• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଆଜି ସରୁଛି ଦେଶର ଚତୁର୍ଦ୍ଦଶ ତମ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ । ଆସନ୍ତାକାଲି ନବନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପଦ ଓ ଗୋପନୀୟତାର ଶପଥ ନେବେ । ଏଥିପାଇଁ ବ୍ୟାପକ ପ୍ରସ୍ତୁତି ସରିଛି । ସେପଟେ ବିଦାୟୀ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ଦେଶବାସୀଙ୍କ ଉଦ୍ଦେଶ୍ୟରେ ନିଜର ଅନ୍ତିମ ଅଭିଭାଷଣ ରଖିବେ । ସଂଧ୍ୟା ୭ଟାରେ ସେ ଦେଶବାସୀଙ୍କୁ ସମ୍ବୋଧିତ କରିବେ ।

ବିଗତ ୫ ବର୍ଷ ମଧ୍ୟରେ ଦେଶର ସର୍ବୋଚ୍ଚ ସାମ୍ବିଧାନୀକ ଆସନରେ ବସି ସେ ତୁଲାଇଥିବା ଦାୟିତ୍ୱ ଏବଂ ଭାରତୀୟ ଗଣତନ୍ତ୍ରର ରକ୍ଷା ଆଦି ସମ୍ପର୍କରେ ନିଜ ଅଭିଜ୍ଞତାକୁ ନିଜ ଅଭଭାଷଣରେ ସ୍ଥାନ ଦେବେ । ଏହା ପୂର୍ବରୁ ଗତକାଲି ସଂସଦ ଭବନ ସେଣ୍ଟ୍ରାଲ୍ ହଲ୍‌ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା ।

ଉଭୟ ଲୋକସଭା ଓ ରାଜ୍ୟସଭା ସାଂସଦମାନେ ମିଳିତ ଭାବେ ତାଙ୍କୁ ବିଦାୟ ସମ୍ବର୍ଦ୍ଧନା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉପରାଷ୍ଟ୍ରପତି ଭେଙ୍କୟା ନାଇଡ଼ୁ, ଲୋକସଭା ବାଚସ୍ପତି ଓମ୍  ବିର୍ଲା, ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା, କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ ପ୍ରମୁଖ ସଂସଦ ଭବନ ସେଣ୍ଟ୍ରାଲ୍ ହଲ୍‌ରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ବିଦାୟ ଅଭିଭାଷଣ ବେଳେ ବିଗତ ୫ ବର୍ଷର ଅନୁଭୂତି ଓ ଉପଲବ୍ଧିକୁ ମନେ ପକାଇ ଭାବବିହ୍ୱଳ ହୋଇପଡ଼ିଥିଲେ ରାଷ୍ଟ୍ରପତି କୋବିନ୍ଦ ।