Advertisment

Pakistani Army Chiefs Living Abroad: ଅବସର ପରେ କାହିଁକି ବିଦେଶରେ ରହିବାକୁ ପସନ୍ଦ କରନ୍ତି ପାକିସ୍ତାନ ସେନାମୁଖ୍ୟ ?

କହିବାକୁ ଗଲେ, ବିଦେଶରେ ରହିବା ସେମାନଙ୍କ ପାଇଁ ଏକ ‘ସେପ୍ଟି ଭାଲବ’ ଭାବେ କାମ କରେ  । ୨ୟ କଥା ହେଲା ଅବସର ପରେ ସେନାମୁଖ୍ୟ ଜେନରାଲଙ୍କ  ପାଖରେ କୋଟି କୋଟି ଡଲାରର ସମ୍ପତ୍ତି, ବ୍ୟାଙ୍କ ବାଲାନ୍ସ, ବିଜିନେସ ଏମ୍ପାୟାର ଥାଏ । ଏମାନେ ଅଧିକରୁ ଅଧିକ ଅର୍ଥ ବାହାର ଦେଶରେ ଇନଭେଷ୍ଟ କରିଥାନ୍ତି । ତେଣୁ ସେମାନେ ବିଦେଶରେ ଥଇଥାନ ହେବାକୁ ବେଶି ପସନ୍ଦ କରିଥାନ୍ତି ।

author-image
Minati Mishra
ଅଦ୍ୟତନ ହୋଇଛି
ବିଦେଶମୁହାଁ ପାକ୍ ସେନାମୁଖ୍ୟ

ବିଦେଶମୁହାଁ ପାକ୍ ସେନାମୁଖ୍ୟ

ଯୁଦ୍ଧ ପାଇଁ ଉସକାଉଛନ୍ତି । ହେଲେ ସାମ୍ନା କରିବାକୁ ଦମ୍ ନାହିଁ ।  ଦେଶକୁ ଧ୍ୱଂସ ମୁହଁରେ ଛାଡି ଦେଇ ଏମାନେ ପରିବାରକୁ ନେଇ ବିଦେଶ ପଳାଉଛନ୍ତି । ଏମାନେ ଦେଶର ନେତା..ସେନାମୁଖ୍ୟ ନା ଶତ୍ରୁ ? ଆମେ ଏଠି ପାକ ଆର୍ମି ଚିଫ ଜେନରାଲ ଅସୀମ ମୁନିର ଓ ପାକିସ୍ତାନ ପିପୁଲ୍ସ ପାର୍ଟିର ଅଧ୍ୟକ୍ଷ ବିଲାବଲ ଭୁଟ୍ଟୋଙ୍କ କଥା କହୁଛୁ । ଜଣେ ସେନା ମୁଖ୍ୟ ଏବଂ ଜଣେ ରାଜନୈତିକ ଦଳର ମୁଖ୍ୟ । ଉଭୟଙ୍କ ମୁହଁରେ ଥିଲା ଆତଙ୍କବାଦୀର ଭାଷା । ଏବେ ଦୁଇ ପଡୋଶୀ ରାଷ୍ଟ୍ର ଯେତେବେଳେ ଯୁଦ୍ଧର ଦ୍ୱାରମୁହଁର, ଏ ନେତା ଓ ସେନାମୁଖ୍ୟ ଭୟରେ ଛାନିଆ ହୋଇପଡିଛନ୍ତି ।ନିଜ ସ୍ଥିତି ପ୍ରତି ବିପଦ ଥିବା ଏମାନେ ଅନୁମାନ କରି ସାରିଲେଣି । ସେଥିପାଇଁ ଉଭୟେ ଯୁଦ୍ଧ ହେବା ପୂର୍ବରୁ ନିଜ ପରିବାର ସଦସ୍ୟଙ୍କୁ ବିଦେଶରେ ଥଇଥାନ କରି ସାରିଲେଣି ।

