Advertisment

ବନ୍ଦ ଆଖିରେ କେବେ ଦେଖିଛନ୍ତି କି ବିଭିନ୍ନ ରଙ୍ଗ; ଏମିତି କାହିଁକି ହୁଏ…

ବିଭିନ୍ନ ପରିସ୍ଥିତିରେ ଆମେ ବିଭିନ୍ନ କାରଣରୁ ବନ୍ଦ ଆଖିରେ ବିଭିନ୍ନ ରଙ୍ଗ ଦେଖିଥାଉ। ଉଦାହରଣ ସ୍ୱରୂପ, ଯେତେବେଳେ ଆମେ ଦିନରେ ପୂରା ଉଜ୍ଜ୍ୱଳ ଆଲୋକରେ ଆଖି ବନ୍ଦ କରୁ କିଛି ଆଲୋକ ଆମ ଆଖିପତା ଦେଇ ଯାଇଥାଏ ତେବେ ଆମକୁ ଲାଲ ରଙ୍ଗ ଦେଖାଯାଏ। ହେଲେ ଏମିତି କାହିଁକି ହୁଏ ଆସନ୍ତୁ ଜାଣିବା।

author-image
Pramod Behera
ଅଦ୍ୟତନ ହୋଇଛି
Why We See Swirling Colors When Our Eyes Are Closed

Why do we see different colours when we close our eyes

ସାଧାରଣତଃ ମଣିଷ ଏବଂ ପଶୁମାନେ କିପରି ଦେଖନ୍ତି ସେ ସମ୍ବନ୍ଧରେ ବିଜ୍ଞାନ ସମ୍ପୂର୍ଣ୍ଣ ଭାବରେ ବ୍ୟାଖ୍ୟା କରିଛି। ମୋଟାମୋଟି ଭାବରେ କହିବାକୁ ଗଲେ, ଯେତେବେଳେ ଆଲୋକ ରଶ୍ମି ଏକ ବସ୍ତୁକୁ ଆଘାତ କରେ, ଏକ ନିର୍ଦ୍ଦିଷ୍ଟ ରଙ୍ଗର ତରଙ୍ଗ ସେହି ବସ୍ତୁ ଦ୍ୱାରା ଅବଶୋଷିତ ହୁଏ ଏବଂ ଅବଶିଷ୍ଟ କିରଣ ପ୍ରତିଫଳିତ ହୋଇଯାଏ। ଏହି ସମସ୍ତ ଅବଶିଷ୍ଟ ତରଙ୍ଗ ଆମ ଆଖି ପର୍ଯ୍ୟନ୍ତ ଚାଲିଯାଏ।

Advertisment

ଯାହା ପରେ ସ୍ନାୟୁ ଆମ ମସ୍ତିଷ୍କକୁ କହିଥାଏ ଯେ କେଉଁ ବସ୍ତୁ କେଉଁ ରଙ୍ଗର। କିନ୍ତୁ ଯେତେବେଳେ ଆମେ ଆଖି ବନ୍ଦ କରିଥାଉ କିପରି ବିଭିନ୍ନ ରଙ୍ଗର ମିଶ୍ରିତ ଆକୃତି ଦେଖାଯାଏ? ଆସନ୍ତୁ ଜାଣିବା ଏହାକୁ ନେଇ ବିଜ୍ଞାନ କ’ଣ କହିଥାଏ?

ଭିନ୍ନ ପରିସ୍ଥିତିରେ ଭିନ୍ନ କାରଣ:

