Advertisment

ବାପାଙ୍କ ସମ୍ପତ୍ତିରୁ ବାଦ ପଡିବେନି ବିବାହିତ ଝିଅ...ରହିଛି ଏହି ନିୟମ...

୨୦୦୫ ମସିହାରେ ହିନ୍ଦୁ ଉତ୍ତରାଧିକାର ଅଧିନିୟମ, ୧୯୬୫ରେ ସଂଶୋଧନ କରି ଝିଅମାନଙ୍କୁ ପୈତୃକ ସମ୍ପତ୍ତିରେ ସମାନ ଅଂଶ ପାଇବାକୁ ଆଇନଗତ ଅଧିକାର ଦିଆଯାଇଛି।

author-image
Sonali Ojha
Property

Property

ଦ୍ରୁତ ଗତିରେ ବଦଳୁଛି ଭାରତୀୟ ସମାଜ। ସମୟ ବଦଳିବା ସହ ଲୋକଙ୍କ ଚିନ୍ତାଧାରା ମଧ୍ୟ ବଦଳିଛି । ଲୋକମାନେ ପୁଅ ଓ ଝିଅଙ୍କ ମଧ୍ୟରେ ପାତରଅନ୍ତର ବି କମାଇଛନ୍ତି। ଏହି କାରଣ ହେଉଛି ବର୍ତ୍ତମାନ ଆଇନଗତ ଭାବରେ ଝିଅମାନଙ୍କୁ ପୁଅଙ୍କ ପରି ବାପାଙ୍କ ସମ୍ପତ୍ତିରେ ସମ୍ପୂର୍ଣ୍ଣ ଅଧିକାର ଦିଆଯାଉଛି। ଅର୍ଥାତ ଝିଅମାନେ ବର୍ତ୍ତମାନ କ୍ଲାସ-୧ର ଉତ୍ତରାଧିକାରୀ, ଯେଉଁମାନେ ନିଜ ବାପାଙ୍କ ସମ୍ପତ୍ତି ଉପରେ ସମାନ ଅଧିକାର ଦାବି କରିପାରିବେ।

Advertisment

ତଥାପି, ବେଳେବେଳେ ଏଥିରେ କିଛି ସମସ୍ୟା ଦେଖାଦିଏ। ଏହାକୁ ନେଇ ଅନେକ ସମୟରେ ପ୍ରଶ୍ନ ଉଠେ ଯଦି ଜଣେ ପିତା ନିଜର ସମସ୍ତ ସମ୍ପତ୍ତି ନିଜ ଇଚ୍ଛାରେ ନିଜ ପୁଅ କିମ୍ବା ଅନ୍ୟ କାହା ନାଁରେ କରିଦି‌ଅନ୍ତି ତେବେ କଣ ହେବ?ଏହା ପରେ କଣ ପିତାଙ୍କ ସମ୍ପତ୍ତି ଦାବି କରିପାରିବ ଝିଅ? ଆସନ୍ତୁ ଜାଣିବା।

ପୂର୍ବରୁ ବାପାଙ୍କ ସମ୍ପତ୍ତିରେ କୌଣସି ଅଧିକାର ନଥିଲା, ଆଜି ସବୁଥିରେ ଝିଅମାନେ ସମାନ ଅଧିକାର ପାଉଛନ୍ତି । ୨୦୦୫ ମସିହାରେ ହିନ୍ଦୁ ଉତ୍ତରାଧିକାର ଅଧିନିୟମ, ୧୯୬୫ରେ ସଂଶୋଧନ କରି ଝିଅମାନଙ୍କୁ ପୈତୃକ ସମ୍ପତ୍ତିରେ ସମାନ ଅଂଶ ପାଇବାକୁ ଆଇନଗତ ଅଧିକାର ଦିଆଯାଇଛି। ବାପାଙ୍କର ନିଜସ୍ୱ ସଂପତ୍ତି ଉପରେ ଝିଅଙ୍କର ପୁଅଙ୍କ ପରି ସମାନ ଅଧିକାର ରହିଛି। ଝିଅ ବିବାହିତ ହୁଅନ୍ତୁ ଅଥବା ତାଙ୍କର ଛାଡପତ୍ର ହୋଇଥାଉ କିମ୍ବା ସେ ଅବିବାହିତ ହୋଇଥାଆନ୍ତୁ ଏହା କୌଣସି ଫରକ ପକାଇ ନଥାଏ। କିନ୍ତୁ ଯଦି ବାପା ତାଙ୍କ ସମ୍ପତ୍ତି ନିଜ ଇଚ୍ଛା ଅନୁସାରେ ପୁଅଙ୍କ ନାଁରେ କରନ୍ତି ତେବେ କଣ ହେବ?

