Advertisment

​​​​​​​କ’ଣ ଏହି ନାର୍କୋ ଟେଷ୍ଟ୍; କିପରି ଧରାପଡ଼େ ସତ ?

ଶ୍ରଦ୍ଧା ହତ୍ୟା ମାମଲାର ଅଭିଯୁକ୍ତ ପ୍ରେମିକା ଅଫତାବ। ପୋଲିସକୁ ସହଯୋଗ କରୁନି। ଯାଞ୍ଚ ପ୍ରକ୍ରିୟାକୁ ବଦଳାଇବା ସହିତ ସେ ମିଛ କହିଚାଲିଛି। ଏନେଇ ଦିଲ୍ଲୀ ପୋଲିସ ଅଫତାବର ନାର୍କୋ ଟେଷ୍ଟ କରିବାକୁ ଚାହୁଁଛି। ଆସନ୍ତୁ ଜାଣିବା ଏହି ଟେଷ୍ଟ୍ କ’ଣ, ଏହା ଦ୍ୱାରା କିପରି ଧରାପଡେ ସତ?

author-image
Pramod Behera
ଅଦ୍ୟତନ ହୋଇଛି
Know About Narco Test

What is narco test which to be on aftab

ଶ୍ରଦ୍ଧା ହତ୍ୟା ମାମଲାର ଅଭିଯୁକ୍ତ ପ୍ରେମିକା ଅଫତାବ ଅମିନ ପୁନାୱାଲା ଏହି ଘଟଣାରେ ଦିଲ୍ଲୀ ପୋଲିସକୁ ସହଯୋଗ କରୁନି। ଯାଞ୍ଚକୁ ବଦଳାଇବା ସହିତ ସେ ମିଛ କହିଚାଲିଛି। ଏନେଇ ଦିଲ୍ଲୀ ପୋଲିସ ଅଫତାବର ନାର୍କୋ ଟେଷ୍ଟ କରିବାକୁ ଚାହୁଁଛି।

Advertisment

ତେବେ ଏହି ନାର୍କୋ ଟେଷ୍ଟ୍ କ’ଣ, ଏହାକୁ କାହିଁକି ଲାଇ ଡିଟେକ୍ଟର ଟେଷ୍ଟ କୁହାଯାଏ। ଏଥିରେ ସୋଡିୟମ୍ ପେଣ୍ଟୋଥାଲର ଇଞ୍ଜେକ୍ସନ୍ ଦିଆଯାଏ ଏବଂ ତା’ପରେ ଏହି ଇଞ୍ଜେକ୍ସନର କେମିକାଲ ଶରୀର ଭିତରେ ଦ୍ରୁତ ପ୍ରଭାବ ଦେଖାଏ। ତେବେ ଆସନ୍ତୁ ଏହା ବିଷୟରେ ଜାଣିନେବା।

ଅଧିକ ପଢ଼ନ୍ତୁ: କୋର୍ଟରେ ନାର୍କୋ ଟେଷ୍ଟର ରିପୋର୍ଟ କାହିଁକି ଗ୍ରହଣୀୟ ନୁହେଁ..?

ନାର୍କୋ ଟେଷ୍ଟ କ’ଣ:

କୌଣସି ଜଣେ ବ୍ୟକ୍ତିଙ୍କ ମିଛକୁ ଚିହ୍ନିବା ପାଇଁ ଏହି ପରୀକ୍ଷା ବ୍ୟବହୃତ ହୁଏ। ଏହା ଅଭିଯୁକ୍ତର ଶରୀରର ଅନେକ ପଏଣ୍ଟରେ ପ୍ରୟୋଗ କରାଯାଏ ଯାହା ଦ୍ୱାରା ତାଙ୍କର ରକ୍ତଚାପ, ନିଶ୍ୱାସର ଗତି କିମ୍ବା ନାଡିର ଗତି, ରକ୍ତ ପ୍ରବାହରେ ପରିବର୍ତ୍ତନ ଏବଂ ଝାଳର ଗ୍ରନ୍ଥିକୁ ଯାଞ୍ଚ କରାଯାଏ। ଏହି କୌଶଳ ପ୍ରୟୋଗ ପରେ ଅଭିଯୁକ୍ତ ସତ କହୁଛନ୍ତି ନା ମିଛ କହୁଛନ୍ତି ନା ପ୍ରଶ୍ନର ଉତ୍ତର ସେ ଜାଣି ନାହାଁନ୍ତି ତାହା ଜଣା ପଡ଼େ।

Advertisment

କେଉଁ କେମିକାଲ ବ୍ୟବହାର କରାଯାଏ:

