/odishatv-khabar/media/post_attachments/uploadimage/library/16_9/16_9_0/crocodile__1683306507.jpg)
crocodile
କୁମ୍ଭୀର ନାଁ ଶୁଣିଲେ ଆମେ ସମସ୍ତେ ଡରନ୍ତି । ଯଦି ତାହା ସାମ୍ନାରେ କେତେବେଳେ ମଣିଷ ପଡିଯାଏ ତେବେ ଜୀବନ ଯିବା ଏକ ପ୍ରକାର ନିଶ୍ଚିତ । ହେଲେ ଥରେ ଚିନ୍ତା କରନ୍ତୁ...ଯଦି ନିଜ ପିଠିରେ ବସାଇ କୁମ୍ଭୀରକୁ ନେଇ ଗୋଟିଏ କୁନି ପିଲା ବୁଲୁଥିବ ତେବେ ସେ ଦୃଶ୍ୟ ଆପଣଙ୍କୁ କେମିତି ଲାଗିବ ? ଏମିତି ଘଟଣା ଆପଣଙ୍କୁ ବିଶ୍ୱାସ ହେଉନଥିବ । ହେଲେ ଭାଇରାଲ ଭିଡିଓ ଦେଖିବା ପରେ ଆପଣ ବି ଚମକିପଡିବେ ଆଉ କହିବେ ସେ ପିଲାର ସାହାସକୁ ପ୍ରଶଂସା କରିବେ ।
ସୋସିଆଲ ମିଡିଆରେ ଏହି କୁମ୍ଭୀର ଓ କୁନି ପିଲାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଯେଉଁ ଭିଡିଓରେ ଦେଖିବାକୁ ମିଳିଛି ଜଣେ ନାବାଳକ ଗୋଟିଏ ଛୁଆ କୁମ୍ଭୀରକୁ ପିଠିରେ ଧରି ବୁଲୁଛି । ଆଉ ଏହି ସମୟରେ ନାବାଳକ ମନରେ ସାମାନ୍ୟତମ ଡର ଥିବା ଦେଖାଯାଉନି । ଅର୍ଥାତ୍ ବେଶ୍ ଆରାମରେ ସେ କୁମ୍ଭୀରକୁ ଧରି ଧାଇଁବାରେ ଲାଗିଛି ।ହଠାତ୍ ଏମିତି ଦୃଶ୍ୟ ଦେଖିବା ପରେ ଆପଣ ଭାବୁଥିବେ ଏହା ବୋଧହୁଏ କଣ୍ଢେଇ କୁମ୍ଭୀର, କିନ୍ତୁ ଏହା କଣ୍ଢେଇ ନୁହେଁ ବରଂ ଜୀବନ୍ତ କୁମ୍ଭୀର । କୁମ୍ଭୀରକୁ ନିଜ ପିଠିରେ ବୋହି ଏମିତି ଦଉଡିବାରେ ଲାଗିଛି ନାବାଳକ । ନାବାଳକ ଓ କୁମ୍ଭୀରର ଭିଡିଓକୁ ସୋସିଆଲ ମିଡିଆରେ ଫନି ଭିଡିଓଜ ଆଇଡ଼ି ନାମକ ଟ୍ୱିଟର ହ୍ୟାଣ୍ଡେଲରୁ ସେୟାର କରାଯାଇଛି । ଭାଇରାଲ ହେଉଥିବା ଭିଡିଓକୁ ଦେଖିବା ପରେ ଲୋକେ ଖୁବ ପସନ୍ଦ କରୁଥିବା ବେଳେ ବହୁମାତ୍ରାରେ ସେୟାର ବି କରୁଛନ୍ତି ଏବଂ ଭିନ୍ନଭିନ୍ନ ପ୍ରତିକ୍ରିୟା ବି ଦେଉଛନ୍ତି ।
ଜଣେ ସୋସିଆଲ ମିଡିଆ ୟୁଜର୍ସ ଲେଖିଛନ୍ତି, ଛୋଟ ପିଲାଟିର ପିଠିରେ ଜିଅଁନ୍ତା କୁମ୍ଭୀରକୁ ଦେଖି ବିଶ୍ବାସ ହେଉନାହିଁ । ଏହା କେମିତି ସମ୍ଭବ ହୋଇପାରେ। ବୋଧହୁଏ ଏହି କୁମ୍ଭୀରକୁ ଉକ୍ତ ଶିଶୁର ପରିବାର ପୋଷିଛନ୍ତି। ତେଣୁ କୁମ୍ଭୀର ଶିଶୁକୁ ଚିହ୍ନି ଯାଇଛି ଆଉ ପୋଷା ମାନି ରହିଛି । ଭାଇରାଲ ଭିଡିଓ ପଛର ସତ୍ୟତା କଣ ତାହା ତ ଏଯାଏଁ କାହାକୁ ଜଣାନାହିଁ । କିନ୍ତୁ ଏପରି ଏକ ଭିଡିଓ ସୋସିଆଲ ମିଡିଆ ବ୍ୟବହାରୀକାରୀଙ୍କୁ ଚର୍ଚ୍ଚାର ଖୋରାକ ଯୋଗାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)