Advertisment

Viral Video: ମୋଦୀଙ୍କୁ ଉତ୍ତର ଦେଲେ କୁନି ପିଲା; କହିଲେ “ମୁଁ ଆପଣଙ୍କର...”; ଦେଖନ୍ତୁ ଭିଡିଓ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କର୍ଣ୍ଣାଟକର କଲବୁରଗୀ ରୋଡ୍ ଶୋ’ ପୂର୍ବରୁ କିଛି କୁନି କୁନି ପିଲାମାନଙ୍କୁ ଭେଟିଥିଲେ। ପ୍ରଧାନମନ୍ତ୍ରୀ ପିଲାମାନଙ୍କ ସହିତ ଖୁବ ମଜାଳିଆ ଢଙ୍ଗରେ କଥା ହୋଇଥିଲେ। ଯେତେବେଳେ ସେମାନଙ୍କୁ ପଚାରିଥିଲେ ପାଠ ପଢି କ’ଣ ହେବ, ଜଣେ ପିଲାର ଉତ୍ତର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା।

author-image
Pramod Behera
ଅଦ୍ୟତନ ହୋଇଛି
PM Narendra Modi interact with children in kalaburagi karnataka

PM narendra modi interact with children in kalaburagi karnataka

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କର୍ଣ୍ଣାଟକ ବିଧାନସଭା ନିର୍ବାଚନକୁ ନେଇ ରାଜ୍ୟ ଗସ୍ତରେ ଅଛନ୍ତି। କଲବୁରଗୀ ରୋଡ୍ ଶୋ’ ପୂର୍ବରୁ ମୋଦୀ ସେଠାରେ ଥିବା କିଛି କୁନି କୁନି ପିଲାମାନଙ୍କୁ ଭେଟିଥିଲେ। ପ୍ରଧାନମନ୍ତ୍ରୀ ପିଲାମାନଙ୍କ ସହିତ ଖୁବ ମଜାଳିଆ ଢଙ୍ଗରେ କଥା ହୋଇଥିଲେ।

Advertisment

ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଏହା ଦେଖିବାକୁ ମିଳେ ଯେ ପ୍ରଧାନମନ୍ତ୍ରୀ ପିଲାମାନଙ୍କ ସହ ଖେଳି ଖେଳି ଅନେକ କଥା ପଚାରୁଛନ୍ତି। ସେ ପ୍ରଥମେ ନିଜ ହାତରେ ବିଭିନ୍ନ ମୁଦ୍ରା କରୁଛନ୍ତି ଏବଂ ପିଲାମାନଙ୍କୁ ସେସବୁ କରିବାକୁ କହୁଛନ୍ତି।

ଭାଇରାଲ ଭିଡିଓ କ୍ଲିପ୍‌ରେ ପ୍ରଧାନମନ୍ତ୍ରୀ ମୋଦୀ ପିଲାମାନଙ୍କ ପାଖକୁ ଯାଇ ସେମାନଙ୍କୁ ପଚାରୁଛନ୍ତି, “ସମସ୍ତେ ବିଦ୍ୟାଳୟକୁ ଯାଉଛ?” ପିଲାମାନେ କହୁଛନ୍ତି, “ହଁ ସାର୍”। ମୋଦୀ ପିଲାମାନଙ୍କ ସହ କିଛି ସମୟ କାଟିଥିଲେ ଆଉ ସେମାନଙ୍କୁ ପାଠ ପଢିବାକୁ କହିଥିଲେ।

Advertisment

ମୋଦୀ ପିଲାମାନଙ୍କୁ କହିଥିଲେ, “ପାଠ ପଢିବ, ସମସ୍ତେ ପାଠ ପଢିବ। ଆଛା ତୁମେମାନେ ପାଠ ପଢି କ’ଣ ହେବ?”

ଏହାର ଉତ୍ତରରେ ଜଣେ ପିଲା କହିଛନ୍ତି ଯେ ସେ ପୋଲିସ ହେବାକୁ ଚାହୁଁଛନ୍ତି। ସେହିପରି ଅନ୍ୟ ଜଣେ କହିଛନ୍ତି ଯେ ସେ ଡାକ୍ତର ହେବାକୁ ଚାହୁଁଥିବା ବେଳେ ଆଉ ଜଣେ କହିଛନ୍ତି ଯେ ସେ ପ୍ରଧାନମନ୍ତ୍ରୀଙ୍କ ସେକ୍ରେଟେରୀ ହେବାକୁ ଚାହୁଁଛନ୍ତି।

ଏହାପରେ ମୋଦୀ ପିଲାମାନଙ୍କୁ ପଚାରିଛନ୍ତି ଯେ “ପ୍ରଧାନମନ୍ତ୍ରୀ ହେବାକୁ ତୁମମାନଙ୍କ ମନ ହେଉନି। ଏହାର ଉତ୍ତରରେ ଜଣେ ପିଲା କୁହେ ଯେ “ମୁଁ ତୁମ ପରି ହେବାକୁ ଚାହେଁ।”

ପ୍ରକାଶଥାଉ ଯେ ପ୍ରଧାନମନ୍ତ୍ରୀ ମୋଦୀ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ୍‌ଗେଙ୍କ ନିଜ ଜିଲ୍ଲା କଲବୁରଗୀରେ ଏକ ରୋଡ୍ ଶୋ’ କରିଥିଲେ। ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ତିନୋଟି ରାଲି କରିଥିଲେ।

ଏହି ରାଲିଗୁଡିକ ଚିତ୍ରଦୁର୍ଗା, ହୋସ୍‌ପେଟ୍‌ ଏବଂ ସିନ୍ଧନୁର ଠାରେ ଅନୁଷ୍ଠିତ ହୋଇଥିଲା। ସୂଚନାଯୋଗ୍ୟ ଯେ ଏହି ରାଜ୍ୟରେ ଏବେ ବିଜେପି ସରକାର ଅଛି ଏବଂ ପୁଣି ଥରେ ବିଜେପି କ୍ଷମତାକୁ ଫେରିବା ପାଇଁ ସମସ୍ତ ଉଦ୍ୟମ କରୁଛି।

କର୍ଣ୍ଣାଟକରେ ସମୁଦାୟ ୨୨୪ ବିଧାନସଭା ଆସନ ଅଛି। ଆସନ୍ତା ୧୦ ତାରିଖରେ ଗୋଟିଏ ପର୍ଯ୍ୟାୟରେ ସମସ୍ତ ସିଟ୍‌ ପାଇଁ ମତଦାନ ହେବ। ଭୋଟ୍ ଗଣନା ମେ ୧୩ରେ ହେବ। ତେବେ ରାଜ୍ୟରେ ସରକାର ଗଠନ ପାଇଁ ୧୧୩ଟି ଆସନ ଆବଶ୍ୟକ। ଏଥର ନିର୍ବାଚନ ଲଢେଇ କଂଗ୍ରେସ ଏବଂ ବିଜେପି ମଧ୍ୟରେ ହେଉଥିବାବେଳେ ଜେଡିଏସ୍ ରାଜ୍ୟର ତୃତୀୟ ବୃହତ୍ତମ ଦଳ ହୋଇ ରହିଛି।

PM Narendra Modi Viral Video
Advertisment
Advertisment