ବୈଜ୍ଞାନିକ ମତରେ ବିଭିନ୍ନ ପରିସ୍ଥିତିରେ ଆମେ ବିଭିନ୍ନ କାରଣରୁ ବନ୍ଦ ଆଖିରେ ବିଭିନ୍ନ ରଙ୍ଗ ଦେଖିଥାଉ। ଉଦାହରଣ ସ୍ୱରୂପ, ଯେତେବେଳେ ଆମେ ଦିନରେ ପୂରା ଉଜ୍ଜ୍ୱଳ ଆଲୋକରେ ଆଖି ବନ୍ଦ କରୁ କିଛି ଆଲୋକ ଆମ ଆଖିପତା ଦେଇ ଯାଇଥାଏ ତେବେ ଆମକୁ ଲାଲ ରଙ୍ଗ ଦେଖାଯାଏ। ଆଖିପତା ଉପରେ ଯେଉଁ ଅଂଶ ଆଖି ବନ୍ଦ ହେଲା ବେଳେ ମିଶେ, ସେଠାରେ ଅନେକ ରକ୍ତବାହୀ ଧମନୀ ଥାଏ, ଯେଉଁଥିପାଇଁ ଆଲୋକ ଏହାର ପ୍ରଭାବରେ ଲାଲ ରଙ୍ଗର ଦେଖାଯାଏ।

Advertisment

ଅଧିକ ପଢ଼ନ୍ତୁ: ମାନବ ମସ୍ତିଷ୍କରେ ରହିଛି ରହସ୍ୟମୟ ସୁଡଙ୍ଗ; କରେ ଅନେକ କାମ

ବିଭିନ୍ନ ପାଟର୍ନ:

ସାଧାରଣତଃ ଯେତେବେଳେ ଆମେ ଅନ୍ଧାରରେ ଆଖି ବନ୍ଦ କରୁ, ଆମେ ଅନେକ ରଙ୍ଗ ଏକାଠି ଦେଖୁ ଯାହା ଅଜବ ଅଜବ ଆକୃତି ତିଆରି କରେ। ବେଳେବେଳେ ବିନ୍ଦୁ ଏବଂ ଉଜ୍ଜ୍ୱଳ ପାଟର୍ନଗୁଡ଼ିକ ଦେଖାଯାଏ। ଏମିତି କି ବେଳେବେଳେ ଏମିତି ବି ଦେଖାଯାଏ ଯେପରି ସବୁ ରଙ୍ଗ ଏକ କାନଭାସରେ ପଡି ତରଙ୍ଗ ପରି ପରସ୍ପର ସହ ମିଶିଯାଇଛନ୍ତି।

ଏହା ପଛର ପ୍ରକ୍ରିୟା:

ଏହା ଆଶ୍ଚର୍ଯ୍ୟଜନକ ମନେହୁଏ, କିନ୍ତୁ ସତ ହେଉଛି ଅନ୍ଧାରରେ ଖାଲି ଆଖିରେ ମଧ୍ୟ ଏପରି ରଙ୍ଗ ଦେଖାଯାଏ। ଏପରିକି ଶୋଇବା ସମୟରେ ହଠାତ ଅନ୍ଧାରରେ ଉଠିବା ପରେ ମଧ୍ୟ ଏହା ଦେଖାଯାଏ। ଏହିପରି ଦୃଶ୍ୟର ଅନୁଭବକୁ ବୈଜ୍ଞାନିକ ମତରେ ଫାସ୍‌ଫେନ୍ସ କୁହାଯାଏ। ଏହା ପ୍ରକୃତରେ ଆଲୋକ ଦ୍ୱାରା ହୋଇ ନଥାଏ।

ରେଟିନାର ଭୂମିକା:

ଫାସ୍‌ଫେନ୍ସ ହେଉଛି ଏକ ପ୍ରକାର ଆଲୋକ ସମ୍ବେଦନଶୀଳତା ଯେଉଁଥିରେ ଆଲୋକର କୌଣସି ଅବଦାନ ନଥାଏ। ଏହା ଆଖି କିମ୍ବା ମସ୍ତିଷ୍କରେ ହୋଇପାରେ, କିନ୍ତୁ ଏଠାରେ ଯାହା ଉଲ୍ଲେଖ କରାଯାଏ ତାହା ରେଟିନାର ସାଧାରଣ କାର୍ଯ୍ୟ ହେତୁ ହୋଇଥାଏ। ରେଟିନା ହେଉଛି ଆଖିର ପଛପଟେ ଥିବା ପରଦା ଯାହା ଆଲୋକର କିରଣକୁ ଚିହ୍ନିବା ପାଇଁ କାମ କରେ।

