/odishatv-khabar/media/post_attachments/uploadimage/library/16_9/16_9_0/s_1683193526.jpg)
UP cop caught on camera harassing a schoolgirl
ରାସ୍ତାରେ ସ୍କୁଲ୍ ଛାତ୍ରୀଙ୍କୁ ହଇରାଣ କରୁଥିଲେ ପୋଲିସ୍ ବାବୁ। ସାଇକେଲ୍ରେ ଛାତ୍ରୀ ଜଣକ ଯାଉଥିବା ବେଳେ ପୋଲିସ୍ ବାବୁ ସ୍କୁଟିରେ ତାଙ୍କ ପିଛା କରି ଯାଉଥିଲେ। ହେଲେ ସେ ଜାଣିନଥିଲେ ଏସବୁ କ୍ୟାମେରାରେ କଏଦ ହେଉଛି। ଆଉ ଧରାପଡ଼ିବା ପରେ ହଡ଼ବଡ଼ ହୋଇଯାଇ କହିଥିଲେ, ଛାତ୍ରୀ ଜଣକ ମୋ ଝିଅର ସାଙ୍ଗ। ଯାହାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି। ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ଏଭଳି ଘଟଣା ସାମ୍ନାକୁ ଆସିଛି।
ପୋଲିସ୍ ବାବୁ, ଛାତ୍ରୀଙ୍କୁ ପିଛା କରୁଥିବା ଦେଖି ସେଇ ରାସ୍ତା ଦେଇ ଯାଉଥିବା ଜଣେ ବ୍ୟକ୍ତି ଏହାର ଦୃଶ୍ୟକୁ କ୍ୟାମେରାରେ କଏଦ କରିଥିଲେ। କାହିଁକି ଛାତ୍ରୀଙ୍କ ପିଛା କରୁଛ ବୋଲି ପୋଲିସ୍ ବାବୁଙ୍କୁ ପଚାରିବାରୁ ଜବାବରେ ସେ କହିଥିଲେ, ‘ଛାତ୍ରୀ ଜଣକ ମୋ ଝିଅର ସାଙ୍ଗ।’ ଭିଡିଓ ଭାଇରାଲ୍ ପରେ ସମ୍ପୃକ୍ତ ଛାତ୍ରୀଙ୍କ ଅଭିଭାବକ ତୁରନ୍ତ ପୋଲିସ୍ରେ ଅଭିଯୋଗ କରିଥିଲେ। ଘଟଣାର ତଦନ୍ତ କରି ସଂପୃକ୍ତ ପୋଲିସ୍ ବାବୁ ଶାହଦତ ଅଲ୍ଲୀଙ୍କୁ ଗିରଫ ସହ ତାଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି।
शहादत अली पुलिस जवान है, बिना नंबर की गाड़ी लेकर स्कूल की बच्ची का पीछा कर रहा था, हिन्दू संगठन की महिला ने इसे पकड़ा और लखनऊ पुलिस के हवाले कर दिया, उत्तर प्रदेश पुलिस ने इसे तत्काल सस्पेंड कर दिया है, इस पर FIR कर दी गई है। जब तक ये जेल न भेजा जाए इसके ख़िलाफ़ आवाज बुलंद रखें। pic.twitter.com/UISk0Decfy
— Atul °Kushwaha🇮🇳 (@RealAtulsay) May 3, 2023
ମିଳିଥିବା ସୂଚନା ଅନୁସାରେ, ଅଲ୍ଲୀ କିଛି ସମୟ ପାଇଁ ଛାତ୍ରୀଙ୍କ ପିଛା କରିଥିଲେ। ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳିଛି, ଛାତ୍ରୀ ଜଣକ ସାଇକେଲ୍ରେ ଯାଉଥିବା ବେଳେ ଅଲ୍ଲୀ ସ୍କୁଟି ଧୀରେ ଧୀରେ ଚଲାଇ ତାଙ୍କ ସାଇଡ୍ରେ ଯାଉଛନ୍ତି। ଉକ୍ତ ଛାତ୍ରୀ ତାଙ୍କ ସହ କଥା ହୁଅନ୍ତୁ ବୋଲି ସେ ଚାହୁଁଥିଲେ। ହେଲେ ଛାତ୍ରୀ ଜଣକ ପୁରା ଭୟଭୀତ ଥିବା ଭଳି ଲାଗୁଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)