Advertisment

ଶେଷରେ ସତ ମାନିଲା ଅଫତାବ୍‌: ଶ୍ରଦ୍ଧାଙ୍କୁ ହତ୍ୟା ପାଇଁ ବ୍ୟବହୃତ ବ୍ଲେଡ୍‌ ଓ ଆରି କେଉଁଠି ପିଙ୍ଗିଛି କହିଲା...

ଜଜ୍‌ଙ୍କ ସାମ୍ନାରେ ଅଫତାବ୍‌ ସତ ମାନିଥିଲା। ଅଫତାବ୍‌ କହିଥିଲା ଯେ, ଯାହା ବି କିଛି ସେ କରିଥିଲା, ତାହା  HEAT OF THE MOMENT ଥିଲା।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Delhi Shraddha Murder Case

Delhi Shraddha Murder Case

ଦିଲ୍ଲୀର ସାକେତ କୋର୍ଟରେ ଶ୍ରଦ୍ଧା ହତ୍ୟା ମାମଲାର ଅଭିଯୁକ୍ତ ତଥା ଜହ୍ଲାଦ ପ୍ରେମିକ ଅଫତାବ୍‌ର ରିମାଣ୍ଡ ଅବଧି ଆଉ ୪ ଦିନ ବଢ଼ାଇ ଦିଆଯାଇଛି। ଆଜି ଅଫତାବ୍‌ର ରିମାଣ୍ଡ ଅବଧି ସରୁଥିବା ବେଳେ ଅବଧିକୁ ଆଉ କିଛିଦିନ ବଢ଼ା ଯାଇଛି। ମାମଲାର ଶୁଣାଣି ବେଳେ ଅଫତାବ୍‌କୁ କୋର୍ଟରେ ହାଜର କରାଯାଇଥିଲା। ଏହି ସମୟରେ ଜଜ୍‌ଙ୍କ ସାମ୍ନାରେ ସେ ସତ ମାନିଥିଲା। ଅଫତାବ୍‌ କହିଥିଲା ଯେ, ଯାହା ବି କିଛି ସେ କରିଥିଲା, ତାହା  HEAT OF THE MOMENT ଥିଲା। ଅର୍ଥାତ୍‌ ଯାହାବି କିଛି ସେ କରିଛି, କିଛି ନଭାବି ରାଗରେ କରିଛି। ଏହା ପୂର୍ବରୁ ପୋଲିସ୍‌ ସୋମବାର ମେହେରୁଲି ଜଙ୍ଗଲରୁ କିଛି ହାଡ଼ ଜବତ କରିଛି। ତେବେ ଏହା ଶ୍ରଦ୍ଧାଙ୍କର ନା ଆଉ କାହାର ଏହା ଜାଣିବା ପାଇଁ  ପୋଲିସ୍‌ ଛାନ୍‌ଭିନ୍‌ ଚଳାଇଛି। 

Advertisment

ଅଧିକ ପଢ଼ନ୍ତୁ: ମେ’ରେ ମର୍ଡର, ଅକ୍ଟୋବରରେ ଖଣ୍ଡ ଶରୀରକୁ ଫିଙ୍ଗିବାକୁ ନେଇଥିଲା ଅଫତାବ୍‌ ! ସାମ୍ନାକୁ ଆସିଲା CCTV ଫୁଟେଜ୍‌...

ନାର୍କୋ ଟେଷ୍ଟ ପୂର୍ବରୁ ହେବ ପଲିଗ୍ରାଫ ଟେଷ୍ଟ୍‌...

