Advertisment

Supreme Court on Pahalgam Attack: ପହଲଗାମ୍ ଆକ୍ରମଣ ପ୍ରସଙ୍ଗରେ ପ୍ରଶ୍ନ କଲେ ସୁପ୍ରିମକୋର୍ଟ, କେଶ୍ ଉଠାଇନେଲେ ଆବେଦନକାରୀ

ପ୍ରଥମେ ସୁପ୍ରିମକୋର୍ଟ ଜଜଙ୍କ କଥା କହିଲ । ସେମାନେ ତଦନ୍ତ କରିପାରିବେନି । ପରେ ଗାଇଡଲାଇନ୍, କ୍ଷତିପୂରଣ ଓ ପ୍ରେସ କାଉନସିଲକୁ ଆଦେଶ କଥା ଉଠାଇଲ । ଏ ସବୁ ରାତିରେ ପଢ଼ିବାକୁ ପଡିବ । ଏବେ ପୁଣି କହିଲଣି, ଛାତ୍ରଙ୍କ ସୁରକ୍ଷା କଥା । ସୁପ୍ରିମକୋର୍ଟଙ୍କ ଠାରୁ ଏହା ଶୁଣିବା ପରେ ଆବେଦନକାରୀଙ୍କ ଓକିଲ କେଶ୍ ପ୍ରତ୍ୟାହାର କରିନେବାକୁ ଅନୁରୋଧ କରିଥିଲେ । ଏଥିପାଇଁ ସୁପ୍ରିମକୋର୍ଟ ଅନୁମତି ଦେଇଥିଲେ ।

author-image
Tapan Kumar Swain
ଅଦ୍ୟତନ ହୋଇଛି
Supreme Court

Supreme Court

ପହଲଗାମ୍ ହମଲା ସଂପର୍କିତ ମାମଲାର ଶୁଣାଣି କରିବାକୁ ମନା କଲେ ସୁପ୍ରିମକୋର୍ଟ । ପହଲଗାମ୍ ଆକ୍ରମଣ ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଇଁ ସୁପ୍ରିମକୋର୍ଟରେ ଆବେଦନ ହୋଇଥିଲା । ଏହା ମାମଲାରେ ଆବେଦନକାରୀଙ୍କୁ ଭର୍ତ୍ସନା କରିଛନ୍ତି ସୁପ୍ରିମକୋର୍ଟ । ଜନସ୍ୱାର୍ଥ ସମ୍ୱଳିତ ମାମଲା ରୁଜୁ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । PIL ଆବେଦନକାରୀଙ୍କୁ ତାଗିଦ୍ କଲେ ସୁପ୍ରିମକୋର୍ଟ । କହିଲେ, ଏଭଳି ପଦକ୍ଷେପ ସେନାର ମନୋବଳ ଦୁର୍ବଳ କରିଦେବ । ଏଭଳି ଆବେଦନ କରିବା ପୂର୍ବରୁ ଏହି ଘଟଣାର ସମ୍ୱେଦନଶୀଳତା ବିଷୟରେ ଚିନ୍ତା କରିବାର ଥିଲା ।

Advertisment

ଏମିତି PIL କରିବା ପୂର୍ବରୁ ଦାୟିତ୍ୱବାନ ହେବାକୁ ଆବେଦନକାରୀଙ୍କୁ କହିଲେ ସୁପ୍ରିମକୋର୍ଟ । ଦେଶ ପାଇଁ ତୁମର ମଧ୍ୟ କିଛି କର୍ତ୍ତବ୍ୟ ଅଛି । ଏଭଳି ଏକ ଘଡିସନ୍ଧି ମୁହୂର୍ତ୍ତରେ ପ୍ରତ୍ୟେକ ଭାରତୀୟ ଆତଙ୍କବାଦ ବିରୋଧରେ ଲଢ଼ିବାକୁ ଏକଜୁଟ ହୋଇଛନ୍ତି । ସେନାର ମନୋବଳ ଦୁର୍ବଳ କରନାହିଁ । ଘଟଣାର ସମ୍ୱେଦନଶୀଳତାକୁ ଦେଖ ବୋଲି କହିଛନ୍ତି ଜଷ୍ଟିସ ସୂର୍ଯ୍ୟ କାନ୍ତ । ସୁପ୍ରିମକୋର୍ଟ କହିଛନ୍ତି, ଜଜମାନଙ୍କ କାମ ହେଉଛି ବିଚାର କରିବା, ତଦନ୍ତ କରିବା ନୁହେଁ । 