Advertisment

ପାକିସ୍ତାନର ସେନାମୁଖ୍ୟ ଜେନରାଲ ଅସୀମ ମୁନୀର  ।  ଅସୀମ ମୁନୀର  କାଶ୍ମୀରକୁ ନେଇ ଯେଉଁ ଚେତାବନୀ ଦେଇଥିଲେ, ହିନ୍ଦୁ-ମୁସଲିମ ବିଭେଦକୁ ନେଇ ନୀଚ୍ଚ ବୟାନ ଦେଇଥିଲେ ଏହାର ମାତ୍ର କେଇ ଦିନ ପରେ ହୋଇଥିଲା ପହଲଗାମ ଆତଙ୍କୀ ଆକ୍ରମଣ  । ଜେନରାଲ ମୁନିର ପ୍ରବାସୀ ପାକିସ୍ତାନୀଙ୍କ ସମ୍ମେଳନରେ ଯୋଗ ଦେଇ କହିଥିଲେ, ‘"ଆମର ମତ ବହୁତ ସ୍ପଷ୍ଟ । କାଶ୍ମୀର ଆମର ଥିଲା, ଏହା ଆମର  ହୋଇ ରହିବ। ଆମେ ଏହାକୁ ଭୁଲିବୁ ନାହିଁ। ଆମେ ଆମର କାଶ୍ମୀର ଭାଇମାନଙ୍କୁ ସେମାନଙ୍କ ବୀରତ୍ୱପୂର୍ଣ୍ଣ ସଂଗ୍ରାମରେ ଛାଡି ଦେଇ ପାରିବୁ ନାହିଁ।"  

ସେତିକି ନୁହେଁ, ସେ ଆାହୁରି କହିଥିଲେ, ‘ହିନ୍ଦୁ-ମୁସଲମାନଙ୍କ ମଧ୍ୟରେ ରହିଥିବା ଦୀର୍ଘ ବିଭେଦ ହିଁ ଇସଲାମୀ ଗଣରାଜ୍ୟ ଜନ୍ମର କାରଣ । ଆମର ପୂର୍ବଜମାନଙ୍କର କହିବା ଅନୁଯାୟୀ, ପ୍ରତି ପାଦରେ ଆମେ ହିନ୍ଦୁମାନଙ୍କଠାରୁ ଅଲଗା । ଆମର ଧର୍ମ ଅଲଗା । ଆମର ରୀତି-ରିବାଜ ଅଲଗା । ଆମର ପରମ୍ପରା, ବିଚାରଧାରା ଅଲଗା  । ଆମର ମହତ୍ୱାକାଂକ୍ଷା ବି ଅଲଗା । ଏହା ହିଁ ‘ଦ୍ୱି-ରାଷ୍ଟ ସିଦ୍ଧାନ୍ତ’ର ମୂଳଦୂଆ ।’

Advertisment

ପହଲଗାମ ଆକମ୍ରଣ ପୂର୍ବରୁ ଏମିତି ଉସୁକାଇ ଥିଲେ ପାକ ସେନାମୁଖ୍ୟ । ଆଉ ଜଣେ ରାଷ୍ଟ୍ରମୁଖ୍ୟ ପିପିପି ଅଧ୍ୟକ୍ଷ ବିଲାବଲ ଭୁଟ୍ଟୋ ଏମିତି ଆତଙ୍କୀଙ୍କ ଭାଷା କହିଥିଲେ ଠିକ ଆକ୍ରମଣର ପରେ ପରେ  ।  ଭାରତ ସିନ୍ଧୁ ଜଳ ଚୁକ୍ତିନାମା ସ୍ଥଗିତ କରିବା ପରେ ବିଲାବଲ କହିଥିଲେ, ‘ସିନ୍ଧୁ ନଦୀରେ ପାଣି ବହିବ ନହେଲେ ଭାରତୀୟ ରକ୍ତ ।’

ପହଲଗାମ ଆକ୍ରମଣ ଘଟଣାର ତଦନ୍ତ ପରେ ସ୍ପଷ୍ଟ ହୋଇଛି ଏହା ପାକ ଆର୍ମିର ଷଡଯନ୍ତ୍ର । ଏଥିରେ ପାକ ସେନାମୁଖ୍ୟ ମୁନିରଙ୍କ ସମର୍ଥନ ରହିଛି । ଆଉ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଦୁଇ ଦେଶକୁ ଯୁଦ୍ଧମୁହଁକୁ ଠେଲି ଦେଇ ପାକିସ୍ତାନର ଏହି ଦୁଇ ବରିଷ୍ଠ ବ୍ୟକ୍ତିତ୍ୱ  ସବୁଠାରୁ ବେଶି ଛାନିଆ ହୋଇ ପଡିଛନ୍ତି  । ଯୁଦ୍ଧ ହେବା ପୂର୍ବରୁ ଏମାନେ ନିଜ ନିଜ ପରିବାରକୁ ନେଇ ବିଦେଶରେ ସୁରକ୍ଷିତ ଭାବେ ଥଇଥାନ କରି ସାରିଲେଣି ।  ନିଜ ଦେଶରେ ନିଜକୁ  ଅସୁରକ୍ଷିତ ମଣିବା ଏବଂ  ଦେଶର ଆର୍ଥିକ ସ୍ଥିତିକୁ ଏଡାଇ ଦେଇ ନିଜର ଆର୍ଥିକ ସ୍ଥିତିକୁ ମଜବୁତ କରିବା ପାଇଁ ବିଦେଶ ପଳାୟନ କରିବାର ଏକ ପରମ୍ପରା ପାକିସ୍ତାନରେ ରହିଆସିଛି । ବିଶେଷ କରି ପାକର ଅଧିକାଂଶ ସେନାମୁଖ୍ୟମାନେ ଏପରି କରି ଆସୁଥିବା ନଜିର ରହିଛି ।