ଗତକାଲି ଅଫତାବ୍‌ର ନାର୍କୋ ଟେଷ୍ଟ ହେବାର ଥିଲା। ହେଲେ ଏହା ହୋଇପାରି ନଥିଲା। କାରଣ ନାର୍କୋ ଟେଷ୍ଟ ପୂର୍ବରୁ ଅଫତାବ୍‌ର ପଲିଗ୍ରାଫ ଟେଷ୍ଟ୍‌ କରାଯିବ। ଏହା ପୂର୍ବରୁ ଗୁରୁବାର ଦିନ କୋର୍ଟ ୫ ଦିନ ମଧ୍ୟରେ ଅଫତାବ୍‌ର ନାର୍କୋ ଟେଷ୍ଟ କରିବା ପାଇଁ ପୋଲିସ୍‌କୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଅଫତାବ୍‌ର ପଲିଗ୍ରାଫ ଟେଷ୍ଟ୍‌ ପାଇଁ ସୋମବାର ଦିନ କୋର୍ଟଙ୍କୁ ଦିଲ୍ଲୀ ପୋଲିସ୍‌ ଅନୁମତି ମାଗିଥିଲା।  

Advertisment

କେଉଁଠି ଫିଙ୍ଗିଥିଲା ମାରଣାସ୍ତ୍ର, ଜେରା ବେଳେ ଅଫତାବ୍‌ କଲା ଖୁଲାସା...

ଦିଲ୍ଲୀ ପୋଲିସ୍‌ ସୂଚନା ଅନୁସାରେ, ଶ୍ରଦ୍ଧାଙ୍କୁ ହତ୍ୟା ପାଇଁ ବ୍ୟବହୃତ ମାରଣାସ୍ତ୍ର କେଉଁଠି ଫିଙ୍ଗିଥିଲା, ଅଫତାବ୍‌ ତା’ର ଖୁଲାସା କରିଛି। ପଚରାଉଚରା ବେଳେ ଅଫତାବ୍‌ କହିଛି ଯେ, ଶ୍ରଦ୍ଧାଙ୍କୁ ହତ୍ୟା କରିବା ପାଇଁ ବ୍ୟବହାର ହୋଇଥିବା ଆରି ଓ ବ୍ଲେଡ୍‌କୁ ସେ ଗୁରୁଗ୍ରାମର DLF ଫେଜ୍‌-୩ରେ ଥିବା ବୁଦାମୂଳରେ ଫିଙ୍ଗିଛି। ସେହିପରି ଚାପଡ଼କୁ ମେହେରୁଲିଠୁ କିଛି ବାଟ ଦୂରରେ ଥିବା ଅଳିଆଆବର୍ଜନା ସ୍ଥାନରେ ଫିଙ୍ଗିଛି। 

ମେରେ ମର୍ଡର, ଅକ୍ଟୋବରରେ ଖଣ୍ଡ ଶରୀରକୁ ଫିଙ୍ଗିବାକୁ ନେଇଥିଲା ଅଫତାବ୍‌ !

ଲିଭ୍‌-ଇନ୍‌ ପାର୍ଟନର ଶ୍ରଦ୍ଧାଙ୍କୁ ହତ୍ୟା କରି ୩୫ ଖଣ୍ଡ କରିବା ପରେ ଜହ୍ଲାଦ ପ୍ରେମିକ ଅଫତାବ୍‌ ଶରୀରର ଅଙ୍ଗ ଗୁଡ଼ିକୁ ବ୍ୟାଗ୍‌ରେ ଭର୍ତ୍ତି କରି ଏହାକୁ ଫୋପାଡ଼ିବାକୁ ନେଉଥିଲା। ସିସିଟିଭି ଫୁଟେଜ୍‌ରେ ଏହା କଏଦ ହୋଇଛି। ଦେଖିବାକୁ ମିଳିଛି ଯେ, ଅଫତାବ୍‌ ଭୋର ୩ଟାରୁ ୪ଟା ସମୟ ମଧ୍ୟରେ ହାତରେ ବ୍ୟାଗ୍‌ ଧରି ଚାଲି ଚାଲି ଯାଉଛି। ଏଥିରେ ଶ୍ରଦ୍ଧାଙ୍କ ଖଣ୍ଡ ଶରୀରର ନେଇ ସେ ବାହାରକୁ ଫିଙ୍ଗିବାକୁ ଯାଉଥିବା କୁହାଯାଉଛି। 

Murder Murder Case
Advertisment
Advertisment