• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଚରିବାକୁ ଯାଇ ଜଳଭଣ୍ଡାରରେ ଭାସିଗଲେ ୫୦୦ ଗାଈ । ଗତକାଲି ପୂର୍ବାହ୍ନରେ ଆନ୍ଧ୍ରପ୍ରଦେଶର ନନ୍ଦିୟାଲ ଜିଲ୍ଲାରେ ଦେଖିବାକୁ ମିଳିଛି ଗୋଟିଏ ଅଭାବନୀୟ ଘଟଣା । ତେବେ ୫୦୦ ଗାଈ ମଧ୍ୟରୁ ୩୫୦ ଉଦ୍ଧାର ହୋଇଥିବା ବେଳେ ୧୫୦ ନିଖୋଜ ଅଛନ୍ତି ।

ନନ୍ଦୀୟାଲ ଜିଲ୍ଲାର ଭେଲୁଗୋଡୁ ଜଳଭଣ୍ଡାର ନିକଟକୁ ଯାଇଥିଲେ ନିକଟସ୍ଥ ଗାଁର କିଛି ଗାଈ ଚରାଳୀ । ସବୁଦିନ ଭଳି ଗତାକଲି ୫୦୦ରୁ ଅଧିକ ଗାଈ ନେଇ ସେମାନେ ଚରାଇବାକୁ ଯାଇଥିଲେ । ତେବେ ଗାଈ ଗୁଡ଼କ ଜଳଭଣ୍ଡାର ନିକଟରେ ଘାସ ଖାଉଥିବା ସମୟରେ ନିକଟ ଜଙ୍ଗଲରୁ ୨୦ରୁ ଅଧିକ ଜଙ୍ଗଲି ଘୁଷୁରୀ ଆକ୍ରମଣ କରିଥିଲେ । ଫଳରେ ଗାଈ ଗୁଡ଼ିକ ଭୟଭୀତ ହୋଇ ଜଳ ଭଣ୍ଡାର ମଧ୍ୟକୁ ଡେଇଁ ପଡ଼ିଥିଲେ ଏବଂ ଜଳଭଣ୍ଡାରର ପ୍ରଖର ସ୍ରୋତରେ ଭସିଯାଇଥିଲେ ।

ତେବେ ଗାଈ ଚରାଳୀଙ୍କ ପାଟି ଶୁଣି ନିକଟରେ ମାଛ ଧରିବା ପାଇଁ ଯାଇଥିବା ମତ୍ସଜୀବୀ ମାନେ ନିଜର ଡଙ୍ଗା ଦ୍ଵାରା ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚିଥିଲେ ଓ ବୁଡି ଯାଉଥିବା ୫୦୦ ଗାଇରୁ ୩୫୦ ଗାଈକୁ ଉଦ୍ଧାର କରିଥିଲେ । କିନ୍ତୁ ଅନ୍ୟ ୧୫୦ ଗାଈ ପାଣିରେ ଭାସି ଯାଇଛନ୍ତି । ତେବେ ନିଖୋଜ ଗାଈ ଗୁଡ଼ିକୁ ଖୋଜାଖୋଜି କରାଯାଉଥିବା ବେଳେ ବର୍ତ୍ତମାନ ସୁଦ୍ଧା ସେମାନଙ୍କ କୌଣସି ପତ୍ତା ମିଳିନଥିବା ଜଣାପଡିଛି । ଘଟଣାର ସୂଚନା ପାଇ ସ୍ଥାନୀୟ ପୋଲିସ କତୃପକ୍ଷ ଏମ. ଜଗନ୍ ମୋହନ ପହଞ୍ଚି ଘଟଣାର ତଦନ୍ତ କରିବା ସହ ପୋଲିସ କର୍ମଚାରୀ ମାନେ ନିଖୋଜ ଗାଈ ଗୁଡ଼ିକୁ ଖୋଜାଖୋଜି କରୁଛନ୍ତି ।

ଯଶୋବନ୍ତ ପାଢ଼ୀ, ବିଶାଖାପାଟଣା