ପହଲଗାମ ଆତଙ୍କୀ ଆକ୍ରମଣ ପରେ ଭାରତ-ପାକିସ୍ତାନ ମଧ୍ୟରେ ସମ୍ପର୍କ ଅତ୍ୟନ୍ତ ସମ୍ବେଦନଶୀଳ ଥିବାବେଳେ ଅସୀମ ମୁନିରଙ୍କ ସମତେ ଅନେକ ପାକିସ୍ତାନୀ ସେନା ଅଧିକାରୀ ନିଜ ନିଜ ପରିବାରକୁ ୟୁରୋପୀୟ ଦେଶକୁ  ପଠାଇ  ଦେଇଛନ୍ତି । ଏଠି ଏମିତି ସେନାମୁଖ୍ୟମାନେ ବିଦେଶ ପଳାଇଯିବାର ପରମ୍ପରା କାହିଁକି ରହିଛି ? ଅନ୍ୟ ସେନାମୁଖ୍ୟମାନେ ଅବସର ପରେ ବିଦେଶରେ ଥଇଥାନ ହୁଅନ୍ତି । ହେଲେ ଏଥର ଅସୀମ ମୁନିର ଏହି ନିୟମ ଭାଙ୍ଗି ଚାକିରୀରେ ଥାଇ ବିଦେଶରେ ଥଇଥାନ ହେବା କାମ ଆରମ୍ଭ କରି ଦେଲେଣି ।

ପାକିସ୍ତାନରେ ଆର୍ମିର ଚିଫ ଦେଶର ସବୁଠାରୁ ଶକ୍ତିଶାଳୀ ବ୍ୟକ୍ତିତ୍ୱ ।  ସେନାମୁଖ୍ୟ କେବଳ ମିଲିଟାରୀ ନୁହେଁ କହିବାକୁ ଗଲେ ଦେଶର ମୁଖ୍ୟ । ଦେଶର ଅର୍ଥନୀତି ଏବଂ ବିଦେଶ ନୀତି  ମଧ୍ୟ  ତାଙ୍କ ନିୟନ୍ତ୍ରଣରେ  । ହେଲେ ଅବସର ପରେ କାହିଁକି ଅଧିକାଂଶ ସେନାମୁଖ୍ୟ ଜେନରାଲାମାନେ ନିଜ ପ୍ରତି ବିପଦ ଥିବା ଆଶଙ୍କା କରିଥାନ୍ତି ? କାହିଁକି ଦେଶ ଛାଡି ପଳାଇ ଯିବାକୁ ନିଷ୍ପତ୍ତି ନେଇଥାନ୍ତି ?  

