ୟୁନିୟନ ପବ୍ଲିକ’ ସର୍ଭିସ କମିଶନ’ ହେଉଛି ଦେଶର ସବୁଠାରୁ ବଡ ଏବଂ କଠିନ ପରୀକ୍ଷା, ଯେଉଁଥିରେ ପ୍ରତିବର୍ଷ ବହୁ ପ୍ରାର୍ଥୀ କଠିନ ପରିଶ୍ରମ ଏବଂ ଉତ୍ସର୍ଗୀକୃତ ହେବା ପରେ ସଫଳ ହୁଅନ୍ତି। କିନ୍ତୁ ସେହି ସଫଳତା ଅଧିକ ସ୍ୱତନ୍ତ୍ର ହୋଇଯାଏ ଯେତେବେଳେ ପ୍ରାର୍ଥୀମାନେ ପ୍ରଥମ ପ୍ରୟାସରେ ହିଁ ସଫଳ ହୋଇଯାଆନ୍ତି। ଦେଶର ଅନେକ ମହିଳା ଯେଉଁମାନେ UPSC ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ IAS ଅଧିକାରୀ ହୁଅନ୍ତି।
Also Read
ଏହି ମହିଳାମାନେ ପ୍ରମାଣ କରିଦେଇଛନ୍ତି ଯେ ସ୍ୱପ୍ନକୁ ପୂରଣ କରିବା ପାଇଁ ବୟସ ଏକ ପ୍ରତିବନ୍ଧକ ନୁହେଁ। ଏନେଇ ଦୃଢ ଇଛା ଶକ୍ତି ରହିବା ଦରକାର। ତେବେ ଆସନ୍ତୁ ଜାଣିବା ଦେଶର ଏମିତି ପାଞ୍ଚଜଣ କନିଷ୍ଠ ମହିଳା IAS ଅଧିକାରୀଙ୍କ ବିଷୟରେ, ଯେଉଁମାନେ ମାତ୍ର ୨୨ ବର୍ଷରେ UPSC ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଏକ ରେକର୍ଡ ସୃଷ୍ଟି କରିଛନ୍ତି।
ଆଇଏଏସ୍ ଅନନ୍ୟା ସିଂ:

ଆଇଏଏସ୍ ଅନନ୍ୟା ସିଂ ପ୍ରୟାଗର ବାସିନ୍ଦା। ସେ ୨୦୧୯ରେ UPSC ପରୀକ୍ଷା ଦେଇଥିଲେ ଓ ସଫଳ ହୋଇଥିଲେ। ମାତ୍ର ୨୨ ବର୍ଷ ବୟସରେ, ସେ ପ୍ରଥମ ପ୍ରୟାସରେ IAS ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବାରୁ ତାଙ୍କ ପାଇଁ ସବୁ ମହଲରୁ ପ୍ରଶଂସାର ସୁଅ ଆସିଥିଲା। ସେହି ବର୍ଷ ଅନନ୍ୟା ସିଂ UPSC ପରୀକ୍ଷାରେ ୫୧ତମ ସ୍ଥାନରେ ରହିଥିଲେ।
ଆଇଏଏସ୍ ସିମି କରଣ:

ଓଡିଶାର ବାଲେସୋର ଜିଲ୍ଲାର ସିମି କରଣ ମଧ୍ୟ ୨୨ବର୍ଷ ବୟସରେ ୨୦୧୯ରେ UPSC ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ। ସିମି ଭିଲାଇ ଷ୍ଟିଲ୍ ପ୍ଲାଣ୍ଟର ଜଣେ ଅଧିକାରୀଙ୍କ ଝିଅ। IAS ପରୀକ୍ଷାରେ ସିମି ୩୧ ତମ ସ୍ଥାନରେ ଥିଲେ।
ଆଇଏଏସ୍ ଟିନା ଡାବି:

ଜଣେ ମହିଳା ଥିଲେ ଯିଏ ଅଲ୍ ଇଣ୍ଡିଆରେ UPSC ପରୀକ୍ଷା ୨୦୧୫ରେ ଶୀର୍ଷରେ ରହିଥିଲେ। ଏହି ମହିଳା ଯିଏକି ପ୍ରଥମ ପଦବୀ ପାଇଥିଲେ ତାଙ୍କୁ ମଧ୍ୟ ୨୨ବର୍ଷ ହୋଇଥିଲା। UPSC ୨୦୧୫ ଟପ୍ପର ଟିନା ଡାବି ୨୦ବର୍ଷ ବୟସରେ ସ୍ନାତକ ହାସଲ କରିଥିଲେ ଏବଂ ଦୁଇ ବର୍ଷର ପ୍ରସ୍ତୁତି ପରେ ପ୍ରଥମ ପ୍ରୟାସରେ IAS ପରୀକ୍ଷାକୁ ସଫଳ ହୋଇଥିଲେ।
ଆଇଏଏସ୍ ସ୍ୱାତୀ ମୀନା:

ରାଜସ୍ଥାନର ଅଜମେରରୁ ସ୍ୱାତୀ ମୀନା ୨୦୦୭ ମସିହାରେ UPSC ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ। ଯେତେବେଳେ ସ୍ୱାତୀ ମୀନା IAS ହୋଇଗଲେ, ତାଙ୍କୁ ମାତ୍ର ୨୨ ବର୍ଷ ହୋଇଥିଲା। IAS ପରୀକ୍ଷାରେ ତାଙ୍କ ରେଙ୍କ୍ ୨୬୦ଥିଲା। ମଧ୍ୟପ୍ରଦେଶ କ୍ୟାଡର୍ ପାଇଁ ସ୍ୱାତୀ ମୀନାଙ୍କୁ ଚୟନ କରାଯାଇଥିଲା। ତାଙ୍କ ମା’ ପେଟ୍ରୋଲ ପମ୍ପ୍ ଚଳାଉଥିଲେ।
ଆଇଏଏସ୍ ସ୍ମିତା ସଭରୱାଲ:

ଅଳ୍ପ ବୟସରେ IAS ହୋଇଥିବା ସ୍ୱାତୀ ସଭରୱାଲ, UPSC CSE ୨୦୦୦ରେ ଅଲ୍ ଇଣ୍ଡିଆ ସ୍ତରରେ ୪ର୍ଥ ମାନ୍ୟତା ପାଇଥିଲେ। ଯେତେବେଳେ ସେ IAS ହୋଇଗଲେ ସେତେବେଳେ ତାଙ୍କୁ ମାତ୍ର ୨୨ ବର୍ଷ ହୋଇଥିଲା। ସେ ଆଇପିଏସ୍ ଅଧିକାରୀ ଅକୁନ୍ ସଭରୱାଲଙ୍କୁ ବିବାହ କରିଛନ୍ତି। ତେଲେଙ୍ଗାନା ସରକାରରେ ମୁଖ୍ୟମନ୍ତ୍ରୀଙ୍କ ସଚିବଭାବେ ସ୍ମିତା ସଭରୱାଲଙ୍କୁ ନିଯୁକ୍ତି ଦିଆଯାଇଥିଲା ।