ପହଲଗାମରେ ଆତଙ୍କବାଦୀଙ୍କ ଗୁଳିରେ ୨୬ ଜଣ ପ୍ରାଣ ହରାଇବା ଘଟଣାରେ ଏକ ଜୁଡିସିଆଲ୍ କମିଶନ ଗଠନ କରିବାକୁ ଆବେଦନକାରୀ ପ୍ରାର୍ଥନା କରିଥିଲେ । ସୁପ୍ରିମକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଦ୍ୱାରା ତଦନ୍ତ ପାଇଁ ଆବେଦନ କରାଯାଇଥିଲା । ଆମେ କେବେଠୁ ଆତଙ୍କବାଦ ଘଟଣା ତଦନ୍ତ କରିବାକୁ ଦକ୍ଷ ହେଲୁ ବୋଲି ସୁପ୍ରିମକୋର୍ଟ ବିଚାରପତି ପ୍ରଶ୍ନ କରିଛନ୍ତି । ଏହାପରେ ଆବେଦନକାରୀଙ୍କ ଓକିଲ କହିଥିଲେ ଯେ, ପହଲଗାମ ଘଟଣା ପରେ ବାହାର ରାଜ୍ୟରେ ପଢୁଥିବା ଜମ୍ମୁ ଓ କାଶ୍ମୀର ଛାତ୍ରମାନେ ଆକ୍ରମଣର ଶିକାର ହେଉଛନ୍ତି । ତେଣୁ ସେମାନଙ୍କୁ ସୁରକ୍ଷା ଦେବାକୁ ଆବେଦନକାରୀଙ୍କ ଓକିଲ ନିବେଦନ କରିଥିଲେ ।

Advertisment

ଅଧିକ ପଢ଼ନ୍ତୁ: ପହଲଗାମ ହମଲା ଆଗରୁ ରେକି କରିଥିଲେ ଆତଙ୍କୀ, ବୈସରନ୍‌ ଘାଟି ସହ ୩ଟି ସ୍ଥାନ ଥିଲା ଟାର୍ଗେଟରେ

ଏହା ପରେ ସୁପ୍ରିମକୋର୍ଟ ବିଚାରପତି କହିଥିଲେ, ତୁମେ ଯାହା କହୁଛ ଜାଣିପାରୁଛ ତ ? ପ୍ରଥମେ ସୁପ୍ରିମକୋର୍ଟ ଜଜଙ୍କ କଥା କହିଲ । ସେମାନେ ତଦନ୍ତ କରିପାରିବେନି । ପରେ ଗାଇଡଲାଇନ୍, କ୍ଷତିପୂରଣ ଓ ପ୍ରେସ କାଉନସିଲକୁ ଆଦେଶ କଥା ଉଠାଇଲ । ଏ ସବୁ ରାତିରେ ପଢ଼ିବାକୁ ପଡିବ । ଏବେ ପୁଣି କହିଲଣି, ଛାତ୍ରଙ୍କ ସୁରକ୍ଷା କଥା । ସୁପ୍ରିମକୋର୍ଟଙ୍କ ଠାରୁ ଏହା ଶୁଣିବା ପରେ ଆବେଦନକାରୀଙ୍କ ଓକିଲ କେଶ୍ ପ୍ରତ୍ୟାହାର କରିନେବାକୁ ଅନୁରୋଧ କରିଥିଲେ । ଏଥିପାଇଁ ସୁପ୍ରିମକୋର୍ଟ ଅନୁମତି ଦେଇଥିଲେ । ତେବେ ଜମ୍ମୁ ଓ କାଶ୍ମୀର ଛାତ୍ରଙ୍କ ସୁରକ୍ଷା ବିଷୟରେ ସଂପୃକ୍ତ ହାଇକୋର୍ଟରେ ଆବେଦନକାରୀ ଚାହିଁଲେ ମାମଲା ରୁଜୁ କରିପାରିବେ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ଜଷ୍ଟିସ ସୂର୍ଯ୍ୟ କାନ୍ତ ଓ ଜଷ୍ଟିସ ଏନ୍ କୋଟିଶ୍ୱର ସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି ହୋଇଥିଲା ।

ପହଲଗାମ ନରସଂହାର ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଛି । NIA ଏହି ଘଟଣାର ତଦନ୍ତ କରୁଛି ।

ଅଧିକ ପଢ଼ନ୍ତୁ: ଭାରତର କ୍ଷେପଣାସ୍ତ୍ର ଟାର୍ଗେଟରେ ପୂରା ପାକିସ୍ତାନ, ନିମିଷକେ ଧ୍ବଂସ କରିବେ ବ୍ରହ୍ମୋସ ଓ ଅଗ୍ନି ମିସାଇଲ୍

Supreme Court Pahalgam Terrorist Attack Pahalgam Attack
Advertisment
Advertisment