କହିବାକୁ ଗଲେ, ବିଦେଶରେ ରହିବା ସେମାନଙ୍କ ପାଇଁ ଏକ ‘ସେପ୍ଟି ଭାଲବ’ ଭାବେ କାମ କରେ  । ୨ୟ କଥା ହେଲା ଅବସର ପରେ ସେନାମୁଖ୍ୟ ଜେନରାଲଙ୍କ  ପାଖରେ କୋଟି କୋଟି ଡଲାରର ସମ୍ପତ୍ତି, ବ୍ୟାଙ୍କ ବାଲାନ୍ସ, ବିଜିନେସ ଏମ୍ପାୟାର ଥାଏ । ଏମାନେ ଅଧିକରୁ ଅଧିକ ଅର୍ଥ ବାହାର ଦେଶରେ ଇନଭେଷ୍ଟ କରିଥାନ୍ତି । ତେଣୁ ସେମାନେ ବିଦେଶରେ ଥଇଥାନ ହେବାକୁ ବେଶି ପସନ୍ଦ କରିଥାନ୍ତି । ବିଶେଷକରି ଲଣ୍ଡନ, ଦୁବାଇ, କାନାଡା, ଆମେରିକା ପରି ଦେଶ ଏମାନଙ୍କ ପାଇଁ ଭଲ ବିକଳ୍ପ ଦେଶ ହୋଇ ପାରିଛି । ଏହି ସବୁ ଦେଶମାନଙ୍କରେ ଏମାନେ ନିଜ ସମ୍ପତ୍ତି, ବ୍ୟବସାୟ ଏବଂ ପରିବାର ସହ ସୁରକ୍ଷିତ ରହି ପାରିବେ । ଏକାଧିକ ସେନାମୁଖ୍ୟ ଏମିତି ଅବସର ପରେ ବିଦେଶରେ ଥଇଥାନ ହୋଇଛନ୍ତି । ଆସନ୍ତୁ ଜାଣିବା ଏମାନେ କିଏ ଏବଂ କେଉଁ ଦେଶରେ ରହିଛନ୍ତି ।

ଜେନରାଲ ପରବେଜ ମୁଶରଫ

ଜେନରାଲା ପରବେଜ ମୁଶରଫ ଏମିତି ଜଣେ ନେତା ଥିଲେ ଯିଏ କି ରାଜନୈତିକ ଆକ୍ରୋଶର ଶିକାର ହେବା ପରେ ଦେଶ ଛାଡି ପଳାଇ ଯିବାକୁ ବାଧ୍ୟ ହୋଇଥିଲେ । ପରବେଜ ମୁଶରଫ ୨୦୦୧ରୁ ୨୦୦୮ ମଧ୍ୟରେ ପାକିସ୍ତାନର ଏକଛତ୍ରବାଦୀ ସାମିରିକ ମୁଖ୍ୟ ଥିଲେ । ୧୯୯୯ରେ ସେ ସାମରିକ ଶକ୍ତି ପ୍ରୟୋଗ କରି ତତ୍କାଳୀନ ପ୍ରଧାନମନ୍ତ୍ରୀ ନବାନ ଶରୀଫଙ୍କୁ ହଟାଇ ଶାସନ କ୍ଷମତା ହାତକୁ  ନେଇଥିଲେ । ମୁଶରଫ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ବିବାଦ ଘେରରେ ଥିଲେ । ତାଙ୍କ ସମୟରେ ମାନବାଧିକାର ଉଲ୍ଲଘଂନଠାରୁ ଆରମ୍ଭ କରି ରାଜନୈତିକ ଦମନ, ନ୍ୟାୟାଳୟ ଉପରେ କଟକଣା ଲଗାଇବା ପରି ଅଭିଯୋଗ ଆସିଥିଲା ।

୨୦୦୭ରେ ସେ ଦେଶରେ ଜରୁରୀକାଳୀନ ସ୍ଥିତି ଘୋଷଣା କରି ଦେଇଥିଲେ ଏବଂ ସମ୍ବିଧାନକୁ ନିଲମ୍ବନ କରି ଦେଇଥିଲେ । ମୁଖ୍ୟ ବିଚାରପତି ଏବଂ ଦେଶର ସୁପ୍ରିମକୋର୍ଟକୁ ବରଖାସ୍ତ କରି ଦେଇଥିଲେ । ମହାଅଭିଯୋଗ ପ୍ରକ୍ରିୟାରୁ ବର୍ତ୍ତିବା ପାଇଁ ମୁଶରଫ ୨୦୦୮ରେ ନଜ ପଦରୁ ଇସ୍ତଫା ଦେଇଥିଲେ । ସ୍ଥିତି ଏମିତି ହୋଇଥିଲା ଯେ, ଜୀବନ ବଞ୍ଚାଇ ସେ ପାକିସ୍ତାନ ଛାଡି ପଳାଇଥିଲେ । ପରେ ତାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ ହୋଇଥିଲା । ମୁଶରଫ ପ୍ରଥମେ ଦୁବାଇ ଓ ପରେ ଲଣ୍ଡନ ଚାଲି ଯାଇଥିଲେ । ୨୦୨୩ ଫେବୃଆରୀ ୫ ତାରିଖରେ ସେଠାରେ ତାଙ୍କର ନିଧନ ହୋଇଥିଲା ।