Advertisment

ହିନ୍ଦୁ ଉତ୍ତରାଧିକାର (ସଂଶୋଧନ) ଅଧିନିୟମ ୨୦୦୫ ଅନୁଯାୟୀ, ପୁଅ ଭଳି ଝିଅ ମଧ୍ୟ ବାପାଙ୍କ ସମ୍ପତ୍ତିର ପ୍ରଥମ ଶ୍ରେଣୀ ଉତ୍ତରାଧିକାରୀ। ଯଦି ବାପାଙ୍କ ମୃତ୍ୟୁ ପରେ ଏହା ଜଣାପଡେ ଯେ ସେ ୱିଲ କରିଛନ୍ତି ଓ ସେଥିରେ ଝିଅର ନାଁ ନାହିଁ ତେବେ ଝିଅ ଏହାକୁ ଚ୍ୟାଲେଞ୍ଜ କରିପାରେ।ଯଦି ଏହା ପୈତୃକ ସମ୍ପତ୍ତି ଏବଂ ବାପା ଏହାକୁ ନିଜେ ଅର୍ଜନ କରିନାହାନ୍ତି ତେବେ ପୁଅ ଓ ଝିଅ ଏଥିରେ ସମାନ ଅଧିକାର ପାଇବେ। ଯଦି ବାପା ଜୀବିତ ଅଛନ୍ତି ଏବଂ ନିଜର ସଂପତ୍ତ ପୁଅ କିମ୍ୱା ଝିଅକୁ ଦେବାକୁ ଚାହୁଁ ନାହାଁନ୍ତି, ତେବେ ଝିଅ ଏବଂ ପୁଅ କିଛି କରିପାରିବେ ନାହିଁ । ନିୟମ ଅନୁଯାୟୀ, ଯେକୌଣସି ବ୍ୟକ୍ତି ନିଜର ଅର୍ଜିତ ସମ୍ପତ୍ତି କାହାକୁ ଦେବା କିମ୍ବା ବିକ୍ରି କରିପାରନ୍ତି।

ସମ୍ପତ୍ତି ଉପରେ ଦାବି ଓ ଅଧିକାରର ବ୍ୟବସ୍ଥା ପାଇଁ ଏହି ଆଇନ ୧୯୫୬ ମସିହାରେ କରାଯାଇଥିଲା। ଏହି ଅନୁଯାୟୀ, ପୁଅର ପିତାଙ୍କ ସମ୍ପତ୍ତି ଉପରେ ଯେତିକି ଅଧିକାର ଅଛି, ଝିଅର ମଧ୍ୟ ସେତିକି ଅଧିକାର ଅଛି। ଝିଅମାନଙ୍କର ଅଧିକାରକୁ ମଜବୁତ କରି, ଏହି ଉତ୍ତରାଧିକାର ଆଇନରେ ୨୦୦୫ ସଂଶୋଧନ, ପିତାଙ୍କ ସମ୍ପତ୍ତି ଉପରେ ଝିଅର ଅଧିକାର ପ୍ରସଙ୍ଗ ଉପରେ ମୋହର ମାରିଥିଲା ।

Daughter
Advertisment
Advertisment