୍‌ ପଠାଇବା ଟିକେ କଠୋର ହୋଇଯାଉଛି ବରଂ ତାଙ୍କୁ ଚେତାବନୀ ଦେଇ ଛାଡ଼ିଦେବା ଉଚିତ ଥିଲା ବୋଲି ପଶ୍ଚିମବଙ୍ଗର ପୂର୍ବତନ ଆଡ୍‌ଭୋକେଟ୍‌ ଜେନେରାଲ୍‌ ବିମଳ ଚାଟାର୍ଜୀ କହିଛନ୍ତି।

High Court Kolkata
Advertisment
Advertisment