ଜେନରାଲ ଅଶଫାକ କୟାନି

ଜେନରାଲ ଅଶଫାକ ପରଭେଜ କୟାନି ମଧ୍ୟ ଅବସର ପରେ ବିଦେଶରେ ଦୀର୍ଘଦିନ ଧରି ରହିଥିଲେ । ବିଦେଶରେ ରହିବା ମଧ୍ୟରେ ଗତ ବର୍ଷ ଅଶଫାକ  କୟାନିଙ୍କ ଦ୍ୱାରା ଏକ ବଡ ସମ୍ପତ୍ତି କିଣାଯିବା ଖବର ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ମିଡିଆ ତଥ୍ୟ ଅନୁସାରେ ଜେନରାଲ କୟାନି ଏକ ଆଇଲାଣ୍ଡ କିଣି ଥିଲେ । ଅବଶ୍ୟ ତାଙ୍କର  ଆର୍ଥିକ ସମ୍ବଳ ଏବଂ ସମ୍ପତ୍ତିକୁ ବିଚାର କଲେ, ଏହା ବହୁତ ଅଧିକ ।   ଜେନରାଲ କୟାନିଙ୍କ ଉପରେ ପାକିସ୍ତାନରେ ପ୍ରତିରକ୍ଷା ଜମି ଦୁର୍ନୀତିରେ ସମ୍ପୃକ୍ତ ଥିବା ଅଭିଯୋଗ ରହିଛି । ସେଥିପାଇଁ ତାଙ୍କର ଆଇଲାଣ୍ଡ କିଣିବା ଖବର  ବେଶି ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଯାଇଛି । ଅଶରଫ କୟାନି ୨୦୦୭ ନଭେମ୍ବର ୨୬ ତାରିଖରେ ଜେନରାଲ ମୁଶରଫଙ୍କ ସ୍ଥାନରେ ସେନାମୁଖ୍ୟ ଦାୟିତ୍ୱ ସମ୍ଭାଳିଥିଲେ ।  ସେ ୨୦୧୩ ନଭେମ୍ବର ଯାଏ ଏହି ପଦରେ ରହିଥିଲେ । ସେନା ମୁଖ୍ୟ ହେବା ପୂର୍ବରୁ ସେ ଆଇଏସଆଇର ମହାନିର୍ଦ୍ଦେଶକ ବି ଥିଲେ ।

କମର ଜାବେଦ ବାଜବା

ଜେନରାଲ କମର ଜାବେଦ ବାଜବା ୨୦୧୩ରୁ ୨୦୨୧ ପର୍ଯ୍ୟନ୍ତ ଦୀର୍ଘ ୬ ବର୍ଷ ଧରି ପାକିସ୍ତାନର ସେନାମୁଖ୍ୟ ରହିଥିଲେ । ଏହି ସମୟରେ ତାଙ୍କ ପରିବାର କୋଟିପତି ହୋଇଗଲେ । ଏକ ମିଡ଼ିଆ ରିପୋର୍ଟ ଅନୁସାରେ, ଏହି ସମୟ ମଧ୍ୟରେ ଖାଲି ବାଜବା କୋଟିପତି ହୋଇ ନ ଥିଲେ ବରଂ ବାଜବାଙ୍କ ସମ୍ପର୍କୀୟ, ପାଖ ଲୋକ ସମସ୍ତେ କରାଚି, ଲାହୋର ସମେତ ପାକିସ୍ତାନର ସବୁ ବଡ ବଡ ସହରରେ ଫାର୍ମ ହାଉସ ନିର୍ମାଣ କରିଦେଲେ । କିଏ କିଏ ଆନ୍ତର୍ଜାତିକ ବ୍ୟବସାୟ ଏବଂ କମର୍ସିଆଲ ପ୍ଲାଜା ନିର୍ମାଣ ଆରମ୍ଭ  କରିଦେଲେ  । ଏହା ବ୍ୟତୀତ ବାଜବା ବିଦେଶରେ ଏକ ପ୍ରପର୍ଟି କିଣିଥିଲେ ଯାହାର ଯାହାର ମୂଲ୍ୟ ୧୨.୭ ଅରବରୁ ବି ଅଧିକ ହେବ । ବାଜବାଙ୍କ ପତ୍ନୀ ଆୟଶା ଅମଜଦ, ବୋହୂ ମହନୁର ସାବିର ଏବଂ ପରିବାରର କିଛି ନିକଟ ସମ୍ପର୍କୀୟଙ୍କ ନାମରେ ଏହି ସମ୍ପତ୍ତି କିଣା ଯାଇଥିଲା । ଯଦିଓ ବାଜବା ବିଦେଶରେ ରହିବାର କୌଣସି ସୂଚନା ନାହିଁ ତେବେ ତାଙ୍କର ପରିବାର ସାଧାରଣରୁ କୁବେର ପାଲଟି ଯାଇଥିବା ଖବର ସମସ୍ତଙ୍କ ପାଖରେ ରହିଛି ।