କୋଷିକାର ଭୂମିକା:

ବାସ୍ତବରେ ଆମ ଆଖି ପଲକ ବନ୍ଦ ହେବା ପରେ କିମ୍ବା ଅନ୍ଧାରରେ ମଧ୍ୟ ଆମର ଆଖି କାମ ବନ୍ଦ କରେ ନାହିଁ। ସେତେବେଳେ ବି ଆଖିର ଭିତରେ ଆଲୋକର ସଙ୍କେତଗୁଡ଼ିକ ଚାଲିଥାଏ। ଏହି ସଙ୍କେତଗୁଡ଼ିକ ଆମ ଆଖିର କୋଷଗୁଡ଼ିକ ଦ୍ୱାରା ନିର୍ମିତ। ଏହି କୋଷଗୁଡ଼ିକର କାର୍ଯ୍ୟକଳାପ ହେତୁ, ଏହି ରଙ୍ଗଗୁଡ଼ିକ ମଧ୍ୟ ସ୍ଥିର ହୋଇ ନଥିଲେ ବି ସକ୍ରିୟ ଦେଖାଯାଏ।

ମନର ଅନୁଭବ:

ଏ ସମସ୍ତ ସଙ୍କେତ ମସ୍ତିଷ୍କରେ ପହଞ୍ଚେ ଯାହା ମସ୍ତିଷ୍କ ଏକ ଅସଂଗଠିତ କାର୍ଯ୍ୟକଳାପ ପରି ଅନୁଭବ କରେ। ଆମର ମସ୍ତିଷ୍କ ଏହା ଚିହ୍ନିବାରେ ସକ୍ଷମ ନୁହେଁ କି ଏହି ପ୍ରଭାବ ପ୍ରକୃତ ଆଲୋକର କି ନୁହେଁ। ତେଣୁ ଆମେ ଭାବୁ ଯେ ଆମେ ଏକ ରଙ୍ଗର ପାଟର୍ନ ଦେଖୁ ଯାହା ପ୍ରକୃତରେ ନଥାଏ। ଏହା ନିଶ୍ଚିତ ଭାବରେ ଏକ ପ୍ରକାର ଦୃଷ୍ଟିଭ୍ରମ।

ଅନ୍ୟାନ୍ୟ କାରଣ:

ଆଖି ଘଷିବା ପରେ ମଧ୍ୟ କୋଷଗୁଡ଼ିକ ଉପରେ ଚାପ ପଡେ ଏବଂ ଫାସ୍‌ଫେନ୍ସର ପ୍ରଭାବ ସୃଷ୍ଟି ହୁଏ। ଏଭଳି ପରିସ୍ଥିତିରେ ଅନେକ ପ୍ରକାରର ପାରର୍ନ ଅନୁଭୂତ ହୁଏ। ବୈଜ୍ଞାନିକମାନଙ୍କ ମତରେ ଏହା ସମ୍ପୂର୍ଣ୍ଣ ସ୍ୱାଭାବିକ ଏବଂ ସ୍ୱାସ୍ଥ୍ୟ ଦୃଷ୍ଟିକୋଣରୁ କୌଣସି ଅସୁବିଧା ନାହିଁ। କିନ୍ତୁ ଏହା ମଧ୍ୟ ସତ୍ୟ ଯେ ଆଖିର କେତେକ ରୋଗରେ ଫାସ୍‌ଫେନ୍ସର ପ୍ରଭାବ ମଧ୍ୟ ଦେଖାଯାଏ। ଯଦି ଏହା ଦୀର୍ଘ ସମୟ ଧରି ଲାଗିରହେ ତେବେ ଏହା ଏକ ସମସ୍ୟା ହୋଇପାରେ।

Science News
Advertisment
Advertisment