• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ହିନ୍ଦୁଙ୍କୁ ବି ସଂଖ୍ୟାଲଘୁର ମାନ୍ୟତା ଦେଇପାରିବେ ରାଜ୍ୟ । ୯ଟି ରାଜ୍ୟରେ ହିନ୍ଦୁମାନଙ୍କୁ ସଂଖ୍ୟାଲଘୁର ମାନ୍ୟତା ଦେବାର ଦାବି ନେଇ ସୁପ୍ରିମକୋର୍ଟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦାଖଲ ସତ୍ୟପାଠରେ କୁହାଯାଇଛି । ସଂଖ୍ୟାଲଘୁର ମାନ୍ୟତା ଦେବା ରାଜ୍ୟର ଅଧିକାର ପରିସରଭୁକ୍ତ ବୋଲି ଏଥିରେ ଦର୍ଶାଯାଇଛି । ଆଇନଜୀବୀ ଅଶ୍ୱନୀ କୁମାରଙ୍କ ଦ୍ୱାରା ଦାଖଲ କରାଯାଇଥିବା ପିଟିସନର ଜବାବରେ କେନ୍ଦ୍ର ସରକାର ଏହି ସୂଚନା ଦେଇଛନ୍ତି।

ସତ୍ୟପାଠରେ କୁହାଯାଇଛି ,ଯେ ଜମ୍ମୁ-କଶ୍ମୀର, ମିଜୋରାମ, ନାଗାଲାଣ୍ଡ, ମଣିପୁର, ମେଘାଳୟ, ଅରୁଣାଚଳପ୍ରଦେଶ, ପଞ୍ଜାବ, ଲାକ୍ଷାଦୀପ ଓ ଲଦ୍ଦାଖ ଭଳି ୯ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ହିନ୍ଦୁ ଓ ଜୈନ ସମାଜ ସେମାନଙ୍କ ପସନ୍ଦର ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରିପାରିବେ । ଯେଉଁଠି ହିନ୍ଦୁ କିମ୍ବା ଅନ୍ୟ କୌଣସି ସଂପ୍ରଦାୟ କମ୍ ସଂଖ୍ୟାରେ ଅଛନ୍ତି, ସେଠାରେ ସଂପୃକ୍ତ ରାଜ୍ୟ ସରକାର ସେମାନଙ୍କୁ ସଂଖ୍ୟାଲଘୁର ମାନ୍ୟତା ଦେଇ ପାରିବେ । ଯାହା ଫଳରେ ସଂପୃକ୍ତ ସଂଖ୍ୟାଲଘୁ ସଂପ୍ରଦାୟ ନିଜସ୍ୱ ଶିକ୍ଷା ଅନୁଷ୍ଠାନ ଆଦି ପ୍ରତିଷ୍ଠା କରି ପାରିବେ ।

ଏ ସଂପର୍କରେ ମହାରାଷ୍ଟ୍ର ଓ କର୍ଣ୍ଣାଟକର ଉଦାହରଣ ଦିଆଯାଇଛି ଏବଂ କେନ୍ଦ୍ର ପକ୍ଷରୁ କୁହାଯାଇଛି ମହାରାଷ୍ଟ୍ରରେ ୨୦୧୬ ମସହାରେ ଇହୁଦିଙ୍କ ପାଇଁ ଧାର୍ମିକ ଏବଂ କର୍ଣ୍ଣାଟକରେ ଉର୍ଦ୍ଦୁ, ତେଲୁଗୁ, ତାମିଲ, ମଲୟାଲାମ୍, ମରାଠୀ, ତୁଲୁ, ହିନ୍ଦୀ, କୋଙ୍କଣୀ ଓ ଗୁଜରାଟୀଙ୍କୁ ଭାଷା ଆଧାରରେ ଅଳ୍ପସଂଖ୍ୟକ ଘୋଷଣା କରାଯାଇଛି । ତେଣୁ ଅନ୍ୟ ରାଜ୍ୟ ବି ଏଭଳି କରିପାରିବେ । ଏଇ ମାମଲାରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହେବାର ଅଛି ।

ସୂଚନା ଅନୁସାରେ ଅଶ୍ୱିନୀ କୁମାର ଉପାଧ୍ୟାୟ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଛନ୍ତି । ଏହି ଆବେଦନରେ ସେ ଜାତୀୟ ସଂଖ୍ୟାଲଘୁ ଶିକ୍ଷାନୁଷ୍ଠାନ ଅଧିନିୟମ ୨୦୦୪ର ଧାରା 2 (f)ର ବୈଧତାକୁ ଚ୍ୟାଲେଞ୍ଜ କରିଛନ୍ତି । ସେ କହିଛନ୍ତି ଧାରା 2 (f)ର କେନ୍ଦ୍ରକୁ ଅପାର ଶକ୍ତି ପ୍ରଦାନ କରୁଛି ଯାହା ସ୍ପଷ୍ଟ ଭାବରେ ମନମୁଖୀ, ଅଯୌକ୍ତିକ ଏବଂ କ୍ଷତିକାରକ ଅଟେ । ଏହି ପରିପେକ୍ଷୀରେ ସେ ଦେଶର ବିଭିନ୍ନ ରାଜ୍ୟରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଚିହ୍ନଟ ପାଇଁ ଗାଇଡଲାଇନ୍‌ ପ୍ରସ୍ତୁତ କରିବାକୁ ଦାବି କରିଛନ୍ତି।