ପାକିସ୍ତାନରେ ଭୟର ବାତାବରଣ

ପାକିସ୍ତାନରେ କେତେବଳେ ବି କ୍ଷମତାର ଉଥଳପୁଥଳ ହୋଇ ଯାଇପାରେ । କେତେବେଳେ ବି ଶାସନ ଡୋର କାହା ହାତରୁ କିଏ ଛଡାଇ ନେଇ ପାରେ । ସେଥିପାଇଁ ଅବସର ପରେ ପ୍ରତ୍ୟକ ସେନାମୁଖ୍ୟଙ୍କ ମନରେ ଭୟ ଥାଏ । ସେମାନଙ୍କ ମନରେ ଏହି ଭୟ ଥାଏ ଯେ ପରବର୍ତ୍ତୀ ସରକାର ସେମାନଙ୍କ ବିରୋଧରେ ଯେ କୌଣସି ମାମଲାରେ ଯାଞ୍ଚ ଆରମ୍ଭ କରି ଦେଇପାରେ । ସେ ଦୃଷ୍ଟିରୁ ବିଦେଶରେ ରହିବା ଅଧିକ ସୁରକ୍ଷିତ । ପାକିସ୍ତାନୀ ସେନାମୁଖ୍ୟ ଆନ୍ତର୍ଜାତୀୟ ପଲିଟିକ୍ସରେ ଅଧିକ ଆଗ୍ରହ ଦେଖାଇଥାନ୍ତି । ଅବସରପ୍ରାପ୍ତ  ଜେନରାଲମାନେ ଅନେକ ସମୟରେ ସେମାନଙ୍କର ପୁରୁଣା ସାମରିକ କିମ୍ବା ଗୁପ୍ତଚର ନେଟୱାର୍କ ସାହାଯ୍ୟରେ ଆମେରିକା, ଉପସାଗରୀୟ ଦେଶ କିମ୍ବା ବ୍ରିଟେନରେ ବସବାସ କରନ୍ତି।

କେତେକ ସେନାମୁଖ୍ୟଙ୍କୁ 'ପ୍ରତିରକ୍ଷା ପରାମର୍ଶଦାତା' କିମ୍ବା 'ମଧ୍ୟପ୍ରାଚ୍ୟରେ ସାମରିକ ପରାମର୍ଶଦାତା' କାମ ମିଳି ଯାଇଥାଏ । ଅଧିକାଂଶ ପାକିସ୍ତାନୀ ଜେନେରାଲ ଅବସର ପୂର୍ବରୁ ସେମାନଙ୍କ ପରିବାରକୁ  କାନାଡା, ଆମେରିକା, ୟୁକେ କିମ୍ବା ୟୁଏଇରେ ଥଇଥାନ କରିସାରିଥାନ୍ତି  ।  ଅବସର ପରେ ନିଜେ ସେଠାକୁ ପଳାଇ ଯାଇଥାନ୍ତି ।  ପାକିସ୍ତାନୀ ସେନା 'ରାଜ୍ୟ ଭିତରେ ଏକ ରାଜ୍ୟ' ପରି କାମ କରେ। କିନ୍ତୁ ଅବସର ପରେ ସେମାନଙ୍କର କ୍ଷମତା, ଶକ୍ତି ଦୁର୍ବଳ ହୋଇଯାଏ । ସେଥିପାଇଁ  ବିଦେଶରେ ବସବାସ କରିବା ସେମାନଙ୍କ ପାଇଁ ଏକ ନିରାପଦ ଏବଂ ଆରାମଦାୟକ ବିକଳ୍ପ ପାଲଟିଯାଏ ।  

Travel Abroad Indo-Pak War Army Chief Pak Army
Advertisment
Advertisment