ଧର୍ମକୁ ନେଇ ରକ୍ତର ନଦୀ ବହୁଛି। ଧର୍ମ ନାଁରେ ସାଂପ୍ରଦାୟିକ ହିଂସା ମଣିଷକୁ ଅଣନିଃଶ୍ୱାସୀ କରି ଦେଉଛି। ଧର୍ମର ରକ୍ଷା ନାଁରେ ମଣିଷ କେତେ ଯେ ଅଧର୍ମ କରୁଛି ତାହାର ହିସାବ ଏଠି ନାହିଁ। ଏମିତି ପରିସ୍ଥିତିରେ ରାଜସ୍ଥାନ ଚେରୁର ଏହି ଘଟଣା ମଣିଷ ସମାଜ ପାଇଁ ଏକ ଆଶ୍ୱସ୍ତି, ଏକ ଆଶ୍ୱାସନା। ଏଠି ଭିନ୍ନ ଧର୍ମାବଲମ୍ବୀଙ୍କ ମଧ୍ୟରେ ଯେପରି ସାଂପ୍ରଦାୟିକ ସୌହାର୍ଦ୍ଦ ଭାବ ରହିଛି, ତାହା ଏ ମଣିଷ ସମାଜ ପାଇଁ ଏକ ନିଆରା ଉଦାହରଣ ଆଉ ପ୍ରେରଣା ନିଶ୍ଚୟ।
୯ଟି ରାଜ୍ୟରେ ହିନ୍ଦୁମାନଙ୍କୁ ସଂଖ୍ୟାଲଘୁର ମାନ୍ୟତା ଦେବାର ଦାବି ନେଇ ସୁପ୍ରିମକୋର୍ଟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦାଖଲ ସତ୍ୟପାଠରେ କୁହାଯାଇଛି ।