ନାର୍କୋ ଆନାଲିସିସ୍ ଟେଷ୍ଟରେ ଅଭିଯୁକ୍ତକୁ ସୋଡିୟମ୍ ପେଣ୍ଟୋଥାଲ୍ ଔଷଧର ଏକ ଇଞ୍ଜେକ୍ସନ୍ ଦିଆଯାଏ ଯାହା ଦ୍ୱାରା ସେ ସମ୍ମୋହନ ସ୍ଥିତିରେ ପହଞ୍ଚିଯାଆନ୍ତି ଏବଂ ତାଙ୍କର ଚିନ୍ତାକରିବାର ଶକ୍ତି ପ୍ରାୟ ବନ୍ଦ ହୋଇଯାଏ। ସେ କଳ୍ପନା କରିବାରେ ଅସମର୍ଥ, ତେଣୁ ସେ ସତ କହୁଛନ୍ତି ବୋଲି ବିଶ୍ୱାସ କରାଯାଏ। ଏହି ଔଷଧକୁ 'ଟ୍ରୁଥ୍ ସେରମ୍' ମଧ୍ୟ କୁହାଯାଏ, ଯାହା ଅସ୍ତ୍ରୋପଚାରର କେତେକ କ୍ଷେତ୍ରରେ ଆନାସ୍ଥେସିଆ ଭାବରେ ମଧ୍ୟ ବ୍ୟବହୃତ ହୁଏ।

ଟେକ୍ନୋଲୋଜିର ଇତିହାସ କ’ଣ:

ଉନବିଂଶ ଶତାବ୍ଦୀରେ, ଇଟାଲୀର କ୍ରାଇମିନୋଲୋଜିଷ୍ଟ୍‌ ସିଜାର ଲୋମ୍ବୋର୍ସୋ ଅପରାଧୀଙ୍କ ରକ୍ତଚାପର ପାର୍ଥକ୍ୟ ଯାଞ୍ଚ କରିବା ପାଇଁ ଏକ ମେସିନ୍ ତିଆରି କରିଥିଲେ। ୧୯୧୪ରେ ଆମେରିକୀୟ ସାଇକୋଲୋଜିଷ୍ଟ ୱିଲିୟମ୍ ମାରଷ୍ଟ୍ରନ୍ ଏହାର କିଛି ମାତ୍ରାରେ ଉନ୍ନତ ମେସିନ୍ ତିଆରି କରିଥିଲେ।

ଟେଷ୍ଟକୁ ନେଇ ବିବାଦ କାହିଁକି:

ସର୍ବପ୍ରଥମେ, ଏହି ଟେଷ୍ଟକୁ ନେଇ ଯେଉଁ ଫଳାଫଳ ସାମ୍ନାକୁ ଆସେ ତାହା ୧୦୦% ଠିକ୍ ନୁହେଁ, ତେଣୁ ଏହାର ବିଶ୍ୱାସନୀୟତା ଉପରେ ସମ୍ପୂର୍ଣ୍ଣ ଭରସା କରାଯାଇ ପାରୁନି।

ଏହି ଟେଷ୍ଟ୍ ଭାରତରେ ବ୍ୟବହୃତ କି:

ଏହି ପରୀକ୍ଷା ଭାରତରେ ମାମଲାର ସମାଧାନରେ ବ୍ୟବହୃତ ହୁଏ, କିନ୍ତୁ ଏଥିପାଇଁ ଆଇନଗତ ବ୍ୟବସ୍ଥା ଅଛି ଏବଂ ଅନୁମୋଦନ ବିନା ଏହି ପରୀକ୍ଷା କରାଯାଇପାରିବ ନାହିଁ। ସମ୍ପ୍ରତି ଉତ୍ତରପ୍ରଦେଶର ଉନ୍ନାଓ ବଳାତ୍କାର ମାମଲାରେ ଏହି ପରୀକ୍ଷା କରାଯାଇଥିଲା। ଏହାପୂର୍ବରୁ, ଏହି ପରୀକ୍ଷା ମେ ୨୦୧୭ରେ ଶିନା ବୋରା ହତ୍ୟା ମାମଲାରେ ଅଭିଯୁକ୍ତ ଇନ୍ଦ୍ରାଣୀ ମୁଖାର୍ଜୀଙ୍କ ମାମଲାରେ କରାଯାଇଥିଲା।

ଯେଉଁ ବ୍ୟକ୍ତିଙ୍କ ଉପରେ ନାର୍କୋ ପରୀକ୍ଷା କରାଯିବ, ତାଙ୍କ ଅନୁମତି ଆବଶ୍ୟକ କି:

ଏହି ପ୍ରକାର ପରୀକ୍ଷା କରିବାକୁ କୋର୍ଟଙ୍କ ଅନୁମତି ଆବଶ୍ୟକ। କୋର୍ଟଙ୍କ ଅନୁମତି ବିନା କେହି ଏହି ପ୍ରକାର ପରୀକ୍ଷା କରିପାରିବେ ନାହିଁ। ଏହା ସହିତ, ଯେଉଁ ବ୍ୟକ୍ତିଙ୍କ ସହିତ ଏହି ପରୀକ୍ଷା କରାଯାଉଛି, ସେମାନଙ୍କଠାରୁ ମଧ୍ୟ ଅନୁମତି ନେବାକୁ ପଡିବ।

Narco Test
Advertisment
Advertisment